Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»33ତମ ନୃତ୍ୟlଞ୍ଜଳି ମହୋତ୍ସବ ପ୍ରଥମ ସନ୍ଧ୍ୟାରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀଙ୍କ ପ୍ରଦର୍ଶନରେ ବିମୋହିତ ଦର୍ଶକ
    ଆଜିର ଖବର

    33ତମ ନୃତ୍ୟlଞ୍ଜଳି ମହୋତ୍ସବ ପ୍ରଥମ ସନ୍ଧ୍ୟାରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀଙ୍କ ପ୍ରଦର୍ଶନରେ ବିମୋହିତ ଦର୍ଶକ

    June 1, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ଓଡିଶୀ ନୃତ୍ୟ, ସଂଗୀତ ଓ଼ ମଞ୍ଚ ନାଟକ କୁ ଦୀର୍ଘ 33 ବର୍ଷ ଧରି ବିଶ୍ଵସ୍ତରରେ ପ୍ରଭାବି କରିବା ସହିତ ହଜାର ହଜାର କଳାକାର ସୃଷ୍ଟି କରି ଚାଲିଥିବା ବହୁ ପୁରାତନ ଅନୁଷ୍ଠାନ ହେଉଛି ନୃତ୍ୟାଞ୍ଜଳି। ଜଗତର ନାଥ ଜଗନ୍ନାଥଙ୍କ ଅତି ପ୍ରିୟ ମlହାରୀ ନୃତ୍ୟ ର ପାରିବର୍ଦ୍ଧିତ ସଂସ୍କରଣ ବିଶ୍ୱ ପ୍ରସିଦ୍ଧ ଓଡିଶୀ ନୃତ୍ୟ, ସଂଗୀତ ର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ 33 ବର୍ଷ ଧରି ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା “ନୃତ୍ୟlଞ୍ଜଳି” ଅନୁଷ୍ଠାନର 33ତମ ମହୋତ୍ସବ ଓ ସମ୍ମାନ ପ୍ରଦାନ ପର୍ବର ଆଜି ପ୍ରଥମ ବା ଉଦ୍ଘାଟନୀ ଦିବସ ରବୀନ୍ଦ୍ର ମଣ୍ଡପ ଠାରେ ଆରମ୍ଭ ହୋଇଯାଇଛି।

    ସମାରୋହର ପ୍ରଥମ ଅଧିବେଶନ ଆଜି ପୂର୍ବାହ୍ନ 10ଟା ରେ ଆରମ୍ଭ ହୋଇଥିଲା। ପୂର୍ବାହ୍ନ ଓ ଅପରାହ୍ନ ପର୍ଯ୍ୟାୟରେ 200 ରୁ ଉର୍ଦ୍ଧ ନବୀନ ଓ ପ୍ରବୀଣ ଓଡିଶୀ ନୃତ୍ୟଶିଳ୍ପୀ ଏକକ, ଦ୍ୱେତ ଓ଼ ଦଳଗତ ପରିବେଷଣରେ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ। ସନ୍ଧ୍ୟା ଅଧିବେଶନ ବା ସମ୍ମାନ ପ୍ରଦାନ ଓ଼ ସମ୍ବର୍ଦ୍ଧନା ଉତ୍ସବରେ ସମ୍ମାନନୀୟl ବାଚସ୍ପତି ସୁରମା ପାଢ଼ୀ, ଏକାମ୍ର ମାନ୍ୟବର ବିଧାୟକ ବାବୁ ସିଂ, ପ୍ରସିଦ୍ଧ ନୃତ୍ୟଗୁରୁ ପଦ୍ମଶ୍ରୀ ଦୁର୍ଗା ଚରଣ ରଣବୀର, ନ୍ୟୁଜ 7 ର ସମ୍ପାଦକ ଦେବ ନାରାୟଣ ସେଠୀ, ଶିକ୍ଷାବିତ ତଥା ସମାଜସେବୀ ଡ଼ଃ ପୂର୍ଣଚନ୍ଦ୍ର ମଲ୍କିକ, ନୃତ୍ୟlଞ୍ଜଳିର ସଭାପତି ଗୁରୁ ଯୁକ୍ତ ସୁକାନ୍ତ କୁମାର କୁଣ୍ଡୁ, ସମ୍ପାଦକ ଗୁରୁ ପୁଷ୍ପରଞ୍ଜନ ମଙ୍ଗରାଜ, ଆଦି ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

    ଏହି ଅବସରରେ କଳା ପ୍ରତି ଜୀବନ ବ୍ୟାପି ସାଧନା ଓ଼ ସମର୍ପଣ ପାଇଁ ପ୍ରସିଦ୍ଧ ନୃତ୍ୟଗୁରୁ ମିନାକ୍ଷୀ ବେହେରା ଙ୍କୁ ନୃତ୍ୟାଞ୍ଜଳି ନୃତ୍ୟ ସମ୍ମାନ 2025 ଓ଼ ଗୁରୁ କେଶବ ଚରଣ ରାଉତ ଙ୍କୁ ନୃତ୍ୟାଞ୍ଜଳି ସଂଗୀତା ସମ୍ମାନ 2025 ରେ ଅତିଥି ମାନେ ସମ୍ମାନିତ କରିଥିଲେ। ପୂର୍ବାହ୍ନ ଅଧିବେଶନରେ ପଦ୍ମା ହସ୍ପିଟାଲର ଏମଡି ଡ଼ଃ,ବିଶ୍ୱନାଥ ପଟନାୟକ, ଇନ୍ଦ୍ରକଳା ସଂଗୀତ ବିଶ୍ୱବିଦ୍ୟାଳୟ ଛତିଶଗଡ ର ଓଡିଶୀ ନୃତ୍ୟର ପ୍ରାଧ୍ୟାପକ ସୁଶାନ୍ତ କୁମାର ଦାସ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ଜେନା, ସିନିଅର ଆଡ଼ଭୋକେଟ ଦେବାଶିଷ ମିଶ୍ର ଆଦି ଅତିଥି ରୂପେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।

    ସନ୍ଧ୍ୟା ଅଧିବେଶନ ର ଓଡିଶୀ ନୃତ୍ୟ ପରିବେଶଣ ରେ ନୃତ୍ୟାଞ୍ଜଳି ର ଶୁଭଶ୍ରୀ ମହାପାତ୍ର, ଗାୟତ୍ରୀ ଖୁଣ୍ଟିଆଙ୍କ ମହାରୀ, ବିଦୀଶା ବସୁ ମଲ୍ଲିକଙ୍କ ଓଡିଶୀ, ଭାବନା ଭଗବତୀ ଓ଼ ଆଦ୍ୟାଶl ପାତ୍ରଙ୍କ ଏକକ ଅଭିନୟ, ଗୁରୁ ସସ୍ମିତା ପଣ୍ଡାଙ୍କ ନିର୍ଦେଶନାରେ ବିରଜା କଳା ଏକାଡେମୀର ପିଲାଙ୍କ ଦ୍ୱାରା ଦଳଗତ ଓଡିଶୀ ନୃତ୍ୟ ପରିବେଷଣ ଦର୍ଶକ ଙ୍କୁ ବିମୋହିତ କରିଥିଲା।

    ଅଧିବେଶନର ବିଭିନ୍ନ ପର୍ଯ୍ୟାୟରେ ନୃତ୍ୟାଞ୍ଜଳି, ଭାରତୀ ନୃତ୍ୟ ମନ୍ଦିର, ନୃତ୍ୟlୟନ ପ୍ରସିଦ୍ଧ ନୃତ୍ୟ ଗୁରୁ ପୁଷ୍ପ ରଞ୍ଜନ ମଙ୍ଗରାଜ, ଭରତ ଗିରି, ମିତା ଦାସ, ଡ଼ଃ ସୋନାଲି ସାବତ, ଗାୟତ୍ରୀ ରଣବୀରଙ୍କ ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ।

    ଗୁରୁ କେଶବ ରାଉତ ନୃତ୍ୟାଞ୍ଜଳି ସମ୍ମାନ ମିନାକ୍ଷୀ ବେହେରା
    Share. Facebook Twitter LinkedIn Email WhatsApp Copy Link
    Previous Articleସମ୍ବଲପୁର କୃଷି ଭବନର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
    Next Article ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ମାନ ଦେବା ପାଇଁ ଭୁବନେଶ୍ୱରରେ ତ୍ରିରଙ୍ଗା ସାଇକେଲ ରାଲି

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.