Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ବିଶ୍ୱର ସର୍ବବୃହତ ସମବାୟ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ
    ଆଜିର ଖବର

    ବିଶ୍ୱର ସର୍ବବୃହତ ସମବାୟ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ

    June 3, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ବିଶ୍ୱର ସର୍ବବୃହତ ସମବାୟ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନାର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ସମବାୟ ରାଷ୍ଟ୍ରମନ୍ତ୍ରୀ କ୍ରିଷନ ପାଲ ଗୁର୍ଜର ଏବଂ ମୁରଲୀଧର ମୋହୋଲଙ୍କ ବ୍ୟତୀତ ସମବାୟ, ଖାଦ୍ୟ ଏବଂ ସାଧାରଣ ବଣ୍ଟନ, ଉପଭୋକ୍ତା ବ୍ୟାପାର, ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ), ନାବାର୍ଡ, ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି) ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ଅଧିକାରୀମାନେ ଉପସ୍ଥିତ ଥିଲେ।

    ଏହି ବୈଠକକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିଶ୍ୱର ସର୍ବବୃହତ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ସହକାର ସେ ସମୃଦ୍ଧି” ର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ବଡ଼ ପଦକ୍ଷେପ। ସେ କହିଥିଲେ ଯେ ଭାରତରେ ଆର୍ଥିକ ପ୍ରଗତିର ମାପ ପାଇଁ ଦୁଇଟି ପ୍ରମୁଖ ମାନଦଣ୍ଡ ରହିଛି-ମୋଟ ଘରୋଇ ଉତ୍ପାଦ (ଜି.ଡି.ପି) ଏବଂ ନିଯୁକ୍ତି ସୃଷ୍ଟି। ଖାଦ୍ୟ ସଂରକ୍ଷଣ ଯୋଜନା ଏହି ଉଭୟ ଦିଗକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ, ଯାହାର ଉଦ୍ଦେଶ୍ୟ ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ) ର ଆୟ ବୃଦ୍ଧି କରିବା ସହିତ ଗ୍ରାମୀଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍) ଅଧୀନରେ ଋଣ ଅବଧି ବୃଦ୍ଧି କରି ପିଏସିଏସ ର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ।

    ଖାଦ୍ୟ ସଂରକ୍ଷଣ ଯୋଜନାରେ ପିଏସିଏସ ର ବ୍ୟାପକ ଯୋଗଦାନ ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ ଯେ ପିଏସିଏସ କୁ ଏହି ଯୋଜନାର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ଆବଶ୍ୟକ, ଯାହାଦ୍ୱାରା ପିଏସିଏସ ର ଆର୍ଥିକ ସାମର୍ଥ୍ୟ ଏବଂ ସାମାଜିକ ପ୍ରଭାବଶୀଳତା ସୁନିଶ୍ଚିତ କରାଯାଇପାରିବ। ସେ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏବଂ ଭାରତୀୟ ଖାଦ୍ୟ ନିଗମକୁ ସାରା ଦେଶରେ ଗୋଦାମଗୁଡ଼ିକର ଜାତୀୟ ସ୍ତରୀୟ ମ୍ୟାପିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ ଯୋଜନାର କାର୍ଯ୍ୟକାରିତା ସୁରୁଖୁରୁରେ କରାଯାଇପାରିବ। ଶ୍ରୀ ଅମିତ ଶାହ ଏଫସିଆଇ, ଏନସିସିଏଫ୍‍, ନାଫେଡ୍‍ ଏବଂ ରାଜ୍ୟ ପଣ୍ୟାଗାର ନିଗମଗୁଡ଼ିକୁ ଯଥା ସମ୍ଭବ ଅଧିକ ସଂଖ୍ୟକ ପଣ୍ୟାଗାର ସହିତ ପିଏସିଏସ ଗୁଡ଼ିକୁ ଯୋଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

    ଏହି ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ଯେ ରାଜ୍ୟଗୁଡ଼ିକ ଏହି ଯୋଜନାରେ ନିଜ ସ୍ତରରେ ଅଧିକ ପିଏସିଏସ କୁ ସାମିଲ କରିବା ଉଚିତ ଏବଂ ରାଜ୍ୟ ସ୍ତରୀୟ ବିପଣନ ସଂଘଗୁଡ଼ିକୁ ମଧ୍ୟ ଏହା ସହିତ ଯୋଡ଼ାଯିବା ଆବଶ୍ୟକ, ଯାହାଦ୍ୱାରା ଏକ ସମ୍ପୂର୍ଣ୍ଣ ସମବାୟ ଯୋଗାଣ ଶୃଙ୍ଖଳା ବିକଶିତ ହୋଇପାରିବ।

    କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହ ସମସ୍ତ ସଙ୍ଗଠନକୁ ଏହି ଯୋଜନାକୁ ସମୟୋଚିତ ଏବଂ ପ୍ରଭାବଶାଳୀ ଢଙ୍ଗରେ ସମନ୍ୱୟ ଏବଂ କାର୍ଯ୍ୟକାରୀ କରିବାକୁ ଆହ୍ୱାନ କରିଛନ୍ତି ଯାହା ଦ୍ୱାରା ଏହି ଯୋଜନା ‘ଆତ୍ମନିର୍ଭର ଭାରତ’ ଏବଂ ‘ସହକାର ସେ ସମୃଦ୍ଧି’ ର ଲକ୍ଷ୍ୟ ହାସଲ କରିବାରେ ଏକ ମାଇଲଖୁଣ୍ଟ ଭାବରେ ପ୍ରମାଣିତ ହେବ।

    ଅମିତ ଶାହ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ନୂଆଦିଲ୍ଲୀ ମୋଦୀ ସରକାର
    Share. Facebook Twitter LinkedIn Email WhatsApp Copy Link
    Previous Articleରଣପୁର ଏନଏସି ରେ ଦୁର୍ନୀତି ଅଭିଯୋଗ: ଧାରଣାରେ କାଉନସିଲର ଓ ଉପାଧ୍ୟାକ୍ଷ
    Next Article ଆଇଏଟିଏ ର ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବାୟୁ ପରିବହନ ସମ୍ମିଳନୀର ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.