Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଭୁବନେଶ୍ବରରୁ ବିଶାଖାପାଟଣା ବହିରାଜ୍ୟ ସୁପର ପ୍ରିମିୟମ ବସ୍ ସେବାକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ 
    ଆଜିର ଖବର

    ଭୁବନେଶ୍ବରରୁ ବିଶାଖାପାଟଣା ବହିରାଜ୍ୟ ସୁପର ପ୍ରିମିୟମ ବସ୍ ସେବାକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ 

    June 3, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଖୋର୍ଦ୍ଧା: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସିରେ ଜିଲ୍ଲାପାଳ ମାନଙ୍କ ସହ ଯୋଡ଼ି ହୋଇ ରାଜ୍ୟ ସରକାରଙ୍କ ଇଣ୍ଟର ଷ୍ଟେଟ ସୁପର ପ୍ରିମିୟମ ବସ୍ ସେବାକୁ ରିମୋଟ ଦବାଇ ଭୁନେଶ୍ବର ବିଶାଖା ପାଟନମ, ପୁରୀ ଅଯୋଧ୍ୟା, ପୁରୀ ଉଜ୍ଜୟିନୀ, ପୁରୀ ତିରୁପତି, ପୁରୀ ହାଇଦରାବାଦ, ପୁରୀ ଭିଲାଇ, ଭବାନୀପାଟଣା ହାଇଦ୍ରାବାଦ ଏବଂ ରାଇଘର ହାଇଦରାବାଦ ଉଦ୍ଘାଟନ କରିଥିଲେ। ପରେ ଭୁବନେଶ୍ୱର ବିଶାଖା ପାଟନମ ସୁପର ପ୍ରିମିୟମ ଭଲ୍ଭୋ ବସ୍ ସେବାକୁ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଆମ୍ବେଦକର ମାର୍ଗରେ ଶ୍ରିଫଳ ବାଡାଇ ଉକ୍ତ ଯାତ୍ରୀ ପରିବହନ ବସ୍ ସେବାର ଶୁଭାରମ୍ଭ କରିଥିଲେ।

    ପ୍ରକାଶ ଥାଉକି ରାଜ୍ୟ ସରକାର ଆଜି ଠାରୁ “ଶୂନ୍ୟ ଦୁର୍ଘଟଣା ଦିବସ” ଅଭିଯାନ ଶୁଭାରମ୍ଭ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ଅତ୍ୟାଧୁନିକ ଯୁଗାନ୍ତକାରୀ ଯୋଜନା ଓ ପ୍ରକଳ୍ପରର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ୨୭.୦୩ କୋଟି ଶ୍ରୀ ଜଗନ୍ନାଥ ଇଣ୍ଟର୍ ଷ୍ଟେଟ ସୁପର ପ୍ରିମିୟମ ବସ୍ ଏକ୍ସପ୍ରେସ ସେବାକୁ ଉଦ୍ଘାଟନ କରି ଶୁନ ଦୁର୍ଘଟଣା ବିକଶିତ ଓଡ଼ିଶା ଗଠନରେ ଆମ ସମସ୍ତଙ୍କ ପାଇଁ ଏକ ପ୍ରତିବଦ୍ଧତା ବୋଲି ଆହ୍ୱାନ ଦେବାସହ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବ୍ରାଣ୍ଡ ଆମ୍ବାସାଡ଼ାର ଦିଗପହଣ୍ଡି ବିଧାୟକ ତଥା ଓଲିଉଡ ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

    ଓଡ଼ିଶାର  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଟୋମେଟଡ ଡ୍ରଇଭିଂ ଟେଷ୍ଟିଂ ସିଷ୍ଟମ (ଏ ଡି ଟି ଏସ), ଗାଉଣ୍ଡ ବ୍ରେକିଂ ଅଟୋମେଟେଡ ଟେଷ୍ଟିଁ ଷ୍ଟେସନ, ରେଜିଷ୍ଟେଣ୍ଡ ଭେହିକିଲ ସ୍କାର୍ପିଂ ଫାସିଲିଟୀ (ଆର ଭି ଏସ ଏଫ୍), ଭୁବନେଶ୍ୱର -୨ କୁ ନେଇ ୨୧ଗୋଟି ଏ ଟି ଏସ କେନ୍ଦ୍ର ର ଉଦ୍ଘାଟନ, ଆର ଭି ଏସ ଏଫ୍ ଉଦ୍ଘାଟନ, ଦିଷା ଉଦ୍ଘାଟନ, ଅଟଳ ବସ୍ ଷ୍ଟାଣ୍ଡ, ଷ୍ଟିମୁଲେଟର, କ୍ରିଉ ଟ୍ରେନିଙ୍ଗ, ମାରିଟାଇମ୍ ଏକାଡେମୀ ଗୁଡ ସମରିଟାନ ମାନଙ୍କୁ ସମ୍ବର୍ଦ୍ଧିତ କରିବା ଅତ୍ୟାଧୁନିକ ପ୍ରକଳ୍ପ କାର୍ଯ୍ୟ ଉଦ୍ଘାଟନ ଓ ଶିଳାନ୍ୟାସ କରି ରାଜ୍ୟବାସୀଙ୍କ କଲ୍ୟାଣ ରେ ଲାଗୁ କରିଛନ୍ତି।

    ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭର୍ଚୁଆଲ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ,ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା, ନିକୁଞ୍ଜ ପଟ୍ଟନାୟକ, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଅରବିନ୍ଦ ନାୟକ, ଜିଲ୍ଲା ପରିଚାଳକ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ, ଲିଜାରାନି ସାହୁ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ପରିବହନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ଯୋଗଦେଇଥିଲେ।

    Share. Facebook Twitter LinkedIn Email WhatsApp Copy Link
    Previous Articleକୃଷକମାନଙ୍କ ସହ ଆଲୋଚନା କଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
    Next Article ୧୮ ବର୍ଷ ପରେ ପୂରଣ ହେଲା ସ୍ଵପ୍ନ: IPL ୨୦୨୫ର ଚାମ୍ପିଅନ୍ ହେଲା RCB

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.