Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ରବିବାର ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଦେଖନ୍ତୁ ଚଳଚ୍ଚିତ୍ର ‘ଜ୍ଵାଇଁ ପୁଅର ଜୀବନ ବୀମା’
    ଆଜିର ଖବର

    ରବିବାର ସନ୍ଧ୍ୟା ୬:୩୦ରେ ଜୀ ସାର୍ଥକରେ ଦେଖନ୍ତୁ ଚଳଚ୍ଚିତ୍ର ‘ଜ୍ଵାଇଁ ପୁଅର ଜୀବନ ବୀମା’

    June 4, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ଵର: ଓଡିଶାର ଲୋକ ପ୍ରିୟ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ଦର୍ଶକଙ୍କୁ ସବୁବେଳେ ତାଙ୍କର ନିଜ ମନ ପସନ୍ଦର ଫିଲ୍ମ ଦେଖାଇ ଆସିଛି। ଦର୍ଶକମାନେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଏହି ଚ୍ୟାନେଲ ଅନେକ ଧାରାବାହିକ ଓ ରିୟଲିଟି ସୋ ଓ ରୁଚିପୂର୍ଣ୍ଣ ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛି। ସେହିପରି ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରେ କେବଳ ଜୀ ସାର୍ଥକରେ ଏକ ଭିନ୍ନ କାହାଣୀକୁ ନେଇ ଆସୁଛି ଚଳଚ୍ଚିତ୍ର ‘ଜ୍ଵାଇଁ ପୁଅର ଜୀବନ ବୀମା’।

    ସମୟ ବେଳେ ବେଳେ କେମିତି କାହା ସାଙ୍ଗରେ ଖେଳେ ତାହାର ଉଦାହରଣ ହୋଇଛି ଏହି ଫିଲ୍ମ। ରାଜ୍, ଜଣେ ଧନୀ କିନ୍ତୁ ଭାବପ୍ରବଣ ଭାବରେ ସମସ୍ତଙ୍କ ଠାରୁ ପରିତ୍ୟକ୍ତ ବ୍ୟକ୍ତି ଏବଂ ଦାସ ହେଉଛନ୍ତି ଜଣେ ଋଣଗ୍ରସ୍ତ ବୀମା ଏଜେଣ୍ଟ, ସଂଯୋଗବଶତଃ ଏକ ହିଲ୍ ଷ୍ଟେସନ୍ ଉପରେ ଭେଟନ୍ତି, ଜୀବନ ସଂଘର୍ଷରେ ନିଜକୁ ପଛରେ ପାଇ ଉଭୟେ ସେଇ ପାହାଡ଼ ଉପରୁ ଡେଇଁ ନିଜ ଜୀବନକୁ ଶେଷ କରିବାକୁ ଯୋଜନା କରିଛନ୍ତି। ତେବେ ଏଇଠି ଆରମ୍ଭ ହୁଏ ପ୍ରକୃତ କାହାଣୀ। ଦୁହିଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ପରେ ଦୁଇ ଜଣ ନିଜ ନିଜ ଯୋଜନାରେ ପରିବର୍ତ୍ତନ କରନ୍ତି ତେବେ କାହିଁକି ଦୁଇଜଣ ଏପରି ଚରମ ନିଷ୍ପତ୍ତି ନେଉଥିଲେ? କେମିତି ଦୁଇଜଣଙ୍କର ମନ ପରିବର୍ତ୍ତନ ହେଲା? ଆଗକୁ କଣ ହେବେ ଦୁଇ ଜଣଙ୍କର ? ଏମିତି ସବୁ ପ୍ରଶ୍ନର ଉତ୍ତର ମିଳିବ ଚଳଚ୍ଚିତ୍ରର ଶେଷରେ।

    ବିଜୟ କାଣ୍ଡୋଇଙ୍କ ପ୍ରଯୋଜନା ଓ ରାଶେସ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଜ୍ଵାଇଁ ପୁଅର ଜୀବନ ବୀମା’ ଆସନ୍ତା ଜୁନ ମାସ ୮ ତାରିଖ ରବିବାର ସଂଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବରେ ସନ୍ଦୀପ ଓ ନାୟିକା ଭାବରେ ମିତାଲି ବ୍ୟତୀତ କେକେ ଓ ରବି ମିଶ୍ର ନଜର ଆସିବେ। ଚଳଚ୍ଚିତ୍ରରେ ସଂଗୀତ ଦେଇଛନ୍ତି ଗୁଡଲି ରଥ ଓ ତାରିକ ଅଜିଜ୍, ଲିପ୍ସା ମହାପାତ୍ର,ଅସୀମା ପଣ୍ଡା,ହ୍ୟୁମାନ୍ ସାଗରଙ୍କ ପରି ଲୋକପ୍ରିୟ କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ସୂର୍ଯ୍ୟ ମହାପାତ୍ର ।

    ହସ, କାନ୍ଦ ଓ ସସପେନ୍ସ ଭରା ଏହି ଚଳଚ୍ଚିତ୍ରକୁ ଦେଖିବା ସହିତ ଭଲପାଇବା ଦେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍। ଏହି କାହାଣୀ ମୂଳରୁ ଶେଷ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଦର୍ଶକଙ୍କ ମଧ୍ୟରେ ନିଶ୍ଚୟ ଆଦୃତ ହେବ।

    ଜୀ ସାର୍ଥକ ଜ୍ଵାଇଁ ପୁଅର ଜୀବନ ବୀମା ନୋରଞ୍ଜନ ଚ୍ୟାନେଲ
    Share. Facebook Twitter LinkedIn Email WhatsApp Copy Link
    Previous Articleଅପରେସନ ସିନ୍ଦୁର ଉପରେ ଆଶ୍ଚର୍ଯ୍ୟଜନକ ଖୁଲାସା: ପାକିସ୍ତାନୀ ବାୟୁସେନାର ହୋଇଥିଲା ବଡ଼ କ୍ଷତି
    Next Article ନରୱେ ଚେସ୍ ୨୦୨୫ରେ ଗୁକେଶଙ୍କ ପ୍ରଥମ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.