Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଜୁନ୍‌ ୬ ରେ ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ ଏବଂ କାଶ୍ମୀର ଗସ୍ତ: ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ
    ଆଜିର ଖବର

    ଜୁନ୍‌ ୬ ରେ ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ ଏବଂ କାଶ୍ମୀର ଗସ୍ତ: ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଶିଳାନ୍ୟାସ

    June 4, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୬ ତାରିଖ ଦିନ ଜମ୍ମୁ ଏବଂ କାଶ୍ମୀର ଗସ୍ତ କରିବେ। ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ବୃଦ୍ଧି କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧୧ଟା ସମୟରେ ଚେନାବ ସେତୁ ଉଦ୍‌ଘାଟନ କରିବେ ଏବଂ ସେତୁ ଡେକ୍ ପରିଦର୍ଶନ କରିବେ। ଏହା ପରେ, ସେ ଅଞ୍ଜି ସେତୁ ପରିଦର୍ଶନ ଏବଂ ଉଦ୍‌ଘାଟନ କରିବେ। ସେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ପରେ, ସେ କାଟରାଠାରେ ୪୬,୦୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବା ସହ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

    ଚେନାବ ଏବଂ ଅଞ୍ଜି ରେଳ ସେତୁ

    ନଦୀଠାରୁ ୩୫୯ ମିଟର ଉଚ୍ଚତାରେ ଅବସ୍ଥିତ ଚମତ୍କାର ସ୍ଥାପତ୍ୟ ଚେନାବ ରେଳ ସେତୁ ହେଉଛି ବିଶ୍ୱର ସର୍ବୋଚ୍ଚ ରେଲୱେ ଆର୍ଚ୍ଚ ବ୍ରିଜ। ଏହା ଏକ ୧୩୧୫ ମିଟର ଲମ୍ବା ଷ୍ଟିଲ ଆର୍ଚ୍ଚ ବ୍ରିଜ ଯାହାକୁ ଭୂକମ୍ପ ଏବଂ ପବନ ପରିସ୍ଥିତିର ମୁକାବିଲା କରିବା ପାଇଁ ଡିଜାଇନ କରାଯାଇଛି। ଏହି ସେତୁ ଯୋଗୁଁ ଜମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ସଂଯୋଗୀକରଣ ବୃଦ୍ଧି ପାଇବ। ଏହି ସେତୁ ଉପରେ ବନ୍ଦେ ଭାରତ ଟ୍ରେନ ଜରିଆରେ କାଟରା ଏବଂ ଶ୍ରୀନଗର ମଧ୍ୟରେ ଯାତ୍ରା କରିବାକୁ ପ୍ରାୟ ୩ ଘଣ୍ଟା ସମୟ ଲାଗିବ, ଯାହା ବର୍ତ୍ତମାନର ଯାତ୍ରା ସମୟକୁ ପ୍ରାୟ ୨-୩ ଘଣ୍ଟା କମାଇଦେବ।

    ଅଞ୍ଜି ସେତୁ ହେଉଛି ଭାରତର ପ୍ରଥମ କେବୁଲ-ଷ୍ଟେଡ୍ ରେଳ ସେତୁ ଯାହା ଆହ୍ୱାନପୂର୍ଣ୍ଣ ଅଞ୍ଚଳରେ ଦେଶର ସେବା କରିବ।

    ସଂଯୋଗୀକରଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ବିକାଶମୂଳକ ପଦକ୍ଷେପ

    ପ୍ରଧାନମନ୍ତ୍ରୀ ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ (ୟୁଏସ୍‌ବିଆର୍‌ଏଲ୍‌) ପ୍ରକଳ୍ପକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପ୍ରାୟ ୪୩,୭୮୦ କୋଟି ଟଙ୍କା ମୂଲ୍ୟର ଏହି ୨୭୨ କିଲୋମିଟର ଲମ୍ବା

    ୟୁଏସ୍‌ବିଆରଏଲ୍ ପ୍ରକଳ୍ପରେ ୩୬ଟି ସୁଡଙ୍ଗ (୧୧୯ କିଲୋମିଟର ବ୍ୟାପି) ଏବଂ ୯୪୩ଟି ସେତୁ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ କାଶ୍ମୀର ଉପତ୍ୟକା ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସବୁଦିନିଆ, ସୁଗମ ରେଳ ସଂଯୋଗ ସ୍ଥାପନ କରିବ ଯାହା କ୍ଷେତ୍ରୀୟ ଗତିଶୀଳତାକୁ ପରିବର୍ତ୍ତନ କରିବ ଏବଂ ସାମାଜିକ-ଅର୍ଥନୈତିକ ଏକୀକରଣକୁ ଆଗେଇ ନେବାର ଲକ୍ଷ୍ୟ ରଖିଛି।

    ପ୍ରଧାନମନ୍ତ୍ରୀ ମଧ୍ୟ ଶ୍ରୀ ମାତା ବୈଷ୍ଣୋଦେବୀ କାଟରାରୁ ଶ୍ରୀନଗର ମଧ୍ୟରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ଟ୍ରେନଗୁଡିକ ଉକ୍ତ ଅଞ୍ଚଳର ବାସିନ୍ଦାମାନଙ୍କ ସମେତ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀମାନଙ୍କ ପାଇଁ ଏକ ଦ୍ରୁତ, ଆରାମଦାୟକ ଏବଂ ନିର୍ଭରଯୋଗ୍ୟ ବିକଳ୍ପ ଯାତ୍ରାର ସୁଯୋଗ ପ୍ରଦାନ କରିବ।

    ବିଶେଷକରି ସୀମାନ୍ତ ଅଞ୍ଚଳରେ ଶେଷ ମାଇଲ ସଂଯୋଗକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ବିଭିନ୍ନ ସଡକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବେ। ସେ ଜାତୀୟ ଜାତୀୟ ରାଜପଥ-୭୦୧ରେ ରଫିଆବାଦରୁ କୁପୱାଡା ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପ ଏବଂ ଏନ୍‌ଏଚ-୪୪୪ରେ ଶୋପିଆନ ବାଇପାସ ରାସ୍ତା ନିର୍ମାଣ ଶିଳାନ୍ୟାସ କରିବେ ଯାହାର ମୂଲ୍ୟ ୧,୯୫୨ କେଟି ଟଙ୍କାରୁ ଅଧିକ ହେବ। ସେ ଶ୍ରୀନଗରର ଜାତୀୟ ରାଜପଥ-୧ର ସଂଗ୍ରାମ ଜଙ୍କସନ୍‌ରେ ଦୁଇଟି ଫ୍ଲାଏଓଭର ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏହି ପ୍ରକଳ୍ପଗୁଡିକ ଟ୍ରାଫିକ ଭିଡ କମ କରିବା ସହ ଯାତ୍ରୀମାନଙ୍କ ପାଇଁ ଟ୍ରାଫିକ ପ୍ରବାହକୁ ବୃଦ୍ଧି କରିବ।

    ପ୍ରଧାନମନ୍ତ୍ରୀ କାଟରାଠାରେ ୩୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଶ୍ରୀ ମାତା ବୈଷ୍ଣୋ ଦେବୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏକ୍ସଲେନ୍ସର ମଧ୍ୟ ଶିଳନ୍ୟାସ କରିବେ। ଏହା ରିଆସି ଜିଲ୍ଲାରେ ପ୍ରଥମ ମେଡିକାଲ କଲେଜ ହେବ, ଯାହା ଏହି ଅଞ୍ଚଳର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

    ଅଞ୍ଜି ସେତୁ କାଟରା ଚେନାବ ସେତୁ ସର୍ବୋଚ୍ଚ ରେଲୱେ ଆର୍ଚ୍ଚ ବ୍ରିଜ
    Share. Facebook Twitter LinkedIn Email WhatsApp Copy Link
    Previous Articleଜେନେଭାରେ ବିପର୍ଯ୍ୟୟ ପ୍ରଶମନ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
    Next Article “ଆମ ସଂକଳ୍ପ ନିଶା ନୁହେଁ ଜୀବନ” ସଚେତନତା ରଥକୁ ଶୁଭାରମ୍ଭ କଲେ ଖୋର୍ଦ୍ଧା ଜିଲ୍ଲାପାଳ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.