Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଜାତି ଗଣନା ସହିତ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା-୨୦୨୭: ଜାଣନ୍ତୁ କେବେ?
    ଆଜିର ଖବର

    ଜାତି ଗଣନା ସହିତ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା-୨୦୨୭: ଜାଣନ୍ତୁ କେବେ?

    June 5, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଜାତି ଗଣନା ସହିତ ଦୁଇଟି ପର୍ଯ୍ୟାୟରେ ଜନ ଗଣନା-୨୦୨୭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜନ ଗଣନା-୨୦୨୭ ପାଇଁ ସନ୍ଦର୍ଭ ତାରିଖ ମାର୍ଚ୍ଚ ପହିଲା, ୨୦୨୭ ର ମଧ୍ୟରାତ୍ର ହେବ। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏବଂ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଅଣ-ସମକାଳୀନ ବରଫାବୃତ ଅଞ୍ଚଳ ତଥା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ, ସନ୍ଦର୍ଭ ତାରିଖ ଅକ୍ଟୋବର ପହିଲା, ୨୦୨୬ ର ମଧ୍ୟରାତ୍ର ହେବ। ଜନଗଣନା ଅଧିନିୟମ ୧୯୪୮ ର ଧାରା ୩ ର ବ୍ୟବସ୍ଥା ଅନୁଯାୟୀ ଉପରୋକ୍ତ ସନ୍ଦର୍ଭ ତାରିଖ ସହିତ ଜନ ଗଣନା କରିବା ଉଦ୍ଦେଶ୍ୟରେ ବିଜ୍ଞପ୍ତି ସରକାରୀ ଗେଜେଟରେ ଆପାତତଃ ୧୬.୦୬.୨୦୨୫ ରେ ପ୍ରକାଶିତ ହେବ।

    ଭାରତର ଜନଗଣନା ଜନଗଣନା ଅଧିନିୟମ, ୧୯୪୮ ଏବଂ ଜନଗଣନା ନିୟମ, ୧୯୯୦ ର ବ୍ୟବସ୍ଥା ଅନୁଯାୟୀ ପରିଚାଳିତ ହୁଏ। ଭାରତର ଶେଷ ଜନଗଣନା ୨୦୧୧ ରେ ଦୁଇଟି ପର୍ଯ୍ୟାୟରେ ଯୋଜନା କରାଯାଇଥିଲା, ଯଥା ୧) ପ୍ରଥମ ପର୍ଯ୍ୟାୟ-ଗୃହ ତାଲିକା (ଏଚଏଲଓ) (୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ୨୦୧୦) ଏବଂ (୨) ଦ୍ୱିତୀୟ ପର୍ଯ୍ୟାୟ-ଜନ ଗଣନା (ପିଇ) (୦୯ ଫେବୃଆରୀରୁ ୨୯ ଫେବୃଆରୀ ୨୦୧୧) ସନ୍ଦର୍ଭ ତାରିଖ ସହିତ ମାର୍ଚ୍ଚ ପହିଲା, ୨୦୧୧ ମଧ୍ୟରାତ୍ର, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ବରଫାବୃତ ଅଣ-ସମକାଳୀନ ଅଞ୍ଚଳକୁ ଛାଡ଼ିଦେଲେ, ଯେଉଁଥିପାଇଁ ଏହା ୧୧ ରୁ ୩୦ ସେପ୍ଟେମ୍ବର ୨୦୧୦ ରେ ଅନୁଷ୍ଠିତ ହୋଇଥିଲା, ଯାହାର ସନ୍ଦର୍ଭ ତାରିଖ ଅକ୍ଟୋବର, ପହିଲା, ୨୦୧୦ ମଧ୍ୟରାତ୍ର ଥିଲା।

    ୨୦୨୦ ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଏବଂ ୨୦୨୧ ଫେବୃଆରୀରେ ଦ୍ୱିତୀୟ ପର୍ଯ୍ୟାୟ ସହିତ ସମାନ ଢଙ୍ଗରେ ଦୁଇଟି ପର୍ଯ୍ୟାୟରେ ଜନଗଣନା ୨୦୨୧ ଆୟୋଜନ କରାଯିବାର ପ୍ରସ୍ତାବ ଦିଆଯାଇଥିଲା। ୨୦୨୧ ରେ ଅନୁଷ୍ଠିତ ହେବାକୁ ଥିବା ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଥିଲା ଏବଂ ଏପ୍ରିଲ୍ ୧, ୨୦୨୦ ରୁ କିଛି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କ୍ଷେତ୍ର ସ୍ତରରେ କାର୍ଯ୍ୟ ଆରମ୍ଭ ହେବାର ଯୋଜନା ଥିଲା। ତେବେ ସାରା ଦେଶରେ କୋଭିଡ-୧୯ ମହାମାରୀ ବ୍ୟାପିବା କାରଣରୁ ଜନଗଣନା କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା।

    ଜନ ଗଣନା-୨୦୨୭ ଜାତି ଗଣନା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
    Share. Facebook Twitter LinkedIn Email WhatsApp Copy Link
    Previous Articleବର୍ତ୍ତମାନର କୋଭିଡ-୧୯ ସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
    Next Article ଯୋଗ ସଙ୍ଗମ 2025: ଆନ୍ଦୋଳନରେ ଯୋଗ ଦେଲେ 30,000 ରୁ ଅଧିକ ସଂଗଠନ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.