Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଢେଙ୍କାନାଳରେ ପ୍ରାୟ ୩୦୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
    ଆଜିର ଖବର

    ଢେଙ୍କାନାଳରେ ପ୍ରାୟ ୩୦୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    June 5, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ, ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟ ବରାଦରେ, ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

    ସୂଚନାଯୋଗ୍ୟ ଯେ, ୧୧୨ କୋଟି ଟଙ୍କାର ୧୨ ଟି ପ୍ରକଳ୍ପର ଶୁଭଉଦ୍ଘାଟନ ହୋଇଥିବା ବେଳେ ୭୬ କୋଟି ଟଙ୍କାର ୧୦ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଆଜି କରାଗଲା।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଢେଙ୍କାନାଳ ଠାରେ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟବରାଦରେ ହେବାକୁ ଥିବା ଶିଳ୍ପ ପ୍ରକଳ୍ପ ଆଜି ଓଡିଶାର ବିକାଶର ଧାରାରେ ଆଉ ଏକ ସ୍ରୋତ ଯୋଡି ଦେଇଛି। ଆଜି ଯେଉଁ ନୂତନ ଶିଳ୍ପର ଶୁଭାରମ୍ଭ ହେଲା, ଏଥିରୁ ୩୦ ହଜାର କୋଟି ଟଙ୍କାର ଵ୍ୟୟ କେବଳ ସୋଲାର ଶକ୍ତି ଶିଳ୍ପ ସମ୍ବଳିତ ପ୍ରକଳ୍ପ। ଏଣୁ, ଢେଙ୍କାନାଳ ଜିଲ୍ଲାକୁ ଓଡିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା ଓ ରାଜ୍ୟର ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ କରିବା ହେଉଛି ଆମର ଲକ୍ଷ୍ୟ।

    ସୋଲାର ଏନର୍ଜୀକୁ ଆମେ କେବଳ ଆମ ରାଜ୍ୟର ନୁହେଁ ବରଂ ସମଗ୍ର ଦେଶର ପ୍ରମୁଖ ଶକ୍ତି ଭାବେ ବ୍ୟବହାର କରିବା। ଆଜି ଏଠାରେ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଯୋଗୁଁ ପ୍ରାୟ ୨୬ ହଜାର ୪୦୦ଟି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ରହିଛି। ଆଉ ଆଜିର ଏହି ଶିଳ୍ପ, ଆମର ଉତ୍କର୍ଷ ଓଡିଶା- ମେକ ଇନ ଓଡିଶା କନକ୍ଳେଭ କାର୍ଯ୍ୟକ୍ରମର ସଫଳତା। ଆମ ସରକାରକୁ ୩୬୫ ଦିନ ମଧ୍ୟ ପୂରିନି କିନ୍ତୁ ଦେଖନ୍ତୁ, ଆମେ ଦେଇଥିବା ପ୍ରତିଶ୍ରୁତି କିଭଳି ଆମେ ପୂରଣ କଲୁ। କାରଣ ଆମ ସରକାର, ଯେଉଁ ବିଶ୍ୱାସର ସହ ଲୋକଙ୍କ ପାଖକୁ ଆସିଛି ସେ ବିଶ୍ୱାସ ଆମେ କେବେ ହେଲେ ଭାଙ୍ଗିବୁନି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ।

    ସେ କହିଥିଲେଯେ, ଏହି ଜିଲ୍ଲାର ଚିର ସ୍ମରଣୀୟ ବରପୁତ୍ର ତଥା ଶହୀଦ ବାଜି ରାଉତଙ୍କ ସ୍ମୃତିରେ ଆଜି ବନମାଳିପ୍ରସାଦ ଅଂଚଳରେ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟବରାଦରେ ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେଲା। ଏଥିରେ ଫୁଟବଲ ପଡିଆ, ସିନ୍ଥେଟିକ ଆଥେଲେଟିକ ଟ୍ରାକ୍, ହକି ଟ୍ରେନିଂ ସେଣ୍ଟର, ଇଣ୍ଡୋର ଷ୍ଟାଡିଅମ, ସୁଇମିଂପୁଲ୍, ୧୦୦ ଶଯ୍ୟା ବିଶିଷ୍ଟ କ୍ରୀଡା ଛାତ୍ରାବାସ ଇତ୍ୟାଦି ବିକଶିତ କରାଯିବ।

    ସେ ପୁଣି କହିଥିଲେଯେ, ଏହି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଆମ ଯୁବ ପିଢିଙ୍କ କ୍ରୀଡା ପ୍ରତି ଥିବା ଉଚ୍ଚ ଆଶାକୁ ଆହୁରି ଆଗକୁ ନେଇଯିବ। ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ଉନ୍ନତି ଅର୍ଥାତ ଯୁବଶକ୍ତିର ଉତ୍ଥାନ। ଯୁବ ସମାଜ ହେଉଛନ୍ତି ଆଗମୀ ପିଢୀର ନିର୍ମାତା। ସେମାନଙ୍କ ସବୁଠାରୁ ବଡ ସମସ୍ୟା ହେଉଛି ରୋଜଗାର। ତେଣୁ ସରକାର ଏଥିପାଇଁ ଚିନ୍ତିତ ଅଛନ୍ତି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଆମେ ପ୍ରଥମ ବର୍ଷରେ ୨୭ ହଜାର ଖାଲିଥିବା ସରକାରୀ ପଦ ପୂରଣ କରିଛୁ। ଚଳିତ ବର୍ଷ ୪୦ ହଜାର ପଦ ପୂରଣ କରିବାପାଇଁ ମୁଁ ନିର୍ଦ୍ଦେଶ ଦେଇ ସାରିଛି। ଗତ କ୍ୟାବିନେଟ ବୈଠକରେ ରାଜ୍ୟର ଚାକିରି ଆଶାୟୀଙ୍କ ଏକ ଦୀର୍ଘ ଦିନର ଦାବିକୁ ପୂରଣ କରିଛୁ। ବର୍ତ୍ତମାନ ଚାକିରି ପାଇଁ ଆବେଦନ କରିବାର ସର୍ବୋଚ୍ଚ ବୟସ ସୀମାକୁ ୪୨ ବର୍ଷ କରିଛୁ। ଏହା ଯୁବବର୍ଗଙ୍କୁ ସରକାରୀ ଚାକିରିରେ ପ୍ରତିଯୋଗୀତା କରିବାକୁ ଅଧିକ ସୁଯୋଗ ଦେବ।

    ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମେ ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ଓଡିଶାରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ ଏବଂ ଏଥିପାଇଁ ମୂଳଦୁଆ ଗତ ଜୁନ ୧୨ ତାରିଖରେ ପଡି ସାରିଛି। ଏବେ ଏହି ଭିତ୍ତିଭୂମି ଉପରେ ନିର୍ମାଣ ହେଉଛି ନୂତନ ଓଡିଶା, ସମୃଦ୍ଧ ଓଡିଶା। ଏଥିପାଇଁ ପ୍ରତି ଜିଲ୍ଲାକୁ ବି ସମୃଦ୍ଧ ହେବାକୁ ପଡିବ। ଆଜିର ପ୍ରକଳ୍ପ ସବୁ ଢେଙ୍କାନାଳ ଜିଲ୍ଲାକୁ ସମୃଦ୍ଧ କରିବାକୁ ଉଦ୍ଦିଷ୍ଟ। ଆସନ୍ତୁ, ଗଢିବା ଏକ ସମୃଦ୍ଧ ଢେଙ୍କାନାଳ ଏବଂ ସମୃଦ୍ଧ ଓଡିଶା।

    ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ ସାରା ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟା ୬ ମାସ ମଧ୍ୟରେ ଆଜି ଆମେ ମାନେ ଦେଖି ପାରୁଛେ । ଆଗକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ଶିଳ୍ପ ମାଧ୍ୟମରେ ରୋଜଗାର ବଢାଇବୁ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

    ଉକ୍ତ କାର୍ଯ୍ୟକ୍ରମରେ, ଖାଦ୍ୟ ଯୋଗାଣ ମନ୍ତ୍ରୀ, କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେଯେ, ଗଣତନ୍ତ୍ରରେ ସବୁଠାରୁ ବଡ କଥା ହେଉଛି ‘ଲୋକଙ୍କ ଭରଷାକୁ ଅକ୍ଷୁର୍ଣ୍ଣ ରଖିବା’ ଏହି ଭାବନାକୁ ମନରେ ରଖି ପ୍ରଥମ ଦିନରୁ ହିଁ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶୃତିକୁ ପୂରଣ କରିବା ପାଇଁ ପଦକ୍ଷେପ ନେଇଥିଲୁ। ପ୍ରତ୍ୟେକ ମୁହୂର୍ତ୍ତ ଲୋକଙ୍କ ପାଇଁ ସମର୍ପିତ ଆମ ସରକାର, ଲୋକଙ୍କ ହିତରେ ହିଁ କାର୍ଯ୍ୟରତ ଆଉ ଆଜି ବର୍ଷେ ମଧ୍ୟ ପୂରିନି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ବିକାଶର ଧାରା ବହି ଚାଲିଛି।

    ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ, ରୁଦ୍ରନାରାୟଣ ପାଣି, କାମାକ୍ଷାନଗର ବିଧାୟକ, ଶତ୍ରୁଘନ ଜେନା , ପରଜଙ୍ଗ ବିଧାୟକ, ବିଭୁତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା, ଶ୍ରୀସିମାରାଣୀ ନାୟକ ଓ ପାଲଲହଡା ବିଧାୟକ ଅଶୋକ ମହାନ୍ତି ପ୍ରମୁଖ ପାଞ୍ଚାସିନ ଥିଲେ।

    କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ରମେଶ କୁମାର ସେଠୀ ଧନ୍ୟବାଦ ଦେଇଥିଲେ।

    ଢେଙ୍କାନାଳ ଭିତ୍ତିପ୍ରସ୍ତର ସ୍ଥାପନ ମୋହନ ଚରଣ ମାଝୀ ଶୁଭ ଉଦଘାଟନ
    Share. Facebook Twitter LinkedIn Email WhatsApp Copy Link
    Previous Articleଆମର ଗର୍ବ ଆମର ସଂସ୍କୃତି: ଐତିହ୍ୟକୁ ସଂରକ୍ଷଣ କରିବା ସହିତ ସାଂସ୍କୃତିକ ଭାବନାକୁ ଗଭୀର କରୁଛନ୍ତି ସରକାର
    Next Article ଆଜି ଜୁନ ୫ ତାରିଖ ଗୁରୁବାରରେ ଏହି ସାତୋଟି ରାଶିର ଭାଗ୍ୟ ଚମକିବ, କରନ୍ତୁ ଏହି କାମ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.