Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ “ଏକ୍ ପେଡ୍ ମା’ କେ ନାମ ୨.୦” ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ 
    ଆଜିର ଖବର

    କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ “ଏକ୍ ପେଡ୍ ମା’ କେ ନାମ ୨.୦” ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ 

    June 5, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱ ତୁଳନାରେ ଭାରତ କେବେ ବି ପ୍ରଦୂଷଣକାରୀ ରାଷ୍ଟ୍ର ଭାବରେ ପରିଗଣିତ ହୋଇନାହିଁ। ଭାରତ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ବିବେଚନା କରୁଥିବାର ସଭ୍ୟତା ଅଟେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ୨୦୭୦ ସୁଦ୍ଧା ନେଟ୍ – ଜିରୋ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ଯେଉଁଥିରେ ୨୦୪୭ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ। ପରିବେଶ ସୁରକ୍ଷାର ମହାଯଜ୍ଞରେ ଆମ ସମସ୍ତଙ୍କୁ ନିଜ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

    ‘ବିଶ୍ୱ ପରିବେଶ ଦିବସ’ ଅବସରରେ ଶ୍ରୀ ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଗୋଲମାର୍କେଟ୍ ସ୍ଥିତ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଛାତ୍ରଛାତ୍ରୀମାନଙ୍କ ସହ “ଏକ୍ ପେଡ୍ ମା’ କେ ନାମ ୨.୦” ଅର୍ଥାତ୍ “ମା’ଙ୍କ ନାମରେ ଗୋଟିଏ ଗଛ ୨.୦” ଅଭିଯାନ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରକୃତିର ସୁରକ୍ଷା ସହ ଜଡିତ ମଡ୍ୟୁଲ୍, ପୋର୍ଟାଲ୍ ଏବଂ ମାଇକ୍ରୋସାଇଟ୍ ମଧ୍ୟ ଉନ୍ମୋଚନ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିକଳ୍ପନାକୁ ଆଗକୁ ବଢାଇବା ଲକ୍ଷ୍ୟରେ ଆଜି ବିଶ୍ୱ ପରିବେଶ ଦିବସରେ ସମର୍ପିତ ସମସ୍ତ ପଦକ୍ଷେପ ଦେଶର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି କରିବ। ପରିବେଶଗତ ଚ୍ୟାଲେଞ୍ଜର ମୁକାବିଲା କରିବାରେ ସେମାନଙ୍କର ଅଧିକକୁ ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

    ସେ କହିଛନ୍ତି, ପ୍ଲାଷ୍ଟିକ ହେଉଛି ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ଏବଂ ଜଳ, ଗୋମାତାଙ୍କ ପ୍ରଥମ ଶତ୍ରୁ। ଆମର ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ବ୍ୟବହାର ବହୁ ପରିମାଣରେ ବୃଦ୍ଧି ହୋଇଛି। ସାରା ଭାରତରେ ୧୪୫ କୋଟି ଲୋକ ପ୍ରତିଦିନ ୨୬ କୋଟିରୁ ଉର୍ଦ୍ଧ୍ୱ ପ୍ଲାଷ୍ଟିକ ବ୍ୟହର କରୁଛନ୍ତି । ପ୍ରତିଦିନ ବିଶ୍ୱରେ ୧୮୦ ଟନ୍ ପ୍ଲାଷ୍ଟିକ ପରିବେଶକୁ ନଷ୍ଟ କରୁଛି । ଇ-କମର୍ସ ପ୍ଲାଟଫର୍ମରେ ମଧ୍ୟ ପ୍ଲାଷ୍ଟିକ ବ୍ୟାଗ୍ ବର୍ତ୍ତମାନ ମୁଣ୍ଡବ୍ୟଥାର କାରଣ ସାଜିଛି। ବିଗତ କିଛି ବର୍ଷ ହେବ ଆଧୁନିକତା ନାମରେ ଆମର ପରିବେଶ ଧ୍ଵଂସ ହେଉଛି । ଏଥିପାଇଁ ଆମକୁ ଏହାର ବ୍ୟବହାର ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପଡ଼ିବ । ନିଜର ଦୈନଦିନ ଜୀବନରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ସହ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷାରେ ଅଂଶୀଦାର ହେବା ପାଇଁ ପ୍ରୋତ୍ସାହିତ କରିବା ।

    ଗତବର୍ଷ ବିଶ୍ୱ ପରିବେଶ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା “ଏକ୍ ପେଡ୍ ମା କେ ନାମ” ଅଭିଯାନର ଶୁଭାରମ୍ଭ ହୋଇଥିଲା ଏବଂ ଲୋକମାନଙ୍କୁ ମା’ଙ୍କ ପ୍ରତି ସମ୍ମାନ ଦେବା ଉଦ୍ଦେଶ୍ୟରେ ଗଛ ଲଗାଇବା ପାଇଁ ଅନୁରୋଧ କରାଯାଇଥିଲା ।  ଏହି ଭାବନାକୁ ଆଗକୁ ବଢାଇବା ପାଇଁ ଜାତୀୟ ଶିକ୍ଷା ନୀତି ଅଧୀନରେ ସ୍କୁଲ ଶିକ୍ଷା ବିଭାଗ ଦ୍ୱାରା ପରିବେଶଗତ ଶିକ୍ଷାକୁ ମୁଖ୍ୟଧାରାରେ ଆଣିବା ପାଇଁ ପ୍ରଚେଷ୍ଟା କରାଯାଇଛି । ସ୍କୁଲଗୁଡ଼ିକରେ “ଇକୋ କ୍ଲବ ଫର୍ ମିଶନ ଲାଇଫ୍” ଛାତ୍ରଛାତ୍ରୀମାନଙ୍କୁ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ସହ ସମ୍ବନ୍ଧିତ ଚିନ୍ତାଧାରା ପ୍ରତି ସମ୍ବେଦନଶୀଳତାକୁ ସୂଚାଇବା ସହ  ସେମାନଙ୍କ ମଧ୍ୟରେ ପରିବେଶ ଉପଯୋଗୀ ବ୍ୟବହାର ଏବଂ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବ ।

    ଗତ ବର୍ଷ ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ଉଦ୍ୟମରେ ଦେଶରେ ୫ କୋଟିରୁ ଅଧିକ ଗଛ ଲଗାଯାଇଛି, ଏଥର ସ୍କୁଲ ଶିକ୍ଷା ବିଭାଗ ସାରା ଦେଶରେ ୧୦ କୋଟି ଗଛ ଲଗାଇବାର ଲକ୍ଷ୍ୟ ରଖିଛି । ଆମକୁ ମା’ ପାଇଁ ଗୋଟିଏ ଗଛ ଅଭିଯାନକୁ ଅଧିକ ଗତି ଦେବାକୁ ପଡିବ ଏବଂ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ପଡିବ । ଯେତେବେଳେ ଆମେ ଆମର ନୂତନ ପିଢ଼ିକୁ ଏହି ଦିଗରେ ପ୍ରସ୍ତୁତ କରିବୁ, ସେତେବେଳେ ଆମେ ୨୦୭୦ ସୁଦ୍ଧା ନେଟ୍ ଜିରୋ ଏବଂ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିପାରିବୁ । ଅପରପକ୍ଷରେ ଦେଶର ମାତୃଶକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗୁଜରାଟର କଚ୍ଛ ଠାରେ ସିନ୍ଦୂର ନାମରେ ଗଛ ଲଗାଇଛନ୍ତି ।  ଆମେ ମଧ୍ୟ ସ୍କୁଲରୁ ଘର, ଘରରୁ ରାସ୍ତା ଯାଏ ସବୁଠି ଗଛ ଲଗାଇବା ସହ ସେହି ବୃକ୍ଷକୁ ମା’ଙ୍କ ଭଳି ଯତ୍ନ ନେବା । ଆମେ ସମସ୍ତେ ପ୍ରକୃତି ପ୍ରତି ଆମର ଦାୟିତ୍ୱ ପୂରଣ କରିବା, ମା’ଙ୍କ ନାମରେ ଗୋଟିଏ ଗଛ ଲଗାଇବା ଏବଂ ତାହାପ ସେଲଫି ଉଠାଇ http://ecoclubs.education.gov.in  ରେ ଅପଲୋଡ୍ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

    ଏହି ଅବସରରେ ଶ୍ରୀ ପ୍ରଧାନ  ଦେଶରେ ବଢୁଥିବା ମେହବହୁଳତା ସମସ୍ୟା ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀ ଏବଂ ଯୁବପିଢିଙ୍କୁ କମ ତୈଳଯୁକ୍ତ ଖାଦ୍ୟ ଖାଇବା ସହ ଜଙ୍କ୍ ଫୁଡ ବାରଣ କରିବା ପାଇଁ ପରାମର୍ଶ ଦେଇଥିଲେ।

    ସୂଚନାଯୋଗ୍ୟ, ଆଜିର ଅବସରରେ ଶ୍ରୀ ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ପରିସରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନରେ ବୃକ୍ଷରୋପଣ କରିଥିଲେ।

    ଏକ୍ ପେଡ୍ ମା’ କେ ନାମ ୨.୦ କେନ୍ଦ୍ରୀୟ ବିଦ୍ୟାଳୟ ଧର୍ମେନ୍ଦ୍ର ପ୍ରଧାନ ପରିବେଶ ସୁରକ୍ଷା
    Share. Facebook Twitter LinkedIn Email WhatsApp Copy Link
    Previous Articleସଂକଳ୍ପରୁ ସମୃଦ୍ଧି:  ଭୂମିଉପରେ ଏକ ବିଜୟର କାହାଣୀ
    Next Article ଭିଏତନାମରୁ ଆସିଥିବା ପ୍ରତିନିଧିମଣ୍ଡଳକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.