Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»୧୭ ତମ ବରୁଣେଇ ରଜ ମହୋତ୍ସବ -୨୦୨୫ ପ୍ରସ୍ତୁତି ବୈଠକ
    ଆଜିର ଖବର

    ୧୭ ତମ ବରୁଣେଇ ରଜ ମହୋତ୍ସବ -୨୦୨୫ ପ୍ରସ୍ତୁତି ବୈଠକ

    June 6, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ଖୋର୍ଦ୍ଧା: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଚଳିତ ୨୦୨୫ବର୍ଷର ୧୭ ତମ ବାର୍ଷିକ ବରୁଣେଇ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ନିଜ ଅଭଭାଷଣରେ କହିଲେ ଯେ, ରଜ ମହୋତ୍ସବ ଖୋର୍ଦ୍ଧାର ଗୋଟିଏ ସମ୍ମାନଜନକ ପାରମ୍ପାରିକ ପର୍ବ ଓ ମା” ବରୁଣେଇ ଙ୍କ ଉତ୍ସବ ଅଟେ। ଖୋର୍ଦ୍ଧା ଜିଲ୍ଲା ଏହି ପାରମ୍ପାରିକ ରଜ ମହୋତ୍ସବ ପାଳନକୁ ମହାକୁମ୍ଭରେ ପରିଣତ କରିବାକୁ ହେଲେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନର ସହଯୋଗ ଏବଂ ସମସ୍ତ ଖୋର୍ଦ୍ଧାବାସୀଙ୍କ ଆନ୍ତରିକ ଉଦ୍ୟମ ନିତ୍ୟାନ୍ତ ଆବଶ୍ୟକ ବୋଲି ଉଦବୋଧନ ରଖି ଖୋର୍ଦ୍ଧାର ଏହି ପାରମ୍ପାରିକ ରଜ ମହୋତ୍ସବକୁ ଆଡମ୍ବର ସହକାରେ ପାଳନ କରି ଦୃଷ୍ଟାନ୍ତ ସୃଷ୍ଟି କରିବାସହ ଖୋର୍ଦ୍ଧା ମାଟିର ଐତିହ୍ୟ ଓ ପରମ୍ପରା ଏବଂ ସାଂସ୍କୃତିକ ବୈଭବ ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ଵାନ ଦେଇଥିଲେ।

    ସେହିଁପରି ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ଯୋଗଦେଇ ମା ‘ବରୁଣେଇ ଙ୍କ ମହିମା ଯୋଗୁ ଆଜି ରଜ ମହୋତ୍ସବ ୧୭ ବର୍ଷରେ ପଦାର୍ପଣ କରି ଥିବାରୁ ଖୁସି ବ୍ୟକ୍ତ କରି ସମସ୍ତେ ମିଳିମିଶି ଖୋର୍ଦ୍ଧାର ଏହି ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବାକୁ ମତବ୍ୟକ୍ତ କରିଥିଲେ।

    ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ ଯେ, ଖୋର୍ଦ୍ଧା ବିଧାୟକଙ୍କୁ ସଭାପତି ଭାବେ ନେଇ ଏକ କମିଟି ଗଠନ କରାଗଲା l ସଭାପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ। କମିଟିର ଆବାହକ ଦିଶାନ୍ତ ସ୍ବେଛାସେବୀ ସଂଗଠନ ସାଧାରଣ ସମ୍ପାଦକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସେବା ଯୋଗାଇ ଦେବାକୁ ପ୍ରସ୍ତାବ ରଖିଥିଲେ।

    ଏହି ବରୁଣେଇ ରଜ ମହୋତ୍ସବ ଉତ୍ସବକୁ ଜୁନ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏଥି ପାଇଁ ଖୋର୍ଦ୍ଧା ୱାଟକୋ ଓ ପୌର ପରିଷଦ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା, ମନ୍ଦିର ଆଲୋକୀ କରଣ ସହ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ,ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଲୋକି କରଣ କରାଯିବ। ମନ୍ଦିର ପାର୍ଶ୍ୱରେ ସ୍ଥାନ ପରିଷ୍କାର ଆଲୋକି କରଣ ବ୍ୟବସ୍ଥା ପୌରପରିଶଦ ପକ୍ଷରୁ ସମ୍ପାଦିତ ହେବ। ମନ୍ଦିରରେ ରଙ୍ଗ ଦେବା କାର୍ଯ୍ୟ ପୂର୍ତ୍ତ ବିଭାଗ କରିବେ। ପଲ୍ଲୀଶ୍ରୀ ମେଳାରେ ଟ୍ୟାଙ୍କର ଓ ସିନଟେକ୍ସ ମାଧ୍ୟମରେ ୱାଟକୋ ପାନୀୟ ଜଳ ଯୋଗାଇ ଦେବେ।

    ଆଇନଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା, ଅଗ୍ନିଶମ ସେବା,ଟି ପି ସି ଓ ଡି ଏଲ ତରଫରୁ ୩ ଫେଜ୍ ବିଜୁଳି ଯୋଗାଣ, ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସହ କୋଭିଡ ସଚେତନତା କାର୍ଯ୍ୟ ସମ୍ପାଦିତ କରିବାକୁ ଅଧ୍ୟକ୍ଷ ସଂପୃକ୍ତ ବିଭାଗ ସହ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ଓରମାସ ତରଫରୁ ଷ୍ଟଲ୍ ଯୋଗାଇଦେବା ତଥା କୃଷି, ଶିକ୍ଷା, ମତ୍ସ୍ୟ, ପଶୁସମ୍ପଦ, ଆତ୍ମା, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ, ବିଭିନ୍ନ ପ୍ରତିଯୋଗିତା ଯଥା ରଜଦୋଳି,ରଜପାନ ଭଙ୍ଗା, ହୁଳହୁଳି,ରଜ ପିଠା, ଝୋଟି ପ୍ରତିଯୋଗିତା ଆଦି ଅନୁଷ୍ଠିତ ହେବ। ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ,ଖାଦ୍ୟପେୟ ଷ୍ଟଲ୍, ନିଶାଦ୍ରବ୍ୟ କୁ ପରିଣାମ ସଚେତନତା ଷ୍ଟଲ୍ ଆଦି ଖୋଲାଯିବା କୁ ଅଧ୍ୟକ୍ଷ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

    ସେହିପରି ଖାଦ୍ୟ ଦ୍ରବ୍ୟ ଯାଞ୍ଚ ପାଇଁ ଖାଦ୍ୟ ନିରୀକ୍ଷକ ନିଯୁକ୍ତି ପ୍ରତି ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିବା ବେଳେ ଆତସବାଜି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ନିଷିଦ୍ଧ କରିଛନ୍ତି। ସର୍ବୋପରି ରଜ ମହୋତ୍ସବ କୁ ଶାନ୍ତି ଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସରେ, ଖୋର୍ଦ୍ଧାର ଭାଇଚାରା ବାଜାୟରଖି ସଫଳ କରିବାକୁ ବୈଠକର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ସମସ୍ତ ଖୋର୍ଦ୍ଧା ବାସୀଙ୍କ ସହଯୋଗ କାମନା କରିଛନ୍ତି।

    ବୈଠକ ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସମସ୍ତଙ୍କୁ ସ୍ୱାଗତ କରିବାସହ ଅଧ୍ୟକ୍ଷଙ୍କ ଅନୁମତିକ୍ରମେ ସଭା ସଞ୍ଚାଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞା ପାରମିତା ଜେନା, ଡେପୁଟି କଲେକ୍ଟର ରବୀନ୍ଦ୍ର କୁମାର ମିଶ୍ର,ସି ଡି ଏମ ଓ ଡାକ୍ତର ଜୀବନ୍ତ କୁମାର ଆଚାର୍ଯ୍ୟ ଙ୍କ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ଦିଷାନ୍ତ କର୍ମକର୍ତ୍ତା ଯୋଗଦେଇଥିଲେ।

    ଖୋର୍ଦ୍ଧା ପ୍ରସ୍ତୁତି ବୈଠକ ବରୁଣେଇ ରଜ ମହୋତ୍ସବ -୨୦୨୫
    Share. Facebook Twitter LinkedIn Email WhatsApp Copy Link
    Previous Article୭ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି: ଏକ ବର୍ଷ ମଧ୍ୟରେ ୨୭,୪୨୮ ଟି ସରକାରୀ ପଦବୀ ପୂରଣ
    Next Article ଏଲୋନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କକୁ ଭାରତରେ ମିଳିଲା ଲାଇସେନ୍ସ, ଦ୍ରୁତ ଗତିରେ ଚାଲିବ ଇଣ୍ଟରନେଟ୍

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.