Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଚରିତ୍ର ଗଠନ ହେଉଛି ଶିକ୍ଷାର ନିହିତ ଉଦ୍ଦେଶ୍ୟ: ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ
    ଆଜିର ଖବର

    ଚରିତ୍ର ଗଠନ ହେଉଛି ଶିକ୍ଷାର ନିହିତ ଉଦ୍ଦେଶ୍ୟ: ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ

    June 6, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ବ୍ୟକ୍ତିର ଚରିତ୍ର ଗଠନ ସହିତ ତା’ର ଶାରୀରିକ, ମାନସିକ ନୈତିକ ଏବଂ ଆଧ୍ୟାତ୍ମିକ ବିକାଶକୁ ସକ୍ଷମ କରିବା ହେଉଛି ସାମଗ୍ରିକ ଶିକ୍ଷାର ଉଦ୍ଦେଶ୍ୟ ବୋଲି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ଭି. ରାମାସୁବ୍ରମଣ୍ୟନ୍ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଜଷ୍ଟିସ୍ ରାମାସୁବ୍ରମଣ୍ୟନ୍ କହିଛନ୍ତି ଯେ, ପ୍ରକୃତ ଶିକ୍ଷା କେବଳ ବୌଦ୍ଧିକ ଜ୍ଞାନ ପ୍ରଦାନ କରେ ନାହିଁ ବରଂ ଜଣେ ବ୍ୟକ୍ତିର ବୁଦ୍ଧିମତାର ପରିସରକୁ ପରିବ୍ୟାପ୍ତ କରି, ମସ୍ତିଷ୍କର କ୍ଷମତାକୁ ବୃଦ୍ଧି କରି ସର୍ବୋପରି ତାକୁ ନିଜ ଗୋଡ଼ରେ ଠିଆ ହେବାର ସାମର୍ଥ୍ୟ ପ୍ରଦାନ କରି ଆତ୍ମନିର୍ଭରଶୀଳ ଏବଂ ମାନସିକ ଭାବରେ ମଧ୍ୟ ଦୃଢ଼ କରିଥାଏ। ସ୍ୱାମୀ ବିବେକାନନ୍ଦଙ୍କ ଉଦ୍ଧୃତି ଦେଇ ସେ କହିଛନ୍ତି ଯେ ଶିକ୍ଷାର ଚାରୋଟି ସ୍ତମ୍ଭ ହେଉଛି ଚରିତ୍ର ନିର୍ମାଣ, ବୌଦ୍ଧିକ ବିକାଶ, ମାନସିକ ଦୃଢ଼ତା ଏବଂ ଆତ୍ମନିର୍ଭରଶୀଳତା।

    ‘ଜଣେ ବ୍ୟକ୍ତି ନିଜର ପାଠ୍ୟକ୍ରମ ସମାପ୍ତ କରିପାରେ କିନ୍ତୁ ଶିକ୍ଷା କେବେ ସମାପ୍ତ ହୋଇପାରିବ ନାହିଁ, ଏହା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏକ ଅନ୍ତହୀନ ନିରବଚ୍ଛିନ୍ନ ଯାତ୍ରା’ ବୋଲି ଜଷ୍ଟିସ୍ ରାମାସୁବ୍ରମଣ୍ୟନ୍ କହିଛନ୍ତି।

    ଉପସ୍ଥିତ ଶ୍ରୋତାଙ୍କୁ ସେ ପ୍ରଶ୍ନ କରିଥିଲେ ଯେ ‘ଆଜିର ସାକ୍ଷର ଲୋକମାନେ ପ୍ରକୃତରେ ଶିକ୍ଷିତ କି? ସେ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚାପରେ ବର୍ଦ୍ଧିତ ପ୍ରବୃତି ଦର୍ଶାଉଛି ଯେ ଆଜିର ପିଢ଼ି ଏତେ ପ୍ରଶଂସିତ ଯେ ସେମାନେ ସମସ୍ୟାର ସମ୍ମୁଖୀନ ହେବାର ସାମର୍ଥ୍ୟ ରଖିପାରୁ ନାହାନ୍ତି।

    ଐତିହାସିକ ୱିଲ୍ ଡୁରାଂଟଙ୍କ ପ୍ରସିଦ୍ଧ ଉକ୍ତି ‘ଶିକ୍ଷା ହେଉଛି ଜଣଙ୍କର ଅଜ୍ଞତାର ପ୍ରଗତିଶୀଳ ଆବିଷ୍କାର’କୁ ଉଦ୍ଧୃତ କରି ସେ କହିଥିଲେ ଯେ, ‘ଶିକ୍ଷାନୁଷ୍ଠାନଗୁଡ଼ିକୁ କେବଳ ଡିଗ୍ରୀ ନୁହେଁ ବରଂ ଜୀବନ କୌଶଳ ଏବଂ ସଠିକ୍ ମନୋଭାବ ମଧ୍ୟ ଶିକ୍ଷା ଦେବା ଉଚିତ୍।’

    ଜଷ୍ଟିସ୍ ରାମାସୁବ୍ରମଣ୍ୟନ୍ ଆମେରିକାରେ ରହୁଥିବା ଜଣେ ଚାର୍ଟାର୍ଡ ଆକାଉନ୍‌ଟାଂଟଙ୍କ ଦୁଃଖଦ କାହାଣୀ ବର୍ଣ୍ଣନା କରି କହିଥିଲେ ଯେ ୨୦୦୮ ବିଶ୍ୱ ଆର୍ଥିକ ସଂକଟରେ ସବୁକିଛି ହରାଇବା ପରେ ତାଙ୍କ ସମଗ୍ର ପରିବାରକୁ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା କରିଥିଲେ। ସେ କହିଥିଲେ ଯେ ଉଚ୍ଚ ଶିକ୍ଷା ଏବଂ ଜ୍ଞାନ ସତ୍ୱେ ତାଙ୍କ ଠାରେ ମାନସିକ ଦୃଢ଼ତାର ଅଭାବ ଥିଲା।

    ‘କ’ଣ କଲେ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ସଂକଟ ପରିଚାଳନା ଶିଖାନ୍ତି? କାରଣ କେବଳ ଡିଗ୍ରୀ ପାଇବା ଅସଲ ଓ ସାମଗ୍ରିକ ଶିକ୍ଷା ନୁହେଁ’ ବୋଲି ଜଷ୍ଟିସ୍ ରାମାସୁବ୍ରମଣ୍ୟନ୍ କହିଥିଲେ।

    ସେ କହିଥିଲେ ଯେ ଆଜିର ବିଶ୍ୱରେ କେବଳ ସଫଳତା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଲୋକମାନେ ପ୍ରକୃତ ସଫଳତା କ’ଣ ତାହା ବୁଝନ୍ତି ନାହିଁ। ଶିକ୍ଷା କିମ୍ବା ବଡ଼ ଚାକିରି ପାଇବା ସଫଳତା ନୁହେଁ କାରଣ ଜୀବନ ସଫଳତାକୁ ଭିନ୍ନ ଭାବରେ ଦେଖେ।’

    ତାଙ୍କ ଅଭିଭାଷଣର ଶେଷରେ ସେ ସୋଆ ବିଶ୍ୱବିଦ୍ୟାଳୟର ପ୍ରଶଂସା କରି କହିଥିଲେ ଯେ ବର୍ଷ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଏହି ଅନୁଷ୍ଠାନ ଉଲ୍ଲେଖନୀୟ ପ୍ର୍ରଗତି କରିପାରିଛି।

    ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କରିଥିଲେ। ସୋଆ ଅଧିନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ମୁଖ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଆଇଏଏସ୍‌ର ପ୍ରଫେସର ପ୍ରଭାତ କୁମାର ଷଢ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଆଡିସ୍‌ନାଲ ଡିନ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର ପ୍ରଫେସର ରେଣୁ ଶର୍ମା ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

    ଚରିତ୍ର ଗଠନ ଜଷ୍ଟିସ୍ ଭି. ରାମାସୁବ୍ରମଣ୍ୟନ୍ ଶିକ୍ଷା ଓ ଅନୁସନ୍ଧାନ ସୋଆ
    Share. Facebook Twitter LinkedIn Email WhatsApp Copy Link
    Previous Articleଭାରତର ଯୁବ ପିଢ଼ି ବିଶ୍ୱ ସ୍ତରରେ ଏକ ଛାପ ସୃଷ୍ଟି କରିଛନ୍ତି: ପ୍ରଧାନମନ୍ତ୍ରୀ
    Next Article ପିଆଇବି ଏବଂ ସିବିସି ଭୁବନେଶ୍ୱର କାର୍ଯ୍ୟାଳୟ ପରିଦର୍ଶନ କଲେ ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଧୀରେନ୍ଦ୍ର ଓଝା

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.