Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଏହି ଜିନିଷକୁ କେବେ ବି ଛାଡି ଯାଇପାରନ୍ତିନି ମାତା ଲକ୍ଷ୍ମୀ, ପଢନ୍ତୁ ମହାଭାରତରେ ଏହି ସୁନ୍ଦର କଥା
    ଆଜିର ଖବର

    ଏହି ଜିନିଷକୁ କେବେ ବି ଛାଡି ଯାଇପାରନ୍ତିନି ମାତା ଲକ୍ଷ୍ମୀ, ପଢନ୍ତୁ ମହାଭାରତରେ ଏହି ସୁନ୍ଦର କଥା

    June 7, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ଉପେନ୍ଦ୍ର ବଳିୟାରସିଂହ

    ଧର୍ମର ଚାରି ଅଙ୍ଗ ମୁଖ୍ୟ। ୧- ସତ୍ୟ, ୨- ତପ, ୩- ପବିତ୍ରତା, ୪- ଦୟା। ଏହି ଚାରଟି ର ଯୋଗଫଳ ହିଁ ହେଉଛି ଧର୍ମ। ସତ୍ୟ ହିଁ ପରମ ଆତ୍ମା ଅଟନ୍ତି। ଯେଉଁଠାରେ ସତ୍ୟ ଥାଏ, ସେଠାରେ ପରମାତ୍ମା ଥା’ନ୍ତି। ସତ୍ୟର ଆଶ୍ରୟ ନେଇ ନର ନାରାୟଣଙ୍କ ନିକଟକୁ ଯାଇପାରେ। ଏହି ସମ୍ପର୍କରେ ମହାଭାରତରେ ଏକ ସୁନ୍ଦର କଥା ଅଛି।

    ସତ୍ୟଦେବ ନାମକ ଜଣେ ରାଜା ଥିଲେ। ସେ ଅତ୍ୟନ୍ତ ଧର୍ମ ପରାୟଣ ଥିଲେ। ଥରେ ସେ ଅନ୍ତଃ ପୁରରେ ଅର୍ଦ୍ଧ ରାତ୍ରୀ ସମୟରେ ଜଣେ ନାରୀର କ୍ରନ୍ଦନ ସ୍ଵର ଶୁଣି ପାରିଲେ। ସେ ତାଙ୍କ ନିକଟକୁ ଯାଇ ପଚାରିଲେ, ” ତୁମେ କିଏ? ତୁମେ କ୍ରନ୍ଦନ କରୁଛ କାହିଁକି?”

    ସ୍ତ୍ରୀ ଲୋକଟି କହିଲା, ” ରାଜନ! ମୁଁ ହେଉଛି ଅଲକ୍ଷ୍ମୀ। ତେଣୁ ମୋତେ କେହି ଆଶ୍ରୟ ଦେବାକୁ ଚାହୁଁନାହାନ୍ତି।”

    ରାଜା କହିଲେ, “ଠିକ୍ ଅଛି। ତୁମେ ମୋ ଉଆସରେ ଆଶ୍ରୟ ନିଅ। କାରଣ ମୁଁ ଜଣେ ଆଶ୍ରୟହୀନାଙ୍କୁ ପରିତ୍ୟାଗ କରିପାରିବି ନାହିଁ।”

    ତାପରେ ପ୍ରାତଃ ସମୟରେ ଜଣେ ସୁନ୍ଦରୀ ସ୍ତ୍ରୀଲୋକଙ୍କୁ ଉଆସରୁ ବାହାରକୁ ଯିବାର ଦେଖିଲେ। ସେ ସ୍ତ୍ରୀଲୋକକୁ ପଚାରିଲେ, “ଦେବୀ ତୁମେ କିଏ?”

    ସେ ସ୍ତ୍ରୀ ଉତ୍ତର ଦେଲେ, “ମୁଁ ହେଉଛି ଲକ୍ଷ୍ମୀ। ତୁମେ ଯେହେତୁ ଘରେ ଅଲକ୍ଷ୍ମୀକୁ ଆଶ୍ରୟ ଦେଇଛ, ତେଣୁ ମୁଁ ଏଠାରେ ରହିପାରିବି ନାହିଁ। ମୁଁ ଯାଉଛି।”

    ରାଜା ଅନୁଜ୍ଞା ଦେଲେ।

    କିଛି ସମୟ ପରେ ଜଣେ ସୁନ୍ଦର ପୁରୁଷ ଘରୁ ବାହାରକୁ ବାହାରିଲେ। ଯେତେବେଳେ ରାଜା ତାଙ୍କୁ ପଚାରିଲେ, ” ତୁମେ କିଏ?” ସେ ଉତ୍ତର ଦେଲେ,”ମୁଁ ହେଉଛି ଦାନ। ଯଦି ଲକ୍ଷ୍ମୀ ଚାଲିଗଲେ, ମୁଁ ଏଠାରେ କେମିତି ରହିବି? କାରଣ ତୁମେ ତ ଆଉ ଦାନ ଦେଇପାରିବ ନାହିଁ। ତେଣୁ ମୁଁ ଲକ୍ଷ୍ମୀଙ୍କ ସାଙ୍ଗରେ ଚାଲିଯାଉଛି।” ରାଜା ତାଙ୍କୁ ଯିବାକୁ ଦେଲେ।

    ତାପରେ ତୃତୀୟ ପୁରୁଷ ଜଣେ ବାହାରକୁ ଯିବାକୁ ଲାଗିଲେ। ସେ କହିଲେ, “ମୁଁ ହେଉଛି ସଦାଚାର। ଲକ୍ଷ୍ମୀ ଓ ଦାନ ଚାଲିଗଲା ପରେ ମୋର ଆଉ ଆବଶ୍ୟକତା ନାହିଁ। ରାଜା ତାଙ୍କୁ ମଧ୍ୟ ଯିବାକୁ ଅନୁମତି ଦେଲେ।

    ପୁଣି ଆଉଜଣେ ସୁନ୍ଦର ପୁରୁଷ ବାହାରକୁ ବାହାରିଲେ। ପଚାରିବାରୁ କହିଲେ, ମୁଁ ହେଉଛି, ”ଯଶ। ସେ କହିଲେ, ” ଯେଉଁଠାରେ ଲକ୍ଷ୍ମୀ ସଦାଚାର ନାହାନ୍ତି, ମୁଁ ସେଠାରେ ରହିପାରିବି ନାହିଁ। ରାଜା ତାଙ୍କୁ ମଧ୍ୟ ଅନୁମତି ଦେଇଦେଲେ।

    କିଛି ସମୟ ପରେ ଜଣେ ସୁନ୍ଦର ଦୀପ୍ତିମାନ ଯୁବକ ଘରୁ ବାହାରି ଯିବାକୁ ଲାଗିଲେ। ପଚାରିବାରୁ କହିଲେ, “ମୁଁ ହେଉଛି ସତ୍ୟ। ଯଦି ଆପଣଙ୍କର ଏଠାରେ ଲକ୍ଷ୍ମୀ, ଦାନ, ସଦାଚାର ଏବଂ ଯଶ ରହୁନାହାନ୍ତି, ମୁଁ ଏକଲା କେମିତି ରହିପାରିବି? ମୁଁ ବି ତାଙ୍କ ସହିତ ଚାଲିଲି।”

    ସତ୍ୟଦେବ ରାଜା କହିଲେ, “ମୁଁ ତ କେବେ ହେଲେ ଆପଣଙ୍କୁ ତ୍ୟାଗ କରିନାହିଁ। ତେବେ ଆପଣ କାହିଁକି ଛାଡି ଚାଲିଯାଉଛନ୍ତି। ଆପଣ ହେଉଛନ୍ତି ସତ୍ୟ। କୁହନ୍ତୁ ନା, ଜଣେ ଆଶ୍ରୟହୀନାକୁ ରକ୍ଷା କରିବା କ’ଣ ଅସତ୍ୟ? ଆପଣଙ୍କୁ ନିଜ ପାଖରେ ରଖିବା ପାଇଁ ତ ମୁଁ ଲକ୍ଷ୍ମୀ, ଦାନ, ସଦାଚାର ଏବଂ ଯଶ ଆଦିକୁ ତ୍ୟାଗ କରିଦେଲି। ଆପଣ ମୋତେ ଯଦି ତ୍ୟାଗ କରି ଚାଲିଯିବେ, ତେବେ ମୋର ସର୍ବସ୍ଵ ଚାଲିଯିବ। ମୁଁ ଆପଣଙ୍କୁ ଛାଡ଼ିପାରିବି ନାହିଁ।

    ସତ୍ୟ ରାଜାଙ୍କ ପ୍ରାର୍ଥନା ଶୁଣି ଯାଇପାରିଲେ ନାହିଁ। ସତ୍ୟ ନଯିବାରୁ ପୁଣି ଲକ୍ଷ୍ମୀ, ଦାନ, ସଦାଚାର, ଯଶ ସବୁ ପୁଣି ଫେରିଆସିଲେ। ଏମାନେ ଆସିବାରୁ ଅଲକ୍ଷ୍ମୀ ସେ ଘରୁ ଚାଲିଗଲେ।

    ସତ୍ୟ ହିଁ ଶିବ ଅଟନ୍ତି। ସତ୍ୟ ହିଁ ସୁନ୍ଦର ଅଟନ୍ତି। ସତ୍ୟ ହିଁ ପରମ ଆତ୍ମା ଅଟନ୍ତି। ସତ୍ୟ ପଥର ପଥିକ ନିକଟରେ ସବୁକିଛି ଥାଏ। ଲକ୍ଷ୍ମୀ, ଦାନ, ସଦାଚାର, ଯଶ ଆଦି ମହାନ ଗୁଣ କେବଳ ସତ୍ୟ ପଥର ପଥିକ ନିକଟରେ ଥାଏ। ସତ୍ୟଦେବ ସବୁ କିଛି ତ୍ୟାଗ କରିଥିଲେ। କିନ୍ତୁ ସତ୍ୟର ଆଶ୍ରୟରେ ବଞ୍ଚିଥିଲେ। ଫଳରେ ପୁଣି ଲକ୍ଷ୍ମୀଙ୍କ ଆଗମନରେ ଅଲକ୍ଷ୍ମୀ ସେ ଘରୁ ଯିବା ପାଇଁ ବାଧ୍ୟ ହେଲେ।

    ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ) ବୋରିଗାଁ, ବାଣପୁର, ଖୋର୍ଦ୍ଧା

    ଦୂରଭାଷ- ୯୩୩ ୭୨ ୫୮ ୩୯୮

    ଉପେନ୍ଦ୍ର ବଳିୟାରସିଂହ ମହାଭାରତ ମାତା ଲକ୍ଷ୍ମୀ ସତ୍ୟ ସୁନ୍ଦର କଥା
    Share. Facebook Twitter LinkedIn Email WhatsApp Copy Link
    Previous Articleଇଂଲଣ୍ଡ ଗସ୍ତର ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ କଲେ କେଏଲ୍ ରାହୁଲ, ମିଳିଗଲା ରୋହିତ ଶର୍ମାଙ୍କ ବଦଳ ଖେଳାଳି
    Next Article ଶ୍ରେୟସ୍ ଆୟରଙ୍କ ପ୍ରେମରେ ପାଗଳ ବିଗ୍ ବସ୍ ୧୮ର ଏହି ପ୍ରତିଯୋଗୀ: ବିବାହ କରିବାକୁ କରିଛନ୍ତି ଯୋଜନା

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.