Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନର ସଫଳ ୯ ବର୍ଷ
    ଆଜିର ଖବର

    ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନର ସଫଳ ୯ ବର୍ଷ

    June 9, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଜୁନ ୨୦୧୬ ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ (ପିଏମଏସଏମଏ) ହେଉଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କର ଏକ ପ୍ରମୁଖ ପ୍ରମୁଖ କାର୍ଯ୍ୟକ୍ରମ। ଚଳିତ ବର୍ଷ ଏହା ସଫଳତାର ୯ ବର୍ଷ ପୂରଣ କରିଛି।

    ପ୍ରତିମାସର ୯ ତାରିଖରେ ସମସ୍ତ ଗର୍ଭବତୀ ମହିଳାମାନଙ୍କୁ, ବିଶେଷକରି ଗର୍ଭଧାରଣର ୨ୟ ଓ ୩ୟ ତ୍ରୈମାସରେ, ସୁନିଶ୍ଚିତ, ସମ୍ପୂର୍ଣ୍ଣ ଓ ଉଚ୍ଚ ଗୁଣମାନର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଏହାକୁ ଡିଜାଇନ କରାଯାଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ବିପଦ ଆଶଙ୍କା ଥିବା ଗର୍ଭବତୀଙ୍କ ଆଗୁଆ ଚିହ୍ନଟ କରି ଠିକ ସମୟରେ ଚିକିତ୍ସା ସେବା ଯୋଗାଇ ମାତୃ ଓ ନବଜାତ ମୃତ୍ୟୁହାର ହ୍ରାସ କରିବା। ବର୍ତ୍ତମାନ ସୁଦ୍ଧା, ପିଏମଏସଏମଏ ଅଧୀନରେ ୬.୧୯ କୋଟି ଗର୍ଭବତୀ ମହିଳାଙ୍କର ପରୀକ୍ଷା କରାଯାଇସାରିଛି।

    ଏହି କାର୍ଯ୍ୟକ୍ରମ ଘରୋଇ କ୍ଷେତ୍ର ସହିତ ଜଡିତ ହେବା ପାଇଁ ଏକ ସୁବ୍ୟବସ୍ଥିତ ପଦ୍ଧତି ଅନୁସରଣ କରେ ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ଘରୋଇ ଡାକ୍ତରମାନଙ୍କୁ ଏହି ଅଭିଯାନରେ ସାମିଲ ହେବା, ସଚେତନତା ସୃଷ୍ଟିକରିବାକୁ ରଣକୌଶଳ ପ୍ରସ୍ତୁତ କରିବାରେ ସହାୟତା ଓ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଏହି ଅଭିଯାନରେ ସାମିଲ ହେବାକୁ ପ୍ରେତ୍ସାହିତ କରିବା।

    ଗର୍ଭବତୀ ମହିଳାମାନଙ୍କ ପାଇଁ ପ୍ରସବ ପୂର୍ବ ଯତ୍ନ ପ୍ରଦାନ ଏବଂ ଉପଯୁକ୍ତ ପୁଷ୍ଟି ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ମିଳିତ ପ୍ରୟାସ ଭାରତର ମାତୃମୃତ୍ୟୁ ଅନୁପାତ (ଏମଏମଆର)ରେ ଏକ ଉଲ୍ଲେଖନୀୟ ଉନ୍ନତି ଆଣିଛି, ଯାହାକି ୨୦୧୪-୧୬ ରେ ୧୩୦ରୁ ହ୍ରାସ ପାଇ ୨୦୨୧-୨୩ରେ ୮୦ରେ ପହଞ୍ଚିଛି, ଅର୍ଥାତ ୫୦ ପଏଣ୍ଟର ହ୍ରାସ।

    ପିଏମଏସଏମଏର ଉଦ୍ଦେଶ୍ୟ : ଜାତୀୟ ସ୍ବାସ୍ଥ୍ୟ ମିସନ ଅଧିନରେ ଥିବା ପ୍ରଜନନ, ମାତୃ, ନବଜାତ, ଶିଶୁ ଏବଂ କିଶୋର ସ୍ୱାସ୍ଥ୍ୟ ସହିତ ପୁଷ୍ଟିସାଧନ (RMNCAH+N) ରଣକୌଶଳ ପରି ବୃହତ୍ତର ଲକ୍ଷ୍ୟ ସହ ପିଏମଏସଏମଏ ମେଳ ଖାଉଛି। ଏହାର ଉଦ୍ଦେଶ୍ୟ ମଧ୍ୟରେ ରହିଛି ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ତାଙ୍କ ଗର୍ଭଧାରଣର ଦ୍ୱିତୀୟ କିମ୍ବା ତୃତୀୟ ତ୍ରୈମାସିକରେ ଜଣେ ଡାକ୍ତର/ବିଶେଷଜ୍ଞଙ୍କ ଦ୍ୱାରା ଅତି କମରେ ଗୋଟିଏ ଯାଞ୍ଚ କରିବା ନିଶ୍ଚିତ କରିବା। ପ୍ରସୂତି ପୂର୍ବ ପରିଦର୍ଶନ ସମୟରେ ସ୍ବାସ୍ଥ୍ୟସେବାର ଗୁଣବତ୍ତା ଉନ୍ନତ କରିବା। ପ୍ରାଥମିକ ପର୍ଯ୍ୟାୟରେ ଉଚ୍ଚ-ବିପଦପୂର୍ଣ୍ଣ ଗର୍ଭଧାରଣ (HRP) ଚିହ୍ନଟ ଏବଂ ପରିଚାଳନା କରିବା। ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ପାଇଁ ଉପଯୁକ୍ତ ଜନ୍ମ ଯୋଜନା ଏବଂ ସମ୍ଭାବ୍ୟ ଜଟିଳତା ପାଇଁ ପ୍ରସ୍ତୁତ ରହିବା। ପୁଷ୍ଟିହୀନତା ପୀଡିତ ମହିଳାମାନଙ୍କର ଉପଯୁକ୍ତ ପରିଚାଳନା ସୁନିଶ୍ଚିତ କରିବା। କିଶୋରୀ ଏବଂ ପ୍ରାରମ୍ଭିକ ଗର୍ଭଧାରଣ ଉପରେ ବିଶେଷ ଧ୍ୟାନ ପ୍ରଦାନ।

    ସଂପ୍ରସାରିତ ପିଏମଏସଏମଏ (ଇ-ପିଏମଏସଏମଏ)

    ବିପଦର ଆଶଙ୍କା ଥିବା ଗର୍ଭବତୀମାନଙ୍କ ଚିହ୍ନଟ କରିବା ସହ ସେମାନଙ୍କ ସୁରକ୍ଷିତ ପ୍ରସବ ପର୍ଯ୍ୟନ୍ତ ସହାୟତା ପାଇଁ ଇ-ପିଏମଏସଏମଏ କୌଶଳ ଆରମ୍ଭ କରାଯାଇଥିଲା । ଏଥିରେ ଚିହ୍ନଟ ଏସଆରପି ଗର୍ଭବତୀଙ୍କୁ ଆର୍ଥିକ ପ୍ରେତ୍ସାହନ ଓ ପିଏମଏସଏମଏ ପରିଦର୍ଶନ ବ୍ୟତୀତ ଆଶା କର୍ମୀଙ୍କ ଦ୍ବାରା ଅତିରିକ୍ତ ୩ଟି ପରିଦର୍ଶନ ବ୍ୟବସ୍ଥା ରହିଛି। ଡିସେମ୍ବର ୩୧, ୨୦୨୪ ସୁଦ୍ଧା, ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୭୮.୨୭ ଲକ୍ଷରୁ ଅଧିକ ଉଚ୍ଚ ବିପଦପୂର୍ଣ୍ଣ ଗର୍ଭଧାରଣ ଚିହ୍ନଟ କରାଯାଇଛି। ଏହାର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ଏଚଆରପିଙ୍କ ନାମ ଅନୁସାରେ ତାଲିକାକରଣ। ଅତିରିକ୍ତ ପିଏମଏସଏମଏର ସୁବିଧା। ସୁରକ୍ଷିତ ପ୍ରସବ ପର୍ଯ୍ୟନ୍ତ ବ୍ୟକ୍ତିଗତଭାବେ ତଦାରଖ।

    ପିଏମଏସଏମଏ ଅନ୍ୟ ସରକାରୀ କାର୍ଯ୍ୟକ୍ରମ ସହ ସଂଯୁକ୍ତ ହୋଇ ସେଗୁଡିକର ପରିପୂରକଭାବେ କାମ କରୁଛି। ସେସବୁ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ଜନନୀ ସୁରକ୍ଷା ଯୋଜନା (ଜେଏସଏସକେ), ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ, ଲକ୍ଷ୍ୟ, ସୁରକ୍ଷିତ ମାତୃତ୍ବ ଆଶ୍ବାସନ (ସୁମନ), ପୋଷଣ ଅଭିଯାନ ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନା (ପିଏମଏମଭିଓ୍ବାଇ)।

    ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ (ପିଏମଏସଏମଏ) ମାତୃ ସ୍ୱାସ୍ଥ୍ୟ ପାଇଁ ଏକ ଲକ୍ଷ୍ୟଭିତ୍ତିକ ଏବଂ ଢାଞ୍ଚାଗତ ଆଭିମୁଖ୍ୟକୁ ପ୍ରତିନିଧିତ୍ୱ କରେ। ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ଦିନରେ ଗୁଣାତ୍ମକ ପ୍ରସବ ପୂର୍ବ ସ୍ବାସ୍ଥ୍ୟସେବା ପ୍ରଦାନ କରି, ବିପଦ ଆଶଙ୍କା ଥିବା ଗର୍ଭବତୀଙ୍କୁ ଚିହ୍ନଟ କରି ଏବଂ ଇ-ପିଏମଏସଏମଏ ମାଧ୍ୟମରେ ଡିଜିଟାଲ୍ ଇକୋସିଷ୍ଟମକୁ ସୁଦୃଢ଼ କରି, ଏହି ଯୋଜନା ସାରା ଭାରତରେ ମାତୃ ମୃତ୍ୟୁହାର ହ୍ରାସ ଏବଂ ସୁରକ୍ଷିତ ଗର୍ଭଧାରଣକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

    ପିଏମଏସଏମଏ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନା ଭାରତ ସରକାର
    Share. Facebook Twitter LinkedIn Email WhatsApp Copy Link
    Previous Articleଆରସିବି ଉପରେ ଲାଗିବ ପ୍ରତିବନ୍ଧକ, କିପରି ଏବଂ କାହିଁକି ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ?
    Next Article ଅମିତ ଶାହଙ୍କ ତାଲିକାରେ ଏହି ୨ ବଡ଼ ରାଜ୍ୟ, ୨୦୨୬ ପାଇଁ କଲେ ବଡ଼ ଭବିଷ୍ୟବାଣୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.