Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଦୁଇ ବିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ରାଜ୍ୟ ବିଜେପି, ଯୋଗଦେଲେ ସଭାପତି ମନମୋହନ
    ଆଜିର ଖବର

    ଦୁଇ ବିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ରାଜ୍ୟ ବିଜେପି, ଯୋଗଦେଲେ ସଭାପତି ମନମୋହନ

    June 10, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    Manamohan
    ଦୁଇ ବିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ରାଜ୍ୟ ବିଜେପି, ଯୋଗଦେଲେ ସଭାପତି ମନମୋହନ

    ଭୁବନେଶ୍ୱର: ଦିବଂଗତ ରାଜନେତା ତଥା ଓଡ଼ିଶା ବିଜେପିର ପ୍ରଥମ ବିଧାୟକ ଶ୍ରୀ ପ୍ରସନ୍ନ ପଟ୍ଟନାୟକ ଏବଂ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ରଫିକଙ୍କ ଉଦ୍ଦେଶ୍ୟରେ ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ କାର୍ଯ୍ୟକର୍ତାଙ୍କୁ ପ୍ରେରଣା ଯୋଗାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

    ରାଜ୍ୟ ସଭାପତି ଶ୍ରୀ ସାମଲ ଉଭୟ ନେତାଙ୍କ ସୃତି ଚାରଣ କରି କହିଛନ୍ତି ଯେ, ଦଳ ପାଇଁ ସ୍ୱର୍ଗତଃ ପଟ୍ଟନାୟକ ଓ ରଫିକଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ। ଦଳକୁ ତ୍ରୁଣମୂଳସ୍ତରରେ ମଜ୍‌ଭୁତ କରିବାରେ ଶ୍ରୀ ପଟ୍ଟନାୟକଙ୍କ ଭୂମିକା ଅତୁଳନୀୟ। ରାଜ୍ୟ ବିଜେପିର ପ୍ରଥମ ନିର୍ବାଚନରେ ସ୍ୱର୍ଗତଃ ପଟ୍ଟନାୟକ କାମାକ୍ଷାନଗରରୁ ବିଜୟୀ ହୋଇ ଦଳ ପାଇଁ ମୂଳଦୁଆ ପକାଇଥିଲେ ।

    ସେ ଦଳର ସଂଘର୍ଷମୟ ଯାତ୍ରା ବେଳେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଥିଲେ। ସେହିପରି ସ୍ୱର୍ଗତଃ ରଫିକ୍ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବରଗଡ଼ ଜିଲା ଅନ୍ତର୍ଗତ ତତ୍କାଳୀନ ମେଲଛାମୁଣ୍ଡା ବିଧାନସଭା କ୍ଷେତ୍ରରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ । ଏଥିସହ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରି ଦଳକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦଳ ପାଇଁ ସେମାନଙ୍କ ଅବଦାନ କେବେ ଭୁଲି ହେବ ନାହିଁ । ଉଭୟ ଦିବଂଗତ ନେତାଙ୍କ ବିୟୋଗରେ ଦଳ ପାଇଁ ଅପୁରଣୀୟ କ୍ଷତି ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି।

    ସୃତିଚାରଣ ସଭାରେ ଯୋଗ ଦେଇ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ ମହାନ୍ତି, ସାଂସଦ ବଳଭଦ୍ର ମାଝି, ପ୍ରଦୀପ ପାଣିଗ୍ରାହୀ, ବିଧାୟକ ବିଭୁତି ପ୍ରଧାନ, ଶତୃଘ୍ନ ଜେନା, ଅଶୋକ ମହାନ୍ତି, ଗୈାରୀ ମାଝୀ, ବିଧାୟିକା ସୀମାରାଣୀ ନାୟକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଯଜେ୍ଞଶ୍ୱର ବାବୁ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ଡ.ଯତୀନ ମହାନ୍ତି, ସୀମାଂଚଳ ଖଟେଇ, ବରଗଡ ଜିଲ୍ଲା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମୁକ୍ତା ସାହୁ, ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ନେତ୍ରୀ ସବିତା ନନ୍ଦ ପ୍ରମୁଖ ଉଭୟ ସ୍ୱର୍ଗତଃ ପଟ୍ଟନାୟକ ଏବଂ ସ୍ୱର୍ଗତଃ ରଫିକଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ରାଜ୍ୟ ମୁଖପାତ୍ର ସୁଦିପ୍ତ ରାଏ ଶ୍ରଦ୍ଧାଞ୍ଜଳୀ ସଭା ପରିଚାଳନା କରିଥିଲେ ।

    manamohan ପ୍ରସନ୍ନ ପଟ୍ଟନାୟକ ମହମ୍ମଦ ରଫିକ
    Share. Facebook Twitter LinkedIn Email WhatsApp Copy Link
    Previous Articleବିଜେପିରେ ଯୋଗଦେଲେ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
    Next Article କୋଟିଆନ୍ ଙ୍କ ଶତକ ହାସଲ ପୂର୍ବରୁ ଇନିଂସ ଘୋଷିତ: ଇଂଲଣ୍ଡ ଲାୟନ୍ସ ବିରୋଧରେ ଭାରତ ଏ ର ଚମତ୍କାର ପ୍ରଦର୍ଶନ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.