Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ବିଶ୍ୱ ଯୁବ ବୈଜ୍ଞାନିକ ସମ୍ମିଳନୀ ଓ ଗ୍ଲୋବାଲ୍ ୟଙ୍ଗ୍ ଏକାଡେମୀର ବାର୍ଷିକ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ
    ଆଜିର ଖବର

    ବିଶ୍ୱ ଯୁବ ବୈଜ୍ଞାନିକ ସମ୍ମିଳନୀ ଓ ଗ୍ଲୋବାଲ୍ ୟଙ୍ଗ୍ ଏକାଡେମୀର ବାର୍ଷିକ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ

    June 10, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସହାନୁଭୂତିଶୀଳ, ନୈତିକ ଏବଂ ସମାନତାପୂର୍ଣ୍ଣ ବିଜ୍ଞାନରେ ବିଶ୍ୱାସ କରେ ବୋଲି ମଙ୍ଗଳବାର ଆଇଆଇଟି ହାଇଦ୍ରାବାଦରେ ବିଶ୍ୱ ଯୁବ ବୈଜ୍ଞାନିକ ସମ୍ମିଳନୀ ଓ ଗ୍ଲୋବାଲ୍ ୟଙ୍ଗ୍ ଏକାଡେମୀର ବାର୍ଷିକ ସାଧାରଣ ସଭାରେ ଅଧ୍ୟକ୍ଷତା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

    ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣରେ ସମ୍ମିଳନୀରେ ଯୋଗ ଦେଇଥିବା ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବ ବୈଜ୍ଞାନିକଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଗ୍ଲୋବାଲ୍ ୟଙ୍ଗ୍ ଏକାଡେମୀର ୩୦ ଜଣ ନୂତନ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଭାରତ ତଥା ଆଇଆଇଟି ହାଇଦ୍ରାବାଦକୁ ଚୟନ କରିବା ପାଇଁ ସେ ଗ୍ଲୋବାଲ୍ ୟଙ୍ଗ୍ ଏକାଡେମୀର ପ୍ରଶଂସା କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ, ଏହି ସମ୍ମିଳନୀ କେବଳ ବୈଜ୍ଞାନିକମାନଙ୍କର ଏକ ସମାବେଶ ନୁହେଁ ବରଂ ଆଶା, ଉଦ୍ଦେଶ୍ୟ ଏବଂ ଏକ ସହଭାଗୀତାକୁ  ପ୍ରତିନିଧିତ୍ୱ କରୁଥିବା ଏକ ମଞ୍ଚ ଅଟେ।

    ଭାରତ ପାଇଁ, “ବସୁଧୈବ କୁଟୁମ୍ବକମ୍ – ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ” – କେବଳ ଏକ ସ୍ଲୋଗାନ ନୁହେଁ ବରଂ ଜୀବନ ବଞ୍ଚିବାର ଏକ ପଦ୍ଧତି। ଭାରତ ଏପରି ବିଜ୍ଞାନରେ ବିଶ୍ୱାସ କରେ ଯାହା ସହାନୁଭୂତିଶୀଳ, ନୈତିକ ଏବଂ ନ୍ୟାୟସଙ୍ଗତ ହୋଇଥିବ। ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତର ବୈଶ୍ୱିକ ଭାଗିଦାରୀ ଏକ ବ୍ୟାପକ ମୂଲ୍ୟବୋଧରେ ଅନ୍ତର୍ନିହିତ। ଅନ୍ତରାଷ୍ଟ୍ରୀୟ ସୌର ଗଠବନ୍ଧନ, ବିପର୍ଯ୍ୟୟ ପ୍ରତିରୋଧ ଭିତ୍ତିଭୂମି ପାଇଁ ପଦକ୍ଷେପ, ମିଶନ ଲାଇଫ୍ ଏବଂ ଭାରତ ବିଜ୍ଞାନ ଓ ଗବେଷଣା ଛାତ୍ରବୃତ୍ତି ଭଳି ପଦକ୍ଷେପଗୁଡ଼ିକ ଭାରତର ବିଶ୍ୱ ବନ୍ଧୁତ୍ୱ  ତଥା ବିଜ୍ଞାନ ମାଧ୍ୟମରେ ବିଶ୍ୱ ବନ୍ଧୁତାର ପ୍ରତିଫଳନ।

    ବୈଜ୍ଞାନିକ, ଉଦ୍ଭାବକ ଏବଂ ନୀତି ନିର୍ଦ୍ଧାରକମାନେ ଏକାଠି ହୋଇ କାମ କରିବା ଓ ଦୁର୍ବଳ ଲୋକଙ୍କୁ ସଶକ୍ତ କରୁଥିବା ପରିସଂସ୍ଥାନ ଏବଂ ସମାଧାନ ତିଆରି କରିବା ଦରକାର। ବର୍ତ୍ତମାନର ସମୟ ହିଁ ସେହି ସମୟ। ଏହି ସମ୍ମିଳନୀ ଅନ୍ୟମାନଙ୍କ ସେବାରେ ଜ୍ଞାନକୁ ପ୍ରସାର କରିବାରେ ଏକ ମଞ୍ଚ ଭାବରେ କାର୍ଯ୍ୟ କରିବ। ଶ୍ରୀ ପ୍ରଧାନ ବୈଜ୍ଞାନିକମାନଙ୍କୁ ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବା ଏବଂ ମାନବ-କୈନ୍ଦ୍ରିକ ବିକାଶକୁ ଆଗକୁ ବଢ଼ାଇବା ପାଇଁ ଉଦ୍ଦେଶ୍ୟ ଏବଂ ସହାନୁଭୂତି ସହିତ ସହଯୋଗ ଏବଂ ସହ-ସୃଷ୍ଟି କରିବାକୁ ମଧ୍ୟ ଅନୁରୋଧ କରିଥିଲେ।

    ଶ୍ରୀ ପ୍ରଧାନ ଏହି ଅବସରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଅଧୀନରେ  ଆଇଆଇଟି ହାଇଦ୍ରାବାଦ କ୍ୟାମ୍ପସରେ ବୃକ୍ଷରୋପଣ କରିଥିଲେ।

    ଆଇଆଇଟି, ହାଇଦ୍ରାବାଦର ନିର୍ଦ୍ଦେଶକ ପ୍ରଫେସର ବି.ଏସ୍. ମୂର୍ତ୍ତି, ଭାରତୀୟ ରାଷ୍ଟ୍ରୀୟ ବିଜ୍ଞାନ ଏକାଡେମୀର ସଭାପତି ପ୍ରଫେସର ଆଶୁତୋଷ ଶର୍ମା; ଆଇଆଇଟି ହାଇଦ୍ରାବାଦର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଅଧ୍ୟକ୍ଷ ବି.ଭି.ଆର. ମୋହନ ରେଡ୍ଡୀ ଏବଂ ଅନ୍ୟାନ୍ୟ ଗଣମାନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

    ଏହାବ୍ୟତିତ ଶ୍ରୀ ପ୍ରଧାନ ତେଲେଙ୍ଗାନା ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୋଦୀ ସରକାରଙ୍କ ୧୧ ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କରିଥିଲେ। ସେ କହିଥିଲେ ସେବା, ସୁଶାସନ, ଗରିବ କଲ୍ୟାଣ ଏବଂ ସମାଜର ସମସ୍ତ ବର୍ଗର ବିକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଏକ ସଂସ୍କୃତି ହୋଇଛି। ବିଗତ ଦଶନ୍ଧିରେ ଭିତ୍ତିଭୂମି, ସଫଳତା ଏବଂ ବିଭିନ୍ନ କ୍ଷେତ୍ରରେ ମାଇଲଖୁଣ୍ଟ ଭାରତକୁ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଏକ ଦୃଢ଼ ସ୍ଥିତିରେ ଅବସ୍ଥାପିତ କରୁଛି। ମୋଦୀ ସରକାରରେ ଭାରତ ଅଧିକ ଶକ୍ତିଶାଳୀ, ସୁରକ୍ଷିତ ଏବଂ ଅଧିକ ସମୃଦ୍ଧ ହୋଇଛି।

    ଗ୍ଲୋବାଲ୍ ୟଙ୍ଗ୍ ଏକାଡେମୀ ଧର୍ମେନ୍ଦ୍ର ପ୍ରଧାନ ବାର୍ଷିକ ସାଧାରଣ ସଭା ବିଶ୍ୱ ଯୁବ ବୈଜ୍ଞାନିକ ସମ୍ମିଳନୀ
    Share. Facebook Twitter LinkedIn Email WhatsApp Copy Link
    Previous Articleଶେଷରେ ଚାକିରୀରୁ ନିଳମ୍ବନ ହେଲେ ଆଇଏଏସ ଶ୍ରୀ ଧିମାନ ଚକମା, ଲାଞ୍ଚ ନେଇ ହୋଇଛନ୍ତି ଗିରଫ
    Next Article ସୋନପୁର-ପୁରୁଣାକଟକ ରେଳ ସେକ୍ସନ ଯାଞ୍ଚ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.