Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»କଂଗ୍ରେସରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ
    ଆଜିର ଖବର

    କଂଗ୍ରେସରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ

    June 11, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    କଂଗ୍ରେସରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ

    ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ଯକ୍ଷତାରେ ଓଡ଼ିଶାର ବହୁପରିଚିତ ସାମ୍ବାଦିକ ଶ୍ରୀ ଅରବିନ୍ଦ ଦାସ କଂଗ୍ରେସ ଦଳରେ ସାମିଲ ହେଲେ। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଦଳକୁ ସ୍ବାଗତ କରିବା ସହ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଶ୍ରୀ ଦାସ ଜଣେ ସାମ୍ବାଦିକ ଖାଲି ନୁହେଁ ସେ ଜଣେ ଛାତ୍ର ଜୀବନରୁ ରାଜନୀତି ଓ ସମାଜସେବା ପ୍ରତି ତାଙ୍କର ଶ୍ରଦ୍ଧା ରହିଛି। ସେ ମଧ୍ୟ ଜଣେ ଭଲ ଲେଖକ ଓ କଥାକାର ତାଙ୍କର କଂଗ୍ରେସ ଦଳର ଯୋଗଦାନ କଂଗ୍ରେସ ଦଳକୁ ଅଧୂକ ଶକ୍ତିଶାଳୀ କରିବ ।

    ଶ୍ରୀ ଦାସ ତାଙ୍କ ପ୍ରତିଉତ୍ତରରେ କହିଥିଲେ ସେ ବଲାଙ୍ଗୀର ଜିଲ୍ଲାରେ ସର୍ବପୁରାତନ ମହାବିଦ୍ୟାଳୟ ରାଜେନ୍ଦ୍ର କଲେଜର ସାଧାରଣ ସମ୍ପାଦକ ଥିଲେ । ଛାତ୍ର ଜୀବନରେ ସେ ରାଜନୀତି କରିବାପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ କୌଣସି କାରଣ ଯୋଗୁଁ ତାଙ୍କୁ ଅନ୍ୟବୃତ୍ତିକୁ ଆଦରିବାକୁ ପଡ଼ିଲା। ସେ ଓଡ଼ିଶାର ସବୁଠାରୁ ଅଧିକ ପ୍ରକାଶିତ ସମ୍ବାଦ ଖବର କାଗଜର ଦୀର୍ଘ ୨୭ ବର୍ଷ ଧରି କାର୍ଯ୍ୟରତ ଥିଲେ। ତିନି ଦଶନ୍ଦିପରେ ଡେରି ହେଲେ ମଧ୍ୟ ସେ ସାଧାରଣ ଜୀବନକୁ ଫେରିଛନ୍ତି । ତାଙ୍କ ମତରେ ରାଜନୀତି ହେଉଛି ଶ୍ରେଷ୍ଠ ନୀତି ।

    ସେ କଂଗ୍ରେସର ଯୋଗଦାନ କରିବାର ମୁଖ୍ୟ କାରଣ ହେଲା ଦେଶରେ ଆଜି ସବୁ ଠିକଠାକ ଚାଲି ନାହିଁ । ଯେଉଁଭଳି ଭାବରେ ବେରୋଜଗାରୀ ଧନୀ, ଗରିବ ଭିତରେ ତାରତମ୍ୟ ଓ ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକକୁ ଆସ୍ତେ ଆସ୍ତେ କରାୟତ କରିନିଆଯାଉଛି ତାହା ଏକ ବଡ଼ ବିପଦକୁ ଇଙ୍ଗିତ କରୁଛି। ଏବେ ସମୟ ଆସିଛି ମୋ ଭଳି ବହୁ ଲୋକ ଯେଉଁମାନେ ଗଣତନ୍ତ୍ରକୁ ରକ୍ଷା କରିବାପାଇଁ ଚାହୁଁଛନ୍ତି ଦେଶକୁ ଠିକ ମାର୍ଗରେ ପରିଚାଳିତ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଚିନ୍ତା କରିବାର ସମୟ ଆସିଛି ଓ ନିଷ୍ପତ୍ତି ନେବାର ସମୟ ଆସିଛି । କଂଗ୍ରେସ ଦଳ ଏ ଦେଶକୁ କେବଳ ରକ୍ଷା କରିପାରିବ । ତେଣୁ ମୁଁ କଂଗ୍ରେସରେ ଯୋଗଦାନ କରିଛି ।

    ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଦାସରଥ୍ ଗମାଙ୍ଗୋ, ସୁଦର୍ଶନ ଦାସ, ମନୋରଞ୍ଜନ ମହାନ୍ତି, ରଜନୀ ମହାନ୍ତି, ସୁଧାଂଶୁ ଦେଓ, ମନୋଜ ରାଉତ, ଦୀପକ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

    କଂଗ୍ରେସ ମିଶ୍ରଣ ପର୍ବ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ ଭକ୍ତ ଦାସ
    Share. Facebook Twitter LinkedIn Email WhatsApp Copy Link
    Previous Articleଭୁବନେଶ୍ୱର ସହରାଞ୍ଚଳ ପୋଲିସର ଡିସିପି ଙ୍କ ନବନିର୍ମିତ କାର୍ଯ୍ୟାଳୟ ଉଦ୍‍ଘାଟିତ
    Next Article ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ମହାପ୍ରଭୃ ଧାରଣ କରିବେ ଗଜାନନ ବେଶ, କାରଣ କଣ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.