Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ନମୋ ଆପରେ ଜନ ମନ ସର୍ବେକ୍ଷଣର ଶୁଭାରମ୍ଭ: ପ୍ରଥମଦିନରୁ ମିଳିଲା ପାଞ୍ଚ ଲକ୍ଷରୁ ଅଧିକ ପ୍ରତିକ୍ରିୟା
    ଆଜିର ଖବର

    ନମୋ ଆପରେ ଜନ ମନ ସର୍ବେକ୍ଷଣର ଶୁଭାରମ୍ଭ: ପ୍ରଥମଦିନରୁ ମିଳିଲା ପାଞ୍ଚ ଲକ୍ଷରୁ ଅଧିକ ପ୍ରତିକ୍ରିୟା

    June 11, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୧୧ ବର୍ଷ ପୂର୍ତ୍ତି ଅବସରରେ ନରେନ୍ଦ୍ର ମୋଦୀ ଆପ୍ ବା ନମୋ ଆପ୍ ଜରିଆରେ “ଜନ ମନ ସର୍ବେକ୍ଷଣ”ର ଶୁଭାରମ୍ଭ କରାଯାଇଛି। ଗୋଟିଏ ଦିନରେ ଏହି ସର୍ବେକ୍ଷଣକୁ ପାଞ୍ଚ ଲକ୍ଷରୁ ଅଧିକ ପ୍ରତିକ୍ରିୟା ମିଳିଛି ଯାହା ଅଭିଯାନର ଲୋକପ୍ରିୟତାକୁ ଦର୍ଶାଉଛି।

    ସାଧାରଣ ଲୋକଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରିବା ଏବଂ ସେମାନଙ୍କୁ ପ୍ରମୁଖ ଜାତୀୟ ପ୍ରସଙ୍ଗ ତଥା ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ରାୟ ବ୍ୟକ୍ତ କରିବା ଲାଗି ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଅଭିନବ ସର୍ବକ୍ଷେଣର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ୍ସରେ “ଜନ ମନ ସର୍ବେକ୍ଷଣ”ର ଘୋଷଣା କରିଥିଲେ। ଏହା ସାଧାରଣ ଲୋକଙ୍କୁ ନିଜର ପ୍ରତିକ୍ରିୟା ଏବଂ ରାୟ ବିଷୟରେ ସିଧାସଳଖ ସରକାରଙ୍କୁ ଅବଗତ କରାଇବା ଲାଗି ଉପଯୁକ୍ତ ମଞ୍ଚ ପ୍ରଦାନ କରିଥାଏ। ଏହି ସର୍ବେକ୍ଷଣ ଦେଶର କୋଣଅନୁକୋଣରୁ ଆସିଥିବା ଲୋକଙ୍କ ପ୍ରତିକ୍ରିୟା ମାଧ୍ୟମରେ ଜନସାଧାରଣଙ୍କ ମନର କଥା ଜାଣି ଭବିଷ୍ୟତର ନୀତି ପ୍ରସ୍ତୁତ କରିବାରେ ସେଗୁଡ଼ିକର ବିଚାର କରିବାରେ ସହାୟକ ହେବ।

    ନମୋ ଆପ୍ ମାଧ୍ୟମରେ “ଜନ ମନ ସର୍ବେକ୍ଷଣ” କରାଯାଉଛି। ଏହି ସର୍ଭେ ଭାରତୀୟ ନାଗରିକମାନଙ୍କୁ ଜାତୀୟ ସୁରକ୍ଷା ଏବଂ ଶାସନ ଠାରୁ ଆରମ୍ଭ କରି ସାଂସ୍କୃତିକ ଗର୍ବ ଏବଂ ଯୁବ ବିକାଶ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ସେମାନଙ୍କର ମତାମତ ପ୍ରକାଶ କରିବାର ସୁଯୋଗ ଦିଏ। ପ୍ରଥମ ୨୬ ଘଣ୍ଟାରେ ସାଧାରଣ ଲୋକଙ୍କଠାରୁ ମୋଟ ୫୦୦,୦୦୦ରୁ ଅଧିକ ପ୍ରତିକ୍ରିୟା ପାଇ, ଏହି ସର୍ବେକ୍ଷଣ ଜନସାଧାରଣଙ୍କ ସହିତ ସିଧାସଳଖ ଏବଂ ଅର୍ଥପୂର୍ଣ୍ଣ ଭାବରେ ସଂଯୋଗ ସ୍ଥାପନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ ଉଭା ହୋଇଛି। ଏହି ସର୍ବେକ୍ଷଣ ଲୋକଙ୍କ ମତାମତର ରାଷ୍ଟ୍ର ବିକାଶରେ ଉପଯୁକ୍ତ ଭାବରେ ଯୋଗଦାନ ନିଶ୍ଚିତ କରିଥାଏ।

    ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିବା ଲାଗି ସାଧାରଣ ନାଗରିକ ନମୋ ଆପ୍ ରେ ଉପଲବ୍ଧ ଦୁଇଟି ଭିନ୍ନ ଭିନ୍ନ ସହଯୋଗ ବିକଳ୍ପ ଚୟନ କରିପାରିବେ। ହୋମ ପେଜରେ ଥିବା ନିମ୍ନ ବ୍ୟାନର ମାଧ୍ୟମରେ ଅଂଶଗ୍ରହଣକାରୀ ସର୍ବେକ୍ଷଣରେ ସାମିଲ ହୋଇପାରିବେ।

    http://nm-4.com/janmansurvey2025 ଲିଙ୍କ ଜରିଆରେ ମଧ୍ୟ ସିଧାସଳଖ ଅଂଶଗ୍ରହଣ କରିପାରିବେ। ଆପରେ ଦ୍ୱିତୀୟ ବ୍ୟାନର ଭାବରେ ସେବା ମଡ୍ୟୁଲ୍ ଗତ ୧୧ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ବିଭିନ୍ନ ନୀତିକୁ ସୂଚିତ କରୁଥିବା ବିଭିନ୍ନ କାର୍ଯ୍ୟକଳାପ ମଧ୍ୟରୁ ଗୋଟିଏ ଭାବରେ ଏହି ସର୍ବେକ୍ଷଣରେ ସହଜ ଅଂଶଗ୍ରହଣ ପ୍ରଦାନ କରେ।

    ନମୋ ଆପରେ ଜନ ମନ ସର୍ବେକ୍ଷଣରେ ସାରା ଦେଶର ନାଗରିକଙ୍କ ବିପୁଳ ଅଂଶଗ୍ରହଣ ଦେଖିବାକୁ ମିଳିଛି। ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିବାରେ ଉତ୍ତର ପ୍ରଦେଶର ଲୋକମାନେ ସବୁଠାରୁ ଆଗରେ ଅଛନ୍ତି। ଉଲ୍ଲେଖନୀୟ ଯେ, ମୋଟ ୭୭ ପ୍ରତିଶତ ଉତ୍ତରଦାତା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସର୍ବେକ୍ଷଣରେ ନିୟୋଜିତ ରହିଛନ୍ତି। ଏହା ଏହି ଜାତୀୟ ଆଲୋଚନାରେ ଉଚ୍ଚ ସ୍ତରର ଅଂଶଗ୍ରହଣ ଏବଂ ଆଗ୍ରହକୁ ପ୍ରତିଫଳିତ କରେ। ସେହିପରି ମହାରାଷ୍ଟ୍ର, ହରିୟାଣା, ତାମିଲନାଡ଼ୁ, ଗୁଜରାଟରେ ସର୍ବେକ୍ଷଣକୁ ଭଲ ପ୍ରଦର୍ଶନ ମିଳିଛି।

    ସର୍ବେକ୍ଷଣରେ ବିଭିନ୍ନ ପ୍ରଶ୍ନ ପଚରାଯାଉଛି। ଉଦାହରଣ ସ୍ବରୂପ, ବିଗତ ଏକ ଦଶନ୍ଧିରେ ଆତଙ୍କବାଦ ବିରୋଧରେ ଭାରତର ଦୃଷ୍ଟିକୋଣ କିଭଳି ବଦଳିଛି ? “ଜାତୀୟ ସୁରକ୍ଷା ପ୍ରତି ବିପଦ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି, ଜଣେ ନାଗରିକ ଭାବରେ ଆପଣ କେତେ ସୁରକ୍ଷିତ ଅନୁଭବ କରୁଛନ୍ତି?” ଆଜି ଭାରତର ଦୃଷ୍ଟିକୋଣ ପୂର୍ବ ଅପେକ୍ଷା ଅନ୍ତର୍ଜାତୀୟ ସ୍ତରରେ ଅଧିକ ବୁଝାଯାଉଛି ଏବଂ ପ୍ରଶଂସିତ ହେଉଛି ବୋଲି ଆପଣ କ’ଣ ବିଶ୍ୱାସ କରନ୍ତି କି?” ୨୦୧୪ ପରେ ଭାରତ ପାଇଁ ନିମ୍ନଲିଖିତ ଘଟଣାଗୁଡ଼ିକ ମଧ୍ୟରୁ କେଉଁଟିକୁ ଆପଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବନ୍ତି? “ଗତ ୧୨ ମାସ ମଧ୍ୟରେ ଆପଣ ନିମ୍ନଲିଖିତ ଡିଜିଟାଲ୍ ଇଣ୍ଡିଆ ଉତ୍ପାଦ କିମ୍ବା ସେବା ମଧ୍ୟରୁ କେଉଁଟି ସର୍ବାଧିକ ବ୍ୟବହାର କରିଛନ୍ତି?” “ମହିଳା ନେତୃତ୍ୱାଧୀନ ବିକାଶ” ପଦ୍ଧତି ଅଧୀନରେ ଆପଣ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଅନୁଭବ କରିଛନ୍ତି? “ସ୍କିଲ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଶିକ୍ଷା ସଂସ୍କାର ଭଳି ସରକାରୀ ପଦକ୍ଷେପଗୁଡ଼ିକ ଯୁବକମାନଙ୍କ ପାଇଁ ସୁଯୋଗର ପରିସରକୁ କିପରି ବିସ୍ତାର କରିଛି?” ଭଳି ୧୫ଟି ଭିନ୍ନ ପ୍ରଶ୍ନ ପଚରାଯାଉଛି।

    ଜନ ମନ ସର୍ବେକ୍ଷଣ ନମୋ ଆପ୍ ନରେନ୍ଦ୍ର ମୋଦୀ
    Share. Facebook Twitter LinkedIn Email WhatsApp Copy Link
    Previous Articleଇଂଲଣ୍ଡ ଯିବା ପୂର୍ବରୁ ବିସ୍ଫୋରକ ପାଳି ଖେଳିଲେ ବୈଭବ ସୂର୍ଯ୍ୟବଂଶୀ: ମାତ୍ର ୯୦ ବଲରେ ମାରିଲେ ୧୯୦ ରନ
    Next Article ଆନ୍ତର୍ଜାତୀୟ ଯୋଗ ଦିବସକୁ ପ୍ରୋତ୍ସାହିତ କରିବାକୁ ଆଗେଇ ଆସିଲେ ତାରକା ଏବଂ ପ୍ରଭାବଶାଳୀ ବ୍ୟକ୍ତି

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.