Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ବିକଶିତ ଭାରତର ଅମୃତ କାଳ: ପରିବହନ ଭିତ୍ତିଭୂମିର ରୂପାନ୍ତରିକରଣ
    ଆଜିର ଖବର

    ବିକଶିତ ଭାରତର ଅମୃତ କାଳ: ପରିବହନ ଭିତ୍ତିଭୂମିର ରୂପାନ୍ତରିକରଣ

    June 11, 2025No Comments4 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଗତ ଦଶନ୍ଧି ଭିତରେ ଭାରତର ବ୍ୟାପକ ପରିବର୍ତ୍ତନ ହୋଇଛି। ବିଭିନ୍ନ ପ୍ରକାର ସରକାରୀ ଯୋଜନା, ମିଶନ ମୋଡରେ ପ୍ରକଳ୍ପ ସହ ସାମାଜିକ ଓ ଆର୍ଥିକ ସ୍ଥିତିରେ ସୁଧାର ଆସିଛି। ପ୍ରଗତି, ପିଏମ ଗତିଶକ୍ତି, ଜାତୀୟ ଲଜିଷ୍ଟିକ ପଲିସି, ଭାରତମାଳା, ସାଗରମାଳା, ଉଡାନ ପରି କେତକ ପ୍ରମୁଖ ଯୋଜନା ଲାଗି ଭାରତ ବିକାଶର ଗତିପଥରେ ରହିଛି। ଅଧିକ ସଂଖ୍ୟକ ରାଜପଥ, ଜାତୀୟ ରାଜପଥ ସହ ରେଳବାଇର ବିଦ୍ୟୁତିକରଣ, ଗ୍ରୀନ ଏୟାରଫିଲ୍ଡ ସୃଷ୍ଟି, ପାହାଡିଆ ଅଂଚଳରେ ଝୁଲା ପୋଲ, ସ୍ମାର୍ଟ ଡିଜିଟାଲ ପ୍ଲାଟଫର୍ମ, ଅଭୂତପୂର୍ବ ଭିତ୍ତିଭୂମିର ବିକାଶ ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଦିଗରେ ଆମେ ଅଗ୍ରସର ହୋଇପାରୁଛୁ।

    ଚଳିତବର୍ଷ ନୂଆଦିଲ୍ଲୀରେ ଏପ୍ରିଲ ୩୦ରେ ୪୬ତମ ପ୍ରଗତି ସଭା (ପ୍ରୋ ଆକ୍ଟିଭ ଗଭର୍ଣ୍ଣାନ୍ସ ଆଣ୍ଡ ଟାଇମ୍ଲି ଇମ୍ପ୍ଲିପେନଟେସନ) ଅନୁଷ୍ଠିତ ହୋଇଛି। ଏହି ସ୍କିମ ଅଧୀନରେ ରହିଥିବା ୩୬୩ଟି ପ୍ରକଳ୍ପ ଭିତରୁ ନବେ ହଜାର କୋଟିର ଆଠଟି ପ୍ରକଳ୍ପକୁ ଏହି ବୈଠକରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି।

    ୨୦୨୧ ଅକ୍ଟୋବର ୧୩ରେ ଆରମ୍ଭ କରାଯାଇଥିବା ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଧୀନରେ ରେଳବାଇ, ରାସ୍ତା, ଜଳପଥ, ବିମାନ ବନ୍ଦର, ସଡକ ପଥର ପ୍ରାୟ  ଶହେ ଲକ୍ଷ କୋଟି ଟଙ୍କାର ବିଭିନ୍ନ ଭିତିଭୂମି ଖର୍ଚ୍ଚ କରାଯାଇଛି। ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଭାରତମାଳା, ସାଗରମାଳା କ୍ଷେତ୍ରର ବିଭିନ୍ନ ଯୋଜନା ଅଧୀନରେ ପ୍ରାୟ ୧୫.୩୯ ଲକ୍ଷ କୋଟିର ପ୍ରକଳ୍ପର ସମୀକ୍ଷା କରାଯାଇଥିଲା।

    ୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ଏନଏଲପି ବା ନେସନାଲ ଲଜିଷ୍ଟିକ ପଲିସି ଆରମ୍ଭ କରାଯାଇଥିଲା। ୨୦୩୦ ସୁଦ୍ଧା ୨୫ଟି ପ୍ରମୁଖ ରାଷ୍ଟ୍ର ଭିତରୁ ଭାରତର ଏଲପିଆଇ ବା ଲଜିଷ୍ଟିର ପର୍ଫରମାନ୍ସ ଇଣ୍ଡେକ୍ସ ବୃଦ୍ଧି କରାଯିବ। ୨୦୧୪ ପରିସଂଖ୍ୟାନ ତୁଳନାରେ ୨୦୨୩ରେ ୧୬୦ଟି ଦେଶ ଭିତରୁ ୫୪ଟି ଦେଶର ୧୬ଟି ସ୍ଥାନରେ ବିଶ୍ୱବ୍ୟାଙ୍କର ଏଲପିଆଇ ବୃଦ୍ଧି କରାଯାଇଛି।

    ଚଳିତବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୫୩ ଲକ୍ଷ କିଲୋମିଟର ପରିମିତ ରାସ୍ତା ବୃଦ୍ଧି କରାଯାଇଛି। ତା ଭିତରୁ ଏକ କୋଟି ୪୬ ହଜାର କିମି ଜାତୀୟ ରାଜପଥ, ଏକ କୋଟି ୭୯ ହଜାର କୋଟି କିମିର ରାଜ୍ୟ ରାଜପଥ, ଷାଠିଏ କୋଟି ୧୯ ହଜାର କିମି ଅନ୍ୟ ରାଜପଥ ନିର୍ମାଣ କରାଯାଇଛି। ୨୦୧୪ରୁ ୨୦୨୩-୨୪ ଯାଏ ସଡକ ପରିବହନ ଓ ରାଜପଥ ନିର୍ମାଣ ବଜେଟରେ ୫୭୦ ପ୍ରତିଶତ ବୃଦ୍ଧି କରାଯାଇଛି।

    ଭାରତ ପରିମାଳା ଯୋଜନା ଅଧୀନରେ ୫.୩୫ ଲକ୍ଷ କୋଟିର ୩୪, ୮୦୦ କିମିର ରାସ୍ତା ନିର୍ମାଣ ଲାଗି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଇକୋନୋମିକ କରିଡର, ଇଂଟର କରିଡର, ଫିଡର ରୁଟ, ନେସନାଲ କରିଡର, ବର୍ଡର ଓ ଅନ୍ତରାଷ୍ଟ୍ରିୟ ସଂଯୋଗିକରଣ, ଉପକୂଳ ଓ ବନ୍ଦର ସଂଯୋଗୀକରଣ, ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ପରି ବିଭିନ୍ନ ଭିତିଭୂମି ସରକାର ହତକୁ ନେଇ କାର୍ଯ୍ୟ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ମୋଟ ୨୬, ୪୨୫ କିମି ଭିତରୁ ୨୦, ୩୭୮ କିମିର ରାସ୍ତା ସରିଛି।

    ଅଟଳ ଟନେଲ, ବୋଗିବିଲ ପୋଲ, ଧୋଲା ସାଦିଆ ପୋଲ, ଚେନାନି ନସ୍ରି ଟନେଲ, ଜିବାଙ୍ଗ ଲୋହିତ ପୋଲ, କୋଲ୍ଲମ ବାଇପାସ, ମୈତ୍ରୀ ସେତୁ, ସୁଦର୍ଶନ ସେତୁ, ସୋନମାର୍ଗ ଟନେଲ ପରି ଅନେକ ପ୍ରକଳ୍ପ ସରିଛି। ଅରୁଣାଚଳର ଫ୍ରଟରିୟର ଏକ୍ସପ୍ରେସ, ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ, ଚାରମାର୍ଗ ବିକାଶ ପରିଯୋଜନା ପରି ବିଭିନ୍ନ ପ୍ରମୁଖ ପ୍ରକଳ୍ପର ଏବେ ବି କାମ ଚାଲିଛି। ଅହମଦାବାଦ ଢୋଲେରା, ବେଙ୍ଗାଳୁରୁ ଚେନ୍ନାଇ, ଦିଲ୍ଲୀ ଅମୃତସର କଟରା, କାନପୁର ଲକ୍ଷନୌ ଏକ୍ସପ୍ରେସ ଏସବୁ ଭିତରୁ ଅନ୍ୟତମ।

    ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କୋଟିଏ ୬୩ ହଜାର ଲୋକ ବସବାସ କରୁଥିବା ଅଂଚଳକୁ ରାସ୍ତା ଫିଟିଛି। ପିଏମଜିଏସବାଇ-୨, ପିଏମଜିଏସବାଇ-୩, ପିଏମଜିଏସବାଇ-୪ ଯୋଜନାରେ ବି ଅନେକ ଜାଗାକୁ ସଡକପଥ ତିଆରି ଚାଲିଛି। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ ଆରମ୍ଭ ହୋଇ ଆଦିବାସୀ ଅଧ୍ୟୁଷିତ ଅନେକ ଅଂଚଳକୁ ରାସ୍ତା ଫିଟାଯାଉଛି।

    ମେଟ୍ରୋ ରେଳ ଲାଇନ କ୍ଷେତ୍ରରେ ଚଳିତବର୍ଷ ମେ ମାସ ସୁଦ୍ଧା ୧୦୧୩ କିମି ମେଟ୍ରୋ ଲାଇନ କାର୍ଯ୍ୟକ୍ଷମ ହୋଇପାରିଛି। ଗତ ଏଗାର ବର୍ଷ ଭିତରେ ୭୬୩ କିମି ଅଧିକା ରେଳ ଲାଇନ ଯୋଡା ଯାଇପାରିଛି। ମେଟ୍ରୋ ନେଟବାର୍କ କ୍ଷେତ୍ରରେ ସାରା ବିଶ୍ୱରେ ଭାରତବର୍ଷ ତୃତୀୟ ସ୍ଥାନରେ ରହିଛି। ଏହି କାଳଖଣ୍ଡ ଭିତରେ ୯୯୨ କିମି ବ୍ୟାପୀ ୩୪ଟି ନୂଆ ମେଟ୍ରୋ ରେଳ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ବିଗତ ବର୍ଷ ଅପେକ୍ଷା ମେଟ୍ରୋ ସମ୍ପ୍ରସାରଣ କ୍ଷେତ୍ରରେ ବଜେଟକୁ ଛଅ ଗୁଣା ବୃଦ୍ଧି କରାଯାଇ ୩୪,୮୦୭ କୋଟିରେ ପହଂଚା ଯାଇପାରିଛି।

    ସେହିପରି ରେଳବାଇ କ୍ଷେତ୍ରରେ ବଜେଟକୁ ୨୦୧୪ ବଜେଟ ଅପେକ୍ଷା ନଅ ଗୁଣା ବୃଦ୍ଧି କରାଯାଇଛି। ବନ୍ଦେ ଭାରତ ଟ୍ରେନ, ଅମ୍ରିତ ଭାରତ ଟ୍ରେନ, ନମୋ ଭାରତ ରାପିଡ ରେଲ ପରି ବିଭିନ୍ନ ବିଶ୍ୱମାପ କାଠିର ରେଳ ସେବା ଏବେ ଆମ ଦେଶରେ ଉପଲବ୍ଧ। ଆସନ୍ତା ଦୁଇ ତିନି ବର୍ଷ ଭିତରେ ୨୦୦ଟି ନୂଆ ବନ୍ଦେ ଭାରତ ଟ୍ରେନ, ୧୦୦ଟି ଅମ୍ରିତ ଭାରତ ଟ୍ରେନ, ୫୦ଟି ନମୋ ଭାରତ ରାପିଡ ରେଳ, ୧୭,୫୦୦ଟି ସାଧାରଣ ନନ ଏସି କୋଚର ପ୍ରଚଳନ ହେବାର କାର୍ଯ୍ୟକ୍ରମ ରହିଛି। ଚେନାବ ପୋଲ, ନୂଆ ପବମନ ପୋଲ, କୋସି ରେଲ ମହାସେତୁ ପରି ବିଭିନ୍ନ ନୂଆ ରେଳ ପ୍ରକଳ୍ପ ହାତକୁ ନିଆଯାଇ କାର୍ଯ୍ୟକ୍ଷମ କରାଯାଇଛି।

    ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସାରା ଦେଶରେ ୧୬୦ଟି ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇପାରିଛି। ଏହାରି ଭିତରୁ ୧୪୫ଟି ବିମାନ ବନ୍ଦର, ୨ଟି ବାଟର ଏରୋଡ୍ରମ, ୧୩ଟି ହେଲିପୋର୍ଟ ଅନ୍ତର୍ଭୁକ୍ତ। ଉଡାନ ବା ଉଡେ ଦେଶ କା ଆମ ନାଗରିକ ଯୋଜନାରେ ରିଜିଓନାଲ କନେକ୍ଟିଭିଟି ସ୍କିମ ଲାଗୁ କରାଯାଇଛି। କୃଷି ଉଡାନ ଯୋଜନାରେ ଆଦିବାସୀ ଅଧ୍ୟୁଷିତ ଓ ଉତର-ପୂର୍ବ ରାଜ୍ୟକୁ କୃଷି ଉତ୍ପାଦ ପହଂଚାଇବା ଲକ୍ଷ୍ୟରେ ଅନେକ ପଦକ୍ଷେପ ନିଆଯାଉଛି। ଲାଇଫ ଲାଇନ ଉଡାନ ଯୋଜନାରେ କୋଭିଡ ମହମାରୀ ବେଳେ ସ୍ୱାସ୍ଥ୍ୟ ରକ୍ଷାକାରୀ ଅନେକ ଔଷଧ ଓ ଅନ୍ୟାନ୍ୟ ଜିନିଷ ନିର୍ଦ୍ଦିଷ୍ଟ ଜାଗାରେ ପହଂଚି ପାରିଥିଲା।

    ଏହି ଉଡାନ କାର୍ଯ୍ୟକ୍ରମ ମାଧ୍ୟମରେ କୋଭିଡ ଲାବ ପ୍ରତିଷ୍ଠା, ମେଡିକାଲ ସାମଗ୍ରୀ ସ୍ଥାନାନ୍ତରିକରଣ ଓ ବିଶାଖାପାଟଣା ଗ୍ୟାସ ଲିକ ପରି ବିଭିନ୍ନ ଅସମୟରେ ସେବା ଯୋଗା ଯାଇପାରିଥିଲା। ହେମସ ବା ହେଲିକପ୍ଟର ଏମର୍ଜେନସି ମେଡିକାଲ ସେବା ମାଧ୍ୟମରେ ପରିବାର କଲ୍ୟାଣ ବିଭାଗ ସହ ଯୋଗାଯୋଗ ରକ୍ଷା କରାଯାଇ ଉତରାଖଣ୍ଡ ସରକାର ପାହାଡିଆ ଅଂଚଳରେ ଭଲ ଆମ୍ବୁଲାନ୍ସ ସେବା ଯୋଗାଇପାରିଛନ୍ତି। ପାଇଲଟ ପ୍ରୋଜେକ୍ଟ ହିସାବରେ ଋଷିକେଶ ଏମ୍ସ କ୍ଷେତ୍ରରେ ସଫଳତା ମିଳିପାରିଛି। ଡ୍ରୋନ ଇକୋ ସିଷ୍ଟମ ସଂସ୍କାର ଯୋଜନା ଅଧୀନରେ ଭାରତ ଡ୍ରୋନ ମହୋତ୍ସବ (୨୦୨୨) ଓ ପ୍ରସ୍ତାବିତ ଡ୍ରୋନ ବିଲ (୨୦୨୫) ଲାଗୁ ହେବା ଦ୍ୱାରା ବୈଶ୍ୱିକ ଡ୍ରୋନ ସେବା କ୍ଷେତ୍ରରେ ଭାରତ ଦି ପାଦ ଅଗ୍ରସର ହୋଇପାରିଛି।

    ୨୦୧୪ରୁ ୨୦୨୫ ଭିତରେ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ, ଯାନ୍ତ୍ରିକ ଓ ପ୍ରଯୁକ୍ତିଗତ ଅଗ୍ରଗତି, ବ୍ୟାପକ ପୁଞ୍ଜି ବିନିଯୋଗ କରାଯାଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟରେ ସବୁ କ୍ଷେତ୍ରରେ ଦେଶର ଅଗ୍ରଗତିକୁ ପ୍ରାଧାନ୍ୟ ଦିଆଯାଇ ଭୌଗୋଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ଭାରତବର୍ଷର ସାମର୍ଥ୍ୟକୁ ମଜଭୂତ କରାଯାଉଛି।

    ଅମୃତ କାଳ ଗରିବ କଲ୍ୟାଣ ପରିବହନ ଭିତ୍ତିଭୂମି ବିକଶିତ ଭାରତ ସୁଶାସନ ସେବା
    Share. Facebook Twitter LinkedIn Email WhatsApp Copy Link
    Previous Articleପାକିସ୍ତାନର ପ୍ରତିରକ୍ଷା ବଜେଟ୍ ଭାରତର ଏହି ରାଜ୍ୟର ବଜେଟ୍ ତୁଳନାରେ କମ୍, ଅସ୍ତ୍ରଶସ୍ତ୍ରରେ ଖର୍ଚ୍ଚ କରେ କେତେ?
    Next Article ରେଳ ମନ୍ତ୍ରଣାଳୟର ମୋଟ ୬୪୦୫ କୋଟି ମୂଲ୍ୟର ଦୁଇଟି ପ୍ରକଳ୍ପକୁ ଅନୁମୋଦନ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.