Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ରାଜ୍ୟ ସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
    ଆଜିର ଖବର

    ରାଜ୍ୟ ସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    June 12, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ, ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଥିଲେ।

    ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଗଣତନ୍ତ୍ରରେ ଜନତା ହେଉଛନ୍ତି ଜନାର୍ଦ୍ଦନ। ଜନତାଙ୍କ ସେବାରେ ହିଁ ଜୀବନର ସାର୍ଥକତା। ଓଡିଶାରେ ଡବଲ ଇଞ୍ଜିନ ସରକାର, ଡବଲ ସ୍ପିଡରେ କାମ କରି ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିପାରୁଛି। ଆମ ସରକାରଙ୍କ ଏକ ହଲ୍‍ମାର୍କ ହେଉଛି, ଲୋକଙ୍କ ସହିତ ଯୋଡି ହେବାର ପ୍ରୟାସ।

    ଏହି ଏକ ବର୍ଷରେ ଅନେକ କ୍ଷେତ୍ରରେ ଓଡ଼ିଶାର କାୟାକଳ୍ପ ହୋଇଛି। ମହିଳା, କୃଷକ, ଆଦିବାସୀ ଓ ଯୁବବର୍ଗର ସଶକ୍ତିକରଣ ସହିତ ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଆଶାର ସମ୍ଭାର ସୃଷ୍ଟି ହୋଇପାରିଛି। ଆଜି ଯେଉଁ ବିକାଶ ବାହନ ଯାତ୍ରା ଆରମ୍ଭ ହେବାକୁ ଯାଉଛି, ତାହା ହେଉଛି ଆମ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଜନସାଧାରଣ ମାନଙ୍କୁ ଯୋଡିବାର ଆଉ ଏକ ପ୍ରୟାସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ସେ କହିଥିଲେଯେ ଆମେ ଏହି ବର୍ଷେ ମଧ୍ୟରେ ଲାଗୁ କରିଥିବା ସମସ୍ତ ଯୋଜନାର ସଫଳତା ପାଇଁ ଜନଭାଗିଦାରୀର ବ୍ୟାପକ ଆବଶ୍ୟକତା ରହିଛି। ବିଭିନ୍ନ ସୂଚନା ଓ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚି, ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ନାଗରିକମାନଙ୍କୁ ସଚେତନ କରାଯାଇ ଲୋକଙ୍କୁ ଯୋଜନା ସହିତ ଯୋଡିବା ଆମର ଲକ୍ଷ୍ୟ। ଏହା ଦ୍ୱାରା ପ୍ରଶାସନ ଲୋକାଭିମୁଖୀ ହୋଇପାରୁଛି।

    ମୁଖ୍ୟମନ୍ତ୍ରୀ ପୁଣି କହିଥିଲେଯେ, ସ୍ୱଚ୍ଛ, ଉତ୍ତରଦାୟୀ ଓ ଲୋକାଭିମୁଖୀ ଶାସନର ଏକ ବର୍ଷ ପୂରଣ ଅବସରର, ପ୍ରଶାସନକୁ ଜନ ସାଧାରଣଙ୍କ ଦ୍ୱାର ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶାର ୩୧୪ ଟି ବ୍ଲକ, ୧୧୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୫ଟି ମହାନଗର ନିଗମରେ ଗଡିବ ସ୍ୱତନ୍ତ୍ର ‘ବିକାଶ ବାହନ’ ।ଏହି ବାହନ ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ପ୍ରଗତି ପ୍ରବାହ’ ପୁସ୍ତକ ଏବଂ ଏକ ବର୍ଷର ସଫଳତାର ତଥ୍ୟ ସମ୍ବଳିତ ପୁସ୍ତିକା ମଧ୍ୟ ସମସ୍ତଙ୍କ ପାଖରେ ପହଞ୍ଚିବ । ଏହାଦ୍ୱାରା ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିପାରିବେ । ବିଭିନ୍ନ ଯୋଜନା ଉପରେ ଆଧାରିତ ଭିଡିଓ ମଧ୍ୟ ଦେଖିପାରିବେ।

    ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ପ୍ରଥମ ଦିନରୁ ଜନତାଙ୍କ ସହିତ ଯୋଡି ହେବାର ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା, ଆଜି ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସେହି ପ୍ରୟାସକୁ ଆହୁରି ଜୋରଦାର କରାଯାଇଛି। ଏହି ପ୍ରସାର କାର୍ଯ୍ୟକ୍ରମ ମାଧ୍ୟମରେ, ସରକାର, ଜନସାଧାରଣଙ୍କ ଭାଗୀଦାରିତାରେ ‘ବିକଶିତ ଓଡ଼ିଶା’ ତଥା ସମୃଦ୍ଧ ଓଡ଼ିଶା ଗଠନର ବୃହତ୍ତର ଲକ୍ଷ୍ୟକୁ ସାକାର କରିବା ପାଇଁ ପ୍ରୟାସ କରିଛନ୍ତି।

    ଏହି ଅବସରରେ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ କହିଥିଲେଯେ, ଲୋକଙ୍କ ଆଶୀର୍ବାଦରେ ଆଜି ଡବଲ ଇଞ୍ଜିନର ସରକାର ଓଡ଼ିଶାର ସାମଗ୍ରିକ ବିକାଶ ଓ ସମୃଦ୍ଧିର ଦାୟିତ୍ବରେ ଅଛନ୍ତି। କେନ୍ଦ୍ରରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ସମୃଦ୍ଧ ଓଡ଼ିଶାର ନିର୍ମାଣ ପାଇଁ ସଂକଳ୍ପବଦ୍ଧ। ଏହି ସମୟ ରାଜ୍ୟର ବିକାଶ ଓ ରାଷ୍ଟ୍ରର ପ୍ରଗତି ପାଇଁ ସ୍ବପ୍ନ, ସଂକଳ୍ପ ଓ ସମ୍ଭାବନାର ସମୟ ପ୍ରମାଣିତ ହୋଇଛି। ଏହି ସମୟ ରାଜ୍ୟର ବିକାଶ ଓ ରାଷ୍ଟ୍ରର ପ୍ରଗତି ପାଇଁ ସ୍ବପ୍ନ, ସଂକଳ୍ପ ଓ ସମ୍ଭାବନାର ସମୟ ପ୍ରମାଣିତ ହୋଇଛି। ଏହି ବିକାଶ ବାହନର ଶୁଭାରମ୍ଭ ଆମ ସରକାରଙ୍କ ଓଡ଼ିଶାବାସୀଙ୍କ ପ୍ରତି ସମର୍ପଣର ନୂତନ ଅଧ୍ୟାୟ।

    ଇତ୍ୟବସରରେ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ ଓ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ମଞ୍ଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ୱାଗତ ଭାଷଣ ଦେଇଥିବା ବେଳେ, ବିଭାଗୀୟ କମିଶନର ତଥା ସଚିବ ଗିରିଶ ଏସ. ଏନ ଧନ୍ୟବାଦ ଦେଇଥିଲେ।

    ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ବିକାଶ ବାହନ ମୋହନ ଚରଣ ମାଝୀ
    Share. Facebook Twitter LinkedIn Email WhatsApp Copy Link
    Previous Articleଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ: ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି କରୁଥିଲେ ଯାତ୍ରା
    Next Article ଦିବ୍ୟାଙ୍ଗ ପ୍ରଫୁଲ୍ଲ ଦାସଙ୍କ ସମସ୍ୟା ବୁଝିଲେ ମୁଖ୍ୟମନ୍ତ୍ରୀ: ତୁରନ୍ତ ଘର ଯୋଗାଇଦେବା ପାଇଁ ଦେଲେ ନିର୍ଦ୍ଦେଶ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.