Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଗୁରୁତ୍ୱପୂର୍ଣ୍ଣ ଖଣିଜ ଉତ୍ପାଦନ କ୍ଷେତ୍ରରେ ସିଙ୍ଗାରେନିର ପ୍ରଥମ ପଦକ୍ଷେପ
    ଆଜିର ଖବର

    ଗୁରୁତ୍ୱପୂର୍ଣ୍ଣ ଖଣିଜ ଉତ୍ପାଦନ କ୍ଷେତ୍ରରେ ସିଙ୍ଗାରେନିର ପ୍ରଥମ ପଦକ୍ଷେପ

    June 13, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ସିଙ୍ଗାରେନି କୋଲିୟାରିଜ୍ କମ୍ପାନୀ ଲିମିଟେଡ୍ (ଏସସିସିଏଲ୍) ଏକ ପ୍ରମୁଖ ଜାତୀୟ ସ୍ତରୀୟ ଗବେଷଣା ସଂଗଠନ, ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) – ଖଣିଜ ଏବଂ ସାମଗ୍ରୀ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଏମଏମଟି), ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରି ଗୁରୁତ୍ୱପୂର୍ଣ୍ଣ ଖଣିଜ ଉତ୍ପାଦନ କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।

    ଏହି ବୁଝାମଣାପତ୍ର ଅନୁସନ୍ଧାନ, ବୈଜ୍ଞାନିକ ଗବେଷଣା, ଉନ୍ନତ ପ୍ରଯୁକ୍ତିର ପ୍ରୟୋଗ, ଗୁରୁତ୍ୱପୂର୍ଣ୍ଣ ଖଣିଜ ଉତ୍ପାଦନ ଏବଂ ପରିବେଶ ଅନୁକୂଳ ଖନନ ପଦ୍ଧତି ଗ୍ରହଣ କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ଲକ୍ଷ୍ୟ ରଖି କରାଯାଇଛି।

    ବୁଝାମଣାପତ୍ର ସ୍ଵାକ୍ଷର ହେବା ଅବସରରେ ଭୁବନେଶ୍ୱରସ୍ଥିତ ସିଏସଆଇଆର – ଆଇଏମଏମଟି କାର୍ଯ୍ୟାଳୟରେ ଉଭୟ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

    ଏହି ଅବସରରେ ଏସସିସିଏଲ୍ ର ସିଏମଡି ଏନ. ବଳରାମ କହିଛନ୍ତି ଯେ, ଏହା ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ସିଙ୍ଗାରେନିର ପାଦଚିହ୍ନ ବିସ୍ତାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। ନୀତି ଆୟୋଗର ସଦସ୍ୟ ଏବଂ ଡିଆରଡିଓର ପୂର୍ବତନ ଡିଜି ପଦ୍ମଭୂଷଣ ଡକ୍ଟର ଭି. କେ. ସାରସ୍ୱତଙ୍କ ସହିତ ସିଏସଆଇଆର – ଆଇଏମଏମଟି ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ, ଉଭୟ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ଏବଂ ଏସସିସିଏଲ୍ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ଶ୍ରୀ ଏନ. ବଳରାମଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

    ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ଏନ. ବଳରାମ କହିଥିଲେ ଯେ, କମ୍ପାନୀର ବ୍ୟବସାୟ ବିବିଧତାର ଏକ ଅଂଶ ଭାବରେ ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏସସିସିଏଲ୍ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛି, ଯାହା ଫଳରେ ଏହି ବୁଝାମଣାପତ୍ର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପାଲଟି ଯାଇଛି।

    ସେ ଗୁରୁତ୍ୱାରୋପ କରିଥିଲେ ଯେ, ସିଏସଆଇଆର – ଆଇଏମଏମଟି ସହିତ ମିଳିତ ସହଯୋଗ ଏସସିସିଏଲ୍ ର ଖଣି କ୍ଷେତ୍ରରେ ଉପସ୍ଥିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅନୁସନ୍ଧାନ, ଉତ୍ପାଦନ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକୁ ସହଜ କରିବ। ସିଏସଆଇଆର – ଆଇଏମଏମଟି ଏହି କ୍ଷେତ୍ରରେ ଏସସିସିଏଲ୍ ର ପ୍ରସ୍ତାବିତ ପଦକ୍ଷେପଗୁଡ଼ିକୁ ସମ୍ପୂର୍ଣ୍ଣ ବୈଷୟିକ ସହାୟତା ପ୍ରଦାନ କରିବ ଏବଂ ଚୁକ୍ତିନାମାରେ ଉଲ୍ଲେଖ କରାଯାଇଥିବା ପରି ଉତ୍ପାଦନ ପ୍ରକ୍ରିୟା ସମୟରେ ପରିବେଶ ଦୃଷ୍ଟିକୋଣରୁ ଉପଯୁକ୍ତ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସୁନିଶ୍ଚିତ କରିବ।

    ଶ୍ରୀ ବଳରାମ ଉଲ୍ଲେଖ କରିଛନ୍ତି ଯେ, ପ୍ରାରମ୍ଭିକ ଅଧ୍ୟୟନଗୁଡ଼ିକ ଏସସିସିଏଲ୍ ର କିଛି ଖୋଲା କାଷ୍ଟ ଖଣିରେ ଏବଂ ସିଙ୍ଗାରେନି ଥର୍ମାଲ ପାୱାର ଷ୍ଟେସନ (ଏସଟିପିପି)ରୁ ଉତ୍ପାଦିତ ଫ୍ଲାଏ ଆଶ୍‌ରେ ମଧ୍ୟ ବିରଳ ମୃତ୍ତିକା ଉପାଦାନ (ଆରଇଇ) ର ଉପସ୍ଥିତି ନିଶ୍ଚିତ କରିଛି। ସେ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (ଜିଏସଆଇ) ର ଏକ ଅଧ୍ୟୟନକୁ ମଧ୍ୟ ଉଦ୍ଧୃତ କରିଛନ୍ତି, ଯାହା ମାନୁଗୁରୁ ନିକଟସ୍ଥ ଦୁର୍ଗମ ଗୁଟ୍ଟା ବ୍ଲକରେ ହାରାହାରି 266.21 ପିପିଏମ୍ ଆରଇଇ ନିଶ୍ଚିତ କରିଛି।

    ସେ କହିଛନ୍ତି ଯେ,  ଏସସିସିଏଲ୍ ବର୍ତ୍ତମାନ ଉପଲବ୍ଧ ଆରଇଇ ଗୁଡିକରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉତ୍ପାଦନ ଆରମ୍ଭ କରିବାକୁ ପ୍ରସ୍ତୁତ, ଏବଂ ଆଇଏମଏମଟି ଦ୍ୱାରା ପୂର୍ବରୁ ଯେଉଁ ପ୍ରାରମ୍ଭିକ ଯାଂଚ ହୋଇଛି, ସେଥିରେ ଫ୍ଲାଏ ଆଶ୍, କୋଇଲା ଏବଂ ଇଣ୍ଟରସିମ୍ ମାଟିରେ ଆରଇଇ ଗୁଡିକର ଉପସ୍ଥିତି ଚିହ୍ନଟ କରାଯାଇଛି। ତେଣୁ, ଏହି ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ଆଇଏମଏମଟି ସହିତ ଏକ ଆନୁଷ୍ଠାନିକ ବୁଝାମଣାପତ୍ର ସ୍ଵାକ୍ଷର  କରାଯାଇଥିଲା।

    ଏସସିସିଏଲ୍ 6 ଟି ହାଲୁକା ବିରଳ ମୃତ୍ତିକା ଉପାଦାନ (ଲାନ୍ଥାନମ୍, ସେରିୟମ୍, ପ୍ରେଜୋଡିମିୟମ୍, ଇତ୍ୟାଦି) ଏବଂ 8 ଟି ଭାରୀ ବିରଳ ମୃତ୍ତିକା ଉପାଦାନ (ୟିଟ୍ରିୟମ୍, ସ୍କାଣ୍ଡିୟମ୍, ଡିସପ୍ରୋଜିୟମ୍, ଇତ୍ୟାଦି) ସମେତ 14 ପ୍ରକାରର ଖଣିଜ ପଦାର୍ଥର ଉପସ୍ଥିତି ଚିହ୍ନଟ କରିଛି। ଏହି ଉପାଦାନଗୁଡ଼ିକ ସହିତ ଜଡିତ ଅଧିକ ଅଧ୍ୟୟନ, ମୂଲ୍ୟାଙ୍କନ ଏବଂ ଉତ୍ପାଦନ ପ୍ରକ୍ରିୟା ଏବେ ଆଇଏମଏମଟିର ସହାୟତାରେ କରାଯିବ।

    ସିଏମଡି ଶ୍ରୀ ବଳରାମ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏସସିସିଏଲ୍ ଆରଇଇ ଉତ୍ପାଦନ ସମ୍ପର୍କରେ ଅଷ୍ଟ୍ରେଲିଆ ସହିତ ଆଲୋଚନା ଆରମ୍ଭ କରିଛି ଏବଂ ସେହି ଉଦ୍ୟମରେ ଆଇଏମଏମଟିର ବିଶେଷଜ୍ଞତାକୁ ମଧ୍ୟ ବ୍ୟବହାର କରିପାରେ। ସେ ଉଲ୍ଲେଖ କରିଛନ୍ତି ଯେ, ଭାରତ ସରକାର ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଘରୋଇ ଉତ୍ପାଦନକୁ ସର୍ବାଧିକ ପ୍ରାଥମିକତା ଦେବା ସହିତ, ଏସସିସିଏଲ୍ ଏହି କ୍ଷେତ୍ରରେ ଅନେକ ସମ୍ଭାବ୍ୟ ବ୍ଲକ ବିକାଶ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

    କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସିଏସଆଇଆର–  ଆଇଏମଏମଟି ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ କହିଛନ୍ତି ଯେ ଏସସିସିଏଲ୍ ସହିତ ଏହି ବୁଝାମଣାପତ୍ର ଏକ ବୃହତ ଜାତୀୟ ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ।

    ଏହି ବୁଝାମଣାପତ୍ରରେ ଆନୁଷ୍ଠାନିକ ଭାବରେ ସ୍ୱାକ୍ଷର କରିଥିଲେ:

    ଡକ୍ଟର କାଳି ସଞ୍ଜୟ, ମୁଖ୍ୟ ବୈଜ୍ଞାନିକ ଏବଂ ମୁଖ୍ୟ, ହାଇଡ୍ରୋ ଏବଂ ଇଲେକ୍ଟ୍ରୋମେଟାଲର୍ଜି ବିଭାଗ, ସିଏସଆଇଆର – ଆଇଏମଏମଟି

    ବି. ଶ୍ରୀନିବାସ, ମହାପ୍ରବନ୍ଧକ (ଅନୁସନ୍ଧାନ), ଏସସିସିଏଲ୍

    ଭି. ରାମଦାସ, ମହାପ୍ରବନ୍ଧକ (ବିଡି ଏବଂ ଏସପି), ଏସସିସିଏଲ୍

    ଉପସ୍ଥିତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଏଲ୍. ଭି. ସୂର୍ଯ୍ୟ ନାରାୟଣ, ନିର୍ଦ୍ଦେଶକ (ସଂଚାଳନ), ଏସସିସିଏଲ୍, ସୁଜୟ ମଜୁମଦାର, ଜିଏମ୍, ନୈନି କ୍ଷେତ୍ର, ଏବଂ ଉଭୟ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।

    ଖଣିଜ ଉତ୍ପାଦନ ବୁଝାମଣାପତ୍ର ସ୍ଵାକ୍ଷର ସିଙ୍ଗାରେନି
    Share. Facebook Twitter LinkedIn Email WhatsApp Copy Link
    Previous Articleବିସ୍ତୃତ ରାଶିଫଳ: ଜୁନ ୧୩ ତାରିଖ ଶୁକ୍ରବାରରେ ଆଠଟି ରାଶିର ଲୋକେ ରୁହନ୍ତୁ ସାବଧାନ
    Next Article ରଥଯାତ୍ରାରେ ରେଳବାଇ ଜ୍ୟାକ୍‌ ର ବ୍ୟବହାର ଏକ ଦିବ୍ୟ ସଂଯୋଗ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.