Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଏବଂ ପାରମ୍ପାରିକ ଖାଦ୍ୟ ମେଳା ଉଦ୍ଗାଟିତ
    ଆଜିର ଖବର

    ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଏବଂ ପାରମ୍ପାରିକ ଖାଦ୍ୟ ମେଳା ଉଦ୍ଗାଟିତ

    June 13, 2025No Comments4 Mins Read
    Facebook Twitter LinkedIn Email WhatsApp Copy Link

    ଖୋର୍ଦ୍ଧା: ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଏବଂ ପ୍ରଭାରୀ ମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲା ପ୍ରଦୀପ କୁମାର ବଳ ସାମନ୍ତ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା ରେ ଉଦ୍ଘାଟକ ଭାବେ ଯୋଗଦେଇ ମେଳାକୁ ଉଦ୍ଘାଟନ କରିବା ସହ ବିକାଶ ବାହାନକୁ ଜିଲ୍ଲାରେ ପରିକ୍ରମାକରି ସଚେତନତା ବାର୍ତ୍ତା ପ୍ରଚାର ପ୍ରସାର ଏବଂ ଯୋଜନାରେ ହିତାଧିକାରୀଙ୍କୁ ସଂଯୋଗ କରିବାପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଅପରାହ୍ନରେ ମନ୍ତ୍ରୀ ଶ୍ରୀଯୁକ୍ତ ବଳସାମନ୍ତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ବିକାଶ ମେଳା ୨ ୦୨୫ ସମ୍ଵନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରି ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ମେଳାର ସଫଳତା ଦିଗରେ ସହଯୋଗ ଲୋଡିଥିଲେ।

    ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ମନ୍ତ୍ରୀ ଆଇନ, ପୂର୍ତ୍ତ ଏବଂ ଅବକାରୀ ପୃଥିବୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଯୋଗଦେଇଥିଲେ।

    ସେହିପରି ହାଵେଲି ପଡିଆଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ ପାରମ୍ପାରିକ ଖାଦ୍ୟ ମେଳା -୨୦୨୫ ଉଦ୍ଘାଟନ କରି ଉଦବୋଧନରେ କହିଲେ ଯେ, ରାଜ୍ୟ ସରକାରଙ୍କ ଶାସନର ଏକବର୍ଷ ଶାସନ ପୂର୍ତ୍ତି ରେ ବିଭିନ୍ନ ଜନହିତକର ଲୋକ କଲ୍ୟାଣ ଯୋଜନା ଲାଗୁ କରି ଓଡ଼ିଶାକୁ ବିକଶିତ ଓଡ଼ିଶା ଗଠନ @୨୦୩୬ ଏବଂ ବିକଶିତ ଭାରତ @୨୦୪୭ ପହଞ୍ଚିବାକୁ ଦୃତ ବେଗରେ ଅଗ୍ରସର ହେଉଅଛି, ଯାହା ଆଜିର ଏହି ବିକାଶ ମେଳାରେ ଜନସାଧାରଣଙ୍କ ଉପଲବ୍ଧିରୁ ଜଣାଯାଏ।

    ସେହିପରି ପୂର୍ବଦ୍ୟୋୟ ଭାରତ ବର୍ଷର ବିକାଶରେ ଓଡ଼ିଶା ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ ବୋଲି ମନ୍ତ୍ରୀ ଉଦବୋଧନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ କହିଲେ ଓଡ଼ିଆ ଜାତିର ସମ୍ମାନ, ଅସ୍ମିତା ଓ ବିକାଶକୁ ଆଗକୁ ନେବାପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସଂକଳ୍ପ ନେଇ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚେଇବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆଗକୁ ବଢ଼ୁଛନ୍ତି। ସରକାରଙ୍କ ଉତ୍ସଵ ପାଳନର ମାନସିକତା ନୁହେଁ। ସମସ୍ତ ଯୋଜନାର ପରିଭାଷାକୁ ଲୋକଙ୍କ ଭିତରେ ପରିଚୟ କରିବା ମୁଖ୍ୟ ଉଦ୍ଦେଶ୍ୟ ଓ ନିଛକ ପ୍ରଚେଷ୍ଟା। ବିଗତ ଦିନରେ ନିଯୁକ୍ତି ପ୍ରକ୍ରିୟାରେ ବୟସ ସୀମା ବୃଦ୍ଧି ନହୋଇଥିବା ବେଳେ ଏକ ବର୍ଷ ବର୍ତ୍ତମାନ ଲୋକଙ୍କ ସରକାରରେ ଚାକିରି ବୟସ ସୀମା ୪୨ କୁ ବୃଦ୍ଧି କରାଯାଇଛି।

    ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଦିନରେ ଚାଷୀଙ୍କୁ ୮୦୦ଟଙ୍କା ଇନପୁଟ ସବସିଡି ଦେଇ ଚାଷୀଙ୍କ ମେରୁଦଣ୍ଡକୁ ସୁଦୃଢ କରିଛନ୍ତି। ୨୧ କଥାରୁ ୧୧ ଗୋଟି କଥା ଏହି ବର୍ଷକ ମଧ୍ୟରେ ପୂରଣ କରିଛନ୍ତି ବୋଲି ଉଦବୋଧନ ରଖି ଖୋର୍ଦ୍ଧା ଜିଲ୍ଲାକୁ ସମ୍ବୁଦ୍ଧ ଓ ପ୍ରଗତିଶୀଳ କରିବାକୁ ସମସ୍ତେ ଆଗେଇ ଆସିବାକୁ ଉଦବୋଧନ ଦେଇଥିଲେ।

    ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଉଦବୋଧନରେ କହିଲେ ଯେ, ବର୍ତ୍ତମାନ ଲୋକଙ୍କ ସରକାର ସ୍ଥାପିତ ହେଲା ଯେଉଁଥିରେ ବର୍ଷ ଏକରେ ସଫଳତା ଅନେକ। ଲୋକହିତକର ଯୋଜନାରେ ସରକାର ପ୍ରଥମ ଦିବସରୁ ପ୍ରତ୍ୟେକ ମୂହୁର୍ତ୍ତ ଓ ଘଣ୍ଟାରେ ଚିନ୍ତା କରୁଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଶିକ୍ଷା, ଯୋଗାଯୋଗ, ବୃହତ୍ ଶିଳ୍ପ, କ୍ଷୁଦ୍ର ଶିଳ୍ପ, ହସ୍ତ ଶିଳ୍ପ ଓ ବୟନ ଶିଳ୍ପ, ସହରୀ ସଡ଼କ ଯୋଜନା, ଗଡଖୋର୍ଦ୍ଧା ଭିତ୍ତି ଭୂମି ଅସ୍ମିତାର ବିକାଶ ପ୍ରକଳ୍ପ ସହ ନୂଆ ଖୋର୍ଦ୍ଧା ଜିଲ୍ଲା ଗଠନରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ରାଜ୍ୟସରକାର ଆରମ୍ଭ କରିସାରିଥିବା ବେଳେ ସୁଭଦ୍ରା ଲକ୍ଷପତି ଦିଦି ଭଳି ଯୁଗାନ୍ତକାରୀ ଯୋଜନାରେ ସଫଳତା ନାରୀ ସଶକ୍ତି କରଣରେ ଦୃଷ୍ଟାନ୍ତ ସୃଷ୍ଟି କରିଥିବା ସ୍ଥଳେ ବିକଶିତ ଓଡ଼ିଶା ଗଠନରେ ଖୋର୍ଦ୍ଧା ଜିଲ୍ଲାର ଅବଦାନ ଚରିତାର୍ଥ କରିବା ବୋଲି ଉଦବୋଧନ ଦେଇଥିଲେ।

    ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ନିଜ ଅଭିଭାଷଣରେ କହିଲେ ଯେ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ଯୁଗାନ୍ତକାରୀ ଯୋଜନାରେ ଲୋକଙ୍କୁ ପରିଚିତ କରିବା ସହ ଯୋଜନାରେ ହିତାଧିକାରୀଙ୍କୁ ସଚେତନ କରାଇ ମୁଖ୍ୟସ୍ରୋତରେ ସାମିଲ୍ କରି ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ପୂରଣ କରିବା ଆଜି ହେଉଛି ଖୋର୍ଦ୍ଧା ବିକାଶ ମେଳାର ଉଦ୍ଦେଶ୍ୟ। ଏହି ମେଳାରେ ଜିଲ୍ଲାବାସୀ ସାମିଲ ହୋଇ ଯୋଜନାର ସୁଫଳ ନେବାକୁ ଆହ୍ଵାନ ଦେବାସହ ଅହମ୍ମଦାବାଦ ଏବଂ ଲଣ୍ଡନ ଏଆର ଇଣ୍ଡିଆ ଫ୍ଲାଇଟ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକ ଏବଂ ଆହତଙ୍କ ପାଇଁ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

    ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହ ଓ ଭାରତର ସ୍ଵାଧୀନତା ପ୍ରତି ଏହାର ଅବଦାନ ସମ୍ପର୍କରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ, ଡେପୁଟି କଲେକ୍ଟର, କ୍ରିଷ୍ଣା ଜେନା, ସହକାରୀ କଲେକ୍ଟର, ଦେବବ୍ରତ କର, ଡେପୁଟି କଲେକ୍ଟର ଏବଂ ସିମଲିନ ଚଂପତି, ଜେଆରଏ, ରାଜେଶ କୁମାର ସାମନ୍ତରାୟ,ଶୁଭାଲକ୍ଷ୍ମି ବେହେରା ପ୍ରରସ୍କୃତ ହୋଇଥିଲେ।

    ବସୁନ୍ଧରା ଯୋଜନାରେ ଶାନ୍ତିଲତା ବେହେରା, ପ୍ରଭାତ କୁମାର ଦାସ, କାଦମ୍ବିନୀ ଦାସ, ମାମା ସ୍ବାଇଁ, ନାଥ ସୁବୁଦ୍ଧି,ଦୁଲାମ ମଙ୍ଗରାଜଙ୍କୁ ନେଇ ରାସନ କାର୍ଡ ରେ ୧୫ ହିତାଧିକାରୀ, ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ରେ ବିବାହ ରାଶି ପ୍ରୋତ୍ସାହନ ପୁଜାରାନି ଗୋଛୟତଙ୍କୁ, ଜାତୀୟ ପରିବାର ମଙ୍ଗଳ ଯୋଜନା ରେ ଶୁକାନ୍ତଦାସ, ବର୍ଦ୍ଧିତ ଭତ୍ତା ମୂରଲୀଧର ବେହେରା, ଶ୍ରବଣ ବାଧିତ ଜିବାଂଶ ବେହେରା, ମାନସିକ ଅନଗ୍ରସର ଲକ୍ଷ୍ମୀପ୍ରିୟା ସାହୁ, ଶାରୀରିକ ଭିନ୍ନକ୍ଷମ ବିଜୟ ରଞ୍ଜନ ସାହୁ, ଶ୍ରବଣ ବାଢ଼ିତ ଛାତ୍ରୀ ଜ୍ୟୋସ୍ନା ମୟୀ ସାହୁ, ନିର୍ମାଣ ଶ୍ରମିକ ମୃତ୍ୟୁ କାଳୀନ ସହାୟତା, ବିବାହ ସହାୟତା, ପ୍ରସୁଟତିକାଲିନ ସହାୟତା, ପୁଅର ଶିକ୍ଷା ସହାୟତା, ପଞ୍ଜୀକୃତ ନିର୍ମାଣ ଶ୍ରମିକ କାର୍ଡ, ଅନସଂଗଠିତ ପରିବାରକୁ ମୃତ୍ୟୁ କାଳୀନ ସହାୟତା,, ଅଣ ସଂଗଠିତ ପଞ୍ଜୀକୃତ ଶ୍ରମିକ କାର୍ଡ ହିତାଧିକାରୀ ସହାୟତା ପ୍ରଦାନ କରାଯାଇଥିଲା

    ଶେଷରେ ଅତିରିକ୍ତ ଜିଲ୍ଲାପାଳ  ପ୍ରତାପ ଚନ୍ଦ୍ର ବେଉରା ଧନ୍ୟ ବାଦ୍ ପ୍ରଦାନ କରିଥିଲେ।  ପରିଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତରଫରୁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

    ଏକ ବର୍ଷ ପୂର୍ତ୍ତି ଖୋର୍ଦ୍ଧା ଜିଲ୍ଲା ପାରମ୍ପାରିକ ଖାଦ୍ୟ ମେଳା ବିକାଶ ମେଳା ହାବେଲୀ ପଡ଼ିଆ
    Share. Facebook Twitter LinkedIn Email WhatsApp Copy Link
    Previous Articleଇସ୍ରାଏଲୀ ଆକ୍ରମଣରେ ଇରାନକୁ ବଡ଼ ଝଟକା, ଚିଫ୍ ଅଫ୍ ଷ୍ଟାଫ୍ ଏବଂ ସେନା ମୁଖ୍ୟ ନିହତ
    Next Article ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ଭିନ୍ନ ଭିନ୍ନ ସମସ୍ୟା ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହିତ ଓଷ୍ଟାର ଆଲୋଚନା

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.