Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
    ଆଜିର ଖବର

    ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

    June 13, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଦେହାନ୍ତରେ ଆଜି ଶୋକବ୍ୟକ୍ତ କରିଛନ୍ତି। ଗତକାଲି ଅହମ୍ମଦାବାଦରେ ଏକ ବିମାନ ଦୁର୍ଘଟଣାରେ ଶ୍ରୀ ରୂପାଣୀଙ୍କର ପରଲୋକ ହୋଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଶ୍ରୀ ରୂପାଣୀଙ୍କର ପ୍ରତିଷ୍ଠିତ ରାଜନୈତିକ ଜୀବନୀ ଉପରେ ଆଲୋକପାତ କରିଛନ୍ତି। ରାଜକୋଟ ମହାନଗର ନିଗମରେ ତାଙ୍କର କାର୍ଯ୍ୟକାଳ, ରାଜ୍ୟସଭା ସାଂସଦ, ଗୁଜରାଟ ବିଜେପି ଅଧ୍ୟକ୍ଷ ଏବଂ ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ତାଙ୍କର ଭିନ୍ନ ଭିନ୍ନ ଭୂମିକାକୁ ଶ୍ରୀ ମୋଦୀ ସ୍ମରଣ କରିଛନ୍ତି।

    ଏକ୍ସରେ ଏକ ଥ୍ରେଡ୍‌ ପୋଷ୍ଟ କରି ଶ୍ରୀ ମୋଦୀ ଲେଖିଛନ୍ତି:

    ‘‘ଶ୍ରୀ ବିଜୟଭାଇ ରୂପାଣୀଙ୍କ ପରିବାରକୁ ଭେଟିଲି।

    ବିଜୟଭାଇ ଆମ ଗହଣରେ ଆଉ ନାହାନ୍ତି, ଏହା ବିଶ୍ୱାସ କରି ହେଉନାହିଁ। ମୁଁ ତାଙ୍କୁ ଅନେକ ଦଶନ୍ଧି ହେବ ଜାଣିଛି। ଆମେ କାନ୍ଧରେ କାନ୍ଧ ମିଶାଇ କାମ କରିଛୁ, ଏଥିରେ ଅନେକ ଆହ୍ୱାନପୂର୍ଣ୍ଣ ସମୟ ମଧ୍ୟ ସାମିଲ ଥିଲା। ବିଜୟଭାଇ ଅତ୍ୟନ୍ତ ନମ୍ର ଏବଂ ପରିଶ୍ରମୀ ଥିଲେ। ଦଳର ବିଚାରଧାରା ପ୍ରତି ସେ ଦୃଢ ଭାବରେ ପ୍ରତିଶ୍ରୁତିବଦ୍ଧ ଥିଲେ। ସେ ଧୀରେ ଧୀରେ ପଦୋନ୍ନତି ହାସଲ କରିଥିଲେ, ସଂଗଠନରେ ବିଭିନ୍ନ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ନିଷ୍ଠାର ସହ ସେବା କରିଥିଲେ।’’

    ରାଜକୋଟ ମହାନଗର ନିଗମରେ ହେଉ, ରାଜ୍ୟସଭା ସାଂସଦ ଭାବେ ହେଉ, ଗୁଜରାଟ ବିଜେପି ଅଧ୍ୟକ୍ଷ ଭାବେ ହେଉ, କିମ୍ବା ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ହେଉ, ପ୍ରତ୍ୟେକ ଦାୟିତ୍ୱରେ ସେ ନିଜକୁ ପ୍ରତିଷ୍ଠିତ କରିଥିଲେ।’’

    ‘‘ବିଜୟଭାଇ ଏବଂ ମୁଁ ସେତେବେଳେ ମଧ୍ୟ ବ୍ୟାପକ ଭାବେ କାର୍ଯ୍ୟ କରିଛୁ ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଗୁଜରାଟର ବିକାଶ ଗତିକୁ ବୃଦ୍ଧି କରିବା, ବିଶେଷ କରି ସହଜ ଜୀବନଧାରଣକୁ ପ୍ରୋତ୍ସାହିତ କରିବା ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ। ଆମର ବାର୍ତ୍ତାଳାପକୁ ମୁଁ ସର୍ବଦା ମନେ ରଖିବି। ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ମୋର ସମାବେଦନା ଜଣାଉଛି। ଓମ୍ ଶାନ୍ତି।’’

    ଗୁଜରାଟ ନରେନ୍ଦ୍ର ମୋଦୀ ବିଜୟ ରୂପାଣୀ
    Share. Facebook Twitter LinkedIn Email WhatsApp Copy Link
    Previous Articleଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ DGCA ର ବଡ଼ ନିଷ୍ପତ୍ତି, ବୋଇଂ 787 ବିମାନର ହେବ ସୁରକ୍ଷା ଯାଞ୍ଚ
    Next Article ଇରାନ ଉପରେ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ ହେଲା ଆଲୋଚନା

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.