Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»କାହାଣୀର ଗଣତନ୍ତ୍ର: ଭାରତର ପୂର୍ବ ହୃଦୟରୁ ଆସିବ ରୋମାଞ୍ଚକର କାହାଣୀ
    ଆଜିର ଖବର

    କାହାଣୀର ଗଣତନ୍ତ୍ର: ଭାରତର ପୂର୍ବ ହୃଦୟରୁ ଆସିବ ରୋମାଞ୍ଚକର କାହାଣୀ

    June 14, 2025No Comments6 Mins Read
    Facebook Twitter LinkedIn Email WhatsApp Copy Link

    ଫିରଦୌସୁଲ ହାସନ

    ଆମେ ଏକ ନୀରବ ବିପ୍ଳବରେ ବଞ୍ଚୁଛୁ।

    ଏହା ଏମିତି ଏକ କାହାଣୀ ନୁହେଁ, ଯାହା ଖବରକାଗଜ ବା ଟେଲିଭିଜନ୍‍ର ଶିରୋନାମାରେ ରହିଛି ଅବା ସାମାଜିକ ଗଣମାଧ୍ୟମରେ ପ୍ଲାବିତ ହେଉଛି, ବରଂ ଏହା ଏମିତି କାହାଣୀ ଯାହା ବାସ୍ତବତାକୁ ଆଧାର କରି ଏହି ଧରା ପୃଷ୍ଠରେ ଗୁଞ୍ଜିରିତ ହେଉଛି। ସାଧାରଣ ଫିଲ୍ମ ସମ୍ପାଦନା କୋଠରୀ ହେଉ, ବା ଉଧାରରେ ଆସିଥିବା ଲାପ୍‍ଟପ୍‍ର ଏକ୍‍ସଆର୍‍ ଲାବ ଅବା ପୁଣି ଶୟନ କକ୍ଷରେ ଏହା ଆକର୍ଷଣୀୟ ରୂପ ନେଉଛି। ସିଲଚାରର ଏମିତି ଏକ ସାଧାରଣ ଯୁବକର କାହାଣୀ ଇଏ, ଯେଉଁଠି ଜଣେ ୨୨ ବର୍ଷୀୟ ଯୁବକ ତାଙ୍କ ଜେଜେମା’ଙ୍କଠାରୁ ଶୁଣିଥିବା ଯୁଦ୍ଧ କାହାଣୀକୁ ଆନିମେସନ୍‍ ସିନେମାର ରୂପ ଦେଇ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରୁଛି। ଏମିତି କାହାଣୀ ସେଇ ଗାଁଗୁଡ଼ିକରେ ରହିଛି ଯେଉଁଠି ପିଲାମାନେ ବଙ୍ଗଳା ଡିଟେକ୍ଟିଭ୍‍ ସିରିଜ୍‍ ଦେଖିବାରେ ବ୍ୟସ୍ତ ଥିବା ବେଳେ ଏଠାର ଷ୍ଟୁଡିଓସବୁ ତାମିଲ ସ୍କ୍ରିପ୍ଟକୁ ୧୭ଟି ଭାରତୀୟ ଭାଷାରେ ଭାଷାନ୍ତରଣ କରିବାରେ ଲାଗିପଡ଼ିଛନ୍ତି-  ଏଆଇ ଦ୍ୱାରା।

    ଏହା କଳା ଏବଂ କୋଡ୍‌ର ସନ୍ଧିସ୍ଥଳରେ ଭାରତର ଅବତାରଣାକୁ ଦର୍ଶାଉଛି।

    ଉଦଗୀର୍ଣ୍ଣ ଅପେକ୍ଷାରେ ଏକ ମୃଦୁଶକ୍ତି 

    ବହୁତ ଦିନ ଧରି, ଭାରତୀୟ ସିନେମା ବଲିଉଡର ବକ୍ସ ଅଫିସ କିମ୍ବା ଏହାର ଅନ୍ତର୍ଜାତୀୟ ମହୋତ୍ସବରେ ଗ୍ରହଣ କରୁଥିବା ଆଦରକୁ ଭିତ୍ତିକରି ମାପ କରାଯାଉଥିଲା। ତାହା ଏକ ସଂକୀର୍ଣ୍ଣ ଦୃଷ୍ଟିକୋଣ ଥିଲା। ଏହି ଦୃଷ୍ଟିକୋଣରେ ଆମେ ଯାହା ହରାଇଥିଲୁ ତାହା ହେଉଛି ଦବି ଯାଉଥିବା ଆମ ନୀରବ ଶକ୍ତି: ଲୋକ ବାସ୍ତବବାଦ, କାଳ୍ପନିକ ଆଦିବାସୀ କାହାଣୀ, ଇଣ୍ଡି ଆନିମେସନ୍, ଗେମିଂ – ଯେଉଁ ବିଷୟଗୁଡ଼ିକ ନବେ ଦଶକରେ ବଜାରଯୋଗ୍ୟ ନଥିଲା କିନ୍ତୁ ଆଜି ତାହା ମୁଦ୍ରୀକରଣଯୋଗ୍ୟ ହୋଇଛି।

    ବର୍ତ୍ତମାନର ସରକାର, ଏହି ଟେକ୍ଟୋନିକ୍ ପରିବର୍ତ୍ତନକୁ ପ୍ରାରମ୍ଭିକ ଭାବରେ ଅନୁଭବ କରିଛନ୍ତି – ଏବଂ ଚିନ୍ତାଧାରାରେ ସ୍ପଷ୍ଟତା ଏବଂ ବ୍ୟାପକ ଉଦ୍ଦେଶ୍ୟ ସହିତ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ୱେଭ୍ସ ୨୦୨୫,  କ୍ରିଏଟ୍‍ ଇନ୍‍ ଇଣ୍ଡିଆ ଚ୍ୟାଲେଞ୍ଜ ଏବଂ  ୱେଭଆକ୍ସିଲରେଟର ଭଳି ପଦକ୍ଷେପଗୁଡ଼ିକ କେବଳ ନୀତି-ସ୍ତରୀୟ ସଙ୍କେତ ନୁହେଁ, ବରଂ  ଭାରତର ସୃଜନଶୀଳ ପୁଞ୍ଜିକୁ ଏକ ଜାତୀୟ ସମ୍ପତ୍ତି ଭାବେ ଘୋଷଣା। ଏହା ମଧ୍‍ୟ ସୂଚନା ଦେଉଛି ଯେ କାହାଣୀ କହିବା ଆଉ ସଂସ୍କୃତିର ଏକ ଅଳଙ୍କାରିକ ଉପ-ଉତ୍ପାଦ ହୋଇ ନୁହେଁ, ବରଂ କୂଟନୀତି, ନବସୃଜନ ଏବଂ ଅର୍ଥନୀତିର ଏକ ପରିବାହକ ତଥା ଇଞ୍ଜିନ ସାଜିଛି।

    କାରଣ କାହାଣୀ କହିବା ଆଉ କେବଳ ଭାବପ୍ରବଣତା ନୁହେଁ – ଏହା ଅର୍ଥନୈତିକ ପୁଞ୍ଜି। କେବଳ ଏଭିଜିସି ଏକ୍ସ ଆର୍‍ କ୍ଷେତ୍ର ୨୦୨୫ ସୁଦ୍ଧା ୪୫ ହଜାର କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି, ଯାହା ବାର୍ଷିକ ପ୍ରାୟ ୧୭% ହାରରେ ବୃଦ୍ଧି ପାଉଛି। ଫିକି- ଇଓ୍ୱାଇ-୨୦୨୪ ତଥା ଅନୁସାରେ  ବର୍ଷକୁ ବର୍ଷ ଓଟିଟି ବିଷୟବସ୍ତୁ ବ୍ୟବହାର  ୨୦ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଆଞ୍ଚଳିକ ବିଷୟବସ୍ତୁ ଏବେ ମୋଟ ଦର୍ଶକଙ୍କ ସଂଖ୍ୟାର ୫୫% ରୁ ଅଧିକ।   ଏହା ଏକ ଧାରା ନୁହେଁ, ବରଂ ଏକ ନୂତନ ବିଷୟବସ୍ତୁ ( କଣ୍ଟେଣ୍ଟ) ଅର୍ଥନୀତି ଏବେ ନିଜର ରୂପ ନେଉଛି – ଏବଂ ଏଥର, ଏହା ବହୁଭାଷୀ ଏବଂ ବହୁ-ଭୌଗୋଳିକ ହୋଇଛି।

    କାଳ୍ପନିକରୁ ବଜାର: ଜାଗ୍ରତ ହେଉଛି ପୂର୍ବ

    ଆସନ୍ତୁ ସ୍ପଷ୍ଟ ଭାବରେ କହିବା। ଯଦି ଭାରତ ପ୍ରକୃତରେ ବିଶ୍ୱର ବିଷୟବସ୍ତୁ ( କଣ୍ଟେଣ୍ଟ) ରାଜଧାନୀ ହେବାକୁ ଚାହୁଁଛି, ତେବେ ଏହା ମୁମ୍ବାଇ-ଦିଲ୍ଲୀ-କୈନ୍ଦ୍ରିକ ହୋଇ ରହିପାରିବ ନାହିଁ। ବିଶ୍ୱ କାହାଣୀ କହିବାର ପରବର୍ତ୍ତୀ ଲମ୍ଫ ପୂର୍ବ ଏବଂ ଉତ୍ତର-ପୂର୍ବରୁ ଆସିବା ଉଚିତ – ସେହି ଭୂମିରୁ ଯେଉଁଗୁଡ଼ିକ ଦୀର୍ଘ ସମୟ ଧରି ଭାରତକୁ ଏହାର ସବୁଠାରୁ ମୌଳିକ ସାହିତ୍ୟିକ, ସଂଗୀତ ଏବଂ ଦାର୍ଶନିକ ସ୍ୱର ପ୍ରଦାନ କରିଆସିଛନ୍ତି।

    ଏହି କ୍ଷେତ୍ରଗୁଡ଼ିକ ଅନୁନ୍ନତ ନୁହେଁ। ଏଗୁଡ଼ିକ ଯୋଗାଯୋଗରୁ ଦୂରରେ । ଏଗୁଡ଼ିକରେ କାହାଣୀର ଅଭାବ ନାହିଁ। ଏଗୁଡ଼ିକ ମୌଳିକତାରେ ପରିପୂର୍ଣ୍ଣ – ଆଓ ଏବଂ ଖାସିଙ୍କ ମୌଖିକ ରହସ୍ୟବାଦରୁ ବଙ୍ଗଳା ସିନେମାର ଗୀତ ସହ ବାସ୍ତବବାଦ, ସାନ୍ତାଳ ମହାକାବ୍ୟରୁ ବୋଡୋ ବିଜ୍ଞାନକଥାରୂପକ ପର୍ଯ୍ୟନ୍ତ ଅନେକ କାହାଣୀରେ ଭାରତର ମୌଳିକତା ରହିଛି, ଯାହା ବିଶ୍ୱକୁ କାହାଣୀ କହିବାର ନେତୃତ୍ୱ ଦେବାକୁ ପ୍ରସ୍ତୁତ।

    ଐତିହାସିକ ଭାବରେ ଏଥିରେ ଯାହା ଅଭାବ ଥିଲା ତାହା ହେଉଛି ସଂରଚିତ ବଜାର, ସୁଲଭ ଉପକରଣ, ବଣ୍ଟନ ଏବଂ ସଠିକ୍ ପ୍ଲାଟଫର୍ମ ଯାଏ ପହଞ୍ଚ।  ଅତ୍ୟନ୍ତ ସାଧୁବାଦ ଯେ ତାହା ପରିବର୍ତ୍ତନ ହେବା ଆରମ୍ଭ ହୋଇଛି।

    ଆଜି, କୋଲକାତା ଏହି ଅବ୍ୟବହୃତ ଚମତ୍କାର କରିଡରର ଏକ ରଣନୈତିକ ପ୍ରବେଶ ପଥ ଭାବରେ ଉଭା ହେଉଛି। ନିର୍ମାଣ ପାଇଁ ପ୍ରସ୍ତୁତ ଷ୍ଟୁଡିଓ, ପ୍ରଚୁର ପ୍ରଶିକ୍ଷିତ ଟେକ୍ନିସିଆନ୍, ବିଶ୍ୱସ୍ତରୀୟ ପୋଷ୍ଟପ୍ରଡକ୍ସନ ସୁବିଧା ଏବଂ ପରୀକ୍ଷଣ ସହିତ ଐତିହ୍ୟକୁ ମିଶ୍ରଣ କରୁଥିବା ଏକ ବୌଦ୍ଧିକ ସଂସ୍କୃତି ସହିତ, ବଙ୍ଗଳା ଭାରତର ପରବର୍ତ୍ତୀ ମହାନ କଣ୍ଟେଣ୍ଟ କେନ୍ଦ୍ର ହେବାକୁ ପ୍ରସ୍ତୁତ।

    ଏହା ସହିତ ଆସାମ, ତ୍ରିପୁରା, ସିକିମ୍, ମିଜୋରାମ, ମଣିପୁର, ନାଗାଲାଣ୍ଡ ଏବଂ ଅରୁଣାଚଳ ସହିତ ଏହାର ସଂଯୋଗକୁ ଲକ୍ଷ୍ୟ କରନ୍ତୁ ଆପଣ ଜାଣିପାରିବେ ଏହା କୌଣସି ଅଞ୍ଚଳ ନୁହେଁ, ବରଂ ଏକ ସୃଜନଶୀଳ ଇକୋସିଷ୍ଟମ ଯାହା ସକ୍ରିୟ ହେବାକୁ ଅପେକ୍ଷା କରିଛି।

    ସ୍ଥାନଗୁଡିକ? ଆଶ୍ଚର୍ଯ୍ୟଜନକ। ଖର୍ଚ୍ଚ? ପରିଚାଳନାଯୋଗ୍ୟ। କର୍ମଚାରୀ? କ୍ଷୁଧାର୍ତ୍ତ। ଭିତ୍ତିଭୂମି? ବଢୁଛି।

    କାହାଣୀ କହିବାଠୁ କାହାଣୀ-ସ୍ଥାପତ୍ୟ ପର୍ଯ୍ୟନ୍ତ

    ଡିଜିଟାଲ୍ ଯୁଗରେ, କାହାଣୀଗୁଡ଼ିକ “ଦି ଏଣ୍ଡ” ରେ ସମାପ୍ତ ହୁନ୍ତି ନାହିଁ। ସେମାନେ ନୂତନ ଫର୍ମାଟରେ ଲୁପ୍ ହୁଅନ୍ତି – ମେମ୍ସ, ଗେମ୍ସ, ଆନିମେଟେଡ୍ ସ୍ପିନ୍-ଅଫ୍, ଇମର୍ସିଭ୍ ପ୍ରଦର୍ଶନୀ, ଏଆର୍‍ ଅନୁଭୂତି ପ୍ରଭୃତି। ଅର୍ଥାତ୍‍ କାହାଣୀ ଆଉ ରେଖୀୟ ନୁହେଁ – ଏହା ବୃତ୍ତାକାର, ଇଣ୍ଟରାକ୍ଟିଭ୍, ଗତିଶୀଳ ହୋଇଛି।

    ଏବଂ ଭାରତ, ଏହାର ବୈଷୟିକ ପ୍ରଚଳନ ଏବଂ କଳାତ୍ମକ ଆତ୍ମାର ବିରଳ ମିଳନ ସହିତ, ଯୁଗୋପଯୋଗୀ ହେବାକୁ ଅନନ୍ୟ ଭାବରେ ସଜ୍ଜିତ ହୋଇଛି।

    ଆମେ ଏମିତି ଏକ ଦେଶ ଯାଉଁଠାରେ କବିମାନେ କୋଡିଂ କରନ୍ତି। ଆମର ଚଳଚ୍ଚିତ୍ର ନିର୍ମାତା ପଦ୍ୟ ଏବଂ ବାକ୍ୟବିନ୍ୟାସ ଚିନ୍ତା କରନ୍ତି। ଆମର ଆନିମେଟରମାନେ ରୂପକରୁ ଆଲଗୋରିଦମ ନିର୍ମାଣ କରନ୍ତି। ଯେତେବେଳେ ଜଣେ ମଣିପୁରୀ ଏକ୍ସଆର୍‍ କଳାକାର ଆଦିବାସୀ ସ୍ମୃତିର ଏକ ୱାକ୍-ଥ୍ରୁ ସଂଗ୍ରହାଳୟ ସୃଷ୍ଟି କରନ୍ତି, କିମ୍ବା ଯେତେବେଳେ ଜଣେ ବଙ୍ଗୀୟ ଏଆଇ ଷ୍ଟାର୍ଟଅପ୍ ଗ୍ରାମୀଣ ଲେଖକମାନଙ୍କୁ ସ୍କ୍ରିପ୍ଟଗୁଡ଼ିକୁ ମୋସନ୍ କମିକ୍ସରେ ପରିଣତ କରିବାରେ ସାହାଯ୍ୟ କରନ୍ତି, ସେତେବଳେ ଏହାକୁ କେବଳ ସହାୟତା କହିଲେ ହେବ ନାହିଁ ଏହା ସିନେମାର ଏକ ନୂତନ ବ୍ୟାକରଣ ସୃଷ୍ଟି ବୋଲି କଳ୍ପନା କରିବାକୁ ହେବ ଏବଂ ବର୍ତ୍ତମାନ ସମୟରେ ଏହା ହିଁ ହେଉଛି।

    ସର୍ଜନାର ସୃଷ୍ଟିକର୍ତ୍ତାଙ୍କ ପକ୍ଷରେ ସରକାରଙ୍କ ନୀରବ ବାଜି

    ସର୍ବଜନୀନ ସ୍ମୃତିରେ ପ୍ରଥମ ଥର ପାଇଁ, ଭାରତ ସରକାର ବଡ଼ ବାଜି ଲଗାଉଛନ୍ତି – କେବଳ ବାଣିଜ୍ୟ କିମ୍ବା କଠିନ ଭିତ୍ତିଭୂମି ଉପରେ ନୁହେଁ, ବରଂ ଜାତୀୟ କ୍ଷମତା ଭାବରେ- ସୃଜନଶୀଳତା ଉପରେ।

    ଅନୁଦାନ, ଷ୍ଟାର୍ଟଅପ୍ ପ୍ରୋତ୍ସାହନ, କୋ ପ୍ରଡକ୍ସନ ପ୍ଲାଟଫର୍ମ ଏବଂ ୱେଭ୍ସ ପରି ଉତ୍ସବ ମାଧ୍ୟମରେ, ଏହା ସ୍ୱପ୍ନ ଦେଖିବାର ଅଧିକାରକୁ ପୁନଃବଣ୍ଟନ କରୁଛି। ଏହା କହୁଛି: ନେଟଫ୍ଲିକ୍ସକୁ ପିଚ୍ କରିବା ପାଇଁ ଆପଣଙ୍କୁ ଚଳଚ୍ଚିତ୍ର ପାଇଁ କୌଣସି ଐତିହ୍ୟ ପରିବାରର ଆବଶ୍ୟକ ନାହିଁ। ଆପଣ ଜୋରହାଟ କିମ୍ବା ଜଳପାଇଗୁଡ଼ିରୁ ଏହାକୁ ଗ୍ରହଣ କରିପାରିବେ। ଆପଣଙ୍କୁ ଜୁହୁର କରିଡରରେ ଚାଲିବାକୁ ପଡ଼ିବ ନାହିଁ। ଆପଣଙ୍କୁ ଏକ କାହାଣୀ ଏବଂ ଏହାର ଗଠନ ଆବଶ୍ୟକ କରନ୍ତି ଯାହା ଆପଣଙ୍କୁ ନିଃଶ୍ୱାସ ନେବାକୁ ଆପେ ଶିଖାଇବ।

    ଏବଂ ଏଠାରେ ଏକ ବିନମ୍ର ପରାମର୍ଶ ଉଠେ: ଯେପରି ଏହି ସରକାର କୂଟନୀତି ଏବଂ ପ୍ରଯୁକ୍ତିବିଦ୍ୟାରେ ଭାରତକୁ ଏକ ସଫ୍ଟ ପାୱାର ସୁପରପାୱାର ଭାବରେ ପୁନଃସ୍ଥାପିତ କରିଛନ୍ତି, ସେହିପରି ଏହି ଶିଖର ସମ୍ମିଳନୀଗୁଡ଼ିକୁ ମେଟ୍ରୋ ସହରର ବାହାରକୁ ନେଇ ଆଉ ଏକ ପାଦ ଆଗକୁ  ଯାଇପାରିବ।

    ୱେଭ୍ସ ପରବର୍ତ୍ତୀ କୋଲକାତାରେ ହେଉ। ଗୌହାଟୀକୁ ପରବର୍ତ୍ତୀ ଆନିମେସନ୍ ପ୍ରୟୋଗଶାଳାଆୟୋଜନ କରିବାକୁ ଦିଅନ୍ତୁ। ଅଗରତାଲାକୁ ଭାରତର ପ୍ରଥମ ଆଦିବାସୀ କାହାଣୀ ବଜାର ଆରମ୍ଭ କରିବାକୁ ଦିଅନ୍ତୁ। କାରଣ ଯେତେବେଳେ ଏହି ଅଞ୍ଚଳଗୁଡ଼ିକର ସ୍ରଷ୍ଟାମାନେ ଦେଖିବେ ଯେ ଜାତୀୟ ସ୍ପଟଲାଇଟ୍ କେବଳ କିଛି ଲୋକଙ୍କ ପାଇଁ ସଂରକ୍ଷିତ ନୁହେଁ – ସେମାନେ ଜାଗ୍ରତ ହେବେ ଏବଂ ସେମାନଙ୍କ ସହିତ, ଭାରତ ଉଠିବ।

    ମାପ ସଂସ୍କୃତି, କେବଳ ପରିସର ହେବା ଉଚିତ ନୁହେଁ

    କିନ୍ତୁ କାହାଣୀକହିବାର ଗଣତନ୍ତ୍ର ସମୃଦ୍ଧ କରିବା ପାଇଁ, ଆମେ ଶିଳ୍ପରେ ମଧ୍ୟ ବିକଶିତ ହେବା ଆବଶ୍ୟକ। ଆମକୁ ଦ୍ୱାରପାଳନରୁ ଭାରାବରଣ କରିବାକୁ ପଡିବ। କାହାଣୀ ମାଲିକ ହେବାଠାରୁ କାହାଣୀକାରମାନଙ୍କୁ ସକ୍ଷମ କରିବାକୁ ପଡ଼ିବ।  “ଆରଓଆଇ କ’ଣ?” ପଚାରିବାଠାରୁ, “ଏହି ପ୍ରତିଭାକୁ ଅଣଦେଖା କରିବାର ବିପଦ କ’ଣ?” ପଚାରିବା ପର୍ଯ୍ୟନ୍ତ ଆମର ପରିସର ହେବା ଆବଶ୍ୟକ।

    କାରଣ ଯଦି ଆମେ ବର୍ତ୍ତମାନ ଏହି କାହାଣୀ ସ୍ଥାପତ୍ୟ ନିର୍ମାଣ ନ କରୁ, ତେବେ ଅନ୍ୟ କେହି କରିବ ଏବଂ ଆମେ ଏହି ଅର୍ଥନୀତିରେ ପଛରେ ପଡ଼ିଯିବୁ ଯେଉଁଥିରେ ନେତୃତ୍ୱ ନେବା ଲାଗି ଆମର କ୍ଷମତା ରହିଛି।

    ଭବିଷ୍ୟତ ଅନେକ ଏବଂ ଏହା ଅନେକ ଭାଷାରେ କଥା ହୁଏ

    ୱେଭ୍ସ-୨୦୨୫ ସ୍ରଷ୍ଟା, କୋଡର, ପ୍ରଯୋଜକ ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ଏକତ୍ର କରିବ। ଏହା ନିମଜ୍ଜିତ ପ୍ରଯୁକ୍ତିବିଦ୍ୟା, ମୌଳିକ ଶକ୍ତି ଏବଂ ଭାରତର କାହାଣୀ ସ୍ନାୟୁକୁ ପ୍ରଦର୍ଶନ କରିବ। କିନ୍ତୁ  ଯାହା ମଞ୍ଚସ୍ଥ ହେଉଛି ସେଥିରେ ଏହାର ପ୍ରକୃତ ପ୍ରଭାବ ନୁହେଁ,  ଏହା କ’ଣ ସଙ୍କେତ ଦେଉଛି ତାହା ହିଁ ଏହାର ପ୍ରଭାବ। ବିଶ୍ୱ ମନୋରଞ୍ଜନର ପରବର୍ତ୍ତୀ ଅଧ୍ୟାୟ କେବଳ ଇଂରାଜୀ, ହିନ୍ଦୀ, ସ୍ପାନିସ୍ କିମ୍ବା କୋରିଆନ୍ ଭାଷାରେ ଲେଖାଯିବ ନାହିଁ। ଏହା ଆସାମୀ, ବଙ୍ଗଳା, ନାଗାମି, ଓଡ଼ିଆ, ନେପାଳୀ, ମିଜୋ କିମ୍ବା ଗାରୋ ଭାଷାରେ ଉଭା ହେବ – ଏକତାରେ ନିର୍ମିତ ହୋଇ କୋଡ୍  ସଜ୍ଜିତ, 4K ରେ ଷ୍ଟ୍ରିମ୍ ହୋଇଥିବା କଣ୍ଟେଣ୍ଟସବୁ ସବ୍‍ଟାଇଟଲ୍‍ ସହ ବିଶ୍ୱ ପାଇଁ ଉପଲବ୍ଧ ହେବ। ।

    ବିଶ୍ୱ ପୂର୍ବ ଆଡ଼କୁ ଚାହିଁବ, ଏବଂ ଏଥିପାଇଁ  ଭାରତକୁ ପ୍ରସ୍ତୁତ ରହିବାକୁ ପଡ଼ିବ। କେବଳ ଉତ୍ସବ କାର୍ଯ୍ୟକ୍ରମରେ  ନୁହେଁ ପ୍ରବେଶ, ସମାନତା ଏବଂ ଉତ୍କର୍ଷର ସ୍ଥାୟୀ ସଂରଚନା ସହିତ।

    ଭାରତୀୟ ଚଳଚ୍ଚିତ୍ର ପ୍ରଯୋଜକ

    ଅଧ୍ୟକ୍ଷ, ଚଳଚ୍ଚିତ୍ର ଫେଡେରେସନ୍ ଅଫ୍ ଇଣ୍ଡିଆ

    ଅଧ୍ୟକ୍ଷ, ବେଙ୍ଗଲ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଚାମ୍ବର ଅଫ୍ କମର୍ସ

    ଗଣତନ୍ତ୍ର ନୀରବ ବିପ୍ଳବ ଫିରଦୌସୁଲ ହାସନ ରୋମାଞ୍ଚକର କାହାଣୀ
    Share. Facebook Twitter LinkedIn Email WhatsApp Copy Link
    Previous Articleମୋଟା କମାଇବାକୁ ଚାହୁଁଛନ୍ତି କି? ତେବେ ସକାଳୁ ପିଅନ୍ତୁ ଏହି ସବୁ ପାନୀୟ
    Next Article ଆଜି ‘ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ’ ଉପରେ ହାଇବ୍ରିଡ୍ ଅନ୍ତର୍ଜାତୀୟ ସମ୍ମିଳନୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.