Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅନ୍ତରାଷ୍ଟ୍ରୀୟ»WTC ଫାଇନାଲରେ ଅଷ୍ଟ୍ରେଲିଆର ସ୍ଵପ୍ନ ଧୂଳିସାତ: ୨୭ ବର୍ଷ ପରେ ICC ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା
    ଅନ୍ତରାଷ୍ଟ୍ରୀୟ

    WTC ଫାଇନାଲରେ ଅଷ୍ଟ୍ରେଲିଆର ସ୍ଵପ୍ନ ଧୂଳିସାତ: ୨୭ ବର୍ଷ ପରେ ICC ଟ୍ରଫି ଜିତିଲା ଦକ୍ଷିଣ ଆଫ୍ରିକା

    June 14, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଏବେ ICC ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ନୂତନ ଚାମ୍ପିଅନ। ୨୦୨୫ WTC ଫାଇନାଲରେ, ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ 5 ୱିକେଟରେ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ WTC ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଐତିହାସିକ ବିଜୟର ନାୟକ ଥିଲେ ଏଡେନ୍ ମାର୍କରାମ। ୨୮୨ ରନର ଟାର୍ଗେଟ ପିଛା କରି, ମାର୍କରାମ ଏକ ମ୍ୟାଚ୍ ବିଜୟୀ ଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ୨୭ ବର୍ଷ ପରେ ICC ଟ୍ରଫି ଜିତିଛି। ଏହା ପୂର୍ବରୁ ୧୯୯୮ ରେ ଦକ୍ଷିଣ ଆଫ୍ରିକା ICC ଚାମ୍ପିଅନସି ଟ୍ରଫି ଜିତିଥିଲା।

    ୨୦୨୫ WTC ଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୨୮୨ ରନର ଟାର୍ଗେଟ ଦେଇଥିଲା, ଯାହାକୁ ଟେମ୍ବା ବାଭୁମାଙ୍କ ଦଳ କେବଳ ୫ ୱିକେଟ ହରାଇ ସହଜରେ ହାସଲ କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଏଡେନ୍ ମାର୍କରାମ ୨୦୭ ବଲ୍ ରେ ୧୩୬ ରନର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଏହା ବ୍ୟତୀତ ଅଧିନାୟକ ଟେମ୍ବା ବାଭୁମା ୧୩୪ ବଲ୍ ରେ ୬୬ ରନ୍ କରିଥିଲେ।

    ଟାଇଟଲ୍ ମ୍ୟାଚ୍ ରେ ୨୮୨ ରନ୍ ର ଲକ୍ଷ୍ୟ ପିଛା କରିବା ପାଇଁ ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ନଥିଲା। ଓପନର ରିଆନ୍ ରିକେଲଟନ୍ ମାତ୍ର ୦୬ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ୱାଇଆନ୍ ମୁଲଡର ମଧ୍ୟ ୫୦ ବଲ୍ ରେ ୫ ଚୌକା ସାହାଯ୍ୟରେ ୨୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ୭୦ ରନ୍ ରେ ଦୁଇଟି ୱିକେଟ୍ ପଡ଼ିବା ପରେ, ଏଡେନ୍ ମାର୍କରାମ ଏବଂ ଟେମ୍ବା ବାଭୁମା କାନ୍ଥ ପରି ଛିଡା ହୋଇଥିଲେ। ଉଭୟ ତୃତୀୟ ୱିକେଟ୍ ପାଇଁ ୧୪୭ ରନ୍ ର ଭାଗୀଦାରି କରିଥିଲେ। ୧୩୪ ବଲ୍ ରେ ୫ ଚୌକା ସାହାଯ୍ୟରେ ୬୬ ରନ୍ କରି ବାଭୁମା ଆଉଟ୍ ହୋଇଥିଲେ। କିନ୍ତୁ ମାର୍କରାମ ଦୃଢ଼ ଭାବରେ ଠିଆ ହୋଇଥିଲେ।

    ତାଙ୍କ ଦଳର ବିଜୟ ସୁନିଶ୍ଚିତ କରିବା ପରେ ମାର୍କରାମ ଆଉଟ୍ ହୋଇଥିଲେ। ସେ ୨୦୨୭ ବଲ୍ ରେ ୧୩୬ ରନ୍ ର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଏହି ସମୟରେ ତାଙ୍କ ବ୍ୟାଟ୍ ରୁ ୧୪ ଚୌକା ବାହାରିଥିଲା। ମାର୍କରାମ ଆଉଟ୍ ହେବା ପରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ କେବଳ ଛଅ ରନ୍ ଆବଶ୍ୟକ ଥିଲା।

    Aiden Markram Pat Cummins south africa South Africa Vs Australia Temba Bavuma WTC Final
    Share. Facebook Twitter LinkedIn Email WhatsApp Copy Link
    Previous Articleଗଜପତି: ବିକଶିତ ଜିଲ୍ଲା କର୍ମଶାଳାରେ ଯୋଗଦେଲେ ଓଡ଼ିଶା ସରକାରଙ୍କ ଆଇନ ମନ୍ତ୍ରୀ
    Next Article ଆତ୍ମହତ୍ୟା କଲେ ପୂର୍ବତନ ବିଜେପି ସାଂସଦଙ୍କ ପୁଅ, ଲାଇବ୍ରେରୀରୁ ମିଳିଲା ମୃତଦେହ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.