Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ମୁମ୍ବାଇରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ୫ଟି ଅନ୍ତର୍ଜାତିକ ବିଶ୍ୱବିଦ୍ୟାଳୟକୁ ଏଲଓଆଇ ହସ୍ତାନ୍ତର
    ଆଜିର ଖବର

    ମୁମ୍ବାଇରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ୫ଟି ଅନ୍ତର୍ଜାତିକ ବିଶ୍ୱବିଦ୍ୟାଳୟକୁ ଏଲଓଆଇ ହସ୍ତାନ୍ତର

    June 15, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ମୁମ୍ବାଇ/ଭୁବନେଶ୍ୱର: ନୂଆ ଜାତୀୟ ଶିକ୍ଷା ନୀତିର କଳ୍ପନା ଅନୁସାରେ ଶିକ୍ଷାର ଅନ୍ତର୍ଜାତୀୟକରଣ ଲକ୍ଷ୍ୟକୁ ସାକାର କରିବା ଦିଗରେ ଶିକ୍ଷା ମନ୍ତ୍ରଣାଳୟ ଏକ ପ୍ରମୁଖ ପଦକ୍ଷେପ ନେଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉପସ୍ଥିତିରେ ଶନିବାର ମୁମ୍ବାଇରେ ଅନୁଷ୍ଠିତ ‘ମୁମ୍ବାଇ ରାଇଜିଂ: କ୍ରିଏଟିଂ ଆନ୍ ଇଣ୍ଟରନ୍ୟାସନାଲ ଏଜୁକେସନ ସିଟି’ ଶୀର୍ଷକ ଏକ ସମାରୋହରେ ବିଶ୍ୱର ସମ୍ମାନସ୍ପଦ ୫ଟି ବିଶ୍ୱବିଦ୍ୟାଳୟକୁ ଲେଟର୍ ଅଫ୍ ଇଣ୍ଟେଣ୍ଟ୍(ଏଲଓଆଇ) ପତ୍ର ପ୍ରଦାନ କରାଯାଇଛି।

    ମୁମ୍ବାଇରେ କ୍ୟାମ୍ପସ ସ୍ଥାପନ କରିବା ପାଇଁ ୟୁନାଇଟେଡ୍ କିଙ୍ଗଡମ, ଅଷ୍ଟ୍ରେଲିଆ, ୟୁନାଇଷ୍ଟେଟ୍ସ ଅଫ୍ ଆମେରିକା ଏବଂ ଇଟାଲିର ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟକୁ ଏଲଓଆଇ ପ୍ରଦାନ କରାଯାଇଛି। ୟର୍କ ବିଶ୍ୱବିଦ୍ୟାଳୟ, ଆବରଡିନ୍ ବିଶ୍ୱବିଦ୍ୟାଳୟ, ଓ୍ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ, ଇଲିନୋଇସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଇନଷ୍ଟିଚ୍ୟୁଟ ୟୁରୋପୋ ଡି ଡିଜାଇନ୍ (ଆଇଇଡି), ଇଟାଲିରର ଶାଖା କ୍ୟାମ୍ପସ ପ୍ରତିଷ୍ଠା ଭାରତର ଶିକ୍ଷା ପରିସଂସ୍ଥାନ ପ୍ରତି ଗଭୀର ଏବଂ ବର୍ଦ୍ଧିତ ବିଶ୍ୱାସକୁ ପ୍ରତିଫଳିତ କରୁଛି ଏବଂ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରୀ ଦିଗରେ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ।

    କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଭାରତକୁ ଏକ ବିଶ୍ୱସ୍ତରୀୟ ଶିକ୍ଷାର ପେଣ୍ଠସ୍ଥଳୀ ଭାବରେ କଳ୍ପନା କରେ, ଯାହା ସୁଲଭ ମୂଲ୍ୟରେ ଗୁଣବତ୍ତା ଯୁକ୍ତ ଶିକ୍ଷା ପ୍ରଦାନ କରୁଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଭାରତକୁ ଏକ ବିଶ୍ୱସ୍ତରୀୟ ଜ୍ଞାନ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାର ଦୃଷ୍ଟିକୋଣକୁ ସାକାର କରିବା ଆମର ଲକ୍ଷ୍ୟ ରହିଛି । ବିଶ୍ଵର ଶ୍ରେଷ୍ଠ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭାରତରେ ପ୍ରତିଷ୍ଠା କରିବା ପାଇଁ ମୋଦୀ ସରକାର ବିହିତ ପଦକ୍ଷେପ ନେଉଛନ୍ତି।

    ଐତିହାସିକ ମୁମ୍ବାଇ ହେଉଛି ସ୍ଵପ୍ନର ସହର ଏବଂ ଏହାକୁ ଜ୍ଞାନୀ ଏବଂ ଉଦ୍ୟମୀଙ୍କ ସହର ଭାବେ ବିବେଚନା କରାଯାଏ । ନାଭି ମୁମ୍ବାଇକୁ ଶିକ୍ଷା କୈନ୍ଦ୍ରିକ ସହର ଭାବେ କଳ୍ପନା କରାଯାଉଛି । ଆଗାମୀ ଦିନରେ ଶିକ୍ଷା ବିପ୍ଲବର ନେତୃତ୍ଵ ମୁମ୍ବାଇ ନେବ । ମୁମ୍ବାଇ ଏବଂ ନେଭି ମୁମ୍ବାଇ  ଭାରତୀୟ ଆକାଂକ୍ଷା ଏବଂ ବିଶ୍ୱସ୍ତରୀୟ ଉତ୍କର୍ଷତାକୁ ସଂଯୋଗ କରିବ। ଆମେ କେବଳ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆମନ୍ତ୍ରଣ କରୁନାହୁଁ; ଆମେ ନବସୃଜନ, ଉଦ୍ୟୋଗ ଏବଂ ଗବେଷଣାର ଇକୋସିଷ୍ଟମକୁ ସହ-ସୃଷ୍ଟି କରୁଛୁ । ୟୁଜିସି (ଭାରତରେ ବିଦେଶୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନର କ୍ୟାମ୍ପସ ସ୍ଥାପନ ଏବଂ ପରିଚାଳନା) ନିୟମାବଳୀ, ୨୦୨୩ ଅନୁଯାୟୀ ଅଧୀନରେ ମୁମ୍ବାଇ/ ନେଭି ମୁମ୍ବାଇରେ ବିଦେଶୀ ବିଶ୍ୱବିଦ୍ୟାଳୟ ଭାବରେ ଏହାକୁ ଏଲଓଆଇ ଜାରି କରାଯାଉଛି। ଭାରତରେ ଏହି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ପ୍ରତିଷ୍ଠା ଛାତ୍ରଛାତ୍ରୀମାନଙ୍କ ପାଇଁ ଭାରତରେ ବିଶ୍ୱସ୍ତରୀୟ ପାଠ୍ୟକ୍ରମ ଏବଂ ଅଧ୍ୟୟନ ସୁଯୋଗ ବିସ୍ତାର କରିବା ଏବଂ ଗବେଷଣା, ଜ୍ଞାନ ବିନିମୟ, ଉଦ୍ୟୋଗ ଏବଂ ନିବେଶ ପାଇଁ ଲାଭଦାୟକ ହେବ। ମୁମ୍ବାଇ/ନଭି ମୁମ୍ବାଇ/ଚେନ୍ନାଇ କ୍ୟାମ୍ପସ୍‌ରେ ପାଠ୍ୟକ୍ରମଗୁଡ଼ିକ ବ୍ୟବସାୟ, ଅର୍ଥନୀତି, କମ୍ପ୍ୟୁଟର ବିଜ୍ଞାନ, ଜନସ୍ୱାସ୍ଥ୍ୟ, ଡାଟା ବିଜ୍ଞାନ, ଡିଜାଇନ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସ୍ନାତକ ଏବଂ ସ୍ନାତକୋତ୍ତର ସ୍ତରରେ ପ୍ରଦାନ କରାଯିବ ବୋଲି କହିଛନ୍ତି।

    ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଏନଏମଆଇଏମଏସର ମୁକେଶ ପଟେଲ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ୍ ଆଣ୍ଡ୍ ଇଞ୍ଜିନିୟରିଂ ଆଣ୍ଡ୍ ସ୍କୁଲ ଅଫ୍ ବିଜେନସ ମ୍ୟାନେଜମେଣ୍ଟର ନୂଆ ଭବନ ଉଦଘାଟନ କରିଥିଲେ।

    ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ସରକାରଙ୍କ ଉଚ୍ଚ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ, ମହାରାଷ୍ଟ୍ର ସରକାରଙ୍କ ପ୍ରମୁଖ ସଚିବ ଅସୀମ ଗୁପ୍ତା ଏବଂ ଉଚ୍ଚଶିକ୍ଷା ବିଭାଗ ସଚିବ ଏବଂ ୟୁଜିସି ଅଧ୍ୟକ୍ଷ ଡକ୍ଟର ବିନୀତ ଯୋଶୀ ଉପସ୍ଥିତ ଥିଲେ।

    ଅନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ଧର୍ମେନ୍ଦ୍ର ପ୍ରଧାନ ମୁମ୍ବାଇ
    Share. Facebook Twitter LinkedIn Email WhatsApp Copy Link
    Previous Article‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ଉପରେ ଏକ ଉଚ୍ଚସ୍ତରୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ
    Next Article ଏବେ ବି ମନେପଡେ ମଣିନାଗ ପୀଠରେ ସେହି ଲୋମ ହର୍ଷଣକାରୀ ରଜ ସଂକ୍ରାନ୍ତି

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.