Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ସ୍ଥଗିତ ହେଲା ଚାରଧାମ ଯାତ୍ରା ପାଇଁ ଆର୍ଯ୍ୟନ ଏଭିଏସନର ଉଡ଼ାଣ
    ଆଜିର ଖବର

    ସ୍ଥଗିତ ହେଲା ଚାରଧାମ ଯାତ୍ରା ପାଇଁ ଆର୍ଯ୍ୟନ ଏଭିଏସନର ଉଡ଼ାଣ

    June 15, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: “ଶ୍ରୀ କେଦାରନାଥଜୀ – ଆର୍ଯ୍ୟାନ ହେଲିପ୍ୟାଡ୍, ଗୁପ୍ତକାଶୀ” ସେକ୍ଟରରେ ଉଡ଼ୁଥିବା ଆର୍ଯ୍ୟାନ ଆଭିଏସନର ଏକ ବେଲ୍ ୪୦୭ ହେଲିକପ୍ଟର (ପଞ୍ଜିକୃତ ଭିଟି-ବିକେଏ) ଏକ ଦୁଃଖଦ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ପାଞ୍ଚ ଜଣ ଯାତ୍ରୀ, ଜଣେ ଶିଶୁ ଏବଂ ଜଣେ କ୍ରୁ ସଦସ୍ୟ ଥିଲେ।

    ହେଲିକପ୍ଟରଟି ସକାଳ ୫ଟା ୧୦ ମିନିଟ ସମୟରେ ଗୁପ୍ତକାଶୀରୁ ଉଡ଼ାଣ ଆରମ୍ଭ କରିବା ପରେ ୫ଟା ୧୮ ମିନିଟରେ ଶ୍ରୀ କେଦାରନାଥଜୀ ହେଲିପ୍ୟାଡରେ ଅବତରଣ କରିଥିଲା। ଏହା ପୁଣି ୫ଟା ୧୯ ମିନିଟ ସମୟରେ ଗୁପ୍ତକାଶୀ ଅଭିମୁଖେ ଯାତ୍ରା କରିଥିଲା ଏବଂ ୫ଟା ୩୦ ମିନିଟରୁ ୫ଟା ୪୫ ମିନିଟ ମଧ୍ୟରେ ଗୌରୀକୁଣ୍ଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରିପୋର୍ଟ ହୋଇଛି।

    ପ୍ରାରମ୍ଭିକ ସୂଚନା ଅନୁଯାୟୀ ଦୁର୍ଘଟଣାର ସମ୍ଭାବ୍ୟ କାରଣ କଣ୍ଟ୍ରୋଲ୍ଡ ଫ୍ଲାଇଟ୍ ଇନ୍ଟୁ ଟେରେନ୍ (ସିଏଫଆଇଟି) ହୋଇପାରେ, କାରଣ ହେଲିକପ୍ଟରଟି ଦୁର୍ବଳ ଦୃଶ୍ୟମାନତା ଏବଂ ପାଗ ମେଘୁଆ ଥିବା ସତ୍ତ୍ବେ ଉପତ୍ୟାକାରେ ଉଡ଼ୁଥିଲା। ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଦ୍ୱାରା ଏକ ବିସ୍ତୃତ ତଦନ୍ତ କରାଯିବ ଯଦ୍ବାରା ମାଧ୍ୟମରେ ଦୁର୍ଘଟଣାର ସଠିକ୍ କାରଣ ଜଣାପଡ଼ିବ। ଦୁର୍ଘଟଣାସ୍ଥଳରେ ଏନଡିଆରଏଫ ଏବଂ ଏସଡିଆରଏଫ ଦଳ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

    ଏହି ଘଟଣା ପରେ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସକାଳ ୧୧ ଟାରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ, ଯେଉଁଥିରେ ଉତ୍ତରାଖଣ୍ଡ ସରକାରଙ୍କ ବରିଷ୍ଠ ଅଧିକାରୀ, ସଚିବ (ବେସାମରିକ ବିମାନ ଚଳାଚଳ), ଡିଜିସିଏ ଏବଂ ସମ୍ପୃକ୍ତ ଦଳମାନେ ଯୋଗ ଦେଇଥିଲେ। ଏହାପରେ ନିମ୍ନଲିଖିତ ତୁରନ୍ତ ପଦକ୍ଷେପ ନିଆଯାଇଛି:

    ଚାରିଧାମଯାତ୍ରା ପାଇଁ ଆର୍ଯ୍ୟନ୍ ଆଭିଏସନର ଉଡ଼ାଣ ସେବାକୁ ତୁରନ୍ତ ପ୍ରଭାବରୁ ସ୍ଥଗିତ ରଖାଯାଇଛି।

    ମେସର୍ସଟ୍ରାନ୍ସଭାରତ ଆଭିଏସନର ଦୁଇଟି ହେଲିକପ୍ଟର – ଭିଟି-ଟିଭିସି (ଚିତ୍ର : କ୍ୟାପ୍ଟେନ୍ ଯୋଗେଶ ଗ୍ରେୱାଲ୍, ସିପିଏଲ(ଏଚ)-୧୪୫୩) ଏବଂ ଭିଟି-ଟିବିଏଫ (ଚିତ୍ର : କ୍ୟାପ୍ଟେନ୍ ଜିତେନ୍ଦ୍ର ହରଜାଇ, ସିପିଏଲ(ଏଚ)-୧୦୪୬) – ସମାନ ପ୍ରତିକୂଳ ପାଗ ପରିସ୍ଥିତିରେ ଆକାଶରେ ଉଡ଼ୁଥିବାର ଦେଖାଯାଇଥିଲା। ତେଣୁ, ଉଭୟ ପାଇଲଟଙ୍କ ଲାଇସେନ୍ସକୁ  ଛଅ ମାସ ପାଇଁ ନିଲମ୍ବିତ କରାଯାଇଛି।

    ସୁରକ୍ଷାସତର୍କତା ସ୍ୱରୂପ ୧୫ ଏବଂ ୧୬ ଜୁନ୍ ୨୦୨୫ରେ ଏହି ଅଞ୍ଚଳରେ ସମସ୍ତ ଚାର୍ଟର୍ ଏବଂ ସଟଲ୍ ହେଲିକପ୍ଟର ଉଡ଼ାଣ ସ୍ଥଗିତ କରାଯାଇଛି।

    ସୁରକ୍ଷାପ୍ରୋଟୋକଲ୍ ସହିତ ସମ୍ପୂର୍ଣ୍ଣ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ, ଯେକୌଣସି ଉଡ଼ାଣ ସେବା ପୁନଃ ଆରମ୍ଭ କରିବା ପୂର୍ବରୁ ସମସ୍ତ ଅପରେଟର ଏବଂ ପାଇଲଟଙ୍କ ସହିତ ଏକ ବ୍ୟାପକ ସମୀକ୍ଷା କରିବାକୁ ୟୁସିଏଡିଏକୁ ନିର୍ଦ୍ଦେଶ ଦିଆଯାଇଛି।

    ୟୁସିଏଡିଏରିଅଲ ଟାଇମରେ କାର୍ଯ୍ୟଗୁଡ଼ିକୁ ତଦାରଖ କରିବା ଏବଂ ଯେକୌଣସି ବିପଦ ସୂଚକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ଏକ ଉତ୍ସର୍ଗୀକୃତ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ରୁମ ମଧ୍ୟ ସ୍ଥାପନ କରିବ।

    କେଦାରନାଥଘାଟିରେ ସମସ୍ତ ହେଲିକପ୍ଟର ଗତିବିଧିକୁ ସକ୍ରିୟ ଭାବରେ ତଦାରଖ କରିବା ଏବଂ ୟୁସିଏଡିଏ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ରୁମର କାର୍ଯ୍ୟକାରିତାର ଏକ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଡିଜିସିଏକୁ ତୁରନ୍ତ ଉଡ଼ାଣଯୋଗ୍ୟତା, ସୁରକ୍ଷା ଏବଂ କାର୍ଯ୍ୟ ସଂପର୍କିତ ଅଧିକାରୀମାନଙ୍କୁ ନିୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

    ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦୋହରାଇଛନ୍ତି ଯେ ବିମାନ ସୁରକ୍ଷା ଉପରେ କୌଣସି  ସାଲିସ ହୋଇପାରିବ ନାହିଁ ଏବଂ କୌଣସି ଅପରେଟର ପାଣିପାଗ ସମ୍ବନ୍ଧୀୟ ଏବଂ ଅନ୍ୟାନ୍ୟ ପ୍ରୋଟୋକଲ ଉଲ୍ଲଂଘନ କରି ବିମାନ ଚଳାଚଳ କରିବା ଉଚିତ୍ ନୁହେଁ। ମାନବ ଜୀବନର ବହୁମୂଲ୍ୟତାକୁ ଧ୍ୟାନରେ ରଖି ସମସ୍ତ ବିଦ୍ୟମାନ ବ୍ୟବସ୍ଥାକୁ ପୂର୍ଣ୍ଣ କ୍ଷମତା ସହିତ କାର୍ଯ୍ୟକାରୀ କରିବା ଏବଂ ଯେକୌଣସି ମୂଲ୍ୟରେ ବିମାନ ଚଳାଚଳ କାର୍ଯ୍ୟରେ ଶୃଙ୍ଖଳା ବଜାୟ ରଖିବା ନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ଡିଜିସିଏକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।

    ଆର୍ଯ୍ୟନ ଏଭିଏସନ ଏନଡିଆରଏଫ ଏସଡିଆରଏଫ ଦଳ କେଦାରନାଥ ସେକ୍ଟର ଚାରଧାମ ଯାତ୍ରା ହେଲିକପ୍ଟର ଦୁର୍ଘଟଣା
    Share. Facebook Twitter LinkedIn Email WhatsApp Copy Link
    Previous Articleଉତ୍ତର ପ୍ରଦେଶ ପୋଲିସର ୬୦,୨୪୪ କନଷ୍ଟେବଳଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
    Next Article ବିମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର ଏବଂ ସହାୟତା କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.