Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଉଦଯାପିତ ହେଲା ରିଲିଫ୍‌ କମିଶନର ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀଗୁଡ଼ିକର ବାର୍ଷିକ ସମ୍ମିଳନୀ
    ଆଜିର ଖବର

    ଉଦଯାପିତ ହେଲା ରିଲିଫ୍‌ କମିଶନର ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀଗୁଡ଼ିକର ବାର୍ଷିକ ସମ୍ମିଳନୀ

    June 17, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶର ରିଲିଫ କମିଶନର ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସଡିଆରଏଫ)ଗୁଡ଼ିକର ଦୁଇଦିନିଆ ବାର୍ଷିକ ସମ୍ମିଳନୀ ଆଜି ନୂଆଦିଲ୍ଲୀରେ ଉଦଯାପିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଉଦଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ।

    କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଡକ୍ଟର ପି. କେ. ମିଶ୍ର କହିଥିଲେ ଯେ ଏହି ବାର୍ଷିକ ସମ୍ମିଳନୀ ଏକ ବାର୍ଷିକ ଆୟୋଜନଠାରୁ ଊର୍ଦ୍ଧ୍ୱରେ ବିପର୍ଯ୍ୟୟ ବିପଦ ପରିଚାଳନା ପ୍ରତି ଆମର ସାମୂହିକ ଆଭିମୁଖ୍ୟକୁ ପ୍ରତିଫଳିତ କରିବା, ପୁନଃବ୍ୟବସ୍ଥିତ କରିବା ଏବଂ ସୁଦୃଢ଼ କରିବା ପାଇଁ ଏକ ସହଭାଗୀ ସୁଯୋଗ। ବିପର୍ଯ୍ୟୟଗୁଡ଼ିକର ପ୍ରକୃତି ବଦଳୁଥିବା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଆମକୁ ଏହି ବାସ୍ତବତାକୁ ସ୍ୱୀକାର କରିବାକୁ ହେବ, ଅର୍ଥାତ୍ ବିପଦଗୁଡ଼ିକ ପରସ୍ପର ସହ ଜଡ଼ିତ ଏବଂ ସେଗୁଡ଼ିକର ପ୍ରଭାବ ବହୁଗୁଣିତ ହେଉଛି। ବିପଦଗୁଡ଼ିକ ଆମର ଆଶା ଠାରୁ ବହୁଗୁଣ ଅଧିକ ବେଗରେ ବଦଳିବାରେ ଲାଗିଛନ୍ତି।

    ଡକ୍ଟର ପି.କେ ମିଶ୍ର ଆଗାମୀ ଦିନରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ଯାହା ଆମର ସ୍ଥିତିକୁ ଦୀର୍ଘସମୟ ପାଇଁ ସୁଦୃଢ଼ କରିବ। ସେ କହିଥିଲେ, ବିପର୍ଯ୍ୟୟର ଅନିଶ୍ଚିତତା ବଢ଼ୁଥିବାରୁ ଏହାର ମୁକାବିଲା ପ୍ରସ୍ତୁତି ଏବଂ ସଚେତନତା ଅତ୍ୟନ୍ତ ଜରୁରୀ। ବିପଦ ଏବଂ ଦୁର୍ବଳତା ପରିଦୃଶ୍ୟ ବଦଳୁଛି। ସେଥିପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସ୍ତର ବଢ଼ାଇବା ଆବଶ୍ୟକ। ରିଲିଫ ଏବଂ ପ୍ରତିକ୍ରିୟା ଦୃଷ୍ଟିକୋଣ ଅପେକ୍ଷା ପ୍ରସ୍ତୁତି ଏବଂ ପ୍ରଶମନ ଦୃଷ୍ଟିକୋଣ ଆଡ଼କୁ ଉନ୍ନତ ପରିବର୍ତ୍ତନ ପାଇଁ, ରାଜ୍ୟଗୁଡିକ ଶିକ୍ଷା ଲାଭ କରୁଥିବା ଅଭିଜ୍ଞତାକୁ ସଂସ୍ଥାଗତ ରୂପ ଦେବାର ଆବଶ୍ୟକତା ରହିଛି। ଏହା ଜରୁରୀ କାରଣ ଅତୀତର ବିପର୍ଯ୍ୟୟଗୁଡ଼ିକର ଅନ୍ତର୍ଦୃଷ୍ଟିକୁ ଭୁଲି ହେବ ନାହିଁ।

    ଡକ୍ଟର ମିଶ୍ର କହିଥିଲେ, ୨୦୨୫ ଜୁନ୍ ୪ ରୁ ୬ ତାରିଖ ମଧ୍ୟରେ ଜେନେଭାରେ ଆୟୋଜିତ ‘ଗ୍ଲୋବାଲ୍ ପ୍ଲାଟଫର୍ମ ଅନ୍ ଡିଆରଆର୍’ରେ ଭାରତର ଡିଆରଆର ଆର୍ଥିକ ମଡେଲକୁ ସ୍ୱୀକୃତି ମିଳିଥିବା ବେଳେ, ରାଜ୍ୟଗୁଡ଼ିକ ପୁନରୁଦ୍ଧାର ଏବଂ ପ୍ରଶମନ ପାଣ୍ଠିର ଉପଯୁକ୍ତ ଉପଯୋଗ ସୁନିଶ୍ଚିତ କରିବା ଉଚିତ। ଭାରତର ବିଶାଳ ଭୌଗୋଳିକ ସ୍ଥିତି ଉପରେ ଆଲୋକପାତ କରି, ସେ କହିଥିଲେ ଯେ ଏକ ମଜବୁତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ବ୍ୟତୀତ ରାଜ୍ୟଗୁଡ଼ିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକର କ୍ଷମତା ବୃଦ୍ଧିର ମୂଲ୍ୟାଙ୍କନ ଏବଂ ଏଥିରେ ନିବେଶ କରିବା ଉଚିତ।

    ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ହେବା କିଛି ଘଣ୍ଟାର ବ୍ୟାପାର ନୁହେଁ, ବରଂ କିଛି ମିନିଟର ବ୍ୟାପାର, କାରଣ ସହାୟତା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ଏବଂ ଉଦ୍ଧାର କାର୍ଯ୍ୟରେ ଲାଗୁଥିବା ପ୍ରତ୍ୟେକ ମିନିଟ ଗୁରୁତ୍ୱ ବହନ କରିଥାଏ। ତେଣୁ ପ୍ରତିକ୍ରିୟାର ବେଗ ବୃଦ୍ଧି କରାଯିବା ଉଚିତ। କେତେକ ବିପର୍ଯ୍ୟୟ ପାଇଁ ଆଗୁଆ ଚେତାବନୀ ଉପରେ ଆହୁରି ଅନେକ କିଛି କରିବାର ଅଛି। କେତେକ ବିପର୍ଯ୍ୟୟରେ କ୍ଷୟକ୍ଷତିର ସମ୍ଭାବନା ଆକଳନ ଠାରୁ ଅଧିକ ବୋଲି ଜଣାପଡ଼ିଛି। ଉଦାହରଣ ସ୍ୱରୂପ, ମରୁଡ଼ି ଜୀବନ ଏବଂ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଆଜିକାଲି ବଜ୍ରପାତ ସବୁଠାରୁ ବଡ଼-ମାରାତ୍ମକ ବିପର୍ଯ୍ୟୟ ମଧ୍ୟରୁ ଗୋଟିଏ ଭାବରେ ସାମ୍ନାକୁ ଆସୁଛି। ତେଣୁ ଏଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ଆମର ପ୍ରଶମନ ପ୍ରୟାସକୁ ପୁନଃବ୍ୟବସ୍ଥିତ କରାଯିବା ଉଚିତ।

    ଡକ୍ଟର ମିଶ୍ର କହିଥିଲେ, ବିପର୍ଯ୍ୟୟ ବିପଦକୁ ହ୍ରାସ କରିବା ପାଇଁ ରାଜ୍ୟଗୁଡ଼ିକ କମ ଖର୍ଚ୍ଚ କିନ୍ତୁ ଉଚ୍ଚ ପ୍ରଭାବଶାଳୀ ହସ୍ତକ୍ଷେପ ଉପରେ ଧ୍ୟାନ ଦେବା ଉଚିତ। ସହରାଞ୍ଚଳ ବନ୍ୟା ମୁକାବିଲା ପାଇଁ ସ୍ଥାନୀୟ ଭୌଗୋଳିକ ଏବଂ ଜଳବାୟୁ ପରିସ୍ଥିତିକୁ ମନେ ରଖିବାକୁ ପଡିବ। ବିପର୍ଯ୍ୟୟ ମୁକାବିଲାକୁ ଅଧିକ ପ୍ରଭାବୀ କରିବା ପାଇଁ ଆପଦା ମିତ୍ର ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସମ୍ପୃକ୍ତ କରିବା ଭଳି ସ୍ୱେଚ୍ଛାସେବୀଙ୍କୁ ଏକାଠି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ଜୀବନ ରକ୍ଷା କରିବାରେ ଜନ-ଭାଗୀଦାରୀ କିଭଳି ଭୂମିକା ଗ୍ରହଣ କରିପାରିବ ତାହା ରାଜ୍ୟଗୁଡ଼ିକ ହୃଦୟଙ୍ଗମ କରିବା ଉଚିତ। ପ୍ରଧାନମନ୍ତ୍ରୀଙ୍କ ‘ମୋ ଭାରତ’ ପ୍ରୟାସ ଯୁବପିଢ଼ିଙ୍କୁ ବିପର୍ଯ୍ୟୟ ମୁକାବିଲାରେ ସାମିଲ କରିବା ପାଇଁ ବ୍ୟବହାର କରାଯାଇପାରିବ।

    ବିପର୍ଯ୍ୟୟ ପରିଚାଳନାରେ ତଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରି, ସେ ବିପର୍ଯ୍ୟୟ ପ୍ରଶମନ ଯୋଜନା ପ୍ରସ୍ତୁତ କରିବାରେ ପିଏମ ଗତି ଶକ୍ତି ସ୍ତର ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ। ଚରମ ପାଣିପାଗ ଘଟଣା ଏବଂ ଅନିଶ୍ଚିତତାର ପରିବର୍ତ୍ତିତ ଆହ୍ୱାନକୁ ଦୃଷ୍ଟିରେ ରଖି, ରାଜ୍ୟଗୁଡ଼ିକୁ ଜୀବନ ଏବଂ ସମ୍ପତ୍ତିର କ୍ଷତିକୁ ରୋକି ଏପରି ପରିସ୍ଥିତିକୁ ପରିଚାଳନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ସେମାନଙ୍କର ସଂସ୍ଥା, ପ୍ରକ୍ରିୟା ଏବଂ ବ୍ୟବସ୍ଥାକୁ ପୁନଃନିର୍ମାଣ ଏବଂ ପୁନଃସକ୍ରିୟ କରିବାର ଆବଶ୍ୟକତା ଉପରେ ଡକ୍ଟର ମିଶ୍ର ଜୋର୍‌ ଦେଇଥିଲେ।

    ଏହି ଦୁଇ ଦିନିଆ ସମ୍ମିଳନୀରେ ରାଜ୍ୟ ସରକାର, କେନ୍ଦ୍ରଶାସିତ ପ୍ରଦେଶର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ସହିତ କେନ୍ଦ୍ର ସରକାରଙ୍କ ସଂଗଠନ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଏସଡିଆରଏଫ, ବେସାମରିକ ପ୍ରତିରକ୍ଷା, ହୋମ୍ ଗାର୍ଡ, ଅଗ୍ନିଶମ ସେବାର ୧୦୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।

    ସମ୍ମିଳନୀ ସମୟରେ ଭିନ୍ନ ଭିନ୍ନ ଅଧିବେଶନ ଆୟୋଜନ କରାଯାଇଥିଲା ଏବଂ ବିଶେଷଜ୍ଞମାନେ ପ୍ରାରମ୍ଭିକ ଚେତାବନୀ, ବିପର୍ଯ୍ୟୟ ପରବର୍ତ୍ତୀ ଆବଶ୍ୟକତା ଆକଳନ, ସହରାଞ୍ଚଳ ବନ୍ୟା ପରିଚାଳନା, ନୂତନ ଆହ୍ୱାନ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ, ବିପର୍ଯ୍ୟୟ ମୁକାବିଲା ବାହିନୀର ଭୂମିକା, ମକ ଡ୍ରିଲ୍‌, ସ୍ୱେଚ୍ଛାସେବୀଙ୍କ କାର୍ଯ୍ୟ ଇତ୍ୟାଦି ବିଷୟ ଉପରେ ଧ୍ୟାନ ଦେଇ ଆଲୋଚନା କରିଥିଲେ।

    ଡକ୍ଟର ପି. କେ. ମିଶ୍ର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ଦ୍ୱାରା ଆୟୋଜିତ ରା ନୂଆଦିଲ୍ଲୀ ବାର୍ଷିକ ସମ୍ମିଳନୀ ବିପର୍ଯ୍ୟୟ ପ୍ରଶମନ ବାହିନୀ ରିଲିଫ୍‌ କମିଶନର
    Share. Facebook Twitter LinkedIn Email WhatsApp Copy Link
    Previous Articleସମସ୍ତଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟସେବା: ମୋଦୀ ସରକାରଙ୍କ ଗ୍ୟାରେଣ୍ଟି  
    Next Article ବିସ୍ତୃତ ରାଶିଫଳ: ଜୁନ ୧୮ ତାରିଖ ବୁଧବାରରେ ସାତୋଟି ରାଶିର ଭାଗ୍ୟ ହେବ ଉଜ୍ଜଳମୟ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.