Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଆଇଟିଆଇରେ ପାଠ ପଢ଼ି ସରକାରୀ ଓ ବେସରକାରୀ କମ୍ପାନୀମାନଙ୍କରେ ଚାକିରି କରିବେ ଛାତ୍ରୀ
    ଆଜିର ଖବର

    ଆଇଟିଆଇରେ ପାଠ ପଢ଼ି ସରକାରୀ ଓ ବେସରକାରୀ କମ୍ପାନୀମାନଙ୍କରେ ଚାକିରି କରିବେ ଛାତ୍ରୀ

    June 17, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ଵର: ଆଇଟିଆଇର ଧନ୍ଦାମୂଳକ ଶିକ୍ଷା ଶୀଘ୍ର ନିଯୁକ୍ତି ପାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉପଯୁକ୍ତ ଶିକ୍ଷା, ଆଇଟିଆଇ ର ବିିଭିନ୍ନ ପାଠ୍ୟକ୍ରମରେ ପାଠ ପଢ଼ି ବିଭିନ୍ନ ସରକାରୀ ସଂସ୍ଥା ତଥା ବେସରକାରୀ କମ୍ପାନୀରେ ମେକାନିକ୍‌, ଲୋକ ପାଇଲଟ୍‌, ଜୁନିଅର ଟେକ୍‌ନିସିଆନ୍ ଭାବେ ନିଯୁକ୍ତି ପାଇପାରିବେ ଓ ଆତ୍ମନିର୍ଭରଶୀଳ ହୋଇ ସ୍ୱାବଲମ୍ବୀ ହେବେ। ଦଶମ ପାସ୍ କରିଥିବା ସହିତ ଦଶମ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଆଇ.ଟି.ଆଇ. ରେ ପାଠ ପଢିବା ପାଠ୍ୟକ୍ରମ ଓଲଡର, ଓୟାରମ୍ୟାନ ଅଛି। ସରକାରଙ୍କ ସୁଦକ୍ଷା ଯୋଜନା ଦକ୍ଷ ହେଉଛନ୍ତି ଛାତ୍ରୀ, ସ୍ୱପ୍ନ ଦେଉଛି ବାସ୍ତବତାର ରୂପ ଓ କେନ୍ଦ୍ରୀୟ ନିଯୁକ୍ତି କକ୍ଷ ମାଧ୍ୟମରେ ବଡ଼ ବଡ଼ କମ୍ପାନୀ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଉଛି।

    ଓଡ଼ିଶାର ଯୁବପିଢୀ ସଶକ୍ତି କରଣ ଏବଂ ସେମାନଙ୍କ ଭବିଷ୍ୟତକୁ ଉଜ୍ଜଳମୟ କରିବା ପାଇଁ ରାଜ୍ୟ ସରକାର ନିରବଚ୍ଛିନ୍ନ ଭାବେ ପ୍ରୟାସ କରିଆସୁଛନ୍ତି। ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ସ୍କିଲ୍ ହବ୍‌ରେ ପରିଣତ କରିବା ସହ ସମାଜର ରୂପାନ୍ତରଣ କରିବା ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଏବଂ ବିଭାଗୀୟ ମନ୍ତ୍ରୀ ସଂପଦ ସ୍ୱାଇଁଙ୍କ  ଦିଗ୍‌ଦର୍ଶନରେ ତଥା ଦକ୍ଷତା ବିକାଶ ପ୍ରାଧିକରଣର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି ସ୍କିଲ୍‌-ଇନ୍‌-ଓଡ଼ିଶା ବ୍ରାଣ୍ଡ କାର୍ଯ୍ୟକ୍ରମ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶରେ ଅବିଚ୍ଛିନ୍ନ ଭାବେ ଷ୍ଟାଫ୍ ଆସୋସିଏସନ୍ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି।

    କୁଶଳୀ ବୃତ୍ତିଗତ ମାନବ ସମ୍ବଳ ସୃଷ୍ଟି କରାଯିବା ହେତୁ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ବା ଆଇଟିଆଇ ଗୁଡ଼ିକର ମାନ ବୃଦ୍ଧି ଲାଗି ଉନ୍ନତ ଭିତ୍ତିଭୂମି ଓ ଆଧୁନିକ କାର୍ଯ୍ୟଶାଳା ସ୍ଥାପନ ଭଳି ବହୁବିଦ୍ଧ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଗୁଡ଼ିକ ନିମନ୍ତେ ଉନ୍ନତ ଶିକ୍ଷା ପ୍ରଣାଳୀ ସାଙ୍ଗକୁ ସ୍ମାର୍ଟ ଶ୍ରେଣୀଗୃହ, ଅତ୍ୟାଧୁନିକ ଆଇଟି ଓ କମ୍ୟୁନିକେସନ୍ ଲ୍ୟାବ୍‌, ଉନ୍ନତ ପାଠାଗାର, ଏନ୍‌.ଆଇ.ଓ.ଏସ୍‌. ମାଧ୍ୟମରେ +୨ ସାର୍ଟିଫିକେଟ୍ ଆବାସିକ ଛାତ୍ରାବାସ ତଥା ଛାତ୍ରୀ ନିବାସ ଆଦିର ବ୍ୟବସ୍ଥା ସହିତ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଓଡି ସ୍କିଲସ୍ ଆଣ୍ଡ୍ରଏଡ୍ ମୋବାଇଲ୍ ଆପ ମାଧ୍ୟମରେ ଡିଜିଟାଇଜଡ୍ ପାଠ୍ୟକ୍ରମ ଓ ଉନ୍ନତ ବିଷୟବସ୍ତୁ ବିତରଣ ବ୍ୟବସ୍ଥା ମଧ୍ୟ କରାଯାଇଛି।

    ରାଜ୍ୟରେ ମହିଳାସଶକ୍ତି କରଣ ପଦକ୍ଷେପକୁ କୁଶଳୀ ତାଲିମ୍ ଜରିଆରେ ଆଉ ଏକ ପାଦ ଆଗକୁ ନେବାକୁ ସରକାରୀ ଆଇଟିଆଇ ମାନଙ୍କରେ ‘ସୁଦକ୍ଷା’ ଯୋଜନା ମାଧ୍ୟମରେ ଶତକଡ଼ା ୩୩ ପ୍ରତିଶତ ସ୍ଥାନ ଝିଅମାନଙ୍କ ପାଇଁ ସଂରକ୍ଷଣ ସହିତ ସଂପୂର୍ଣ୍ଣ ମାଗଣା ତାଲିମର ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ସରକାର ଛାତ୍ରୀଙ୍କ ମାସିକ ୧୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରୁଛନ୍ତି। ମାଗଣା ୟୁନିଫର୍ମ ସହିତ ମେଧାବୃତ୍ତି, ସୁଦକ୍ଷା, ପ୍ରେରଣା, ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ବାଣୀଶ୍ରୀ, ନିର୍ମାଣ ଶ୍ରମିକ ପୁଅ ଝିଅଙ୍କ ପାଇଁ ମେଧାବୃତ୍ତି, ଗ୍ରୀନ୍ ପ୍ୟାସେଜ୍ (ଅନାଥ ପିଲା) ଓ କୃଷି ଦିବ୍ୟନିଧି ଯୋଜନା ପରି ଛାତ୍ରଛାତ୍ରୀ ମଙ୍ଗଳ ଯୋଜନାମାନ ରାଜ୍ୟ ମେଧାବୃତ୍ତି ପୋଟାଲ ଜରିଆରେ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଛି।

    ଚଳିତ ୨୦୨୫-୨୬ ତାଲିମ୍ ବର୍ଷ ପାଇଁ ସରକାରୀ ଆଇଟିଆଇରେ ମୋଟ୍ ୭୨ଟି ଆଇଟିଆଇ ରେ ୨୪୪୪୮ ସିଟ୍ ପାଇଁ ପ୍ରଥମ ପର୍ଯ୍ୟାୟ ପାଇଁ ନାମଲେଖା ରେଜିଷ୍ଟ୍ରେସନ୍ ଏସ୍‌.ଏ.ଏମ୍‌.ଏସ୍‌. ପୋର୍ଟାଲ୍ ରେ ଚାଲିଅଛି ବୋଲି ଓଡ଼ିଶା ଆଇଟିଆଇ ଷ୍ଟାଫ୍ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ବିଜୟ ମଲ୍ଲ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

    ଆଇଟିଆଇ କୁଶଳୀ ତାଲିମ୍ ଦକ୍ଷତା ବିକାଶ ଧନ୍ଦାମୂଳକ ଶିକ୍ଷା ମହିଳାସଶକ୍ତି କରଣ ସ୍କିଲ୍-ଇନ୍-ଓଡିଶା
    Share. Facebook Twitter LinkedIn Email WhatsApp Copy Link
    Previous Articleରଥଯାତ୍ରାରେ ଯୋଗଦେବା ପାଇଁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ପ୍ରଶାସନ
    Next Article ରିଲାଏନ୍ସ କଂପାନୀରୁ ସେ ବର୍ଷକୁ 75 କୋଟି ଟଙ୍କା ଦରମା ପାଉଥିଲେ, ହେଲେ ସନ୍ୟାସୀ ହେବା ପାଇଁ ସବୁ ଛାଡିଲେ…

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.