Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ରାଜ୍ୟ ପୋଲିସ ଏକାଡେ଼ମୀ ତରଫରୁ ଆୟୋଜିତ “ନୂତନ ଅପରାଧିକ ଆଇନ” ସମ୍ପର୍କିତ କର୍ମଶାଳା
    ଆଜିର ଖବର

    ରାଜ୍ୟ ପୋଲିସ ଏକାଡେ଼ମୀ ତରଫରୁ ଆୟୋଜିତ “ନୂତନ ଅପରାଧିକ ଆଇନ” ସମ୍ପର୍କିତ କର୍ମଶାଳା

    June 18, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ଵର: ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିମନ୍ତେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀ ତରଫରୁ ଆୟୋଜିତ “ନୂତନ ଅପରାଧିକ ଆଇନ” ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଆନୁଷ୍ଠାନିକ ଭାବେ ଉଦଘାଟନ କରି ତିନୋଟି ନୂତନ ଆଇନର ମୌଳିକ ଉପାଦାନ ଉପରେ ଆଲୋକପାତ କରିଥିଲେ।

    ଏହି କର୍ମଶାଳାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାନ (ସିବିଆଇ) ର ପୂର୍ବତନ ସ୍ଵତନ୍ତ୍ର ନିର୍ଦ୍ଦେଶକ ଧରମ ଚାନ୍ଦ ଜୈନ ଓ ସିବିଆଇ ର prosecution ନିର୍ଦ୍ଦେଶିକା ପଦ୍ମିନୀ ସିଂହ Resource Person ଭାବେ ଯୋଗ ଦେଇ ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

    ଆଗାମୀ ଦିନରେ ପରିବର୍ତ୍ତିତ ନୂତନ ଆଇନର କାର୍ଯ୍ୟକାରିତା ଏବଂ ତୃଣ ମୂଳ ସ୍ତରରେ ଏହାର ସଠିକ ଉପଯୋଗ ହେବା କ୍ଷେତ୍ରରେ ବରିଷ୍ଠ ପୋଲିସ ଅଧିକାରୀମାନେ ଗୁରୁ ଦାୟିତ୍ୱ ତୁଲାଇବେ ବୋଲି ଡିଜିପି ଆଶା ବ୍ୟକ୍ତ କରିଛନ୍ତି।

    ଆଇନ ବ୍ୟବସ୍ଥାକୁ ବଜାୟ ରଖିବା ସହ ପ୍ରତ୍ୟେକ ନାଗରିକଙ୍କ ଅଧିକାର ଏବଂ ମର୍ଯ୍ୟାଦାକୁ ସୁରକ୍ଷା ଦେବା ପାଇଁ ବଦ୍ଧପରିକର ହୋଇ କାର୍ଯ୍ୟ କରିବାକୁ ଡିଜିପି ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

    ଦୃଢ ଇଚ୍ଛାଶକ୍ତି ଏବଂ ବୃତ୍ତିଗତ୍ତ ଦକ୍ଷତାର ସହିତ ଏହି ଆଇନଗତ ସଂସ୍କାର ଭାରତର ନ୍ୟାୟିକ ବ୍ୟବସ୍ଥାରେ ଏକ ମାଇଲଖୁଣ୍ଟ ଭାବେ ପରିଗଣିତ ହେବ ଏବଂ ନ୍ୟାୟ ବ୍ୟବସ୍ଥାରେ ଜନସାଧାରଣଙ୍କ ବିଶ୍ୱାସକୁ ଆହୁରି ମଜବୁତ କରି ଗଢି ତୋଳିବାକୁ ଡିଜିପି ଆହ୍ୱାନ ଦେଇଛନ୍ତି।

    ଏହି ନୂତନ ଅପରାଧିକ ଆଇନ ଗୁଡ଼ିକ ଦଣ୍ଡ କେନ୍ଦ୍ରିକ ହେବା ପରିବର୍ତ୍ତେ ନ୍ୟାୟ କେନ୍ଦ୍ରିକ ହେବା ଦିଗରେ କାର୍ଯ୍ୟ କରିବାକୁ ଡିଜିପି କହିଛନ୍ତି।

    ଏହି ନୂତନ ଅପରାଧିକ ଆଇନ ଗୁଡିକ ନ୍ୟାୟ ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରିବା ସହ ଆଧୁନିକ ଭାରତର ଗଣତନ୍ତ୍ର, ସାମ୍ବିଧାନିକ ଏବଂ ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଡିଜିପି ଆଶା ବ୍ୟକ୍ତ କରିଥିଲେ।

    ଏହି ଆଇନଗୁଡ଼ିକୁ କାର୍ଯ୍ୟକାରୀ କରିବାର ପ୍ରାଥମିକ ସଂସ୍ଥା ହେଉଛି ପୋଲିସ। ତେଣୁ ପ୍ରତ୍ୟେକ ପୋଲିସ କର୍ମଚାରୀ ଆଇନର ପ୍ରତିଟି ଶବ୍ଦ ସହିତ ଏହାର ଆତ୍ମାକୁ ମଧ୍ୟ ସଠିକ ଭାବେ ବୁଝି କାର୍ଯ୍ୟ କ୍ଷେତ୍ରରେ ଉପଯୋଗ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ।

    ଏହା ସହ ତଦନ୍ତରେ ଦକ୍ଷତା ବୃଦ୍ଧି, ପୀଡିତଙ୍କୁ ସୁନିଶ୍ଚିତ ନ୍ୟାୟ ପ୍ରଦାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏହି ନୂତନ ଆଇନ ଆହୁରି ସଶକ୍ତ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

    ଏହି ନୂତନ ଆଇନ ଆତଙ୍କବାଦ, ସଂଗଠିତ ହତ୍ୟା ଏବଂ ସଂଗଠିତ ଅପରାଧ ଭଳି ଜଘନ୍ୟ ଅପରାଧର ବ୍ୟାପକ ସଂଜ୍ଞା ପ୍ରଦାନ କରି ଅଛି। ସମୟସୀମା, ଇଲେକ୍ଟ୍ରୋନିକ୍ ସମନ, ଇ-FIR, ବୟାନର ଭିଡିଓ ରେକର୍ଡିଂ ଏବଂ ଡିଜିଟାଲ୍ ଫୋରେନ୍ସିକ୍ କୌଶଳ ଭଳି ଡିଜିଟାଲ୍ ଉପକରଣର ବ୍ୟବହାରକୁ ଏହି ଆଇନ ପ୍ରୋତ୍ସାହିତ କରିଥାଏ ବୋଲି ସେ କହିଥିଲେ।

    ଏହି ପରିବର୍ତ୍ତିତ ଆଇନ ଗୁଡ଼ିକ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ପୀଡିତଙ୍କୁ ନ୍ୟାୟ, ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ତଦନ୍ତ ଏବଂ ସମୟସୀମା ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରୁଛି।

    ଏହି କର୍ମଶାଳାରେ ଭୁବନେଶ୍ୱର ଓ କଟକରେ କାର୍ଯ୍ୟରତ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିବା ବେଳେ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ, ସମସ୍ତ ବାଟାଲିୟନର କମାଣ୍ଡାଣ୍ଟ ଓ ସମସ୍ତ ପୋଲିସ ରେଞ୍ଜର ପୋଲିସ ଅଧିକାରୀ ଆଭାସି ମାଧ୍ୟମରେ ଯୋଗ ଦେଇଥିଲେ। ପୋଲିସ ଏକାଡେ଼ମୀର ନିର୍ଦ୍ଦେଶକ ସଂଜୀବ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଆଇଜି ତାଲିମ ଅନୁପ ସାହୁ ଏହି କର୍ମଶାଳାକୁ ପରିଚାଳନା କରିଥିଲେ।

    ନୂତନ ଅପରାଧିକ ଆଇନ ଯୋଗେଶ ବାହାଦୁର ଖୁରାନିଆ ରାଜ୍ୟ ପୋଲିସ ଏକାଡେ଼ମୀ
    Share. Facebook Twitter LinkedIn Email WhatsApp Copy Link
    Previous Articleଟ୍ରମ୍ପଙ୍କ ହୃଦୟରେ ପାକିସ୍ତାନ ପ୍ରତି ପ୍ରେମ: ଜେନେରାଲ ଅସୀମ ମୁନିରଙ୍କ ସହିତ କରିବେ ମଧ୍ୟାହ୍ନ ଭୋଜନ
    Next Article ପାକିସ୍ତାନ ସେନା ମୁଖ୍ୟ ଆମେରିକା ପହଞ୍ଚିବା ମାତ୍ରେ ଫୋନ କଲେ ମୋଦୀ, ଜାଣନ୍ତୁ ଟ୍ରମ୍ଫଙ୍କ ସହ କ’ଣ ହେଲା ଆଲୋଚନା?

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.