Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଏକୀକୃତ ପେନସନ ଯୋଜନା ଅଧୀନରେ ଗ୍ରାଚ୍ୟୁଇଟି ସୁବିଧା ପାଇବେ ସରକାରୀ କର୍ମଚାରୀ: ଡ. ଜିତେନ୍ଦ୍ର ସିଂହ
    ଆଜିର ଖବର

    ଏକୀକୃତ ପେନସନ ଯୋଜନା ଅଧୀନରେ ଗ୍ରାଚ୍ୟୁଇଟି ସୁବିଧା ପାଇବେ ସରକାରୀ କର୍ମଚାରୀ: ଡ. ଜିତେନ୍ଦ୍ର ସିଂହ

    June 18, 2025No Comments5 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ); ଭୂବିଜ୍ଞାନ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆଣବିକ ଶକ୍ତି ବିଭାଗ, ମହାକାଶ, କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗତ ୧୧ ବର୍ଷ ମଧ୍ୟରେ କାର୍ମିକ, ସାଧାରଣ  ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟର ରୂପାନ୍ତରଣକାରୀ ଯାତ୍ରାକୁ ରେଖାଙ୍କିତ କରିଛନ୍ତି। ମନ୍ତ୍ରଣାଳୟ ଶାସନକୁ ସରଳ କରିବା, ନାଗରିକମାନଙ୍କୁ ସଶକ୍ତ କରିବା ଏବଂ ପ୍ରଶାସନକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିବା ସେ କହିଛନ୍ତି।

    ଏହି ଅବସରରେ ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରି କହିଥିଲେ ଯେ ଏକୀକୃତ ପେନସନ ଯୋଜନା ଅଧୀନରେ ଆସୁଥିବା କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ତ୍ତମାନ କେନ୍ଦ୍ରୀୟ ପ୍ରଶାସନିକ ସେବା (ଜାତୀୟ ପେନସନ୍‌ ପ୍ରଣାଳୀ ଅଧୀନରେ ଗ୍ରାଚ୍ୟୁଇଟି ପ୍ରଦାନ) ନିୟମ, ୨୦୨୧ର ବ୍ୟବସ୍ଥା ଅନୁଯାୟୀ ଅବସର ଏବଂ ମୃତ୍ୟୁକାଳୀନ ଗ୍ରାଚ୍ୟୁଇଟି ଲାଭ ପାଇଁ ଯୋଗ୍ୟ ହେବେ।

    ସରକାରୀ କର୍ମଚାରୀଙ୍କ ଏକ ବଡ଼ ବର୍ଗଙ୍କ ଦୀର୍ଘ ଦିନରୁ ଏହି ଦାବି କରି ଆସୁଥିଲେ। କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ସରକାରୀ କର୍ମଚାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଦାବିକୁ ପୂରଣ କରିବ ଏବଂ ଅବସରକାଳୀନ ସୁବିଧାଗୁଡ଼ିକରେ ସମାନତା ଆଣିବ ବୋଲି କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଥିଲେ । ସେ ଆହୁରି କହିଥିଲେ, ଏହି ନୂତନ ବ୍ୟବସ୍ଥା ଜାତୀୟ ପେନସନ ବ୍ୟବସ୍ଥା ଅଧୀନରେ ସମସ୍ତ ବର୍ଗର କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

    ନୂଆଦିଲ୍ଲୀର ନେସନାଲ ମିଡିଆ ସେଣ୍ଟର ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଡକ୍ଟର ସିଂ ମନ୍ତ୍ରଣାଳୟର କାର୍ଯ୍ୟକୁ ଚାରୋଟି ପ୍ରମୁଖ କ୍ଷେତ୍ରରେ ବର୍ଗୀକୃତ କରିଥିଲେ ଯାହା ମୋଦୀ ସରକାରଙ୍କ ଅଧୀନରେ ଶାସନର ପରିବର୍ତ୍ତିତ ରୂପକୁ ପ୍ରତିଫଳିତ କରିଥିଲା।

    ପ୍ରଥମତଃ, ଉପନିବେଶ କାଳରୁ ଚାଲି ଆସିଥିବା ବ୍ୟବସ୍ଥା ସମେତ ୧,୬୦୦ରୁ ଅଧିକ ପୁରୁଣା ବ୍ୟବସ୍ଥାର ଉଚ୍ଛେଦକୁ ଦର୍ଶାଇ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏକ ସରକାର ନୂଆ ନିୟମ ସୃଷ୍ଟି କରିବା ପରିବର୍ତ୍ତେ ଅନାବଶ୍ୟକ ନିୟମଗୁଡ଼ିକୁ ହଟାଇବାରେ ଗର୍ବ ଅନୁଭବ କରିଛନ୍ତି ବୋଲି ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ। ଏହା ଦେଶର ନାଗରିକ ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ବିଶ୍ୱାସର ଏକ ଦୃଢ଼ ବାର୍ତ୍ତା ସୃଷ୍ଟି କରୁଥିବା ସେ କହିଥିଲେ । କେତେକ ନିର୍ଦ୍ଦିଷ୍ଟ ବର୍ଗ ପାଇଁ ଚାକିରି ସାକ୍ଷାତକାରକୁ ଉଚ୍ଛେଦ କରିବାର ନିଷ୍ପତ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲାଲକିଲ୍ଲାରୁ ଘୋଷଣା କରାଯାଇଥିଲା। ଜାନୁଆରୀ ୨୦୧୬ ସୁଦ୍ଧା ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଏହି ନିୟମ ନିଯୁକ୍ତି କ୍ଷେତ୍ରରେ ନିରପେକ୍ଷତା ଏବଂ ସ୍ୱଚ୍ଛତା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଥିଲା ବୋଲି ସେ କହିଥିଲେ।

    ଡକ୍ଟର ଜିତେନ୍ଦ୍ର ସିଂହ ଗୁରୁତ୍ୱାରୋପ କରି କହିଥିଲେ ଯେ ମନ୍ତ୍ରଣାଳୟର ଅନେକ ସଂସ୍କାର ପ୍ରଶାସନିକ ସୁବିଧାର ଠାରୁ ଊର୍ଦ୍ଧ୍ବରେ ଥିଲା ଏବଂ ସେଗୁଡ଼ିକ ବ୍ୟାପକ ସାମାଜିକ-ସାଂସ୍କୃତିକ ବାର୍ତ୍ତା ବହନ କରିଥିଲା। ଦୁର୍ନୀତି ନିବାରଣ ଆଇନରେ ସଂଶୋଧନ ଭଳି ପଦକ୍ଷେପଗୁଡ଼ିକ ଉତ୍ତମ କାର୍ଯ୍ୟ ସମ୍ପାଦନ କରୁଥିବା ଅଧିକାରୀମାନଙ୍କ ସୁରକ୍ଷା ସହିତ ଉତ୍ତରଦାୟିତ୍ୱକୁ ସନ୍ତୁଳିତ କରିବାକୁ ଚେଷ୍ଟା କରିଥିଲା। ଅନ୍ୟପକ୍ଷରେ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିବାର ମାମଲାର ମୁକାବିଲା ଏବଂ ଏଥିରେ ସଂଗଠିତ ଠକେଇ ରାକେଟର ଠକାମିରୁ ଛାତ୍ରଛାତ୍ରୀଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ମଧ୍ୟ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ କହିଥିଲେ। ଡକ୍ଟର ସିଂ ଜୋର ଦେଇ କହିଥିଲେ ଯେ ସାର୍ବଜନୀନ ନୀତିରେ ସନ୍ଦେହ ପରିବର୍ତ୍ତେ ସମର୍ଥନ ଉଦ୍ଦେଶ୍ୟ ନେଇ ସରକାର କାମ କରୁଛନ୍ତି । ଆମେ ଏଠାରେ ଛାତ୍ରଛାତ୍ରୀଙ୍କୁ ନୁହେଁ ବରଂ ରାକେଟରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଦଣ୍ଡିତ କରିବାକୁ ପଦକ୍ଷେପ ନେଇଛୁ ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ପରିବର୍ତ୍ତନଗୁଡ଼ିକ ଶାସନ ପାଇଁ ଏକ ନୂତନ ଧାରଣା ସୃଷ୍ଟି କରିବାରେ ସହାୟକ ହୋଇଥିଲା, ଯେଉଁଥିରେ ଦୋଷୀ ସାବ୍ୟସ୍ତ କରିବା ନୁହେଁ ବରଂ ବିଶ୍ୱାସ ସୃଷ୍ଟି କରିବାର ଉଦ୍ଦେଶ୍ୟକୁ ଗ୍ରହଣ କରାଯାଇଥିଲା।

    ପୁରୁଣା ନିୟମରେ ଅସମ୍ବେଦନଶୀଳତାର ପ୍ରତ୍ୟକ୍ଷ ଅନୁଭୂତି କାରଣରୁ କେତେଗୁଡ଼ିଏ ପରିବର୍ତ୍ତନ କରାଯାଇଥିବା ଡକ୍ଟର ଜିତେନ୍ଦ୍ର ସିଂହ ଉଲ୍ଲେଖ କରିଥିଲେ। ତେଣୁ ମାନବ କୈନ୍ଦ୍ରିକ ସଂସ୍କାର ମନ୍ତ୍ରଣାଳୟର ପ୍ରୟାସର ତୃତୀୟ ସ୍ତମ୍ଭ ଥିଲା ବୋଲି ସେ କହିଥିଲେ । ଏଥିରେ ପେନସନଭୋଗୀଙ୍କ ପାଇଁ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ପ୍ରବର୍ତ୍ତନ, ଛାଡପତ୍ର ଏବଂ ଅଲଗା ହୋଇଥିବା ଝିଅମାନଙ୍କୁ ସାମିଲ କରିବା ପାଇଁ ପାରିବାରିକ ପେନସନ୍ ନିୟମରେ ସଂସ୍କାର, ଏବଂ ମୃତ ପ୍ରସବ ମାମଲାରେ ମାତୃତ୍ୱ ଛୁଟି ବୃଦ୍ଧି କରିବା ଭଳି ପଦକ୍ଷେପ ସାମିଲ ଅଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସମୟୋଚିତ କ୍ୟାରିଅର ଅଗ୍ରଗତି ବିନା ସେବା କରିଥିବା ଅଧିକାରୀମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଦୀର୍ଘ ଦିନ ଧରି ପଡ଼ି ରହିଥିବା ୧୯ ହଜାରରୁ ଅଧିକ ପଦୋନ୍ନତି କିପରି ତ୍ୱରାନ୍ୱିତ କରାଯାଇଥିଲା ତାହା ସେ ସ୍ମରଣ କରାଇ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ କହିଥିଲେ, ଆମେ ବ୍ୟକ୍ତିବିଶେଷଙ୍କ ମର୍ଯ୍ୟାଦାକୁ ସମ୍ମାନ କରୁଥିବା ସମାଧାନ ସୃଷ୍ଟି କରିବା ପାଇଁ ପ୍ରଯୁକ୍ତି ସହିତ ମାନବୀୟ ଚିନ୍ତାଧାରାକୁ ମିଳିତ କରିଛୁ। ସେ କହିଥିଲେ ଯେ ଏହି ପଦକ୍ଷେପଗୁଡିକ ଏପରି ଏକ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ଯାହା ନୀତିକୁ ସହାନୁଭୂତିର ଦୃଷ୍ଟିକୋଣରୁ ଦେଖୁଛି।

    ନବୋନ୍ମେଷକୁ ଚତୁର୍ଥ ପ୍ରମୁଖ କ୍ଷେତ୍ର ଭାବରେ ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ ଅନେକ ଶାସନ ସଂସ୍କାରରେ ଅଭିନବ ଚିନ୍ତାଧାରା ଏବଂ ପ୍ରଯୁକ୍ତିବିଦ୍ୟା ଗ୍ରହଣୀୟତାକୁ ସାମିଲ କରାଯାଇଛି। କ୍ଷମତା ନିର୍ମାଣ କମିଶନର ପ୍ରତିଷ୍ଠା ଏବଂ ଆଇଗଟ୍‌-କର୍ମଯୋଗୀ ପ୍ଲାଟଫର୍ମର ପ୍ରଚଳନକୁ ବାସ୍ତବ ଦୁନିଆର ଆହ୍ୱାନ ପାଇଁ ସରକାରୀ କର୍ମଚାରୀମାନଙ୍କୁ ପ୍ରସ୍ତୁତ କରିବା ଦିଗରେ ଯୁଗାନ୍ତକାରୀ ପଦକ୍ଷେପ। ସିପିଗ୍ରାମ୍ସ ଅଭିଯୋଗ ସମାଧାନ ପୋର୍ଟାଲ୍ ବର୍ତ୍ତମାନ ୯୫-୯୬% ସମାଧାନ ହାର ସହିତ ବାର୍ଷିକ ୨୬ ଲକ୍ଷରୁ ଅଧିକ ଅଭିଯୋଗ ପରିଚାଳନା କରୁଛି । ପ୍ରତିକ୍ରିୟାଶୀଳ ପ୍ରଶାସନ ନାଗରିକଙ୍କ ଆଶାକୁ କିପରି ପୂରଣ କରୁଛି ଏହା ତାହାର ଏକ ଉଦାହରଣ। ‘ଅନୁଭବ’ ଭଳି ପଦକ୍ଷେପ, ଯେଉଁଠାରେ ଅବସରପ୍ରାପ୍ତ ଅଧିକାରୀମାନେ ସଂସ୍ଥାଗତ ସ୍ମୃତି ପାଇଁ ସେମାନଙ୍କର ଅଭିଜ୍ଞତାକୁ ଲିପିବଦ୍ଧ କରୁଛନ୍ତି । ଆଇଏଏସ ଅଧିକାରୀଙ୍କ ପାଇଁ ସହାୟକ ସଚିବ କାର୍ଯ୍ୟକ୍ରମ, ଏକ ଜ୍ଞାନ-ଉନ୍ମୁଖୀ, ଭବିଷ୍ୟତ-ପ୍ରସ୍ତୁତ ଅମଲାତନ୍ତ୍ର ଗଠନର ପ୍ରୟାସ ଭାବରେ ଦେଖାଯାଇଥିଲା। ‘‘ଆମେ ଲାଲ ଫିତାରୁ ବାସ୍ତବ-ସମୟକୁ, ଫାଇଲ-ପୁସିଂରୁ ମତାମତ-ଆଧାରିତ ନୀତିକୁ ସ୍ଥାନାନ୍ତରିତ ହୋଇଛୁ, ଡକ୍ଟର ଜିତେନ୍ଦ୍ର ସିଂହ ଶେଷରେ କହିଥିଲେ। ଏହି ସଂସ୍କାରଗୁଡ଼ିକ ନୂତନ ଭାରତର ଶାସନ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଚିହ୍ନିତ କରେ ବୋଲି ସେ କହିଥିଲେ।

    ସାମ୍ବାଦିକ ସମ୍ମିଳନୀ ସମୟରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରମୁଖ ପ୍ରକାଶନ ଏବଂ ଡିଜିଟାଲ ପଦକ୍ଷେପର ଏକ ସେଟ୍ ମଧ୍ୟ ଉନ୍ମୋଚନ କରିଥିଲେ। ଏଗୁଡ଼ିକ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସେବା ପ୍ରଦାନ ଉପରେ ମନ୍ତ୍ରଣାଳୟର ନିରନ୍ତର ଧ୍ୟାନକୁ ପ୍ରତିଫଳିତ କରେ। ଏଥିରେ କାର୍ମିକ ଓ ତାଲିମ ବିଭାଗ, ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ବିଭାଗର ୧୧ ବର୍ଷର ସଫଳତା ପୁସ୍ତିକା ଅନ୍ତର୍ଭୁକ୍ତ। ପୁସ୍ତିକାରେ ତିନୋଟି ବିଭାଗର ସଂସ୍କାର ଏବଂ ମାଇଲଖୁଣ୍ଟଗୁଡ଼ିକର ଏକ ବିସ୍ତୃତ ସମୀକ୍ଷା କରାଯାଇଛି। ମନ୍ତ୍ରୀ ମଧ୍ୟ ପରିବାର ପେନସନଭୋଗୀଙ୍କ ଅଭିଯୋଗ ପାଇଁ ସ୍ୱତନ୍ତ୍ର ଅଭିଯାନ ପାଇଁ ମାର୍ଗଦର୍ଶିକା, ଅଗଷ୍ଟ ୨୦୨୪ ରୁ ଜୁନ୍ ୨୦୨୫ ପର୍ଯ୍ୟନ୍ତ ସମୟକୁ ଅନ୍ତର୍ଭୁକ୍ତ କରୁଥିବା ବିଜ୍ଞପ୍ତିଗୁଡ଼ିକର ଏକ ସାରାଂଶ ଏବଂ କେନ୍ଦ୍ରୀୟ ସିଭିଲ୍ ସର୍ଭିସ୍ (ୟୁନିଅନ୍ ପବ୍ଲିକ୍ ସର୍ଭିସ୍) ନିୟମ ସମ୍ବନ୍ଧୀୟ ଏକ ସର୍କୁଲାର ସେଟ୍ ଉନ୍ମୋଚନ କରିଥିଲେ।

    କାର୍ମିକ ଓ ତାଲିମ ବିଭାଗର ସଚିବ ରଚନା ଶାହ ଗତ ୧୧ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ଢାଞ୍ଚାଗତ ସଂସ୍କାର ଏବଂ ସମାବେଶୀ ପ୍ରଶାସନିକ ପଦକ୍ଷେପଗୁଡ଼ିକର ଅବତାରଣା କରିଥିଲେ। ସେ କହିଥିଲେ ଏସବୁ ପଦକ୍ଷେପ ପ୍ରଧାନମନ୍ତ୍ରୀଙ୍କ ‘ସର୍ବନିମ୍ନ ସରକାର ଏବଂ ସର୍ବାଧିକ ପ୍ରଶାସନ’ ମନ୍ତ୍ରକୁ ଆଧାର କରି  ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲରେ ଏହି ଅବଧି ମଧ୍ୟରେ ୮.୯ ଲକ୍ଷରୁ ଅଧିକ ମାମଲାର ସମାଧାନ କରାଯାଇଥିବା ସେ ସୂଚନା ଦେଇଥିଲେ।

    ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ବିଭାଗର ସଚିବ ଭି. ଶ୍ରନିବାସ ଗତ ୧୧ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯାଇଥିବା ସୁଦୂରପ୍ରସାରୀ ପ୍ରଶାସନିକ ସଂସ୍କାର ଏବଂ ଡିଜିଟାଲ ନାଗରିକ ସେବାର ତାଲିକା ଦେଇଥିଲେ। ସେ କହିଥିଲେ, ସିପିଗ୍ରାମ୍ସ ବିଶ୍ୱର ସବୁଠୁ ବଡ଼ ଏଆଇ ପରିଚାଳିତ ଅଭିଯୋଗ ସମାଧାନ ମଞ୍ଚରେ ପରିଣତ ହେବା ସହିତ ବାର୍ଷିକ ୨୬ ଲକ୍ଷ ଅଭିଯୋଗର ସମାଧାନ କରୁଛି। ଅଧିକାଂଶ ଅଭିଯୋଗ ୧୪ ଦିନରୁ କମ୍‌ ସମୟ ମଧ୍ୟରେ ସମାଧାନ କରାଯାଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ତିନୋଟି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

    ଏକୀକୃତ ପେନସନ ଯୋଜନା ଗ୍ରାଚ୍ୟୁଇଟି ସୁବିଧା ଡକ୍ଟର ଜିତେନ୍ଦ୍ର ସିଂ
    Share. Facebook Twitter LinkedIn Email WhatsApp Copy Link
    Previous Articleଖୋଲିଲା ମା’ଭଗବତୀଙ୍କ ଭିତର ହୁଣ୍ଡି: ଜାଣନ୍ତୁ କେତେ ମିଳିଲା ଦାନ ରାଶି?
    Next Article ବୈଶ୍ବିକ ରାଜନୀତିରେ ଭାରତର ପଦଚିହ୍ନ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.