Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅନ୍ତରାଷ୍ଟ୍ରୀୟ»ଭାରତର ଏନିମେସନ୍‌ ସଫଳତାକୁ ବିଶ୍ୱସ୍ତରରେ ପହଞ୍ଚାଇଲା ‘ଦେଶୀ ଉନ୍’
    ଅନ୍ତରାଷ୍ଟ୍ରୀୟ

    ଭାରତର ଏନିମେସନ୍‌ ସଫଳତାକୁ ବିଶ୍ୱସ୍ତରରେ ପହଞ୍ଚାଇଲା ‘ଦେଶୀ ଉନ୍’

    June 18, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ ଏନିମେସନ ଚଳଚ୍ଚିତ୍ର ‘ଦେଶୀ ଉନ୍’ ଫ୍ରାନ୍ସରେ ଅନୁଷ୍ଠିତ ଆନସି ଅନ୍ତର୍ଜାତୀୟ ଏନିମେସନ ଚଳଚ୍ଚିତ୍ର ମହୋତ୍ସବରେ ‘ସର୍ବଶ୍ରେଷ୍ଠ କମିଶନ୍‌ ଚଳଚ୍ଚିତ୍ର ପାଇଁ ଜୁରୀ ପୁରସ୍କାର’ ପାଇଛି। ଏନିମେସନ୍ ପାଇଁ ବିଶ୍ୱର ସବୁଠାରୁ ସମ୍ମାନଜନକ ମଞ୍ଚ ଭାବରେ ଖ୍ୟାତି ଅର୍ଜନ କରିଥିବା ଏହି ମହୋତ୍ସବରେ ଭାରତୀୟ ଏନିମେସନ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବା ସାରା ଦେଶ ପାଇଁ ଗୌରବର ବିଷୟ। ଏହି ସଫଳତା ଭାରତୀୟ ଏନିମେସନକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସକ୍ଷମ ହୋଇଛି।

    ଭାରତର ଜଣାଶୁଣା ଏନିମେସନ ଚଳଚ୍ଚିତ୍ର ନିର୍ମାତା ସୁରେଶ ଏରିୟାତଙ୍କ ଦ୍ୱାର ନିର୍ମିତ ‘ଦେଶୀ ଉନ୍’ କିଛିଦିନ ପୂର୍ବରୁ ମୁମ୍ବାଇରେ ଅନୁଷ୍ଠିତ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ (ୱେଭ୍ସ)ରେ ସର୍ବଶ୍ରେଷ୍ଠ ଏନିମେସନ ଚଳଚ୍ଚିତ୍ର ରୂପେ ଉତ୍କର୍ଷତା ପୁରସ୍କାର ପାଇଥିଲା। ୱେଭ୍ସ କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଅଧୀନରେ ଭାରତର ଅଗ୍ରଣୀ ଏନିମେସନ୍ ଏବଂ ଡିଜାଇନ୍ ମାନ୍ୟତା ପ୍ଲାଟଫର୍ମରେ ପୁରସ୍କୃତ ହେବା ପରେ ଏହି ଚଳଚ୍ଚିତ୍ର ଏବେ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ହାସଲ କରିପାରିଛି। ଆନସି ସମ୍ମାନ ସହିତ, ଏହି ଚଳଚ୍ଚିତ୍ରଟି କାନ୍ସ ଲାୟନ୍ସ ୨୦୨୫ରେ ଫିଲ୍ମ କ୍ରାଫ୍ଟ ଲାୟନ୍ସ ବର୍ଗରେ ମଧ୍ୟ ମନୋନିତ ହୋଇଛି। ଏହା ଭାରତର ଏନିମେସନ୍ ଶିଳ୍ପ ପାଇଁ ଏକ ଐତିହାସିକ ସଫଳତା।

    ସୁରେଶ ଏରିୟାତଙ୍କ କାହାଣୀ ବର୍ଣ୍ଣନାର ଚମତ୍କାରିତା ଏବଂ ଷ୍ଟୁଡିଓ ଇକସରସ୍‌ର କାରିଗରୀରେ ପ୍ରସ୍ତୁତ ‘ଦେଶୀ ଉନ୍‌’ ଅନେକ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଛି। ଏହି ଚଳଚ୍ଚିତ୍ର ଏଆଇସିପି ଶୋ’ ବିଜେତା ହୋଇଛି। ଏହାକୁ ନ୍ୟୁୟର୍କର ମ୍ୟୁଜିୟମ୍ ଅଫ୍ ମଡର୍ଣ୍ଣ ଆର୍ଟ (ମୋମା)ରେ ସଂରକ୍ଷଣ କରାଯିବ ଯାହା ସବୁଠାରୁ ପ୍ରଭାବଶାଳୀ ବିଶ୍ୱସ୍ତରୀୟ ସୃଜନଶୀଳ ପ୍ରସ୍ତୁତି ପାଇଁ ସଂରକ୍ଷିତ ଏକ ସମ୍ମାନ। ସେହିପରି ଶ୍ରେଷ୍ଠ ଏନିମେସନ ଚଳଚ୍ଚିତ୍ର ଏବଂ ଶ୍ରେଷ୍ଠ ଏନିମେସନ ପ୍ଲସ୍‌ ସିଜିଆଇ ଏକୀକରଣ କ୍ଷେତ୍ରରେ ଗୁଡ୍‌ ଆଡ୍ସ ମ୍ୟାଟର୍‌ ରେ ଏହି ଚଳଚ୍ଚିତ୍ରକୁ ୨ଟି ସ୍ୱର୍ଣ୍ଣ ପଦକ ମିଳିଛି। ସମ୍ମାନଜନକ କ୍ୟୁରିଅସ୍‌ କ୍ରିଏଟିଭ୍‌ ଆୱାର୍ଡସ୍‌ ଠାରେ ଏହାକୁ ଟୁ ବ୍ଲୁ ଏଲିଫ୍ୟାଣ୍ଟସ୍‌ ଏବଂ ୱାନ୍‌ ବେବୀ ବ୍ଲାକ୍‌ ଏଲିଫ୍ୟାଣ୍ଟ ପୁରସ୍କାର ମିଳିଛି। ‘ଦେଶୀ ଉନ୍’ ବିଶ୍ୱ ବିଜ୍ଞାପନ ଜଗତରେ ଡିଜାଇନ ଉତ୍କର୍ଷତା ପାଇଁ ପ୍ରସିଦ୍ଧ ଡିଆଣ୍ଡଏଡି ଉଡେନ୍‌ ପେନ୍ସିଲ୍‌ ପୁରସ୍କାର ବିଜେତା ମଧ୍ୟ ହୋଇପାରିଛି।

    ସୂଚନାଯୋଗ୍ୟ ଯେ, ୱେଭସ୍ ୨୦୨୫ର ଅଂଶବିଶେଷ ଭାବେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ‘କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ’ ଭାରତର ସୃଜନଶୀଳ ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ଲାଗି ଏକ ଯୁଗାନ୍ତକାରୀ ମଞ୍ଚ ଭାବେ ଉଭା ହୋଇଛି। ଏଭଳି କାର୍ଯ୍ୟକ୍ରମ ଆୟୋଜନର ସୁଫଳ ଏବେ ମିଳିବାରେ ଲାଗିଛି। ଭାରତର ଏଭିଜିସି-ଏକ୍ସଆର ଇକୋସିଷ୍ଟମ (ଏନିମେସନ୍, ଭିଏଫ୍ଏକ୍ସ, ଗେମିଂ, କମିକ୍ସ ଏବଂ ଏକ୍ସଟେଣ୍ଡେଡ ରିଅଲିଟି) କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ଫ୍ଲାଗସିପ୍ ପଦକ୍ଷେପ ସ୍ୱରୂପ କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜର ୩୨ଟି ସ୍ୱତନ୍ତ୍ର ପ୍ରତିଯୋଗିତାରେ ୬୦ ଅଧିକ ଦେଶରୁ ପ୍ରତିଯୋଗୀ ଭାଗ ନେଇଥିଲେ । ଏହା ଭାରତୀୟ ସଂସ୍କୃତିରେ ନିହିତ ଅଭିନବ କାହାଣୀକୁ ଆଲୋକିତ କରିଥିଲା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଥିଲା।

    ‘ଦେଶୀ ଉନ୍’ ଏନିମେସନ୍‌
    Share. Facebook Twitter LinkedIn Email WhatsApp Copy Link
    Previous Articleଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ, କହିଲେ.. ଜଗନ୍ନାଥଙ୍କ ଆର୍ଶିବାଦରୁ ଶିଘ୍ର ଫେରିବି
    Next Article ସ୍ବାସ୍ଥ୍ୟ ପାଇଁ ଭୁବନେଶ୍ବରରେ ଅନୁପସ୍ଥିତ ରହିବେ ନବୀନ, କିଏ ବୁଝିବ ଦଳୀୟ ବ୍ୟାପାର ? ସ୍ପଷ୍ଟ କଲେ ସଭାପତି

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.