Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସମାନ ଶିକ୍ଷା ପ୍ରଦାନ କରିବା ପାଇଁ ତ୍ରିପାକ୍ଷିକ ଏମଓୟୁ
    ଆଜିର ଖବର

    ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସମାନ ଶିକ୍ଷା ପ୍ରଦାନ କରିବା ପାଇଁ ତ୍ରିପାକ୍ଷିକ ଏମଓୟୁ

    June 18, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ/ଭୁବନେଶ୍ୱର: ଦିବ୍ୟାଙ୍ଗଜନଙ୍କ ପାଇଁ ସମାନ ଶିକ୍ଷା ସୁନିଶ୍ଚିତ କରିବା ଏବଂ ସମାବେଶୀ ଭାରତ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି।

    ଡିପାର୍ଟମେଣ୍ଟ ଅଫ୍ ଏମ୍ପପାଓ୍ୱାରମେଣ୍ଟ୍ ଅଫ୍ ପର୍ସନ ଓ୍ୱିଥ୍ ଡିଜାବିଲିଟି (ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ), ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (ଏନଆଇଓଏସ) ଏବଂ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏନସିଇଆରଟି), ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଏବଂ ସମାନ ଶିକ୍ଷା ହେଉଛି ଜାତୀୟ ଶିକ୍ଷା ନୀତିର ମୂଳ ବିଚାର । ଆଜିର ବୁଝାମଣାପତ୍ର ଜାତୀୟ ଶିକ୍ଷା ନୀତିର ଏହି ଭାବନାକୁ ଆଗକୁ ବଢ଼ାଇବା ଦିଗରେ ଏକ ଭଲ ପ୍ରୟାସ । ଏହି ବୁଝାମଣାପତ୍ର ଦିବ୍ୟାଙ୍ଗ ପିଲାମାନଙ୍କୁ ଶିକ୍ଷାର ସମାନ ସୁଯୋଗ ପ୍ରଦାନ କରିବା, ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବା, ଶିକ୍ଷାରେ ସମସ୍ତଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଏବଂ ଏକ ସମାବେଶୀ ଭାରତ ଗଠନ କରିବାରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟାଙ୍ଗଜନ ଶବ୍ଦ ବ୍ୟବହାର କରି ସମାଜରେ ଏହି ବର୍ଗ ପ୍ରତି ସମ୍ମାନ ଏବଂ ସମ୍ବେଦନଶୀଳତା ବିଷୟରେ ଯେଉଁ କଥା କହିଥିଲେ, ତାହା ଆମ ପାଇଁ ପ୍ରେରଣାର ଉତ୍ସ। ଆଜି ସମାଜରେ ଭିନ୍ନକ୍ଷମ ବିଷୟରେ ଅଧିକ ସମ୍ବେଦନଶୀଳତା ଏବଂ ବୁଝାମଣା ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଦିବ୍ୟାଙ୍ଗ ପିଲାମାନଙ୍କୁ ଏକ ସମ୍ମାନଜନକ ଜୀବନ ପ୍ରଦାନ କରିବା ଏବଂ ସେମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ସେମାନଙ୍କ ଶିକ୍ଷା ପାଇଁ ପ୍ରଭାବଶାଳୀ ବିକଳ୍ପ ପ୍ରସ୍ତୁତ କରିବା ଆମର ଦାୟିତ୍ୱ । ଏହି ଦାୟିତ୍ୱକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବା ଶିକ୍ଷା  ମନ୍ତ୍ରଣାଳୟ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଦାୟିତ୍ୱ ।

    ଏନସିଇଆରଟି ଏବଂ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନକୁ ଟେକ୍ନୋଲୋଜି ଏବଂ ସମାଜର ସହଭାଗୀତା ସହ ଦିବ୍ୟାଙ୍ଗଜନ ସହ ଜଡ଼ିତ ନୀତିଗୁଡ଼ିକର ଡି-କୋଡ଼ିଫାଏ ଏବଂ ବିସ୍ତାର କରିବା ପାଇଁ ପ୍ରଚେଷ୍ଟା କରିବା ଉଚିତ୍। ଦିବ୍ୟାଙ୍ଗମାନଙ୍କ ପାଇଁ ସମାନତା, ସୁଗମତା ଏବଂ ସମ୍ବେଦନଶୀଳତା ଭଳି ପ୍ରସଙ୍ଗରେ ସମାଜରେ ଦାୟିତ୍ୱବୋଧ ବୃଦ୍ଧି କରିବା ଦରକାର। ଏଥିପାଇଁ ଆଗାମୀ ଦିନରେ, ଶିକ୍ଷା ମନ୍ତ୍ରଣାଳୟ ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ମିଳିତ ଭାବରେ ଜାତୀୟ ଭିନ୍ନକ୍ଷମ ବ୍ୟକ୍ତି ଅଧିକାର ଆଇନ ୨୦୧୬ ଏବଂ ଜାତୀୟ ଶିକ୍ଷା ନୀତିର ଆଲୋକରେ କ୍ରିୟାନ୍ୱୟନ ଉପରେ ଏକ ଜାତୀୟ ସ୍ତର ବିତର୍କ କରିବା ଉଚିତ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

    ଉଲ୍ଲେଖନୀୟ ଯେ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ ଶିକ୍ଷାକୁ ଆଗକୁ ବଢାଇବାରେ ଏହି ବୁଝାମଣାପତ୍ର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହା ଭିନ୍ନକ୍ଷମ ବ୍ୟକ୍ତି ଅଧିକାର ଆଇନ, ୨୦୧୬ଏବଂ ଜାତୀୟ ଶିକ୍ଷା ନୀତି ସମନ୍ୱୟରେ ଦିବ୍ୟାଙ୍ଗଜନଙ୍କ ପାଇଁ ସୁଲଭ, ଉଚ୍ଚ-ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ସହଯୋଗୀ ଢାଞ୍ଚା ସ୍ଥାପନ କରିବ।

    ତ୍ରିପାକ୍ଷିକ ଏମଓୟୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଧର୍ମେନ୍ଦ୍ର ପ୍ରଧାନ
    Share. Facebook Twitter LinkedIn Email WhatsApp Copy Link
    Previous Articleବୈଶ୍ବିକ ରାଜନୀତିରେ ଭାରତର ପଦଚିହ୍ନ
    Next Article ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ, କହିଲେ.. ଜଗନ୍ନାଥଙ୍କ ଆର୍ଶିବାଦରୁ ଶିଘ୍ର ଫେରିବି

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.