Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ସରକାରଙ୍କର ଏକବର୍ଷ ପୂର୍ତ୍ତି ପାଳନ ଅବସରରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଅବହେଳିତ: ସମନ୍ୱୟ ସମିତି
    ଆଜିର ଖବର

    ସରକାରଙ୍କର ଏକବର୍ଷ ପୂର୍ତ୍ତି ପାଳନ ଅବସରରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଅବହେଳିତ: ସମନ୍ୱୟ ସମିତି

    June 19, 2025No Comments4 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ଦୀର୍ଘଦିନ ଧରି ନିଜର ପ୍ରାପ୍ୟ ପାଇବା ପାଇଁ ବାରମ୍ବାର ପ୍ରାକ୍ତନ ସରକାରଙ୍କ ଦ୍ୱାରସ୍ଥ ହେଲାପରେ ଆଶାନୁରୂପ ସଫଳତା ପାଇ ନଥିଲେ। ଦୀର୍ଘବର୍ଷ ପରେ କ୍ଷମତାଶୀନ ନୂତନ ସରକାର ତାଙ୍କର ଏକବର୍ଷ ପୂର୍ତ୍ତି ପୂରଣ କରିବାକୁ ଯାଉଥିବା ଅବସରରେ ବହୁବାର ଆଲୋଚନା ଓ ପର୍ଯ୍ୟାଲୋଚନା ସତ୍ତ୍ୱେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମାଧାନ ନିମନ୍ତେ କୌଣସି ନିଷ୍କର୍ସ ନବାହାରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଯଦିଓ ସରକାରଙ୍କଠାରୁ ବାରମ୍ବାର ପ୍ରତିଶ୍ରୁତି ମିଳୁଛି କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାରୀ କର୍ମଚାରୀମାନଙ୍କର ସରକାରଙ୍କ ଉପରେ ଯେଉଁ ଆସ୍ଥା ପ୍ରକଟ ହୋଇଥିଲା ତାହା ଆଜି ବୁଦ୍ଧିଜୀବୀ, ଶିକ୍ଷକ ସମାଜ ଏବଂ ଶିକ୍ଷାକର୍ମଚାରୀମାନଙ୍କ ମନରେ ସନ୍ଦିହାନ ସୃଷ୍ଟି କରିଛି। ଏଣୁ ସରକାର ଅନୁଦାନ ଓ ପେନସନ୍ ସଂକ୍ରାନ୍ତରେ ଏକ ଠୋସ୍ ନିଷ୍ପତ୍ତି ନିଅନ୍ତୁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତିରେ କହିଛନ୍ତି।

    ସୂଚନାଥାଉକି, ରାଜ୍ୟରେ ନବଗଠିତ ସରକାରଙ୍କୁ ସମନ୍ୱୟ ସମିତିର କର୍ମକର୍ତ୍ତାମାନେ ବାରମ୍ବାର ସାକ୍ଷାତ ଆଲୋଚନା ପୂର୍ବକ ସ୍ମାରକପତ୍ର ପ୍ରଦାନ କରି ସମସ୍ୟା ସମ୍ପର୍କରେ ଅବଗତ କରାଇ ଏହାର ସ୍ଥାୟୀ ସମାଧାନ ନିମନ୍ତେ ପ୍ରଚେଷ୍ଟା ଜାରି ରଖିଛନ୍ତି। ବିଭିନ୍ନ ଜିଲ୍ଲାରେ ମଧ୍ୟ ଜିଲ୍ଲାର କର୍ମକର୍ତ୍ତାମାନେ ଅନୁଦାନ, ପେନସନ୍ ଓ ଚାକିରି ସର୍ତ୍ତାବଳୀ ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରାକ୍ତନ ସରକାର ୧୯୯୪ ଅନୁଦାନ ଆଇନକୁ ବାତିଲ କରି ତା୦୧.୦୧.୨୦୦୪ରେ ବ୍ଲକ୍‌ଗ୍ରାଣ୍ଟ ବ୍ୟବସ୍ଥା ପ୍ରଚଳନ ପୂର୍ବକ ୧୫୭୯ଟି ମାଧ୍ୟମିକ ବିଦ୍ୟାଳୟ ଓ ୯୧୬ଟି ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ବ୍ଲକ୍‌ଗ୍ରାଣ୍ଟ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଯଥାକ୍ରମେ ବିଭିନ୍ନ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ବିଦ୍ୟାଳୟ ସଂଖ୍ୟା ୨୬୦୮ ରେ ପହଞ୍ଚିଥିଲା। ସେଥିମଧ୍ୟରୁ ଅଦ୍ୟାବଧି ୨୫୫୧ଟି ବିଦ୍ୟାଳୟ ଏବଂ ୯୪୦ଟି ମଧ୍ୟଇଂରାଜୀ ବିଦ୍ୟାଳୟ, ୮୯ଟି ସଂସ୍କୃତ ଟୋଲ୍‌, ୧୩୮ଟି ମଦ୍ରାଶା ଚାଲୁରହିଛି। ପ୍ରାକ୍ତନ ସରକାର ୨୦୧୭ ମସିହାରେ ଏହି ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଷଷ୍ଠ ବେତନ ପ୍ରଦାନ ପାଇଁ ଘୋଷଣା କରି ୨୦୧୮ରେ ଲାଗୁକଲେ।

    ପ୍ରାକ୍ତନ ସରକାର ୨୦୧୭ ମସିହାରେ ଘୋଷଣା କରିଥିବା ଐତିହାସିକ ଅନୁଦାନରେ ଚାକିରି ସର୍ତ୍ତାବଳୀ, ପେନସନ୍ ଓ ଅବସରକାଳୀନ ସୁବିଧା ନଥିଲା। ଏହିବିଦ୍ୟାଳୟ ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ୨୦୨୨ ଓ ୨୦୨୪ ମସିହାରେ ସପ୍ତମ ବେତନ ପ୍ରଦାନ କରିଥିଲେ। ଦୁଃଖ ଓ ପରିତାପର ବିଷୟ ଏହି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରୁ ଅବସର ନେଇଥିବା ଓ ମୃତ୍ୟୁବରଣ କରୁଥିବା ଶିକ୍ଷକ କର୍ମଚାରୀମାନଙ୍କର ସଂଖ୍ୟା ପାଞ୍ଚ ହଜାରରୁ ଊର୍ଦ୍ଧ୍ୱରେ ପହଞ୍ଚିଲାଣି। ଏହି ବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତିର ବ୍ୟବସ୍ଥା ନାହିଁ କି ଶିକ୍ଷକ ଅବସର ନେବା ବାସି ଅବସରକାଳୀନ ସୁବିଧା ଓ ପେନସନ୍‌ର ବ୍ୟବସ୍ଥା ନାହିଁ। ଏଣୁ ଶିକ୍ଷକଟିଏ ଶୂନ୍ୟ ହସ୍ତରେ ଘରକୁ ଫେରୁଛି।

    ୨୦୦୦ ମସିହା ପୂର୍ବରୁ ଖୋଲାଯାଇଥିବା ବିଦ୍ୟାଳୟ ମାନଙ୍କ ସଂଖ୍ୟା ୫୬୭ ଥିଲା। ୨୦୧୩ ମସିହା ଅନୁଦାନ ଆଇନ୍ ଅନୁଯାୟୀ ୩୯୯ଟି ବିଦ୍ୟାଳୟ ଅନୁଦାନ ପରିସର ଭୁକ୍ତ ହୋଇଥିଲେ। ସେଥିରୁ ୧୬୭ଟି ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଅନୁଦାନ ପାଇବାରୁ ବଞ୍ଚିତ ହୋଇଥିଲେ। ପରବର୍ତ୍ତି ପର୍ଯ୍ୟାୟରେ ଅନୁଦାନରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟ ସଂଖ୍ୟା ୧୯୪ ରେ ପହଞ୍ଚିଛି।

    ସେହିପରି ୪୧ଟି ସଂସ୍କୃତ ଟୋଲ୍‌, ୩୧ଟି ଏମ୍‌.ଇ. ସ୍କୁଲ ଓ କେତେକ ମହାବିଦ୍ୟାଳୟ ମଧ୍ୟ ଅନୁଦାନ ପରିସରଭୁକ୍ତ ହୋଇ ନାହାଁନ୍ତି। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଶିକ୍ଷାଦାନ କରି ସେବା ଯୋଗାଇଥିବା ଶିକ୍ଷକ ଓ କର୍ମଚାରୀଟିଏ ବିନା ପାରିଶ୍ରମିକରେ କାର୍ଯ୍ୟକରିବା ମାନବଅଧିକାର ଆଇନ୍‌କୁ ଉଲ୍ଲଙ୍ଘନ କରୁଛି। ଏହି ଅନୁଦାନପ୍ରତ୍ୟାସୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୋଷାକପତ୍ର, ସାଇକେଲ, ପାଠ୍ୟପୁସ୍ତକ ତଥା ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହେବା ଏକ ଜନପ୍ରିୟ ସରକାରଙ୍କ ପାଇଁ ଦୁଃଖ ଦାୟକ ଘଟଣା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ସାଜିଛି। ସରକାରଙ୍କ ଦୃଷ୍ଟିରେ ପିଲାମାନେ ସମସ୍ତଙ୍କର। ତେଣୁ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ କୌଣସି ବାଛବିଚାର କରିବା ଉଚିତ ନୁହେଁ।

    ପ୍ରତି ମାସରେ ଏକାଧିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମୃତ୍ୟୁବରଣ କରୁଛନ୍ତି ଓ ଅବସର ନେଉଛନ୍ତି। ତେଣୁ ସେମାନଙ୍କର ଅସହାୟ ପରିବାର ଘୋର ଦୁଃଖ ଏବଂ ନୈରାଶ୍ୟରେ କାଳାତିପାତ କରୁଛନ୍ତି। ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ପ୍ରମୁଖ ଦାବି ମଧ୍ୟରେ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହିତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଚାକିରି ସର୍ତ୍ତାବଳୀ ଓ ପେନସନ୍ ପ୍ରଦାନ ଅନ୍ତର୍ଭୁକ୍ତ। ସେହିପରି ପୂର୍ବରୁ ସରକାରୀ କର୍ମଚାରୀମାନଙ୍କର ଅବସର ବୟସ ସୀମା ୫୮ ବର୍ଷ ଥିବା ବେଳେ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ୬୦ ବର୍ଷ ରହିଥିଲା। ପରବର୍ତ୍ତୀ ସମୟରେ ସରକାରଙ୍କ ଦ୍ୱାରା ଅବସର ବୟସ ସୀମା ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ୬୦ ବର୍ଷକୁ ବୃଦ୍ଧି କରାଯାଇଥିବା ସ୍ଥଳେ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ୬୨ ବର୍ଷକୁ ବୃଦ୍ଧି କରାଯାଇ ନାହିଁ। ରାଜ୍ୟରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ କରାଗଲେ ଏସମସ୍ତ ସମସ୍ୟା ସୁଧୁରିପାରନ୍ତା ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି।

    ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଅନୁଦାନଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ଓ ଅବସର ନେଇଥିବା ଓ ନେବାକୁଥିବା ଶିକ୍ଷକ କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ସହିତ ପେନସନ୍ ପ୍ରଦାନ ଓ ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରନ୍ତୁ ବୋଲି ସମନ୍ୱୟ ସମିତିର ନେତୃମଣ୍ଡଳୀ ସର୍ବଶ୍ରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

    ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାକର୍ମଚାରୀ ସମନ୍ୱୟ ସମିତି
    Share. Facebook Twitter LinkedIn Email WhatsApp Copy Link
    Previous Articleସାରା ଭାରତରେ ଯୋଗ ମହାକୁମ୍ଭ ଅନୁଷ୍ଠିତ: ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପାଇଁ ବିଶାଳ ଆୟୋଜନ
    Next Article ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, କାର ଏବଂ ପିକଅପ୍ ଟ୍ରକ୍ ଧକ୍କାରେ ୮ ମୃତ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.