Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ହିତାଧିକାରୀଙ୍କୁ ୩୦୦ କୋଟିରୁ ଅଧିକ ମାର୍ଜିନ୍‍ ମନି ସବସିଡ୍‍ ବଣ୍ଟନ କଲେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ
    ଆଜିର ଖବର

    ହିତାଧିକାରୀଙ୍କୁ ୩୦୦ କୋଟିରୁ ଅଧିକ ମାର୍ଜିନ୍‍ ମନି ସବସିଡ୍‍ ବଣ୍ଟନ କଲେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ

    June 19, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ୧୭ ଜୁନ୍ ୨୦୨୫ରେ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ମ (ପିଏମଇଜିପି) ଅଧୀନରେ ଦେଶବ୍ୟାପୀ ୯୦୬ କୋଟି ଟଙ୍କାର ଋଣ ମଞ୍ଜୁରୀ ବିପକ୍ଷରେ ୧୧,୪୮୦ ସେବା କ୍ଷେତ୍ର ହିତାକାରୀମାନଙ୍କୁ ୩୦୦ କୋଟି ଟଙ୍କାର ମାର୍ଜିନ୍ ମନି ସବସିଡି ପ୍ରଦାନ କରିଛନ୍ତି I ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ରାଜଘାଟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରୁ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ର ଅଧ୍ୟକ୍ଷ ମନୋଜ କୁମାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ସବସିଡି ପ୍ରଦାନ କରି କରିଛନ୍ତି। ଏହି ଅବସରରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୂପ ରାଶିଙ୍କ ସହିତ କେନ୍ଦ୍ରୀୟ କାର୍ଯ୍ୟାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ଆତ୍ମନିର୍ଭରଶୀଳ ଏବଂ ବିକଶିତ ଭାରତ’ର ଦୃଷ୍ଟିକୋଣକୁ ସ୍ବୀକୃତି ଦିଆଯାଉଛି ଏବଂ ପିଏମଇଜିପି ଏହାର ମଜଭୁତ ସ୍ତମ୍ଭ ପାଲଟିଛି। ସେ ପୁନଶ୍ଚ କହିଥିଲେ ଯେ ଏହି ଯୋଜନା କେବଳ ଆର୍ଥିକ ସହାୟତା ପ୍ରଦାନ କରିବାରେ ସୀମିତ ନୁହେଁ, ବରଂ ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ଯାହା ଲକ୍ଷ ଲକ୍ଷ ଯୁବକ, ମହିଳା ଏବଂ କାରିଗରଙ୍କୁ ଆତ୍ମନିଯୁକ୍ତି ଏବଂ ଉଦ୍ୟୋଗ ସହିତ ଯୋଡୁଛି। ପ୍ରତ୍ୟେକ ଗାଁରେ ରୋଜଗାର ଏବଂ ଆତ୍ମନିର୍ଭରଶୀଳତା ସୃଷ୍ଟି କରିବାରେ ଏହି ଯୋଜନାର ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ।

    ଦେଶର ସମସ୍ତ ଛଅଟି ଜୋନ୍ ଏହି ବଣ୍ଟନ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହ ହଣ କରିଥିଲେ। କେନ୍ଦ୍ରୀୟ ଜୋନ୍ ଅଧୀନରେ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଉତ୍ତରାଖଣ୍ଡରେ ମୋଟ ୨୪୦୩ ଟି ପ୍ରକଳ୍ପ ପାଇଁ ୭୨ କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଥିଲା ଯାହା ପାଇଁ ମୋଟ ୨୧୮ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା। ପୂର୍ବ ଜୋନ୍‌ରେ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୯୯୬ ଟି ପ୍ରକଳ୍ପ ପାଇଁ ୨୨ କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଥିଲାବେଳେ ଋଣ ମଞ୍ଜୁର ପ୍ରାୟ ୭୧ କୋଟି ଟଙ୍କା ଥିଲା।

    ଉତ୍ତର ଭାରତର ରାଜ୍ୟଗୁଡ଼ିକ – ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ ଏବଂ କାଶ୍ମୀର, ଲଦାଖ, ରାଜସ୍ଥାନ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ କୁ ମୋଟ ୨୭୧୩ ଟି ପ୍ରକଳ୍ପକୁ ୬୧ କୋଟି ଟଙ୍କାର ସବସିଡି ଏବଂ ୧୮୪ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା। ଉତ୍ତର ପୂର୍ବ କ୍ଷେତ୍ରର ୮୧ ଟି ପ୍ରକଳ୍ପକୁ ୨ କୋଟି ଟଙ୍କାର ସବସିଡି ମିଳିଥୁଲା, ଯେଉଁଥିରେ ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ ଏବଂ ତ୍ରିପୁରା ଭଳି ରାଜ୍ୟ ଅନ୍ତର୍ଭୁକ୍ତ ଥିଲା।

    ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ, ୪୫୬୫ ଟି ପ୍ରକଳ୍ପ ପାଇଁ ୧୧୬ କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଥିଲାବେଳେ ଏହି ପ୍ରକଳ୍ପ ପାଇଁ ୩୪୩ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର କରାଯାଇଥିଲା। ପଶ୍ଚିମ ଜୋନ୍ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ ଏବଂ ଗୋଆରେ, ୮୨ କୋଟି ଟଙ୍କାର ଋଣ ମଞ୍ଜୁରୀ ବିପକ୍ଷରେ ମୋଟ ୭୨୨ ଟି ପ୍ରକଳ୍ପ ପାଇଁ ୨୬ କୋଟି ଟଙ୍କାରୁ ଅଧିକ ସବସିଡି ପ୍ରଦାନ କରାଯାଇଥିଲା।

    ଆରମ୍ଭରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପିଏମଇଜିପି ଭାରତରେ ଗ୍ରାମୀଣ ଏବଂ ସହରାଞ୍ଚଳରେ ଉଦ୍ୟମିତା ଏବଂ ଆତ୍ମନିର୍ଭରଶୀଳତାର ଏକ ସ୍ତମ୍ଭ ପାଲଟିଛି। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ମୋଟ ୧୦,୧୮,୧୮୫ ଟି କ୍ଷୁଦ୍ର ଉଦ୍ୟୋଗ ସ୍ଥାପନ କରାଯାଇଥିବାବେଳେ ଭାରତ ସରକାର ୭୩,୩୪୮ କୋଟି ଟଙ୍କାର ଋଣ ମଞ୍ଜୁର କରିଛନ୍ତି, ଯାହା ବିପକ୍ଷରେ ହିତାଧିକାରୀମାନଙ୍କୁ ୨୭,୧୬୬ କୋଟି ଟଙ୍କାର ମାର୍ଜିନ୍ ମନି ସବସିଡି ପ୍ରଦାନ କରାଯାଇଛି। ପିଏମଇଜିପି ମାଧ୍ୟମରେ ସାରା ଦେଶରେ ଏପର୍ଯ୍ୟନ୍ତ ୯୦,୦୪,୫୪୧ ରୁ ଅଧିକ ଲୋକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ପାଇଛନ୍ତି, ଯାହା ଦେଶର ସବୁଠାରୁ ପ୍ରଭାବଶାଳୀ ଆତ୍ମନିଯୁକ୍ତି ଯୋଜନା ମଧ୍ୟରୁ ଗୋଟିଏ ଅଟେ। ଏହି କାର୍ଯ୍ୟକ୍ରମ କେବଳ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହିତ କରେ ନାହିଁ, ବରଂ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭରଶୀଳ ଭାରତ ସଂକଳ୍ପକୁ ମଧ୍ୟ ସ୍ବୀକୃତି ଦିଏ।

    ଆତ୍ମନିର୍ଭରଶୀଳ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ବିକଶିତ ଭାରତ
    Share. Facebook Twitter LinkedIn Email WhatsApp Copy Link
    Previous Article୧୪ କିଲୋ ଗଞ୍ଜେଇ ଜବତ: ଦୁଇ ବେପାରୀ କୋର୍ଟ ଚାଲାଣ
    Next Article ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆରେ ୨ଟି ବଡ଼ ପରିବର୍ତ୍ତନ, ନିଶ୍ଚିତ କଲା ବିସିସିଆଇ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.