Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଏମସ୍ ଭୁବନେଶ୍ୱରକୁ ମିଳିବ ସିକଲ୍ ସେଲ୍ (ରକ୍ତଶିକୁଳି) ରୋଗ ପରିଚାଳନା ଉତ୍କର୍ଷ କେନ୍ଦ୍ର ମାନ୍ୟତା
    ଆଜିର ଖବର

    ଏମସ୍ ଭୁବନେଶ୍ୱରକୁ ମିଳିବ ସିକଲ୍ ସେଲ୍ (ରକ୍ତଶିକୁଳି) ରୋଗ ପରିଚାଳନା ଉତ୍କର୍ଷ କେନ୍ଦ୍ର ମାନ୍ୟତା

    June 20, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ସିକଲ୍ ସେଲ୍ (ରକ୍ତଶିକୁଳି) ରୋଗର ଅତ୍ୟାଧୁନିକ ଚିକିତ୍ସା ଏବଂ ଏହି କ୍ଷେତ୍ରରେ ଉଚ୍ଚତର ଗବେଷଣା ନିମନ୍ତେ ଏମ୍‌ସ ଭୁବନେଶ୍ୱରକୁ ଉତ୍କର୍ଷତା କେନ୍ଦ୍ର (ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସ୍‌) ମାନ୍ୟତା ପ୍ରଦାନ କରାଯିବ। ଆଜି ଏମ୍‌ସ ଭୁବନେଶ୍ୱରରେ ଆୟୋଜିତ ବିଶ୍ୱ ସିକଲ୍ ସେଲ୍ (ରକ୍ତଶିକୁଳି) ସଚେତନତା ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏହି ଘୋଷଣା କରିଛନ୍ତି।

    ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ରକ୍ତଶିକୁଳି ରୋଗୀଙ୍କୁ ସାମଗ୍ରୀକ ଚିକିତ୍ସା ପ୍ରଦାନ କରିବାରେ ଏମ୍‌ସ ଭୁବନେଶ୍ୱର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। “ସେଣ୍ଟର ଅଫ୍ ଏକ୍ସଲେନ୍ସ ମାନ୍ୟତା, ସିକଲ୍ ସେଲ୍ ରୋଗରେ ଉନ୍ନତ ଗବେଷଣା ଏବଂ ଗୁଣାତ୍ମକ ଚିକିତ୍ସା ପ୍ରଦାନରେ ଏମ୍‌ସ ଭୁବନେଶ୍ୱରକୁ ଆହୁରି ଦୃଢ଼ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଓରାମ୍‌ ପ୍ରକାଶ କରିଥିଲେ।

    ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ, ଭାରତ ସରକାର ୨୦୪୭ ସୁଦ୍ଧା ସିକଲ୍ ସେଲ୍ ଆନିମିଆକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ପ୍ରତିବଦ୍ଧ। ଏପର୍ଯ୍ୟନ୍ତ ସାରା ଦେଶରେ ୫.୭୯ କୋଟି ଲୋକଙ୍କର ସ୍କ୍ରିନିଂ କରାଯାଇଛି। ସେମାନଙ୍କ ମଧ୍ୟରୁ ୫.୫୫ କୋଟି ଲୋକଙ୍କ ଫଳାଫଳ ନେଗେଟିଭ୍ ଆସିଛି। ୧୬.୩୮ ଲକ୍ଷ ଲୋକଙ୍କୁ ରକ୍ତଶିକୁଳି ରୋଗର ବାହକ ଭାବରେ ଚିହ୍ନଟ କରାଯାଇଥିବା ବେଳେ ୨.୧୦ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ଥିବା ଶ୍ରୀ ଓରାମ୍‌ ସୂଚନା ଦେଇଛନ୍ତି।

    ଏମ୍‌ସ ଭୁବନେଶ୍ୱରରେ ବର୍ତ୍ତମାନ ସାତ ଶହରୁ ଅଧିକ ପଞ୍ଜିକୃତ ସିକଲ୍ ସେଲ୍ ରୋଗୀ ନିୟମିତ ବ୍ୟବଧାନରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ପାଞ୍ଚ ଶହରୁ ଉର୍ଦ୍ଧ୍ବ ୦-୧୯ ବୟସ ବର୍ଗର। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ନିୟମିତ ରୋଗ ନିର୍ଣ୍ଣୟ ସେବା, ଚିକିତ୍ସା ଏବଂ ବାହକ ସ୍କ୍ରିନିଂ ପ୍ରଦାନ କରେ, ଯେଉଁଥିରେ ପ୍ରଭାବିତ ବ୍ୟକ୍ତିମାନଙ୍କର ପରିବାରର ସଦସ୍ୟ ମଧ୍ୟ ଅନ୍ତର୍ଭୁକ୍ତ, ବୋଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି।

    ଏମ୍‌ସରେ ଗର୍ଭଧାରଣର ପ୍ରଥମ ୨୦ ସପ୍ତାହ ମଧ୍ୟରେ ଡାଉନ୍ ସିଣ୍ଡ୍ରୋମ୍, ନ୍ୟୁରାଲ୍ ଟ୍ୟୁବ୍ ତ୍ରୁଟି, ଥାଲାସେମିଆ ଏବଂ ସିକଲ୍ ସେଲ୍ ଆନିମିଆ ଭଳି ଅବସ୍ଥା ଚିହ୍ନଟ କରିବା ପାଇଁ ପ୍ରସବପୂର୍ବ ନିର୍ଣ୍ଣୟ ସେବା ମଧ୍ୟ ପ୍ରଦାନ କରେ। “ଯଦି ଉଭୟ ପିତାମାତା ବାହକ ହୁଅନ୍ତି, ତେବେ ପିଲା ପ୍ରଭାବିତ ହେବାର ୨୫ ପ୍ରତିଶତ ସମ୍ଭାବନା ଥିବା ଡ. ବିଶ୍ବାସ ସୂଚନା ଦେଇଛନ୍ତି।

    ଏହି ଗସ୍ତ ଅବସରରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ୍‌ ପ୍ରତିଷ୍ଠାନର ଏକାଧିକ ଚିକିତ୍ସା ସୁବିଧା ବ୍ୟବସ୍ଥା ପରିଦର୍ଶନ କରିଥିଲେ। ରକ୍ତଶିକୁଳି ରୋଗୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ବ୍ୟକ୍ତିଗତ ଭାବରେ ଆଲୋଚନା କରିଥିଲେ। ପ୍ରଭାବିତ ବ୍ୟକ୍ତିମାନଙ୍କୁ, ବିଶେଷକରି ଆଦିବାସୀ ଏବଂ ଅନୁନ୍ନତ ସମ୍ପ୍ରଦାୟର ଲୋକଙ୍କୁ ବ୍ୟାପକ ଯତ୍ନ ପ୍ରଦାନ କରିବାରେ ଏମ୍‌ସ ଭୁବନେଶ୍ୱରର ପ୍ରତିବଦ୍ଧତାକୁ ଶ୍ରୀ ଓରାମ୍‌ ପ୍ରଶଂସା କରିଥିଲେ।

    କେନ୍ଦ୍ରମନ୍ତ୍ରୀ ସିକଲ୍ ସେଲ୍ ରୋଗ ଉପରେ କେନ୍ଦ୍ରିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ କ୍ଲିନିକାଲ୍ କେୟାର, ଉନ୍ନତ ଗବେଷଣା ଏବଂ ଡାକ୍ତରୀ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିବାରେ ଏମ୍‌ସ ଭୁବନେଶ୍ବରର ସାମଗ୍ରିକ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ।

    ଏହି କାର୍ଯ୍ୟକ୍ରମରେ ଅମିତ କୁମାର, ଆଇଏଏସ୍, ଡ. ଦିଲ୍ଲୀପ କୁମାର ପରିଡ଼ା, ଏମ୍ଏସ୍, ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର, ଡିଡିଏ, ସନ୍ତୋଷ କୁମାର ରଥ, ଉପନିର୍ଦ୍ଦେଶକ, ଏସ୍‌ସିଏସ୍‌ଟିଆର୍‌ଟିଆଇ, ରମେଶ ଚାନ୍ଦ ଚନ୍ଦ୍ରୱାଲ, କେନ୍ଦ୍ର ଜନଜାତି ମନ୍ତ୍ରଣାଳୟ, ଡ. ସୋନାଲି ମହାପାତ୍ର, ହେମାଟୋଲୋଜି ବିଭାଗ ମୁଖ୍ୟ, ଡ. ଆଶୁତୋଷ ପାଣିଗ୍ରାହୀ, ଡ. ଦେବାଶିଷ ସାହୁ, ବିଭିନ୍ନ ବିଭାଗର ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା ଅଂଶଗ୍ରହଣ କରିଥିଲେ।

    ଏମସ୍ ଭୁବନେଶ୍ୱର ରକ୍ତଶିକୁଳି ରକ୍ତଶିକୁଳି ରୋଗ ସିକଲ୍ ସେଲ୍ ରୋଗ
    Share. Facebook Twitter LinkedIn Email WhatsApp Copy Link
    Previous Articleବିସ୍ତୃତ ରାଶିଫଳ: ଜୁନ ୨୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ପାଇଁ ରହିଛି ଧନ ବର୍ଷା
    Next Article ଆଜିଠୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍ ଓ ପାଣିପାଗ?

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.