Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ OSNLEA ର ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧାରଣା
    ଆଜିର ଖବର

    ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ OSNLEA ର ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧାରଣା

    June 20, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଖୋର୍ଦ୍ଧା: ସମାନ କାମକୁ ସମାନ ଦରମା ନିର୍ବାଚନୀ ସଂକଳ୍ପ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାସନକୁ ଆସିବାର ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ (OSNLEA) ର ଦାବି ୧ ଜୁନ ୨୦୦୮ ରୁ ୧ ଜୁନ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପ୍ରଦାନ ନକରି ନିଜକୁ ଶିକ୍ଷା ଓ ଶିକ୍ଷକ ବିରୋଧୀ ସରକାର ଭାବେ ପ୍ରମାଣ କରିଛି ବୋଲି ଆଜି ସଂଘର ରାଜ୍ୟ ସଭାପତି ବିଶ୍ବରଂଜନ ଦାସଙ୍କ ଆହ୍ୱାନକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ସଂଘର ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧାରଣାରେ ମତ ପ୍ରକାଶ ପାଇଛି।

    ସଂଘର ଦାବି ରାଜ୍ୟର ବିଭିନ୍ନ ଅନୁଦାନ ପ୍ରାପ୍ତ ଏବଂ ଅଣଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ୦୧ ଜୁନ ୨୦୦୮ ରୁ ୦୧ ଜୁନ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ରାଜ୍ୟ ସରକାର ସରକାରୀ ଅନୁଦାନ ପରିସରଭୁକ୍ତ କରନ୍ତୁ।

    ଉକ୍ତ ଦାବି ପୂରଣ ନିମିତ୍ତ ମୋହନ ସରକାର ଶପଥ ନେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅଭିଯୋଗ ପ୍ରକୋଷ୍ଠରେ ୧୦ ଥର ସାକ୍ଷାତ ଆଲୋଚନା କରିଥିଲେ ସୁଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସ୍ଵୟଂ ମୁଖ୍ୟମନ୍ତ୍ରୀ ଦାବି ପୂରଣ ଦିଗରେ ସମ୍ପୂର୍ଣ୍ଣ ନୀରବ।

    ଯଦିବା ସ୍ଥାୟୀ କମିଟି -୪ର ସୁପାରିସ କ୍ରମେ ସରକାର ୨୦୦୮ ରୁ ୨୦୧୮ ଅନୁଦାନ ପ୍ରଦାନ ନିମିତ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ମାର୍ଚ୍ଚ ୨୦୨୫ ରୁ କମିଟିର ୩ ମାସ କାର୍ଯ୍ୟକାଳ ରହିଥିଲେ ମଧ୍ୟ କମିଟି କୌଣସି ନିର୍ଯ୍ୟାସରେ ପହଞ୍ଚି ପାରିଲା ନାହିଁ।
    ବାରମ୍ବାର ମନ୍ତ୍ରୀ, ବିଧାୟକ ଏବଂ ସଚିବ ମାନଙ୍କୁ ଦାବିପତ୍ର ପ୍ରଦାନ ପୂର୍ବକ ଆଲୋଚନା କଲେ ମଧ୍ୟ ଅର୍ଥାଭାବର ଆଳ ଦେଖାଇ ସମସ୍ତେ ସମୟ ଗଡ଼ାଇ ଚାଲିଛନ୍ତି।

    ଗତ ତା ୦୧/୦୬/୨୦୨୫ ରେ ସଂଘର ସଭାପତି ବିଶ୍ବରଂଜନ ଦାସ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ତା ୦୯/୦୬/୨୦୨୫ ପର୍ଯ୍ୟନ୍ତ କଣ୍ଟୌ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ସରକାର ଦାବିପୂରଣ ଦିଗରେ କୌଣସି ତତ୍ପରତା ପ୍ରକାଶ ନକରିବାରୁ ସଭାପତିଙ୍କ ଆହ୍ୱାନକ୍ରମେ ୧୦/୦୬/୨୦୨୫ ରୁ ସାରା ରାଜ୍ୟରେ ରାଜ୍ୟ ସରକାରଙ୍କର ଶିକ୍ଷା ଓ ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ପଥ ପ୍ରାନ୍ତ ସଭା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଧାରଣା ଚାଲିଛି।

    ସେହିକ୍ରମରେ ତା ୨୦/୦୬/୨୦୨୫ ରିଖରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଧାରଣା ଦିଆଯାଇଅଛି।

    ଆଶା ଲୋକଙ୍କ ସରକାର ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତି ଲୋକମତକୁ ସମ୍ମାନ ଦେଇ ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ନୂତନ ଅନୁଦାନ ନୀତି ପୋଷଣ କରିବେ ଅନ୍ଯଥା ଆଜିର ଏହି ଶାନ୍ତିପୂର୍ଣ୍ଣ ଧାରଣା ଆଗାମୀ ଦିନରେ ଆହୁରି ତୀବ୍ରତର ଏବଂ ଭୟାବହ ହେବ। ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ।

    ଆଜିର କାର୍ଯ୍ୟକ୍ରମରେ ସଂଘର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଅଜୟ କୁମାର ସାହୁ, ବନମାଳୀ ଦାସ, ଅଶ୍ବିନୀ ବାରିକ, ଗିରିଜା ଦାସ, ଶୁଭେନ୍ଦୁ ପଟ୍ଟନାୟକ, ବଳରାମ ନାୟକ, ପାର୍ଥ ସାରଥି, ପ୍ରମୋଦ ସାହୁ, ଛବିରାଣୀ ସାହୁଙ୍କ ସହ କଲେଜ ପ୍ରତିନିଧିମାନେ ଧାରଣାରେ ବସିଥିଲେ।

    OSNLEA ଭାରତୀୟ ଜନତା ପାର୍ଟି ମୋହନ ମାଝୀ ଶାନ୍ତିପୂର୍ଣ୍ଣ ଧାରଣା
    Share. Facebook Twitter LinkedIn Email WhatsApp Copy Link
    Previous Articleରାଜ୍ୟରେ ମହିଳାମାନଙ୍କ ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଦେଶ କଂଗ୍ରେସର ଶାନ୍ତିପୂର୍ଣ୍ଣ ଅନଶନ
    Next Article ଦୁଇ ଭାଇ କଳିରେ ବଳି ପଡ଼ିଲେ ସିପାହୀ: ଖଣ୍ଡା ଆକ୍ରମଣରେ ଗୁରୁତର ହେଲେ ପୋଲିସ କର୍ମଚାରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.