Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ସମ୍ବଲପୁର ଏବଂ ଦେବଗଡ଼କୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରାଶି ପ୍ରଦାନ ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ
    ଆଜିର ଖବର

    ସମ୍ବଲପୁର ଏବଂ ଦେବଗଡ଼କୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ରାଶି ପ୍ରଦାନ ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

    June 23, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ବଲପୁର ମହାନଗମ ନିଗମ (ଏସଏମସି) ଓ  ଦେବଗଡ଼ ପୌରପାଳିକାକୁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପ୍ରଦାନ କରିବା ସମ୍ପର୍କରେ  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲଙ୍କୁ ଭେଟି ଆଲୋଚନା କରିଛନ୍ତି।

    ଆଲୋଚନା କାଳରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ, ଓଡ଼ିଶାର ସମ୍ବଲପୁର ଓ ଦେବଗଡ଼କୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ କମିଶନରେ ପୌର ସଂସ୍ଥାକୁ ଦିଆଯାଉଥିବା ଅର୍ଥ ଦିଆଯାଇନାହିଁ । ସମ୍ବଲପୁର ଏବଂ ଦେବଗଡ଼ ଆର୍ଥିକ, ଶିକ୍ଷାଗତ,  ଶିଳ୍ପ ଏବଂ ସାଂସ୍କୃତିକ ଉନ୍ନତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ପଞ୍ଚଦଶ ଅର୍ଥ କମିଶନ ଅଧୀନରେ ‘ମୌଳିକ ଏବଂ ସଂଯୁକ୍ତ ଅନୁଦାନ’ ଏବଂ ‘ସ୍ୱାସ୍ଥ୍ୟ ଅନୁଦାନ’ ଏ ପର୍ଯ୍ୟନ୍ତ ନ ମିଳିବା ଯୋଗୁଁ ଅନେକ ବିକାଶମୂଳକ କାର୍ଯ୍ୟରେ ବାଧା ଉପୁଜିଛି।

    ସେ କହିଛନ୍ତି ସମ୍ବଲପୁର ଏବଂ ଦେବଗଡ଼ରେ ଏହି ମୌଳିକ ଅନୁଦାନ ରାଶି ଦ୍ୱାରା ପୌର ସଂସ୍ଥାରେ ରାସ୍ତା ଏବଂ ଡ୍ରେନେଜ୍ ଉନ୍ନତି, ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସହଜ ହେବ। ସହରାଞ୍ଚଳ ସୌନ୍ଦର୍ଯ୍ୟକରଣ, ରାସ୍ତା ଆଲୋକୀକରଣ ଏବଂ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ ନାଗରିକ ସେବା ଏବଂ ଭିତ୍ତିଭୂମି କାର୍ଯ୍ୟ ସୁଦୃଢ ହେବ। ଏହି ଅନୁଦାନ ପୌରସଂସ୍ଥା ଗୁଡ଼ିକୁ ଅତ୍ୟାବଶ୍ୟକୀୟ ବିକାଶ କାର୍ଯ୍ୟ ଜାରି ରଖିବା ଏବଂ ନାଗରିକ ସେବାରେ ସହାୟକ ହେବ। ଏହି ବିଷୟକୁ ଦୃଷ୍ଟିରେ ରଖି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ବଲପୁର ଓ ଦେବଗଡ଼ ୟୁଏଲବିକୁ ୧୫ତମ ଅର୍ଥ କମିଶନ ଅନୁଦାନର ସମୟସୀମା ମଧ୍ୟରେ ପ୍ରଦାନ କରିବା ପାଇଁ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ଶ୍ରୀ ପ୍ରଧାନ।

    ଏହାବ୍ୟତୀତ ଆଲୋଚନା କାଳରେ ସମ୍ବଲପୁର ଏବଂ ଦେବଗଡ଼ରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ କିପରି ଘର ମିଳିପାରିବ, ପିଏମ ସ୍ୱନିଧି ଯୋଜନାରେ ଉଠା ଦୋକାନୀ କିଭଳି ସହଜରେ ଋଣ ପାଇବା ସହ ସ୍ୱାବଲମ୍ବୀ ହୋଇପାରିବେ, ଇ- ବସ ଚଳାଚଳକୁ ଅଧିକ ପ୍ରୋତ୍ସାହନ ମିଳିବା ସହ ସହରରେ ବର୍ଜ୍ୟବସ୍ତୁ ପରିଚାଳନା କିପରି ବ୍ୟବସ୍ଥିତ ଭାବରେ ହେବ, ସେ ଦିଗରେ ଉଭୟ ମନ୍ତ୍ରୀ ଆଲୋଚନା କରିଛନ୍ତି। ଏହା ଉପରେ ପଦକ୍ଷେପ ନେବା ପାଇଁ ଆଶ୍ୱସ୍ତ କରିଥିବାରୁ ଶ୍ରୀ ପ୍ରଧାନ କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

    ଅନୁଦାନ ରାଶି ଦେବଗଡ ଧର୍ମେନ୍ଦ୍ର ପ୍ରଧାନ ପଞ୍ଚଦଶ ଅର୍ଥ କମିଶନ ମନୋହର ଲାଲ ସମ୍ବଲପୁର
    Share. Facebook Twitter LinkedIn Email WhatsApp Copy Link
    Previous Articleନବୀନଙ୍କ ଅପରେସନକୁ ନେଇ ନୂଆ ତଥ୍ୟ ଦେଲେ ବଡ ଭାଇ ପ୍ରେମ ପଟ୍ଟନାୟକ, ଭିତରେ ଥିବା ଭିଡିଓ ଦେଖି ଜାଣନ୍ତୁ
    Next Article ସାମାଜିକ ମଙ୍ଗଳ: ସଂଖ୍ୟାଲଘୁଙ୍କ ସମାବେଶୀ ବିକାଶର ୧୧ ବର୍ଷ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.