Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»‘ୱିଙ୍ଗସ୍‌ ଟୁ ଆୱାର୍‌ ହୋପ୍ସ’ ଏବଂ ‘ଆଶାଓଁ କୀ ଉଡ଼ାନ୍‌’ ପୁସ୍ତକ ଦ୍ୱିତୀୟ ଭାଗର ପ୍ରଥମ କପି ଗ୍ରହଣ କଲେ ରାଷ୍ଟ୍ରପତି
    ଆଜିର ଖବର

    ‘ୱିଙ୍ଗସ୍‌ ଟୁ ଆୱାର୍‌ ହୋପ୍ସ’ ଏବଂ ‘ଆଶାଓଁ କୀ ଉଡ଼ାନ୍‌’ ପୁସ୍ତକ ଦ୍ୱିତୀୟ ଭାଗର ପ୍ରଥମ କପି ଗ୍ରହଣ କଲେ ରାଷ୍ଟ୍ରପତି

    June 23, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ଆଜି ରାଷ୍ଟ୍ରପତି ଭବନ ପରିସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ’ ଏବଂ ‘ଆଶାଓଁ କୀ ଉଡ଼ାନ୍’ ପୁସ୍ତକ ଦ୍ୱିତୀୟ ଭାଗର ପ୍ରଥମ କପି ପ୍ରଦାନ କରିଛନ୍ତି। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପ୍ରକାଶନ ବିଭାଗ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

    ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦ୍ୱିତୀୟ ବର୍ଷର କାର୍ଯ୍ୟକାଳ ସମୟରେ ସେ ଦେଇଥିବା ଅଭିଭାଷଣର ସଂକଳନକୁ ନେଇ ‘ୱିଙ୍ଗସ୍ ଟୁ ଆୱାର୍ ହୋପ୍ସ’ ଏବଂ ‘ଆଶାଓଁ କୀ ଉଡ଼ାନ୍’ ପୁସ୍ତକର ଦ୍ୱିତୀୟ ଭାଗ ପ୍ରକାଶ ପାଇଛି। ଏହା ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପ୍ରକାଶନ ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି। ଆଜି ସକାଳେ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଠାରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏହି ପୁସ୍ତକକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ। ଉନ୍ମୋଚନ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

    ପୁସ୍ତକର ଦ୍ୱିତୀୟ ଭାଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୫୧ଟି ବଛା ବଛା ଭାଷଣ ରହିଛି। ଏଗୁଡ଼ିକୁ ୧୧ଟି ବିଭାଗରେ ବିଭକ୍ତ କରାଯାଇଛି। ବିଭାଗ ଗୁଡ଼ିକ ହେଲା: ଜାତି ଉଦ୍ଦେଶ୍ୟରେ ସମ୍ବୋଧନ, ଶିକ୍ଷା ମାଧ୍ୟମରେ ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ, କର୍ମଯୋଗୀମାନଙ୍କୁ ନିଃସ୍ୱାର୍ଥପର ସେବା ପାଇଁ ପ୍ରେରଣା, ସଶସ୍ତ୍ର ବାହିନୀ-ଆମର ଜାତୀୟ ଗର୍ବ, ନାଗରିକ ସଶକ୍ତିକରଣରେ ପ୍ରଶାସନର ଭୂମିକା, ଉଲ୍ଲେଖନୀୟ ସଫଳତାକୁ ସ୍ୱୀକୃତି, ବିଶ୍ୱ ସମ୍ପର୍କ ସ୍ଥାପନ ଓ ସୁଦୃଢ଼ୀକରଣ, ଆମର ସାଂସ୍କୃତିକ ଐତିହ୍ୟକୁ ସମ୍ମାନ, କୃଷିରେ ନବସୃଜନ: ଭାରତର ଅଭିବୃଦ୍ଧିକୁ ଆଗେଇ ନେବା, ଆତ୍ମ ଓ ପ୍ରକୃତିକୁ ଏକୀକୃତ କରିବା, ଏବଂ ମହିଳା ସଶକ୍ତିକରଣ: ପ୍ରତିବନ୍ଧକକୁ ଭାଙ୍ଗିବା।

    ଅଶ୍ୱିନୀ ବୈଷ୍ଣବ ଆଶାଓଁ କୀ ଉଡ଼ାନ୍‌ ଡକ୍ଟର ଏଲ. ମୁରୁଗନ ରାଜନାଥ ସିଂ ରାଷ୍ଟ୍ରପତି ଭବନ ୱିଙ୍ଗସ୍‌ ଟୁ ଆୱାର୍‌ ହୋପ୍ସ-ଭଲ୍ୟୁମ୍‌-୨ ସାଂସ୍କୃତିକ କେନ୍ଦ୍ର
    Share. Facebook Twitter LinkedIn Email WhatsApp Copy Link
    Previous Articleତତଲା ତେଲ କଡେଇରେ ପଡିଗଲେ ହାସ୍ୟ ଅଭିନେତା ହାଡୁ, ସମ ହସପିଟାଲରେ ଭର୍ତ୍ତି
    Next Article ପ୍ରଶଂସନୀୟ କାର୍ଯ୍ୟ ପାଇଁ ତିନି ଜଣ ରେଳ କର୍ମଚାରୀ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.