Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ରେଳବାଇ ସୁରକ୍ଷା କମିଟିର ରାଜ୍ୟ ସ୍ତରୀୟ ବୈଠକ: ଅଧ୍ୟକ୍ଷତା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ
    ଆଜିର ଖବର

    ରେଳବାଇ ସୁରକ୍ଷା କମିଟିର ରାଜ୍ୟ ସ୍ତରୀୟ ବୈଠକ: ଅଧ୍ୟକ୍ଷତା କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

    June 24, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ଵର: ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ରେଳବାଇ ସୁରକ୍ଷା କମିଟିର ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ରେଳବାଇ ସମ୍ପର୍କିତ ବିଭିନ୍ନ ସୁରକ୍ଷା ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।

    ବିଭିନ୍ନ ସମୟରେ ଅପରାଧୀମାନେ ଟ୍ରେନ ଯୋଗେ ଗଞ୍ଜେଇ, ଅଫିମ ଭଳି ନିଶା ଦ୍ରବ୍ୟ ଚୋରା ଚାଲାଣ କରୁଛନ୍ତି। ଏ ଭଳି ନିଶା ଦ୍ରବ୍ୟ ବୋଝେଇ ଏବଂ ଓଲ୍ହା ଯାଉଥିବା ଷ୍ଟେସନକୁ ଚିହ୍ନଟ କରି ବିହିତ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏହା ସହ ରାଜ୍ୟର ଯେଉଁ ଷ୍ଟେସନ ଗୁଡିକରେ ସିସିଟିଭି ନାହିଁ, ସେଠାରେ ସିସିଟିଭି ଲଗା ଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହା ସହ ସିସିଟିଭି ଗୁଡିକର ସମୟ ଅବଧି ବୃଦ୍ଧି କରାଯିବା ଉପରେ ଡିଜିପି ଗୁରୁତ୍ୱ ଦେଇଥିଲେ।
    .
    ରାଜ୍ୟର ବିଭିନ୍ନ ମାଓ ପ୍ରଭାବିତ ଜିଲ୍ଲା ମଧ୍ୟ ଦେଇ ରେଳ ଲାଇନ ଯାଇଛି। ଭବିଷ୍ୟତରେ ମାଓବାଦୀ ମାନେ ଏହି ରେଳ ଲାଇନକୁ ମଧ୍ୟ ଟାର୍ଗେଟ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆରପିଏଫ ଓ ଜିଆରପି ଉପଯୁକ୍ତ ସମନ୍ୱୟ ରଖି ତ୍ୱରିତ ପଦକ୍ଷେପ ନେବାକୁ ସେ ନିର୍ଦେଶ ଦେଇଥିଲେ।

    ବିଭିନ୍ନ ସମୟରେ କିଛି ସ୍ଥାନରେ ଚଳନ୍ତା ଟ୍ରେନ ଉପରକୁ ଢେଲା ପଥର ଫିଙ୍ଗିବା ଭଳି ଘଟଣା ଦୃଷ୍ଟିଗୋଚର ହୋଇଥାଏ। ଏ ଭଳି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବୈଠକରେ ଆଲୋଚନା ହୋଇଥିଲା।

    ଏହା ସହ ଜିଆରପିର ପୋଲିସ ଅଧିକାରୀଙ୍କୁ ସାଇବର ଅପରାଧ ମୁକାବିଲା ସଂକ୍ରାନ୍ତରେ ସାଇବର ବିଶେଷଜ୍ଞ ମାନଙ୍କ ଦ୍ଵାରା ତାଲିମ ପ୍ରଦାନ ସମ୍ପର୍କରେ ଆଲୋଚନା ହୋଇଥିଲା।

    ଏହା ସହ ଚଳନ୍ତା ଟ୍ରେନ ଏବଂ ଷ୍ଟେସନ ଗୁଡିକରେ ପକେଟ ମାର, ଚୋରି, ଛିନତାଇ, ଲୁଟ କରୁଥିବା ଅଭ୍ୟାସ ଗତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଅପରାଧୀଙ୍କ ଫୋଟଗ୍ରାଫ ରେଳ ଷ୍ଟେସନ ଓ ରେଳବାଇ ଥାନା ସମ୍ମୁଖରେ ଲଗା ଯିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ସେମାନଙ୍କ ଫୋଟଗ୍ରାଫକୁ ଆରପିଏଫକୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

    ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଦୃଷ୍ଟିରେ ରଖି ଅପରାଧୀମାନଙ୍କ ଫୋଟୋ ସର୍ବସାଧାରଣ ସ୍ଥାନରେ ଲଗା ଯାଇ ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

    ରଥଯାତ୍ରା ପାଇଁ ରେଳବାଇ ପକ୍ଷରୁ ପ୍ରତି ବର୍ଷ ବହୁ ସଂଖ୍ୟାରେ ସ୍ୱତନ୍ତ୍ର ଟ୍ରେନର ଆୟୋଜନ ସରକାର କରିଥାନ୍ତି। ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରୁ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଟ୍ରେନ ପୁରୀ ଅଭିମୁଖେ ଯାତ୍ରା କରିବ। ସେଥିପାଇଁ ବିଭିନ୍ନ ରେଳ ଷ୍ଟେସନ ଗୁଡିକରେ ସୁରକ୍ଷା ଦୃଷ୍ଟିରୁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି।

    ଏହା ବ୍ୟତୀତ ବିଭିନ୍ନ ସମୟରେ ଟ୍ରେନ ମାଧ୍ୟମରେ ମାନବ ଚୋରା ଚାଲାଣ ରୋକିବାକୁ ରେଳବାଇ, ରେଳବାଇ ଥାନା, ରେଳ ସୁରକ୍ଷା ବଳ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି।

    ଏହି ବୈଠକ ରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ( ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ପୂର୍ବ ତଟ ରେଳବାଇ ଆଇଜି ଆଲୋକ ଭୋରା, ଦକ୍ଷିଣ ପୂର୍ବ ରେଳବାଇ ଆଇଜି ସଞ୍ଜୟ ମିଶ୍ର, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଆଇଜି ମୁନୱାର ଖୁର୍ଷିଦ, ଖୋର୍ଦ୍ଧା ଡିଭିଜନର ରେଳ ଉପ ପ୍ରବନ୍ଧକ ପ୍ରଦୀପ ବେହେରା, ଦିଲ୍ଲୀପ ରଞ୍ଜନ ପାଲ, କେନ୍ଦ୍ରୀୟ ଗୁଇନ୍ଦା ଉପ ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, କଟକ ରେଳବାଇ ଏସପି ବିବେକାନନ୍ଦ ଶର୍ମା, ରାଉରକେଲା ରେଳବାଇ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା, ବରିଷ୍ଠ ରେଳବାଇ ସୁରକ୍ଷା ଅଧିକ୍ଷକ ମିଥୁନ ସୋନି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ସେମାନଙ୍କ ମୂଲ୍ୟବାନ ମତାମତ ଦେଇଥିଲେ।

    ଯୋଗେଶ ବାହାଦୁର ଖୁରାନିଆ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁରକ୍ଷା କମିଟି
    Share. Facebook Twitter LinkedIn Email WhatsApp Copy Link
    Previous Articleଆଜି ଜୁନ୍ ୨୪ ତାରିଖ ମଙ୍ଗଳବାର ଦିନ ଏହି ରାଶିର ବ୍ୟକ୍ତିମାନଙ୍କ ପ୍ରତି ମହାଦେବଙ୍କ ରହିବ ଆଶୀର୍ବାଦ
    Next Article ବେଲରୁଗୁଡି ଜଂଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.