Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଆସନ୍ତାକାଲି ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ସରକାର
    ଆଜିର ଖବର

    ଆସନ୍ତାକାଲି ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ସରକାର

    June 24, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ #LongLiveDemocracy Yatra” (ଗଣତନ୍ତ୍ର ଜିନ୍ଦାବାଦ ଯାତ୍ରା)ର ଶୁଭାରମ୍ଭ କରିବେ। ୧୯୭୫ ମସିହାରେ ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୫୦ତମ ବାର୍ଷିକୀ ପାଳନ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦିଲ୍ଲୀ ସରକାରଙ୍କ ସହଯୋଗରେ, ୨୫ ଜୁନ୍ ୨୦୨୫ରେ ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ସମ୍ବିଧାନ ହତ୍ୟା ଦିବସ ଆୟୋଜନ କରିବ। ଏହି ଦିନଟି ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ଅଧିକାରର ସୁରକ୍ଷାର ଗୁରୁତ୍ୱକୁ ସ୍ମରଣ କରାଏ।

    ୧୯୭୫ ମସିହା ଜୁନ୍ ୨୫ ତାରିଖରେ ଘୋଷଣା ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଭାରତର ସ୍ୱାଧୀନତା ପରବର୍ତ୍ତୀ ଇତିହାସର ସବୁଠାରୁ କଳା ଅଧ୍ୟାୟ ମଧ୍ୟରୁ ଅନ୍ୟତମ। ଏହି ସମୟରେ, ମୌଳିକ ଅଧିକାରକୁ କ୍ଷୂଣ୍ଣ କରାଯାଇଥିଲା। ଗଣମାଧ୍ୟମର ସ୍ୱାଧୀନତାକୁ ସଙ୍କୁଚିତ କରାଯାଇଥିଲା ଏବଂ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ନୀରବ କରି ଦିଆଯାଇଥିଲା। ୨୦୨୪ରେ ଭାରତ ସରକାର ଆନୁଷ୍ଠାନିକ ଭାବରେ ୨୫ ଜୁନକୁ ସମ୍ବିଧାନ ହତ୍ୟା ଦିବସ ଭାବରେ ଘୋଷଣା କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଜରୁରୀ ପରିସ୍ଥିତି ବିଷୟରେ ସ୍ମରଣ କରାଇବା ଏବଂ ଗଣତନ୍ତ୍ରର ବଜାୟ ରଖିବା।

    ଚଳିତ ବର୍ଷ ସମ୍ବିଧାନ ହତ୍ୟା ଦିବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଉଥିବା ବେଳେ କେନ୍ଦ୍ର ରେଳ ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିବେ।

    ଏହି କାର୍ଯ୍ୟକ୍ରମରେ ଭାରତୀୟ ଗଣତନ୍ତ୍ର ଉପରେ ଏକ ପ୍ରଦର୍ଶନୀ ତିନୋଟି ସ୍ୱତନ୍ତ୍ର ଭାଗରେ ପ୍ରଦର୍ଶିତ ହେବ। ଏଥିରେ ଭାରତର ପ୍ରାଚୀନ ଓ ସହଭାଗୀ ଗଣତାନ୍ତ୍ରିକ ପରମ୍ପରା ସହିତ ୧୯୭୫ ଜରୁରୀ ପରିସ୍ଥିତିର କ୍ରମାନ୍ୱୟ ସୂଚନା ପ୍ରଦର୍ଶିତ କରାଯିବ। ସେହିପରି ଭାରତରେ ଗଣତନ୍ତ୍ରକୁ ମଜବୁତ କରିବା ଲାଗି ଗ୍ରହଣ କରାଯାଇଥିବା ନିର୍ବାଚନୀ ସ୍ୱଚ୍ଛତା, ନାରୀ ଶକ୍ତି ବନ୍ଦନ ଅଧିନିୟମ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ଡିଜିଟାଲ ସାର୍ବଜନୀନ ଅଭିଯୋଗ ପ୍ଲାଟଫର୍ମ ଏବଂ ନିକଟରେ ଗ୍ରହଣ କରାଯାଇଥିବା ଗଣତାନ୍ତ୍ରିକ ସଂସ୍କାରକୁ ପ୍ରଦର୍ଶିତ କରାଯିବ। ଜରୁରୀ ପରିସ୍ଥିତି ଉପରେ ଏନଏସଡି ଦ୍ୱାରା ଏକ ନାଟକ ପରିବେଷଣ କରାଯିବ। ଏହି ବିଷୟ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ନାଗରିକଙ୍କ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତା ବ୍ୟକ୍ତ କରିବା ନିମନ୍ତେ ବ୍ୟକ୍ତିଗତ ବାର୍ତ୍ତା ଦେବା ଲାଗି ଏକ ଦସ୍ତଖତ କାନ୍ଥ ବା ସିଗ୍ନେଚର୍‌ ଟ୍ରିବ୍ୟୁଟ୍‌ ୱାଲ ପ୍ରଦର୍ଶନ କରାଯିବ।

    କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ମାଇଁ ଭାରତ ସ୍ୱେଚ୍ଛାସେବକମାନଙ୍କ ଦ୍ୱାରା ଆୟୋଜିତ ‘#LongliveDemocracy Yatra’ (ଗଣତନ୍ତ୍ର ଜିନ୍ଦାବାଦ ଯାତ୍ରା)କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସାମ୍ବିଧାନିକ ମୂଲ୍ୟବୋଧ, ଗଣତାନ୍ତ୍ରିକ ଅଧିକାର ଏବଂ ଜରୁରୀକାଳୀନ ପରିସ୍ଥିତିରୁ ଶିକ୍ଷା ବିଷୟରେ ସଚେତନତା ପ୍ରସାର କରିବା ପାଇଁ ଏହି ଯାତ୍ରା ସାରା ଦେଶରେ ଆୟୋଜିତ ହେବ। ଦିଲ୍ଲୀରେ ମୁଖ୍ୟ କାର୍ଯ୍ୟକ୍ରମ ସମେତ ସାରା ଦେଶରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସ୍ତରରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଉପରାଜ୍ୟପାଳମାନେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ଜରୁରୀ ପରିସ୍ଥିତିର ବିରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ସମ୍ମାନିତ କରାଯିବ। ପ୍ରଦର୍ଶନୀ, ସର୍ବସାଧାରଣ ଆଲୋଚନା ଏବଂ ଚଳଚ୍ଚିତ୍ର ସ୍କ୍ରିନିଂ ଆୟୋଜନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସ୍ତରରେ ୫୦ଟି ପ୍ରମୁଖ ସ୍ଥାନରେ ଲଙ୍ଗ ଲିଭ୍‌ ଡେମୋକ୍ରାସି ପ୍ରଦର୍ଶନୀ ଆୟୋଜନ କରିବ।

    LongLiveDemocracy Yatra ଅମିତ ଶାହ ଗଣତନ୍ତ୍ର ଜିନ୍ଦାବାଦ ଯାତ୍ରା ଜରୁରୀକାଳୀନ ପରିସ୍ଥିତି ଦିଲ୍ଲୀ ସରକାର ସମ୍ବିଧାନ ହତ୍ୟା ଦିବସ ସଂସ୍କୃତି ମନ୍ତ୍ରଣାଳୟ
    Share. Facebook Twitter LinkedIn Email WhatsApp Copy Link
    Previous Articleମହାରାଷ୍ଟ୍ରର ଆଉ ଏକ ନିର୍ବାଚନରେ ଜିତିଲେ ଅଜିତ ପାୱାର: ଜାଣନ୍ତୁ କେତେ ପାଇଲେ ଭୋଟ?
    Next Article ଆଜି ଜୁଲାଇ ୨୫ ତାରିଖ ବୁଧବାରରେ ଏହି ଚାରୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.