Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»କେନ୍ଦ୍ର କ୍ୟାବିନେଟ ବୈଠକରେ ଜରୁରିକାଳୀନ ପରିସ୍ଥିତି ଘୋଷଣାର ୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ସଂକଳ୍ପ ଗୃହୀତ
    ଆଜିର ଖବର

    କେନ୍ଦ୍ର କ୍ୟାବିନେଟ ବୈଠକରେ ଜରୁରିକାଳୀନ ପରିସ୍ଥିତି ଘୋଷଣାର ୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ସଂକଳ୍ପ ଗୃହୀତ

    June 25, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଆଜି ଜରୁରିକାଳୀନ ପରିସ୍ଥିତି ଘୋଷଣାର ୫୦ ବର୍ଷ ପୂର୍ତ୍ତି ପାଳନ ପାଇଁ ଏକ ସଂକଳ୍ପ ଗୃହୀତ ହୋଇଛି। ସାହସିକତାର ସହିତ ଜରୁରିକାଳୀନ ପରିସ୍ଥିତି ଏବଂ ଭାରତୀୟ ସମ୍ବିଧାନର ଆତ୍ମାକୁ ନଷ୍ଟ କରିବା ଲାଗି ହୋଇଥିବା ଉଦ୍ୟମକୁ ବିରୋଧ କରିଥିବା ଅଗଣିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଜଣାଇବା ଏବଂ ସ୍ମୃତିଚାରଣ କରିବା ଏହି ସଂକଳ୍ପର ଉଦ୍ଦେଶ୍ୟ। ୧୯୭୪ରେ ନବନିର୍ମାଣ ଆନ୍ଦୋଳନ ଏବଂ ସମ୍ପୂର୍ଣ୍ଣ କ୍ରାନ୍ତି ଅଭିଯାନକୁ ଚାପିଦେବା ଲାଗି ଏକ ନିଷ୍ଠୁର ପ୍ରୟାସ ସହିତ ଏହି ଦମନଲୀଳା ଆରମ୍ଭ ହୋଇଥିଲା।

    ଯେଉଁ ଲୋକମାନଙ୍କର ସାମ୍ବିଧାନିକ ଅଧିକାରକୁ ଛଡ଼େଇ ନିଆଯାଇଥିଲା ଏବଂ ଯେଉଁମାନେ ଅକଥନୀୟ ନିର୍ଯାତନାର ଶିକାର ହୋଇଥିଲେ ସେମାନଙ୍କ ଉଦ୍ଦେଶ୍ୟରେ ଆଜିର କ୍ୟାବିନେଟ୍‌ ବୈଠକରେ ଦୁଇ ମିନିଟ୍‌ ପାଇଁ ନିରବ ପ୍ରାର୍ଥନା କରାଯାଇଛି। ଜରୁରି ପରିସ୍ଥିତିର ଦମନକାରୀ ଉଦ୍ୟମ ପ୍ରତି ଅନୁକରଣୀୟ ସାହସ ପ୍ରଦର୍ଶନ କରିଥିବା ଏବଂ ଏହାକୁ ପ୍ରତିରୋଧ କରିଥିବା ଲୋକମାନଙ୍କ ପ୍ରତି କେନ୍ଦ୍ର କ୍ୟାବିନେଟ୍‌ ସମ୍ମାନ ପ୍ରଦର୍ଶନ କରିଥିଲା।

    ୨୦୨୫ ମସିହାରେ ସମ୍ବିଧାନ ହତ୍ୟା ଦିବସର ୫୦ ବର୍ଷ ପୂରଣ ହେଉଛି । ଏହା ଭାରତୀୟ ଇତିହାସର ଏକ ଅଭୁଲା ଅଧ୍ୟାୟ ଯେଉଁଥିରେ ସମ୍ବିଧାନକୁ ନଷ୍ଟ କରାଯାଇଥିଲା, ଭାରତର ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ଭାବନା ଉପରେ ଆକ୍ରମଣ କରାଯାଇଥିଲା, ସଂଘୀୟ ବ୍ୟବସ୍ଥାକୁ ଅମାନ୍ୟ କରାଯାଇଥିଲା ଏବଂ ମୌଳିକ ଅଧିକାର, ମାନବ ସ୍ୱାଧୀନତା ଓ ମର୍ଯ୍ୟାଦାକୁ ଦମନ କରାଯାଇଥିଲା।

    କେନ୍ଦ୍ର କ୍ୟାବିନେଟ ଦୃଢ଼ ଭାବେ ଦୋହରାଇଛନ୍ତି ଯେ, ଭାରତର ଲୋକମାନେ ଭାରତୀୟ ସମ୍ବିଧାନ ଏବଂ ଦେଶର ଗଣତାନ୍ତ୍ରିକ ନୀତିର ସ୍ଥିରତା ଉପରେ ଅତୁଟ ବିଶ୍ୱାସ ରଖିଛନ୍ତି। ଏକଛତ୍ରବାଦୀ ପ୍ରବୃତ୍ତିକୁ ପ୍ରତିରୋଧ କରୁଥିବା ଏବଂ ଆମ ସମ୍ବିଧାନ ଓ ଏହାର ଗଣତାନ୍ତ୍ରିକ ଢାଞ୍ଚାକୁ ରକ୍ଷା କରିବା ପାଇଁ ଦୃଢ଼ ଭାବରେ ଠିଆ ହୋଇଥିବା ଲୋକଙ୍କଠାରୁ ପ୍ରେରଣା ନେବା ବୟସ୍କମାନଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଯୁବପିଢ଼ି ପାଇଁ ମଧ୍ୟ ସେତିକି ଜରୁରୀ।

    ଗଣତନ୍ତ୍ରର ଜନନୀ ଭାବରେ ଭାରତ ସାମ୍ବିଧାନିକ ମୂଲ୍ୟବୋଧର ସଂରକ୍ଷଣ, ରକ୍ଷା ଏବଂ ସୁରକ୍ଷାର ଏକ ଉଦାହରଣ ଭାବରେ ଠିଆ ହୋଇଛି।

    ଏକ ରାଷ୍ଟ୍ର ଭାବରେ, ଆମର ସମ୍ବିଧାନ ଏବଂ ଏହାର ଗଣତାନ୍ତ୍ରିକ ଏବଂ ସଂଘୀୟ ଆତ୍ମାକୁ ବଜାୟ ରଖିବା ପାଇଁ ଆମର ସଂକଳ୍ପକୁ ନବୀକରଣ କରିବା ଲାଗି କ୍ୟାବିନେଟ ବୈଠକରେ ଆହ୍ୱାନ କରାଯାଇଛି।

    କେନ୍ଦ୍ର କ୍ୟାବିନେଟ ବୈଠକ ଜରୁରିକାଳୀନ ପରିସ୍ଥିତି ନରେନ୍ଦ୍ର ମୋଦୀ
    Share. Facebook Twitter LinkedIn Email WhatsApp Copy Link
    Previous Articleପୁରୀ ରେଳ ଷ୍ଟେସନରେ ରଥଯାତ୍ରା ପ୍ରସ୍ତୁତି ଯାଞ୍ଚ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ
    Next Article ଅନ୍ତର୍ଜାତୀୟ ଆଳୁ କେନ୍ଦ୍ରର ଦକ୍ଷିଣ ଏସିଆ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠାକୁ କ୍ୟାବିନେଟ୍‌ ମଞ୍ଜୁରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.