Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଜିଓରେ ନିବେଶ କରିବା ମୋ ଜୀବନର ସବୁଠାରୁ ବଡ ରିସ୍କ ଥିଲା: ମୁକେଶ ଅମ୍ବାନୀ
    ଆଜିର ଖବର

    ଜିଓରେ ନିବେଶ କରିବା ମୋ ଜୀବନର ସବୁଠାରୁ ବଡ ରିସ୍କ ଥିଲା: ମୁକେଶ ଅମ୍ବାନୀ

    June 26, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି ଯେ ଟେଲିକମ୍ କ୍ଷେତ୍ରର ଜିଓରେ ବିପୁଳ ନିବେଶ କରିବା ତାଙ୍କ କ୍ୟାରିୟରର “ସବୁଠାରୁ ବଡ଼ ରିସ୍କ” ଥିଲା। ସେତେବେଳେ ଅନେକ ବିଶ୍ଳେଷକ ଏହାର ସଫଳତା ବିଷୟରେ ସନ୍ଦେହ କରୁଥିଲେ। ସେମାନେ କହିଥିଲେ ଯେ ଭାରତ ଏପରି ଉନ୍ନତ ଡିଜିଟାଲ୍ ପ୍ରଯୁକ୍ତି ପାଇଁ ପ୍ରସ୍ତୁତ ନୁହେଁ। ସେ କହିଥିଲେ ଯେ “ଯଦିଓ କୌଣସି କାରଣରୁ ଜିଓରେ ନିବେଶ ଆଶାନୁରୂପ ଲାଭ ଦେଇପାରିବ ନାହିଁ, ତଥାପି ଏହା ଭାରତକୁ ଡିଜିଟାଲ୍ କରିବା ଦିଗରେ ଏକ ବଡ଼ ପଦକ୍ଷେପ ଭାବରେ ବିବେଚନା କରାଯିବ।” ମ୍ୟାକିନ୍ସେ ଏଣ୍ଡ କମ୍ପାନୀକୁ ଦେଇଥିବା ଏକ ସାକ୍ଷାତକାରରେ ଅମ୍ବାନୀ ଏହା ପ୍ରକାଶ କରିଛନ୍ତି।

    ରିଲାଏନ୍ସ ଜିଓରେ ନିବେଶ କରିବାର ନିଷ୍ପତ୍ତି ସହଜ ନଥିଲା। “ସେତେବେଳେ, ଆମେ ଆମର ନିଜସ୍ୱ ଟଙ୍କା ବିନିଯୋଗ କରୁଥିଲୁ ଏବଂ ମୁଁ ନିଜେ ଅଧିକାଂଶ ସେୟାରଧାରକ ଥିଲି। ଆମେ ବଡ଼ ରିସ୍କ ନେଇଥିଲୁ କାରଣ ବ୍ୟାପକତା ବା ସ୍କେଲ୍ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଲକ୍ଷ୍ୟ ମଧ୍ୟ ବହୁତ ଉଚ୍ଚ ଥିଲା।”

    ୫ଜି ପ୍ରଯୁକ୍ତି ସମ୍ପର୍କରେ ମୁକେଶ ଅମ୍ବାନୀ କହିଥିଲେ ଯେ “ଜିଓର ୫ଜି ପ୍ରଯୁକ୍ତିର ସମ୍ପୂର୍ଣ୍ଣ ଭିତ୍ତିଭୂମି ପୂର୍ଣ୍ଣ ଭାବରେ ଇନହାଉସ ବା କମ୍ପାନୀ ମଧ୍ୟରେ ବିକଶିତ ହୋଇଛି। ଆମେ ପ୍ରତ୍ୟେକ ଉପାଦାନ – କୋର୍, ହାର୍ଡୱେର୍, ସଫ୍ଟୱେର୍ ନିଜେ ପ୍ରସ୍ତୁତ କରିଛୁ। ଆମେ କେବଳ ୨୦ ପ୍ରତିଶତ ଭାଗରେ ଏରିକସନ ଏବଂ ନୋକିଆକୁ ସାମିଲ କରିଥିଲୁ, ଯାହା ଦ୍ଵାରା ଆମେ ଆମର ନିଜର ସିଷ୍ଟମ ବା ବ୍ୟବସ୍ଥାକୁ ବିଶ୍ୱ ମାନଦଣ୍ଡରେ ପରୀକ୍ଷା କରିପାରିବା। ମୁଁ ମୋ ଟିମକୁ କହିଥିଲି, ତୁମକୁ ସେମାନଙ୍କଠାରୁ ଭଲ ହେବାକୁ ପଡିବ। ଏବଂ ସେମାନେ ଏହା କରି ଦେଖାଇଲେ, ଆଜି ଆମେ ପ୍ରକୃତରେ ସେମାନଙ୍କଠାରୁ ଭଲ ରହିଛୁ।”

    ଭବିଷ୍ୟତ ଯୋଜନା ବିଷୟରେ ମୁକେଶ ଅମ୍ବାନୀ କହିଥିଲେ ଯେ “ମୁଁ ସବୁବେଳେ କହୁଥିଲି ଯେ ଆମକୁ ଟେକ୍ନୋଲୋଜି ବା ପ୍ରଯୁକ୍ତିର କେବଳ ବ୍ୟବହାରକାରୀ ନୁହେଁ, ଆମକୁ ପ୍ରଯୁକ୍ତିର ମାଲିକ ହେବାକୁ ପଡିବ। ରିଲାଏନ୍ସ ଆଜି ଏକ ଡିପ୍ ଟେକ ଏବଂ ଆଡ଼ଭାନ୍ସଡ଼ ମାନୁଫାକଚରିଂ କମ୍ପାନୀ ହେବା ଆଡ଼କୁ ଗତି କରୁଛି। ଦୂରସଂଚାର କ୍ଷେତ୍ର ସହିତ ଆମେ ଏହାର ଆରମ୍ଭ କରିଛୁ।”

    ନିଜ ପିତା ଧୀରୁଭାଇ ଅମ୍ବାନୀଙ୍କୁ ମନେ ପକାଇ ସେ କହିଥିଲେ, “ମୋ ବାପା କହୁଥିଲେ – ରିଲାଏନ୍ସ ଏକ ପ୍ରକ୍ରିୟା, ଏକ ସଂସ୍ଥା ଯାହା ଆମ ପରେ ମଧ୍ୟ ଜାରି ରହିବା ଉଚିତ। ମୁଁ ଚାହେଁ ଯେ ରିଲାଏନ୍ସ ଆମ ପରେ ମଧ୍ୟ ବଞ୍ଚି ରହୁ। ରିଲାଏନ୍ସ ୨୦୨୭ ରେ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବ, ମୋର ସ୍ୱପ୍ନ ହେଉଛି ଯେ ରିଲାଏନ୍ସ  ୧୦୦ ବର୍ଷ ଭାରତ ଏବଂ ମାନବତାର ସେବା କରିଚାଲିବ।”

    ଜିଓ ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌
    Share. Facebook Twitter LinkedIn Email WhatsApp Copy Link
    Previous Articleଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ
    Next Article ବିଶ୍ୱ ଦକ୍ଷତା କେନ୍ଦ୍ରର ୧୬୭ ଛାତ୍ରଛାତ୍ରୀଙ୍କୁ ରିଲିଆନ୍ସ ନ୍ୟୁ ସୋଲାର ଏନର୍ଜି କମ୍ପାନିରେ ନିଯୁକ୍ତି ସୁଯୋଗ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.