Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଭୁବନେଶ୍ୱରରେ ଶିଳ୍ପ ସମାଗମ ମେଳା ଉଦଘାଟିତ
    ଆଜିର ଖବର

    ଭୁବନେଶ୍ୱରରେ ଶିଳ୍ପ ସମାଗମ ମେଳା ଉଦଘାଟିତ

    June 27, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆଜି ଶିଳ୍ପ ସମାଗମ ମେଳା ଉଦଘାଟିତ ହୋଇଛି। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି। ଗୁରୁବାର ଠାରୁ ଆରମ୍ଭ ହୋଇ ଏହି ମେଳା ଆସନ୍ତା ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ସଚିବ ଅମିତ ଯାଦବ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ ଏବଂ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ଥିଲେ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ତଥା ‘ସବକା ସାଥ, ସବକା ବିକାଶ’ ନୀତି ଦ୍ୱାରା ପରିଚାଳିତ ଏହି ମେଳା ଅନୁସୂଚିତ ଜାତି, ପଛୁଆ ବର୍ଗ, ସଫେଇ ମିତ୍ର ଏବଂ ଡିଏନଟିର କାରିଗରମାନଙ୍କୁ ସଶକ୍ତ କରିବା ପାଇଁ ଏକ ଜାତୀୟ ମଞ୍ଚ ଭାବରେ କାର୍ଯ୍ୟ କରେ। ଏହା ସେମାନଙ୍କୁ ନିଜର ଉତ୍ପାଦ ପ୍ରଦର୍ଶନ ଏବଂ ବିକ୍ରୟ କରିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଥାଏ ଯାହା ଦ୍ୱାରା ଆର୍ଥିକ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ମିଳିବ।

    ଚଳିତ ବର୍ଷର ସଂସ୍କରଣରେ ୧୪ଟି ରାଜ୍ୟର ୭୫ରୁ ଅଧିକ କାରିଗର ମେଳାରେ ଅଂଶଗ୍ରହଣ କରିଛନ୍ତି। ସେମାନେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି। ସିଧାସଳଖ ବଜାର ପ୍ରବେଶକୁ ସୁଗମ କରି କାରିଗରମାନଙ୍କୁ ସମର୍ଥନ କରିବା ପାଇଁ ମନ୍ତ୍ରଣାଳୟର ନିରନ୍ତର ପ୍ରୟାସର ଏକ ଅଂଶବିଶେଷ ଭାବେ ଏହି ମେଳା ଆୟୋଜନ କରାଯାଉଛି।

    ମେଳାର ଏକ ପ୍ରମୁଖ ବିଶେଷତ୍ୱ ହେଉଛି ‘ତୁଲିପ’ (ପାରମ୍ପରିକ କାରିଗର ଉତ୍ଥାନ ଜୀବିକା କାର୍ଯ୍ୟକ୍ରମ) ବ୍ରାଣ୍ଡର ପ୍ରଚାରପ୍ରସାର। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ୫ ନଭେମ୍ବର ୨୦୨୪ରେ ନୂଆଦିଲ୍ଲୀର ଦିଲ୍ଲୀ ହାଟଠାରେ ଆୟୋଜିତ ଶିଳ୍ପ ସମାଗମ ମେଳାରେ ଏହାକୁ ଶୁଭାରମ୍ଭ କରିଥିଲେ। ‘ତୁଲିପ’ ଏପରି ଏକ ପ୍ରୟାସ ଯାହାର ଲକ୍ଷ୍ୟ ହେଉଛି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବଜାର ସୁବିଧା ଯୋଗାଇ ଦେଇ ପାରମ୍ପରିକ କାରିଗରମାନଙ୍କୁ ସଶକ୍ତ କରିବା। ଏହି କାର୍ଯ୍ୟକ୍ରମ କାରିଗରଙ୍କ ଦ୍ୱାରା ନିର୍ମିତ ଉତ୍ପାଦଗୁଡ଼ିକର ପ୍ରୋତ୍ସାହନ ଏବଂ ସେମାନଙ୍କ ଜୀବିକାକୁ ସମର୍ଥନ କରି ଦୀର୍ଘସ୍ଥାୟୀ ଆୟ ସୃଷ୍ଟି କରିଥାଏ।

    ବିଭାଗୀୟ ସଚିବ ଅମିତ ଯାଦବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶିଳ୍ପ ସମାଗମ ମେଳା କେବଳ ଏକ ବଜାର ନୁହେଁ, ବରଂ ଦକ୍ଷତା, ସଂସ୍କୃତି ଏବଂ ଦୃଢ଼ତାର ଏକ ଉତ୍ସବ। ଏହା ସବୁଠାରୁ ଅଧିକ ଆବଶ୍ୟକ କରୁଥିବା ଲୋକଙ୍କୁ ସଶକ୍ତ କରି ଆତ୍ମନିର୍ଭର ଭାରତ ଅଭିଯାନକୁ ମଜବୁତ କରିଥାଏ।

    ହସ୍ତଶିଳ୍ପ ପ୍ରଦର୍ଶନୀ ବ୍ୟତୀତ, ମେଳାରେ ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା କଳା ପ୍ରଦର୍ଶନ ସହିତ ସାଂସ୍କୃତିକ ସନ୍ଧ୍ୟା ଏବଂ ଏକ ବ୍ୟଞ୍ଜନ କ୍ଷେତ୍ର ଆୟୋଜନ କରାଯାଉଛି। ଏଠାରେ ସାରା ଭାରତର ବିଭିନ୍ନ ସ୍ଥାନରୁ ଦେଶୀ ସୁସ୍ୱାଦୁ ଖାଦ୍ୟସାମଗ୍ରୀ ଉପଲବ୍ଧ। ଏହା ପରିଦର୍ଶକମାନଙ୍କ ପାଇଁ ଏକ ସମୃଦ୍ଧ ତଥା ମନୋରଞ୍ଜକ ଅନୁଭୂତି ସୃଷ୍ଟି କରିଛି ।

    ସୂଚନାଯୋଗ୍ୟ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ସମାଜର ଅବହେଳିତ ବର୍ଗ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଥାଏ। ବିଭାଗ ଏବଂ ଏହାର ଅଗ୍ରଣୀ ନିଗମଗୁଡ଼ିକର ପ୍ରମୁଖ ଯୋଜନା / କାର୍ଯ୍ୟକଳାପର ପ୍ରଚାର ଓ ପ୍ରସାର ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ର ପ୍ରସ୍ତୁତ କରାଯାଇଛି।

    ନଶା ମୁକ୍ତି ଭାରତ ଅଭିଯାନ ଏବଂ ନମସ୍ତେ ଯୋଜନା ଭଳି ଅଭିଯାନ ଏବଂ କାର୍ଯ୍ୟକଳାପ ଉପରେ ମଧ୍ୟ ମେଳା ସମୟରେ ଧ୍ୟାନ ଦିଆଯାଇଛି।

    ମେଳାରେ ୨୬ ଜୁନ୍‌ ‘ବିଶ୍ୱ ନିଶାଦ୍ରବ୍ୟ ନିଷେଧ ଦିବସ’ ଅବସରରେ ମଧ୍ୟ ନିଶା ନିବାରଣ ଓ ବିଲୋପ ଉପରେ ଆଧାରିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

    ଶିଳ୍ପ ସମାଗମ ମେଳା ଭାରତର ପାରମ୍ପରିକ କଳା ଓ ଉଦ୍ୟୋଗୀ ମନୋଭାବର ଏକ ଜୀବନ୍ତ ଉତ୍ସବ। ଏହା ସାମାଜିକ ନ୍ୟାୟ, ଆର୍ଥିକ ସଶକ୍ତିକରଣ ଏବଂ ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥାଏ।

    ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆ ଭୁବନେଶ୍ୱର ଶିଳ୍ପ ସମାଗମ ମେଳା
    Share. Facebook Twitter LinkedIn Email WhatsApp Copy Link
    Previous Articleଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ହିନ୍ଦୀରେ ବାର୍ତ୍ତା ଦେଲେ ଶୁଭାଂଶୁ ଶୁକ୍ଳା: ଜାଣନ୍ତୁ ସେ ଦେଶବାସୀଙ୍କୁ କ’ଣ କହିଲେ?
    Next Article ରାଜଭାଷା ବିଭାଗର ‘ସୁବର୍ଣ୍ଣ ଜୟନ୍ତୀ ସମାରୋହ’ କୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.