Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପାଳନ
    ଆଜିର ଖବର

    ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପାଳନ

    June 27, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ନୂଆଦିଲ୍ଲୀର ହାଉଜଖାସ ଭିଲେଜ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ସବୁଠୁ ବୃହତ ଜଗନ୍ନାଥ ମନ୍ଦିରରେ ୪୭ ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ପବିତ୍ର ପର୍ବ ଉପଲକ୍ଷେ ସମଗ୍ର ମନ୍ଦିର ପରିସରକୁ ରଙ୍ଗବେରଙ୍ଗର କପଡ଼ା, କାଗଜ ଏବଂ ଆଲୋକମାଳାରେ ସଜା ଯାଇଥିବା ଦେଖାଯାଇଥିଲା। ମନ୍ଦିରରେ ବଢି ଭୋରରୁ ମଙ୍ଗଳ ଆଳତି କରାଯିବା ପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଏବଂ ନୀତିକାନ୍ତି ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା।

    ଚଳିତ ବର୍ଷ ଏହି ମହା ପାର୍ବଣରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ଲକ୍ଷାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାର ଓ ପରିଜନଙ୍କ ସହ ଆସି ସାମିଲ ହେବା ଦେଖା ଯାଇଥିଲା। ଏଠାରେ ଦିନ ଦ୍ୱିପହରରେ ଚାରି ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା’ପରେ ବଡ଼ଭାଇ ବଳଭଦ୍ର, ପରେପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତରନାଥ ଜଗନ୍ନାଥଙ୍କୁ ସାହି ରୋଷଣୀ କରାଯାଇ ମନ୍ଦିର ସମ୍ମୁଖସ୍ଥ ଦଣ୍ଡାୟମାନ ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଉପସ୍ଥିତ ଦର୍ଶକମାନଙ୍କ ଦ୍ୱାରା ଘଣ୍ଟ, ଶଙ୍ଖ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହଗହ ନାଦ ତଥା ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା।

    ଏଠାରେ ଉଭୟ ଆୟୋଜକ ଓ ଅଂଶଗ୍ରହଣକାରୀ ମାନଙ୍କ ମଧ୍ଯରେ ଘୋଷଯାତ୍ରାକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଦମ୍ୟ ଉଦ୍ଦୀପନା ଦୃଷ୍ଟିଗୋଚର ହୋଇଥିଲା। ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବାସଙ୍ଘ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଭିଡ଼କୁ ନିୟନ୍ତ୍ରଣ କରାଯିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଥିଲା। ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ସମସ୍ତ ବନ୍ଦୋବସ୍ତକୁ ବ୍ୟକ୍ତିଗତ ଭାବରେ ତଦାରଖ କରିଥିଲେ।

    ଏଠାରେ ମୁଖ୍ୟ ଅତିଥି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପାରମ୍ପରିକ ଢଙ୍ଗରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସାଂସଦ ବାଁଶୁରୀ ସ୍ଵରାଜ,ମନୋଜ ତିୱାରୀ, ବିଧାୟକ ସତୀଶ ଉପାଧ୍ୟାୟ ଓ ଅନୀଲ ଶର୍ମା, ବିଜେପି ନେତ୍ରୀ ମୃଦୁଳା ଠାକୁର ପ୍ରଧାନ, ବିଜେପି ନେତା ଶୈଳେନ୍ଦ୍ର ସିଂହ ମଣ୍ଟି, ରବୀନ୍ଦ୍ର ଚୌଧୁରୀ ଏବଂ ପୂର୍ବତନ ବିଧାୟକ ସୋମନାଥ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ ।ଉପସ୍ଥିତ ଜନସାଧାରଣ ରଥଯାତ୍ରା ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଅତିଥିମାନଙ୍କ ନିକଟରେ ଦାବୀ ଉପସ୍ଥାପନ କରିଥିଲେ।

    ଅପରାହ୍ନ ୨:୩୦ ମିନିଟରେ ରଥ ଟଣା ଆରମ୍ଭ ହୋଇଥିଲା। ଅଠର ଫୁଟ ଉଚ୍ଚତା ବିଶିଷ୍ଟ ରଙ୍ଗାରଙ୍ଗ ଓ ରାଜକୀୟ ରଥ ଉପରେ ଚାରିଠାକୁରଙ୍କର ବିରାଜମାନର ଦୃଶ୍ୟ ଅଲୌକିକ ଥିଲା। ମହାପ୍ରଭୁଙ୍କ ରଥକୁ ଆଂସାରୀ ନଗରକୁ ନିଆଯାଇ ପୁଣି ସନ୍ଧ୍ୟା ସୁଦ୍ଧା ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ଭକ୍ତମାନେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ, ଠାକୁରମାନଙ୍କ ଉପରେ ପୁଷ୍ପବର୍ଷଣ ଏବଂ ରଥବାଢ଼ରେ ନଡ଼ିଆ ଭାଙ୍ଗି ନିଜକୁ ଧନ୍ୟ ମନେ କରୁଥିବା ଓ ଭକ୍ତିଭାବରେ ଅଭିଭୂତ ହେଉଥିବା ଦେଖା ଯାଇଥିଲା।

    ରଥ ମନ୍ଦିର ପ୍ରାଙ୍ଗଣକୁ ଫେରିବା ପରେ ସର୍ବସାଧାରଣ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନ କରିଥିଲେ। ରାତ୍ରିର ବିଳମ୍ବିତ ପ୍ରହରରେ ଠାକୁରମାନଙ୍କୁ ପହଣ୍ଡି କରାଯାଇ ମନ୍ଦିରର = ବେସମେଣ୍ଟରେ ଥିବା ମାଉସୀମା’ ଘରକୁ ନିଆଯାଇ, ସେଠାରେ ଥିବା ସିଂହାସନରେ ଆସୀନ କରାଯାଇଥିଲା।

    ରଥଯାତ୍ରାକୁ ସକ୍ଷମତାର ସହିତ ଆୟୋଜନ ଏବଂ ସଫଳତା ସହିତ ସମାପନ କରାଯିବାରେ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବାସଙ୍ଘର ସୁଦକ୍ଷ ସଙ୍ଗଠକ ବୃନ୍ଦ ଯଥା ସଭାପତି ବିଘ୍ନେଶ୍ୱର ରାଉତ, ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ଡ଼ଃ ଅଶୋକ ଚୌଧୁରୀ,ଅଭୟ ପ୍ରଧାନ, ଅଶୋକ ପ୍ରଧାନ(କ), କ୍ଷୀରୋଦ ପାତ୍ର,ଗଜେନ୍ଦ୍ର ସାମନ୍ତ, ଅଭିରାମ ସୁତାର, ଅଶୋକ ପ୍ରଧାନ (ଖ), ଜିତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ, ପଙ୍କଜ ମହାନ୍ତି, ନିଶୀଦ୍ଧ କୁମାର ଦାଶ, ରଙ୍କନିଧି ସାହୁ, ବିଜୟ ସାହୁ, ଦିଲ୍ଲୀପ କୁମାର ସ୍ୱାଇଁ, କିଶୋର ସାମଲ, ସନାତନ ମିଶ୍ର, ବିଜୟ କୁମାର ସାହୁ, ଅମୁଲ୍ୟ ଓଝା, ସୁକାନ୍ତ ସାହୁ, ଏବଂ ମନ୍ଦିର ମୁଖ୍ୟ ପରିଚାଳକ ରଶ୍ମି ରଞ୍ଜନ ବେହେରା ତଥା ସହପରିଚାଳକ ଶଶୀକାନ୍ତ ସାହୁ, ସଂଜୀବ ଜେନା ଓ ମନ୍ଦିରର ପୂଜକବୃନ୍ଦ ଯଥା ସନାତନ ପାଢ଼ୀ, ଦେବବ୍ରତ ମିଶ୍ର, ଜଗବନ୍ଧୁ ଦାଶ, ପ୍ରେମାନନ୍ଦ ଶତପଥି, ସନ୍ତୋଷ ପଣ୍ଡା ଓ ପ୍ରଶାନ୍ତ ଦାଶ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

    ଜଗନ୍ନାଥ ମନ୍ଦିର ନୂଆଦିଲ୍ଲୀ ହାଉଜଖାସ ମନ୍ଦିର
    Share. Facebook Twitter LinkedIn Email WhatsApp Copy Link
    Previous Articleଟସ୍ ଜିତି ଭାରତକୁ ବୋଲିଂ କରିବାକୁ ଆମନ୍ତ୍ରଣ କଲା ଇଂଲଣ୍ଡ, ଜାଣନ୍ତୁ ଉଭୟ ଦଳର ପ୍ଲେଇଂ ଇଲେଭେନ
    Next Article ଲୀଳାକ୍ଷେତ୍ର କାଙ୍କଣଶିଖରୀରେ ବିଶ୍ୱନିୟନ୍ତାଙ୍କ ଘୋଷଯାତ୍ରା

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.