Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ବରଗଡ଼ରେ ଆୟୋଜିତ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ କେନ୍ଦ୍ରମନ୍ତ୍ରୀ
    ଆଜିର ଖବର

    ବରଗଡ଼ରେ ଆୟୋଜିତ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ କେନ୍ଦ୍ରମନ୍ତ୍ରୀ

    June 28, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ବରଗଡ଼: ଓଡ଼ିଶାରେ ଥିବା ଗରିବ ଶ୍ରେଣୀରୁ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ଜୀବନରେ ଅଭୁତପୂର୍ବ ପରିବର୍ତ୍ତନ ଆଣିବା ଆମର ଡବଲ ଇଞ୍ଜିନ ସରକାରର ମୂଳ ଉଦ୍ଦେଶ୍ୟ ବୋଲି ଆଜି କୃଷିପ୍ରଧାନ ଅଞ୍ଚଳ ବରଗଡରେ ଆୟୋଜିତ “ଗରିବ କଲ୍ୟାଣ ଓ ବିକାଶ ସମାବେଶ”ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

    ଏହି ଅବସରରେ ଶ୍ରୀ ପ୍ରଧାନ ପାଖାପାଖି ୨୨ କୋଟିରୁ ଅଧିକ ମୂଲ୍ୟର ୧୬ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରକୁ ୧୧ ବର୍ଷ ପୂରଣ ହୋଇଥିବା ବେଳେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରକୁ ୧ ବର୍ଷ ପୂରଣ ହୋଇଛି। ଏହା ଏକ ବଡ ଉପଲବ୍ଧି। ଓଡ଼ିଶାରେ ଗରିବ ଲୋକଙ୍କ ସାମୂହିକ ଓ ସାମଗ୍ରିକ ବିକାଶ କରିବା ଦିଗରେ ଡବଲ ଇଞ୍ଜିନ ସରକାରର ପ୍ରତିବଦ୍ଧତା ରହିଛି। ବିଗତ ଏକ ବର୍ଷରେ ଧାନ କିଣା, ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଭଳି ଆଦି ଅନେକ ଜନକଲ୍ୟାଣକାରୀ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ସରକାରଙ୍କ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ରାଜ୍ୟ ସରକାର ଅଧିକ ୮୦୦ ଟଙ୍କାର ଇନ୍‌ପୁଟ୍ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି। ଏହି ସବୁ ଯୋଜନା ଦ୍ୱାରା ବରଗଡ଼ ଭଳି ଜିଲ୍ଲା ବିଶେଷ ଭାବରେ ଲାଭାନ୍ୱିତ ହୋଇଛି। ଆଜି ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡ଼ିକ ଆଗାମୀ ଦିନରେ ବରଗଡ଼କୁ ଅଗ୍ରଣୀ ଅଞ୍ଚଳ କରାଇବାରେ ବିଶେଷ ସହାୟକ ହେବ।

    ଏହାର ବିସ୍ତୁତ ସୂଚନା ଉପରେ ଆଲୋକପାତ କରି ସେ କହିଛନ୍ତି ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ରବି ଏବଂ ଖରିଫ ଋତୁକୁ ମିଶାଇଲେ ପ୍ରାୟ ୧୩୭ ଲକ୍ଷ କ୍ୱିଣ୍ଟାଲ ଧାନ ସରକାରଙ୍କ ପକ୍ଷରୁ କିଣାଯାଇଛି। ଡବଲ ଇଞ୍ଜିନ ସରକାର ଏଥିପାଇଁ ପାଖାପାଖି ୪୦୦୦ କୋଟିରୁ ଅଧିକ ଟଙ୍କା ଜିଲ୍ଲାର ଚାଷୀମାନଙ୍କୁ ଦେଇଛନ୍ତି। ଜିଲ୍ଲାରେ ୩ ଲକ୍ଷ ୫୬ ହଜାର ଭଉଣୀମାନଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଅର୍ଥାତ୍ ୩୫ କୋଟି ଟଙ୍କାର ସୁଭଦ୍ରା ସହାୟତା ଦିଆଯାଇଛି। ପିଏମ କିଷାନ ଓ ସିଏମ କିଷାନ ଯୋଜନାରେ ପ୍ରାୟ ୩୪ କୋଟି ଟଙ୍କା ଦିଆଯାଇଛି। ବରଗଡ଼ ଧନୁଯାତ୍ରାକୁ ଆହୁରି ଭବ୍ୟ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଅନ୍ତୋଦୋୟ ଯୋଜନାରେ ୧୬୦୦ ଘର ଜିଲ୍ଲା ପାଇଁ ଦିଆଯାଇଛି। ୬୦ ହଜାରରୁ ଅଧିକ ଲକ୍ଷପତି ଦିଦି, ୧୨ ଲକ୍ଷ ଆୟୁଷ୍ମାନ ଭାରତ କାର୍ଡ ଜିଲ୍ଲାକୁ ଦିଆଯାଇଛି। ଶହୀଦ ମାଧୋ ସିଂହଙ୍କ ନାଁରେ ୪,୬୧୯ ଜଣ ପିଲାଙ୍କୁ ଛାତ୍ରବୃତ୍ତି ଆକାରରେ ବାର୍ଷିକ ୧୦ ହଜାର ଟଙ୍କା ଦିଆଯାଉଛି।

    ଆଗାମୀ ଦିନରେ ବରଗଡ଼ରେ ଉତ୍ପାଦନ ହେଉଥିବା ଚାଉଳ ସାମଗ୍ରୀର ବଜାର ବ୍ୟବସ୍ଥାକୁ ବଢାଇବା। ପୂର୍ବୋଦୟ କଳ୍ପନାରେ ପ୍ରତିଷ୍ଠା ହେଉଥିବା ୨ଜି ଜୈବ ଇଥାନଲ ପ୍ଲାଣ୍ଟ ଦେଶର ଇଥାନଲ ଆବଶ୍ୟକତାକୁ ପୂରଣ କରିବ। ଏହା ମାଧ୍ୟମରେ କୃଷି ଆଧାରିତ ଶିଳ୍ପକୁ ତ୍ୱରାନ୍ୱିତ କରିବା ସହ ହସ୍ତତନ୍ତ ଓ ପର୍ଯ୍ୟଟନ ଭିତ୍ତିକ ଅର୍ଥନୀତି ବଢାଇବା ପାଇଁ ସମସ୍ତେ ସହଯୋଗର ଦାୟିତ୍ୱ ନେବା। ବୀର ସୁରେନ୍ଦ୍ର ସାଏଙ୍କ କର୍ମସ୍ଥାନ ଦେବ୍ରୀଗଡକୁ ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ସାମୂହିକ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

    ଏହି ଅବସରରେ ବରଗଡ଼ ଜିଲ୍ଲାର ସଫଳ କୃଷକ, ସଫଳ ସୁଭଦ୍ରା, ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିବା ସହ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରଗଡ଼ ସାଂସଦ ଓ ବରଗଡ଼ ଜିଲ୍ଲାର ବିଧାୟକମାନେ ପ୍ରମୁଖ ଉପସ୍ଥିତ ଥିଲେ।

    ଗରିବ କଲ୍ୟାଣ ଓ ବିକାଶ ସମାବେଶ ଧର୍ମେନ୍ଦ୍ର ପ୍ରଧାନ ବରଗଡ
    Share. Facebook Twitter LinkedIn Email WhatsApp Copy Link
    Previous ArticleIPS ପରାଗ ଜୈନ ହେଲେ ନୂତନ RAW ମୁଖ୍ୟ, ଅପରେସନ ସିନ୍ଦୁରରେ ଗ୍ରହଣ କରିଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା
    Next Article ଶେଷରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନି ରଥ, ହରିବୋଲ ହୁଳହୁଳିରେ ଆଜି ପୁଣି ହେଲା ରଥଟଣା

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.