Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅପରାଧ»ମା’ ଭଗବତୀ ମନ୍ଦିରରେ ଅସୁରକ୍ଷିତ ଭକ୍ତ, ସେବାୟତ ସେବାୟତଙ୍କ ମଧ୍ୟରେ ମାରପିଟ, ଜଣେ ଗୁରୁତର
    ଅପରାଧ

    ମା’ ଭଗବତୀ ମନ୍ଦିରରେ ଅସୁରକ୍ଷିତ ଭକ୍ତ, ସେବାୟତ ସେବାୟତଙ୍କ ମଧ୍ୟରେ ମାରପିଟ, ଜଣେ ଗୁରୁତର

    June 28, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ବାଣପୁର: ଓଡ଼ିଶା ପ୍ରସିଦ୍ଧ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିରରେ ଅଭାବନୀୟ ଘଟଣା ଘଟିଯାଇଛି। ମନ୍ଦିର ସେବାୟତ-ସେବାୟତ ମଧ୍ୟରେ ମାରପିଟ ଯୋଗୁଁ ଜଣେ ସେବାୟତ ଗୁରୁତର ହୋଇଛନ୍ତି। ଏ ନେଇ ବାଣପୁର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଜଣେ ସେବାୟତ ଅଟକ ଥିବା ଜଣାପଡିଛି।

    ପୋଲିସ ସୂଚନା ମୁତାବକ ଆଜି ଅପରାହ୍ନରେ ମା’ ଭଗବତୀ ମନ୍ଦିର ପରିସରରେ ସେବାୟତ କୈଳାଶ ଭୋପା ଅନ୍ୟ ଜଣେ ସେବାୟତଙ୍କୁ କୌଣସି କାରଣବଶତଃ ଗାଳି ଗୁଲଜ କରୁଥିଲେ। ଉକ୍ତ ସମୟରେ ସେବାୟତ ପବିତ୍ର କୁମାର ନାୟକ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ କୈଳାଶ ପବିତ୍ରଙ୍କ ମୁଣ୍ଡକୁ ଏକ କ୍ରିକେଟ ବ୍ୟାଟରେ ଶକ୍ତ ପ୍ରହାର ଦେବାରୁ ଘଟଣାସ୍ଥଳରେ ପବିତ୍ର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟଳି ପଡ଼ିଥିଲେ।

    ସଙ୍ଗେସଙ୍ଗେ ଗୁରୁତର ପବିତ୍ରଙ୍କୁ ବାଣପୁର ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଏ ନେଇ ଥାନାରେ ଉଭୟ ପକ୍ଷଙ୍କ ପକ୍ଷରୁ ଦୁଇ ଗୋଟି ଏତଲା ଦିଆଯାଇଥିବା ବେଳେ ପୋଲିସ ଅଭିଯୁକ୍ତ ସେବାୟତ କୈଳାଶ ଭୋପାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

    ସୂଚନା ଥାଉକି ମା’ ଭଗବତୀ ମନ୍ଦିରରେ ସେବାୟତଙ୍କ ବିରୁଦ୍ଧରେ ନାନା ସମୟରେ ଏପରି ବିଭିନ୍ନ ଅଭିଯୋଗ ହୋଇଆସୁଛି। ମଦ୍ୟପାନ କରିବା, ଭକ୍ତଙ୍କୁ ଦୁର୍ବ୍ୟବହାର କରିବା, ମାରପିଟ କରିବା, ମନ୍ଦିର ପରିସରରେ ଅଶାନ୍ତି ବାତାବରଣ ସୃଷ୍ଟି କରିବା ଆଦି ଅନେକ ଦୃଷ୍ଟାନ୍ତ ରହିଛି।

    ତେବେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏ ଦିଗରେ ଶ୍ରୀ ଦକ୍ଷେଶ୍ୱର-ଭଗବତୀ ଦେଵାତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସଭାପତି ତଥା ସ୍ଥାନୀୟ ତହସିଲଦାର କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହେଉଛି। ଖୋର୍ଦ୍ଧା ଜିଲ୍ଲାପାଳ ଉକ୍ତ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବା ସହ ସେବାୟତଙ୍କ ମଧ୍ୟରେ ସଂସ୍କାର ଆଣିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

    ଅନୁରୂପଭାବେ ଏହିପରି ଘଟଣା ଦ୍ୱାରା ସମଗ୍ର ରାଜ୍ୟରେ ମା’ ଭଗବତୀ ମନ୍ଦିରର ଛବି ଖରାପ ହେଉଥିବାବେଳେ ମନ୍ଦିର ପରିସରରେ ଅକ୍ଷମ ହୋଇ ପଡ଼ିଥିବା ପୋଲିସ ସହାୟତା କେନ୍ଦ୍ରକୁ ତୁରନ୍ତ ସକ୍ଷମ କରିବା ସହ ଏଠାରେ କନଷ୍ଟେବଳଙ୍କ ସହ ଅତିକମରେ ଜଣେ ଏଏସଆଇ ପାହ୍ୟା ଅଧିକାରୀଙ୍କୁ ନିଯୁକ୍ତି ଦେବାପାଇଁ ଖୋର୍ଦ୍ଧା ଏସପିଙ୍କ ନିକଟରେ ଜନସାଧାରଣ ମାନେ ଦାବି କରିଛନ୍ତି।

    ମନ୍ଦିର ପରିସରରେ ରକ୍ତଛିଟା ପଡ଼ିଥିବା ବେଳେ ମା’ ଙ୍କ ରୀତିନୀତିରେ କଣ ପରିବର୍ତ୍ତନ ହେବ ବୋଲି ଦେବୋତ୍ତର ସଭାପତି ତଥା ସ୍ଥାନୀୟ ତହସିଲଦାରଙ୍କୁ ପଚାରାଯାଇଥିଲା। ତେବେ ଯାହା ନିୟମ ରହିଛି, ସେହି ନିୟମ ମୁତାବକ ନୀତିକାନ୍ତି କରାଯିବ ବୋଲି ତହସିଲଦାର ଟି. ପଦ୍ମନାଭ ଦୋରା କହିଛନ୍ତି।

    ଅସୁରକ୍ଷିତ ଭକ୍ତ ବାଣପୁର ମା’ ଭଗବତୀ ମନ୍ଦିର
    Share. Facebook Twitter LinkedIn Email WhatsApp Copy Link
    Previous Articleବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲଗାଇଲା ପ୍ରତିବନ୍ଧକ
    Next Article ବରଗଡ଼ ସ୍ଥିତ ‘ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍‍ ହ୍ୟାଣ୍ଡଲୁମ ଟେକ୍ନୋଲୋଜି’ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.