Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଚଳିତ ବର୍ଷ ଶେଷ ସୁଦ୍ଧା ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବ ଭାରତୀୟ ରେଳବାଇ
    ଆଜିର ଖବର

    ଚଳିତ ବର୍ଷ ଶେଷ ସୁଦ୍ଧା ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବ ଭାରତୀୟ ରେଳବାଇ

    June 30, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରେଳ ଯାତ୍ରା ଅଭିଜ୍ଞତାକୁ ଯାତ୍ରୀ-କୈନ୍ଦ୍ରିକ କରିବା ପାଇଁ ପ୍ରତିବଦ୍ଧ। କୌଣସି ଯାତ୍ରୀଙ୍କର ରେଳବାଇ ସହିତ ଯାତ୍ରା ଟିକେଟ୍ ସଂରକ୍ଷଣ ପର୍ଯ୍ୟାୟରୁ ଆରମ୍ଭ ହୁଏ। ଟିକେଟ୍ ବୁକିଂକୁ ସହଜ କରିବା ପାଇଁ ରେଳବାଇ ଏକାଧିକ ପଦକ୍ଷେପ ନେଉଛି।

    ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମ୍ପ୍ରତି ଏହି ସଂସ୍କାର ମୂଳକ ପଦକ୍ଷେପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଟିକେଟ୍ ସଂରକ୍ଷଣ ବ୍ୟବସ୍ଥାକୁ ସ୍ମାର୍ଟ, ସ୍ୱଚ୍ଛ, ସୁଗମ ଏବଂ ଦକ୍ଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଯୋଜନା ଯାତ୍ରୀଙ୍କ ସୁବିଧା ଉପରେ ଧ୍ୟାନ ଦେବ। ନୂଆ ବ୍ୟବସ୍ଥା ଯାତ୍ରୀମାନଙ୍କ ପାଇଁ ଏକ ସୁଗମ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ନିଶ୍ଚିତ କରିବ।

    ଯାତ୍ରାରେ ଅନିଶ୍ଚିତତାକୁ ଦୂର କରିବା ପାଇଁ ଆଗୁଆ ଟିକେଟ୍‌ ଧାରୀ ଯାତ୍ରୀଙ୍କ ତାଲିକା ପ୍ରକାଶ କରାଯିବ। ସମ୍ପ୍ରତି ଟିକେଟ୍‌ ସଂରକ୍ଷଣ ତାଲିକା ଟ୍ରେନ ଯାତ୍ରା ଆରମ୍ଭ କରିବାର ଚାରି ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରାଯାଉଛି। ଏହା ଯାତ୍ରୀଙ୍କ ମନରେ ଅନିଶ୍ଚିତତା ସୃଷ୍ଟି କରୁଛି। ଯେଉଁଠାରେ ଯାତ୍ରୀମାନେ ନିକଟସ୍ଥ ଅଞ୍ଚଳରୁ ଟ୍ରେନ୍‌ ଧରିବା ପାଇଁ ଆସୁଛନ୍ତି ସେଠାରେ ଏହି ଅନିଶ୍ଚିତତା ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି।

    ଏହି ଅନିଶ୍ଚିତତାକୁ ଦୂର କରିବା ଲାଗି ଯାତ୍ରା ଆରମ୍ଭ କରିବାର ଆଠ ଘଣ୍ଟା ପୂର୍ବରୁ ସଂରକ୍ଷିତ ଟିକେଟ୍‌ ତାଲିକା ପ୍ରକାଶ କରାଯିବ। କୌଣସି ନିର୍ଦ୍ଦିଷ୍ଟ ଦିନର ଅପରାହ୍ନ ୨ଟା ପୂର୍ବରୁ ଛାଡ଼ୁଥିବା ଟ୍ରେନ୍ ପାଇଁ ପୂର୍ବ ଦିନ ରାତି ୯ଟା ସୁଦ୍ଧା ଟିକେଟ୍‌ ଧାରୀ ଯାତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯିବ। ରେଳମନ୍ତ୍ରୀ ଏହି ପ୍ରସ୍ତାବରେ ସହମତ ହୋଇଛନ୍ତି ଏବଂ କୌଣସି ବାଧା ନହେବା ପାଇଁ ପର୍ଯ୍ୟାୟକ୍ରମେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦକ୍ଷେପ ୱେଟଲିଷ୍ଟ ବା ପ୍ରତୀକ୍ଷା ଟିକେଟ୍ ଥିବା ଯାତ୍ରୀମାନଙ୍କ ପାଇଁ ଅନିଶ୍ଚିତତାକୁ ହ୍ରାସ କରିବ। ଯାତ୍ରୀମାନେ ୱେଟଲିଷ୍ଟ ଟିକେଟ୍‌ ସ୍ଥିତି ବିଷୟରେ ଆଗୁଆ ସୂଚନା ପାଇପାରିବେ। ଏହା ଦୂରଦୂରାନ୍ତର ସ୍ଥାନ କିମ୍ବା ପ୍ରମୁଖ ସହରଗୁଡ଼ିକର ଉପନଗରରୁ ଦୂରଗାମୀ ଟ୍ରେନ୍ ଧରିବା ପାଇଁ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଲାଭ ଦେବ। ୱେଟ୍‌ ଲିଷ୍ଟ ଟିକେଟ୍‌ ନିଶ୍ଚିତ ବା କନଫର୍ମ ନହେଲେ ବିକଳ୍ପ ବ୍ୟବସ୍ଥା କରିବାକୁ ଏହା ଅଧିକ ସମୟ ମଧ୍ୟ ପ୍ରଦାନ କରିବ।

    ରେଳମନ୍ତ୍ରୀ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥାର ଉନ୍ନତିକରଣ ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ଗତ କିଛି ମାସ ଧରି ସିଆରଆଇଏସ ଦ୍ୱାରା କାର୍ଯ୍ୟକାରୀ ହେଉଛି। ନୂଆ କରି ଉନ୍ନତିକରଣ ହୋଇଥିବା ପିଆରଏସ ଡିଜାଇନ୍ ଦକ୍ଷ, ନମନୀୟ ଏବଂ ବର୍ତ୍ତମାନର ଚାହିଦା ଠାରୁ ଦଶ ଗୁଣ ପରିଚାଳନା କରିବା ପାଇଁ ସୁବିଧା ଯୋଗାଇ ଦେବ। ଏହା ଟିକେଟ୍ ବୁକିଂ କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ନୂତନ ପିଆରଏସ ପ୍ରତି ମିନିଟରେ ଦେଢ଼ ଲକ୍ଷରୁ ଅଧିକ ଟିକେଟ୍ ବୁକିଂକୁ ସକ୍ଷମ କରିବ। ଏହା ବର୍ତ୍ତମାନର ପିଆରଏସ ବ୍ୟବସ୍ଥା ଅନୁଯାୟୀ ପ୍ରତି ମିନିଟରେ ୩୨ ହଜାର ଟିକେଟ୍ ଠାରୁ ପ୍ରାୟ ପାଞ୍ଚ ଗୁଣ ଅଧିକ।

    ଟିକେଟ୍ ଅନୁସନ୍ଧାନ କ୍ଷମତା ଦଶ ଗୁଣ ବୃଦ୍ଧି ପାଇବ ଅର୍ଥାତ୍ ଗୋଟିଏ ମିନିଟ୍ ମଧ୍ୟରେ ଅନୁସନ୍ଧାନ କ୍ଷମତା ୪ ଲକ୍ଷରୁ ୪୦ ଲକ୍ଷରେ ପହଞ୍ଚିବ । ନୂଆ ପିଆରଏସ ବ୍ୟବସ୍ଥାକୁ ବହୁଭାଷୀ, ବ୍ୟବହାରକାରୀ ଅନୁକୂଳ ଏବଂ ଅନୁସନ୍ଧାନ ଇଣ୍ଟରଫେସ୍‌ ସହିତ ଅଧିକ ସୁବିଧାଜନକ କରାଯିବ। ନୂତନ ପିଆରଏସରେ, ଉପଭୋକ୍ତାମାନେ ସେମାନଙ୍କର ସିଟ୍ ପସନ୍ଦ ଦାଖଲ କରିପାରିବେ ଏବଂ ଯାତ୍ରୀ ଭଡ଼ା ତାଲିକା ଦେଖିପାରିବେ। ଏଥିରେ ଦିବ୍ୟାଙ୍ଗଜନ, ଛାତ୍ରଛାତ୍ରୀ, ରୋଗୀ ଇତ୍ୟାଦିଙ୍କ ପାଇଁ ସମନ୍ୱିତ ସୁବିଧା ମଧ୍ୟ ରହିଛି।

    ତତ୍କାଳ ଟିକେଟ୍‌ ବୁକିଂ ବ୍ୟବସ୍ଥାର ପ୍ରମାଣୀକରଣକୁ ଅଧିକ ବ୍ୟବସ୍ଥିତ କରାଯିବ। ଜୁଲାଇ ପହିଲା ଠାରୁ ଭାରତୀୟ ରେଳବାଇ କେବଳ ପ୍ରମାଣିତ ବ୍ୟବହାରକାରୀଙ୍କୁ ଆଇଆରସିଟିସି ୱେବସାଇଟ ଏବଂ ମୋବାଇଲ ଆପ୍‌ ଜରିଆରେ ତତ୍କାଳ ଟିକେଟ୍‌ ବୁକିଂର ଅନୁମତି ଦେବ। ଆହୁରି ୨୦୨୫ ଜୁଲାଇ ଶେଷ ଠାରୁ ତତ୍କାଳ ଟିକେଟ୍‌ ବୁକିଂ ପାଇଁ ଓଟିପି ଆଧାରିତ ପ୍ରମାଣୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

    ରେଳମନ୍ତ୍ରୀ ତତ୍କାଳ ବୁକିଂ ପାଇଁ ପ୍ରମାଣୀକରଣ ପ୍ରଣାଳୀକୁ ବ୍ୟାପକ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରମାଣୀକରଣ ଆଧାର କିମ୍ବା ଉପଭୋକ୍ତାଙ୍କ ଡିଜିଲକର ଆକାଉଣ୍ଟରେ ଉପଲବ୍ଧ ଅନ୍ୟ କୌଣସି ଯାଞ୍ଚଯୋଗ୍ୟ ସରକାରୀ ପରିଚୟ ବ୍ୟବହାର କରି କରାଯିବା ଉଚିତ ବୋଲି ରେଳ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ବ୍ୟବସ୍ଥାକୁ ଆଧୁନିକୀକରଣ ଏବଂ ସେଗୁଡ଼ିକୁ ଅଧିକ ନାଗରିକ ଅନୁକୂଳ କରିବା ପାଇଁ ଭାରତୀୟ ରେଳବାଇର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରେ।

    ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇ ସଂରକ୍ଷଣ ବ୍ୟବସ୍ଥା
    Share. Facebook Twitter LinkedIn Email WhatsApp Copy Link
    Previous Articleଆମାଜନ ଆଣିଛୁ ବଡ ରିହାତି ବିକ୍ରି, ମାତ୍ର ତିନିଦନ ପାଇଁ ମିଳିବ ଏହି ସୁବିଧା, ଘୋଷଣା ହେଲା ତାରିଖ
    Next Article ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ତାହା କାହିଁକି ହେଲା ସ୍ଥଗିତ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.