Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»୧୯ତମ ପରିସଂଖ୍ୟାନ ଦିବସ ଅବସରରେ ନିରନ୍ତର ବିକାଶ ଲକ୍ଷ୍ୟ ପୁସ୍ତିକା ପ୍ରକାଶନ
    ଆଜିର ଖବର

    ୧୯ତମ ପରିସଂଖ୍ୟାନ ଦିବସ ଅବସରରେ ନିରନ୍ତର ବିକାଶ ଲକ୍ଷ୍ୟ ପୁସ୍ତିକା ପ୍ରକାଶନ

    June 30, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ୨୯ ଜୁନ୍ ୨୦୨୫ରେ ୧୯ତମ ପରିସଂଖ୍ୟାନ ଦିବସ ଅବସରରେ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଉପରେ କେତେକ ରିପୋର୍ଟ ପୁସ୍ତିକା ପ୍ରକାଶିତ ହୋଇଛି। ସେଗୁଡ଼ିକ ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ – ଜାତୀୟ ସୂଚକ ଫ୍ରେମଓ୍ବାର୍କ ପ୍ରଗତି ରିପୋର୍ଟ, ୨୦୨୫ ; ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଡାଟା ସ୍ନାପସଟ୍ – ଜାତୀୟ ସୂଚକ ଫ୍ରେମଓ୍ବାର୍କ, ପ୍ରଗତି ରିପୋର୍ଟ, ୨୦୨୫ ଓ ନିରନ୍ତର ବିକାଶ ଲକ୍ଷ୍ୟ- ଜାତୀୟ ସୂଚକ ଫ୍ରେମଓ୍ବାର୍କ, ୨୦୨୫।

    ଜାତୀୟ ପ୍ରାଥମିକତା ଅନୁଯାୟୀ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) କାର୍ଯ୍ୟକାରୀ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ସମର୍ଥନ କରି, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଜାତୀୟ ସ୍ତରରେ ଏସଡିଜି ଗୁଡ଼ିକର ତଦାରଖକୁ ସହଜ କରିବା ପାଇଁ ସମ୍ପୃକ୍ତ ମନ୍ତ୍ରଣାଳୟ/ବିଭାଗ, ଜାତିସଂଘ ଏଜେନ୍ସି ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରି  ଏସଡିଜି ପାଇଁ ଜାତୀୟ ସୂଚକ ଫ୍ରେମୱାର୍କ (ଏନଆଇଏଫ) ବିକଶିତ କରିଛି। ଅପଡେଟ୍ ହୋଇଥିବା ଏସଡିଜି-ଏନଆଇଏଫ ଉପରେ ଆଧାର କରି, ପ୍ରତିବର୍ଷ ୨୯ ଜୁନ୍ ବା ପରିସଂଖ୍ୟାନ ଦିବସରେ ପରିସଂଖ୍ୟାନ ମନ୍ତ୍ରଣାଳୟ ଏସଡିଜି ଉପରେ ପ୍ରଗତି ରିପୋର୍ଟ ପ୍ରକାଶ କରେ ଯେଉଁଥିରେ ସମୟ ଶୃଙ୍ଖଳା ତଥ୍ୟ ସହିତ ପ୍ରଗତି ରିପୋର୍ଟରୁ ପ୍ରାପ୍ତ ଆଉ ଦୁଇଟି ଏସଡିଜି ପ୍ରକାଶନ ମଧ୍ୟ ସାମିଲ ଥାଏ।

    ଏହି କ୍ରମରେ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଗତ ୧୯ ଜୁନ ପରିସଂଖ୍ୟାନ ଦିବସ ଅବସରରେ ନିମ୍ନଲିଖିତ ରିପୋର୍ଟ ପ୍ରକାଶ ପାଇଥିଲା।

    (କ) ସ୍ଥାୟୀ ବିକାଶ ଲକ୍ଷ୍ୟ – ଜାତୀୟ ସୂଚକ ଫ୍ରେମଓ୍ବାର୍କ ପ୍ରଗତି ରିପୋର୍ଟ, ୨୦୨୫

    ଏହି ରିପୋର୍ଟରେ ତଥ୍ୟ ଉତ୍ସ ମନ୍ତ୍ରଣାଳୟଗୁଡ଼ିକରୁ ପ୍ରାପ୍ତ ଏସଡିଜି ଜାତୀୟ ସୂଚକଗୁଡ଼ିକର ଟାଇମ ସିରିଜ୍ ତଥ୍ୟ ଉପସ୍ଥାପନ କରାଯାଇଛି, ଯାହା ୧୭ଟି ଏସଡିଜି ଉପରେ ଜାତୀୟ ସ୍ତରୀୟ ପ୍ରଗତି ନିରୀକ୍ଷଣ କରିବାରେ ସହାୟକ ହେବ। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏସଡିଜି ପ୍ରଗତି ରିପୋର୍ଟଗୁଡ଼ିକ ନୀତି ନିର୍ଦ୍ଧାରକ, ଯୋଜନାକାରୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ପାଇଁ ମୂଲ୍ୟବାନ ଉପକରଣ ଭାବରେ କାର୍ଯ୍ୟ କରେ। ଏହି ରିପୋର୍ଟରେ ଚାରୋଟି ମୁଖ୍ୟ ବିଭାଗ ରହିଛି, ସେଗୁଡ଼ିକ ହେଉଛି ସଂକ୍ଷିପ୍ତ ବିବରଣୀ ଓ କାର୍ଯ୍ୟକାରୀ ସାରାଂଶ, ଡାଟା ସ୍ନାପସଟ୍, ମେଟାଡାଟା ଓ ଡାଟା ଟେବୁଲ।

    (ଖ) ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଡାଟା ସ୍ନାପସଟ୍ – ଜାତୀୟ ସୂଚକ ଫ୍ରେମୱାର୍କ, ପ୍ରଗତି ରିପୋର୍ଟ ୨୦୨୫ ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ– ଜାତୀୟ ସୂଚକ ଫ୍ରେମୱାର୍କ ପ୍ରଗତି ରିପୋର୍ଟ ୨୦୨୫ରୁ ଉଦ୍ଧୃତ ଏକ ରିପୋର୍ଟ ଯାହାକି ଏକ ପୁସ୍ତିକା ରୂପରେ ଅଛି ଓ ଏହା ଏସଡିଜି ସୂଚକ ପାଇଁ ଜାତୀୟ ସ୍ତରୀୟ ସମୟ ଶୃଙ୍ଖଳା ତଥ୍ୟ ପ୍ରଦାନ କରେ।

    (ଗ) ନିରନ୍ତର ବିକାଶ ଲକ୍ଷ୍ୟ – ଜାତୀୟ ସୂଚକ ଫ୍ରେମୱାର୍କ, ୨୦୨୫ ମଧ୍ୟ ନିରନ୍ତର ବିକାଶ ଲକ୍ଷ୍ୟ – ଜାତୀୟ ସୂଚକ ଫ୍ରେମୱାର୍କ ପ୍ରଗତି ରିପୋର୍ଟ, ୨୦୨୫ରୁ ଉଦ୍ଧୃତ ଏକ ରିପୋର୍ଟ ପୁସ୍ତିକା, ଯାହା ସମସ୍ତ ଜାତୀୟ ଏସଡିଜି ସୂଚକ ସହିତ ଏହାର ତଥ୍ୟ ଉତ୍ସ ଏବଂ ସମୟସୀମାକୁ କଭର କରେ। ରିପୋର୍ଟରେ ୨୮୪ ଜାତୀୟ ଏସଡିଜି ସୂଚକ ଅନ୍ତର୍ଭୁକ୍ତ।

    ଏସବୁ ରିପୋର୍ଟ ଗୁଡ଼ିକୁ ମନ୍ତ୍ରମାଳୟର ଓ୍ବେବସାଇଟ www.mospi.gov.in ରେ ଉପଲବ୍ଧ।

    ନିରନ୍ତର ବିକାଶ ଲକ୍ଷ୍ୟ-ଜାତୀୟ ସୂଚକ ଫ୍ରେମଓ୍ବାର୍କ ପ୍ରଗତି ରିପୋର୍ଟ, ୨୦୨୫ର ପ୍ରମୁଖ ବୈଶିଷ୍ଟ୍ୟ-

    ଏସଡିଜି ଏନଆଇଏଫ ଜାତୀୟ ସ୍ତରରେ ଏସଡିଜି ନିରୀକ୍ଷଣ ପାଇଁ ମେରୁଦଣ୍ଡ ଭାବରେ କାର୍ଯ୍ୟ କରେ, ନୀତି ନିର୍ମାତା ଏବଂ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନକାରୀ ସଂସ୍ଥାଗୁଡ଼ିକୁ ମୂଲ୍ୟବାନ ମାର୍ଗଦର୍ଶନ ପ୍ରଦାନ କରେ। ଏହି ଏସଡିଜି ଜାତୀୟ ସୂଚକଗୁଡିକ ପାଇଁ ପ୍ରମୁଖ ତଥ୍ୟ ଉତ୍ସ ହେଉଛି ପ୍ରଶାସନିକ ତଥ୍ୟ, ସର୍ଭେ ଏବଂ ଜନଗଣନା।

    ସୂଚକଗୁଡିକର ସଂକଳନ ପାଇଁ ମୁଖ୍ୟତଃ ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକରୁ ଦ୍ୱିତୀୟକ ତଥ୍ୟ ବ୍ୟବହାର କରାଯାଏ।

    ଏସଡିଜି ଏନଆଇଏଫ ପ୍ରଗତି ରିପୋର୍ଟ ୨୦୨୫ର କେତେକ ଉଲ୍ଲେଖନୀୟ ବିଷୟ:

    ସାମାଜିକସୁରକ୍ଷା ବ୍ୟବସ୍ଥା/ସ୍ତର ଦ୍ୱାରା ଅନ୍ତର୍ଭୁକ୍ତ ଜନସଂଖ୍ୟା ୨୦୧୬ରେ ୨୨% ରୁ ୨୦୨୫ରେ ୬୪.୩%କୁ ବୃଦ୍ଧି ପାଇଛି, ଯାହା ଦେଶରେ ସାମାଜିକ ସୁରକ୍ଷା କଭରେଜରେ ଯଥେଷ୍ଟ ପ୍ରସାରକୁ ସୂଚିତ କରେ।

    କୃଷିକ୍ଷେତ୍ରରେ ପ୍ରତି ଶ୍ରମିକଙ୍କ ମୋଟ ମୂଲ୍ୟ ସଂଯୁକ୍ତି ୨୦୧୫-୧୬ରେ ୬୧,୨୪୭ ରୁ ୨୦୨୪-୨୫ ରେ ୯୪,୧୧୦କୁ ବୃଦ୍ଧି ପାଇଛି, ଯାହା ଦେଶରେ କୃଷି ଉତ୍ପାଦକତା ଏବଂ ପ୍ରତି ଶ୍ରମିକ ଆୟରେ ଉନ୍ନତିକୁ ସୂଚିତ କରେ।

    ଗ୍ରାମାଞ୍ଚଳରେସ୍ବଚ୍ଛ ପାନୀୟ ଜଳ ଉତ୍ସ ବ୍ୟବହାର କରୁଥିବା ଜନସଂଖ୍ୟାର ପ୍ରତିଶତ ୨୦୧୫-୧୬ରେ ୯୪.୫୭%ରୁ ୨୦୨୪-୨୫ରେ ୯୯.୬୨%କୁ ବୃଦ୍ଧି ପାଇଛି, ଯାହାକି ଗ୍ରାମୀଣ ଭାରତରେ ସାର୍ବଜନୀନ ନିରାପଦ ଜଳ ପ୍ରାପ୍ତି ଦିଗରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତିକୁ ସୂଚିତ କରୁଛି।

    ମୋଟସ୍ଥାପିତ ବିଦ୍ୟୁତ ଉତ୍ପାଦନରେ ନବୀକରଣୀୟ ଶକ୍ତିର ଅଂଶ ୨୦୧୫-୧୬ରେ ୧୬.୦୨% ରୁ ୨୦୨୪-୨୫ରେ ୨୨.୧୩% କୁ ବୃଦ୍ଧି ପାଇଛି, ଯାହାକି ଦେଶରେ ସ୍ୱଚ୍ଛ ଏବଂ ସ୍ଥାୟୀ ଶକ୍ତି ଉତ୍ପାଦନ ଦିଗରେ ନିରନ୍ତର ପ୍ରଗତିକୁ ସୂଚିତ କରୁଛ।

    ଦେଶରେସ୍ଥାପିତ ନବୀକରଯୋଗ୍ୟ ଶକ୍ତି ଉତ୍ପାଦନ କ୍ଷମତା ୨୦୧୪-୧୫ରେ ମୁଣ୍ଡପିଛା ୬୪.୦୪ ୱାଟ୍ ରୁ ବୃଦ୍ଧି ପାଇ ୨୦୨୪-୨୫ ସୁଦ୍ଧା ମୁଣ୍ଡପିଛା ୧୫୬.୩୧ ୱାଟରେ ପହଞ୍ଚିଛି, ଯାହାକି ସ୍ଥାୟୀ ଶକ୍ତି ବିକାଶ ଦିଗରେ ଦୃଢ଼ ପ୍ରଗତିକୁ ସୂଚିତ କରୁଛି।

    ସ୍ଥାପିତବର୍ଜ୍ୟ ପୁନଃଚକ୍ରଣ ପ୍ଲାଣ୍ଟ ସଂଖ୍ୟା ୨୦୧୯-୨୦ରେ ୮୨୯ ରୁ ୨୦୨୪-୨୫ରେ ୩୦୩୬କୁ ବୃଦ୍ଧି ପାଇଛି, ଯାହା ବର୍ଜ୍ୟ ପରିଚାଳନା ଭିତ୍ତିଭୂମିର ଗୁରୁତ୍ୱପୂର୍ଣ୍ଣ ସୁଦୃଢ଼ୀକରଣକୁ ସୂଚିତ କରୁଛି।

    ଷ୍ଟାର୍ଟ-ଅପ୍ଇଣ୍ଡିଆ ଅଧୀନରେ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟ-ଅପ୍ ସଂଖ୍ୟା ୨୦୧୬ରେ ୪୫୩ରୁ ବୃଦ୍ଧି ପାଇ ୨୦୨୪ରେ ୩୪,୨୯୩ରେ ପହଞ୍ଚିଛି, ଯାହା ସାରା ଦେଶରେ ଉଦ୍ୟୋଗ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି।

    ଗ୍ରାମାଞ୍ଚଳରେଘରୋଇ ଖର୍ଚ୍ଚର ଗିନି ଗୁଣାଙ୍କ ୨୦୧୧-୧୨ରେ ୦.୨୮୩ରୁ ୨୦୨୩-୨୪ରେ ୦.୨୩୭କୁ ହ୍ରାସ ପାଇଛି। ଏହା ସହିତ, ସହରାଞ୍ଚଳ ପାଇଁ ଏହା ୨୦୧୧-୧୨ରେ ୦.୩୬୩ରୁ ୨୦୨୩-୨୪ରେ ୦.୨୮୪କୁ ହ୍ରାସ ପାଇଛି, ଯାହା ଉଭୟ କ୍ଷେତ୍ରରେ ଅଧିକ ସମାନ ଖର୍ଚ୍ଚ ଏବଂ କମ ଆୟ ଅସମାନତା ପ୍ରତି ସ୍ପଷ୍ଟ ପଦକ୍ଷେପକୁ ସୂଚିତ କରୁଛି।

    ୨୦୦୫ସ୍ତର ତୁଳନାରେ ୨୦୨୦ରେ ଜିଡିପିର ନିର୍ଗମନ ତୀବ୍ରତା ୩୬% ହ୍ରାସ ପାଇଛି, ଯାହା ଏକ କମ କାର୍ବନ ଅର୍ଥନୀତି ପ୍ରତି ଗୁରୁତ୍ୱପୂର୍ଣ୍ଣ ପ୍ରଗତିକୁ ସୂଚିତ କରୁଛି।

    ୨୦୧୫ରେମୋଟ ଇଣ୍ଟରନେଟ୍ ଉପଭୋକ୍ତା ସଂଖ୍ୟା ୩୦୨.୩୬ ନିୟୁତରୁ ୨୦୨୪ରେ ୯୫୪.୪୦ ନିୟୁତକୁ ବୃଦ୍ଧି ପାଇଛି, ଯାହା ସାରା ଦେଶରେ ଡିଜିଟାଲ୍ ସଂଯୋଗୀକରଣରେ ଦ୍ରୁତ ଅଭିବୃଦ୍ଧିକୁ ସୂଚିତ କରୁଛି।

    ବର୍ଜ୍ୟବସ୍ତୁପ୍ରକ୍ରିୟାକରଣର ପ୍ରତିଶତ ୨୦୧୫-୧୬ରେ ୧୭.୯୭% ରୁ ୨୦୨୪-୨୫ରେ ୮୦.୭%କୁ ବୃଦ୍ଧି ପାଇଛି, ଯାହା ଦେଶରେ ବର୍ଜ୍ୟ ପରିଚାଳନା ଦକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତିକୁ ସୂଚିତ କରୁଛି।

    ମୋଟଭୌଗୋଳିକ କ୍ଷେତ୍ରରେ ଜଙ୍ଗଲ କ୍ଷେତ୍ରର ପ୍ରତିଶତ ୨୦୧୫ରେ ୨୧.୩୪% ରୁ ୨୦୨୩ରେ ୨୧.୭୬%କୁ ବୃଦ୍ଧି ପାଇଛି, ଯାହା ଦେଶର ବନ କ୍ଷେତ୍ରରେ ନିରନ୍ତର ବୃଦ୍ଧିକୁ ସୂଚିତ କରୁଛି।

    ପରିସଂଖ୍ୟାନ ଦିବସ
    Share. Facebook Twitter LinkedIn Email WhatsApp Copy Link
    Previous Articleଟ୍ରେନରେ ଡକାୟତି ଯୋଜନା କରୁଥିବା ଅପରାଧୀ ଗ୍ୟାଙ୍ଗ ଉପରେ ଆରପିଏଫ ର କଡ଼ା କାର୍ଯ୍ୟାନୁଷ୍ଠାନ
    Next Article ଆମାଜନ ଆଣିଛୁ ବଡ ରିହାତି ବିକ୍ରି, ମାତ୍ର ତିନିଦନ ପାଇଁ ମିଳିବ ଏହି ସୁବିଧା, ଘୋଷଣା ହେଲା ତାରିଖ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.