Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ପ୍ରଥମ ତ୍ରୈମାସିକରେ ପଣ୍ୟ ପରିବହନରେ 9.69% ଅଭିବୃଦ୍ଧି ହାସଲ କଲା ପୂର୍ବତଟ ରେଳପଥ
    ଆଜିର ଖବର

    ପ୍ରଥମ ତ୍ରୈମାସିକରେ ପଣ୍ୟ ପରିବହନରେ 9.69% ଅଭିବୃଦ୍ଧି ହାସଲ କଲା ପୂର୍ବତଟ ରେଳପଥ

    July 1, 2025No Comments1 Min Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷ 2025-26 ର ପ୍ରଥମ ତ୍ରୈମାସିକରେ ପଣ୍ୟ ପରିବହନରେ ଏକ ଦୃଢ଼ ପ୍ରଦର୍ଶନ ହାସଲ କରିଛି ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ତୁଳନାରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି।

    ଗତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ପୂର୍ବତଟ ରେଳପଥ 62.2 ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲାବେଳେ ଚଳିତ ଆର୍ଥିକ ବର୍ଷର ସମାନ ଅବଧିରେ ମୋଟ 68.19 ନିୟୁତ ଟନ୍ ବୋଝେଇ କରିଛି, ଯାହା ପ୍ରଶଂସନୀୟ 9.69% ବୃଦ୍ଧିକୁ ପ୍ରତିଫଳିତ କରୁଅଛି।

    କେବଳ ଜୁନ୍ 2025 ରେ, ପଣ୍ୟ ପରିବହନ 23.15 ନିୟୁତ ଟନ୍ ରେ ପହଞ୍ଚିଛି ଯାହା 2024 ର ସମାନ ଅବଧି ମଧ୍ୟରେ ପଣ୍ୟ ବୋଝେଇ 21.49 ନିୟୁତ ଟନ୍ ତୁଳନାରେ 7.72% ବୃଦ୍ଧି ପାଇଛି।

    ପୂର୍ବତଟ ରେଳପଥ ଦ୍ୱାରା ଦୈନିକ ହାରାହାରି ପଣ୍ୟ ପରିବହନ ବର୍ତ୍ତମାନ ପ୍ରାୟ 0.75 ନିୟୁତ ଟନ୍ ରହିଛି ଯାହା 2025-26 ଆର୍ଥିକ ବର୍ଷ ପାଇଁ ଏହାର ମହତ୍ୱାକାଂକ୍ଷୀ ବାର୍ଷିକ ଲକ୍ଷ୍ୟ ହାସଲ କରିବା ପାଇଁ ନିଜକୁ ପ୍ରସ୍ତୁତ ରଖିଛି।

    ଏହି ସ୍ଥିର ଅଭିବୃଦ୍ଧି କେବଳ ଦକ୍ଷ ଯୋଜନା, ଉନ୍ନତ କାର୍ଯ୍ୟକ୍ଷମ ପରିଚାଳନା ଏବଂ କୋଇଲା, ଲୁହା ଖଣି, ସିମେଣ୍ଟ ଏବଂ ସାର ଭଳି କ୍ଷେତ୍ରଗୁଡ଼ିକ ସହିତ ପଣ୍ୟ ପରିବହନ ଗ୍ରାହକମାନଙ୍କ ସହିତ ସକ୍ରିୟ ସମନ୍ୱୟ ଯୋଗୁଁ ସମ୍ଭବ ହୋଇପାରିଛି। ଦେଶର ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ପୂର୍ବତଟ ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି।

    ପଣ୍ୟ ପରିବହନ ପୂର୍ବତଟ ରେଳପଥ ପ୍ରଥମ ତ୍ରୈମାସିକ
    Share. Facebook Twitter LinkedIn Email WhatsApp Copy Link
    Previous ArticleRailOne ଆପ୍ ଉନ୍ମୋଚନ: ସମସ୍ତ ଅତ୍ୟାବଶ୍ୟକ ଯାତ୍ରୀ ସେବା ପାଇଁ ଏକ ୱାନ୍-ଷ୍ଟପ୍ ସମାଧାନ
    Next Article ଶ୍ରୀମନ୍ଦିର ସେବାୟତମାନଙ୍କ ସହ ଆଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.