Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଡିଜିଟାଲ୍ ଭାରତର ଏକ ଦଶନ୍ଧି
    ଆଜିର ଖବର

    ଡିଜିଟାଲ୍ ଭାରତର ଏକ ଦଶନ୍ଧି

    July 2, 2025No Comments4 Mins Read
    Facebook Twitter LinkedIn Email WhatsApp Copy Link

    ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

    ଦଶ ବର୍ଷ ପୂର୍ବେ, ଆମେ ପୂର୍ଣ୍ଣ ବିଶ୍ୱାସ ସହିତ ଏପରି ଏକ କ୍ଷେତ୍ରକୁ ଯାତ୍ରା ଆରମ୍ଭ କରିଥିଲୁ ଯେଉଁଠାକୁ ପୂର୍ବରୁ କେହି ଯାଇ ନଥିଲେ। ଭାରତୀୟମାନେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିପାରିବେ କି ନାହିଁ ତାହାକୁ ନେଇ ଅନେକ ଦଶନ୍ଧି ଧରି ଶଙ୍କା ବ୍ୟକ୍ତ କରାଯାଉଥିଲା। ଆମେ ସେହି ମାନସିକତାକୁ ପରିବର୍ତ୍ତନ କରିଛୁ ଏବଂ ଭାରତୀୟମାନଙ୍କ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାର କ୍ଷମତାରେ ବିଶ୍ୱାସ କରିଛୁ। ପ୍ରଯୁକ୍ତିବିଦ୍ୟାର ବ୍ୟବହାର କେବଳ ଧନୀ ଏବଂ ଗରିବଙ୍କ ମଧ୍ୟରେ ବ୍ୟବଧାନକୁ ଆହୁରି ଅଧିକ କରିବ ବୋଲି ଅନେକ ଦଶନ୍ଧି ଧରି ଯେଉଁ ମାନସିକତା ରହିଥିଲା ଆମେ ସେହି ମାନସିକତାକୁ ପରିବର୍ତ୍ତନ କରି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବ୍ୟବଧାନକୁ ଦୂର କରିଛୁ।

    ଉଦ୍ଦେଶ୍ୟ ସଠିକ୍ ଥିଲେ ନବସୃଜନ ଅବହେଳିତ ଲୋକଙ୍କୁ ସଶକ୍ତ କରିଥାଏ। ଆଭିମୁଖ୍ୟ ସମାବେଶୀ ହେଲେ ପ୍ରଯୁକ୍ତିବିଦ୍ୟା ଗରିବ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିଥାଏ। ଏହି ବିଶ୍ୱାସ ଡିଜିଟାଲ୍ ଇଣ୍ଡିଆର ମୂଳଦୁଆ ପାଲଟିଥିଲା। ଏହାର ବିସ୍ତାରକୁ ସାର୍ବଜନୀନ କରିବା, ସମନ୍ବିତ ଡିଜିଟାଲ୍ ଭିତ୍ତିଭୂମି ନିର୍ମାଣ କରିବା ଏବଂ ସମସ୍ତଙ୍କ ପାଇଁ ସୁଯୋଗ ଉପଲବ୍ଧ କରାଇବାର ଏକ ମିଶନ ଆରମ୍ଭ ହୋଇଥିଲା।

    ୨୦୧୪ରେ, ଇଣ୍ଟରନେଟ୍ ଉପଲବ୍ଧତା ସୀମିତ ଥିଲା, ଡିଜିଟାଲ୍ ସାକ୍ଷରତା କମ୍ ଥିଲା, ଏବଂ ସରକାରୀ ସେବା ପାଇଁ ଅନଲାଇନ୍ ପ୍ରବେଶ ଅତ୍ୟନ୍ତ ସୀମିତ ଥିଲା। ଅନେକ ସନ୍ଦେହ କରୁଥିଲେ ଯେ ଭାରତ ଭଳି ବିଶାଳ ଏବଂ ବିବିଧ ଦେଶ ପ୍ରକୃତରେ ଡିଜିଟାଲ୍ ହୋଇପାରିବ କି ନାହିଁ। ଆଜି, ଏହି ପ୍ରଶ୍ନର ଉତ୍ତର ତଥ୍ୟ କିମ୍ବା ଡ୍ୟାସବୋର୍ଡରେ ନୁହେଁ, ବରଂ ୧୪୦ କୋଟି ଭାରତୀୟଙ୍କ ଜୀବନରେ ଉପଲବ୍ଧ। ଶାସନ ଠାରୁ ଶିକ୍ଷା, କାରବାର ଏବଂ ଉତ୍ପାଦନ ପର୍ଯ୍ୟନ୍ତ, ଡିଜିଟାଲ ଇଣ୍ଡିଆ ସବୁଠି ରହିଛି।

    ଡିଜିଟାଲ ବିଭାଜନର ଦୂରୀକରଣ: ୨୦୧୪ରେ, ଭାରତରେ ପ୍ରାୟ ୨୫ କୋଟି ଇଣ୍ଟରନେଟ୍ ସଂଯୋଗ ଥିଲା। ଆଜି, ଏହି ସଂଖ୍ୟା ୯୭ କୋଟିରୁ ଅଧିକ ହୋଇଛି। ୪୨ ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ୍ ଫାଇବର କେବୁଲ୍, ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଦୂରତାର ୧୧ ଗୁଣା, ବର୍ତ୍ତମାନ ସବୁଠାରୁ ଉପାନ୍ତ ଗ୍ରାମଗୁଡ଼ିକୁ ମଧ୍ୟ ସଂଯୋଗ କରୁଛି।

    ଭାରତରେ 5ଜି ସେବା ବିଶ୍ୱର ସବୁଠାରୁ ଦ୍ରୁତତମ ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇଛି। ମାତ୍ର ଦୁଇ ବର୍ଷ ମଧ୍ୟରେ ୪.୮୧ ଲକ୍ଷ ବେସ୍ ଷ୍ଟେସନ୍ ସ୍ଥାପିତ ହୋଇଛି। ହାଇ-ସ୍ପିଡ୍ ଇଣ୍ଟରନେଟ୍ ବର୍ତ୍ତମାନ ସହରାଞ୍ଚଳ କେନ୍ଦ୍ରଗୁଡ଼ିକଠାରୁ ଆରମ୍ଭ କରି ଗଲୱାନ୍, ସିଆଚେନ୍ ଏବଂ ଲଦାଖ ଭଳି ସାମରିକ ପୋଷ୍ଟଗୁଡ଼ିକରେ ପହଞ୍ଚାଯାଇଛି।  ଆମର ଡିଜିଟାଲ୍ ଭିତ୍ତିଭୂମି, ଇଣ୍ଡିଆ ଷ୍ଟାକ୍, ୟୁପିଆଇ ଭଳି ପ୍ଲାଟଫର୍ମକୁ ସକ୍ଷମ କରିଛି, ଯାହା ଏବେ ବାର୍ଷିକ ୧୦୦ ବିଲିୟନରୁ ଅଧିକ କାରବାର ପ୍ରକ୍ରିୟାକରଣ କରିଥାଏ। ବିଶ୍ୱର ମୋଟ ବାସ୍ତବ ସମୟ ବା ରିଅଲ୍-ଟାଇମ୍ ଡିଜିଟାଲ୍ କାରବାରର ପ୍ରାୟ ଅଧା ଭାରତରେ ହେଉଛି।

    ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ନାଗରିକମାନଙ୍କୁ ସିଧାସଳଖ ୪୪ ଲକ୍ଷ କୋଟି ଟଙ୍କାରୁ ଅଧିକ ହସ୍ତାନ୍ତର କରାଯାଇଛି।ଦଲାଲଙ୍କ ଭୂମିକାକୁ ଦୂର କରି ଏବଂ ୩.୪୮  ଲକ୍ଷ କୋଟି ଟଙ୍କାର ବାଟମାରଣାକୁ ବନ୍ଦ କରାଯାଇପାରିଛି। ସ୍ୱାମୀତ୍ୱ ଭଳି ଯୋଜନାଗୁଡ଼ିକ ୨.୪ କୋଟିରୁ ଅଧିକ ସମ୍ପତ୍ତି କାର୍ଡ ଜାରି କରିଛି ଏବଂ ୬.୪୭ ଲକ୍ଷ ଗ୍ରାମକୁ ମ୍ୟାପ୍ ଅଧୀନକୁ ଆଣିଛି । ଫଳରେ ବର୍ଷ ବର୍ଷ ଧରି ଜମି ସମ୍ପର୍କିତ ଅନିଶ୍ଚିତତାର ସମାପ୍ତି ହୋଇଛି।

    ସମସ୍ତଙ୍କ ପାଇଁ ସୁଯୋଗର ଉପଲବ୍ଧତା: ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥା ଏବେ ପୂର୍ବ ଅପେକ୍ଷା ଅଧିକ ଏମଏସଏମଇ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରୁଛି। ଓଏନଡିସି (ଓପନ୍ ନେଟୱାର୍କ ଫର୍ ଡିଜିଟାଲ କମର୍ସ) ଏକ କ୍ରାନ୍ତିକାରୀ ପ୍ଲାଟଫର୍ମ ଯାହା ବିକ୍ରେତା ଏବଂ କ୍ରେତାଙ୍କୁ ଏକ ବିଶାଳ ବଜାର ସହିତ ସଂଯୋଗ କରି ନୂତନ ସୁଯୋଗର ଏକ ଦ୍ବାର ଖୋଲିଥାଏ। ଜିଇଏମ (ସରକାରୀ ଇ-ମାର୍କେଟପ୍ଲେସ୍) ସାଧାରଣ ଲୋକଙ୍କୁ ସରକାରଙ୍କ ସମସ୍ତ ବିଭାଗକୁ ସାମଗ୍ରୀ ଏବଂ ସେବା ବିକ୍ରୟ କରିବାକୁ ଅନୁମତି ଦିଏ। ଏହା କେବଳ ସାଧାରଣ ନାଗରିକଙ୍କୁ ଏକ ବିଶାଳ ବଜାର ପ୍ରଦାନ କରେ ନାହିଁ ବରଂ ସରକାରଙ୍କ ପାଇଁ ଟଙ୍କା ମଧ୍ୟ ସଞ୍ଚୟ କରେ।

    କଳ୍ପନା କରନ୍ତୁ: ଆପଣ ଅନଲାଇନରେ ମୁଦ୍ରା ଋଣ ପାଇଁ ଆବେଦନ କରିପାରୁଛନ୍ତି। ଆପଣଙ୍କର କ୍ରେଡିଟ ଯୋଗ୍ୟତା ଆକାଉଣ୍ଟ ଏଗ୍ରିଗେଟର ଫ୍ରେମୱାର୍କ ମାଧ୍ୟମରେ ମୂଲ୍ୟାଙ୍କନ କରାଯାଇପାରୁଛି। ଆପଣ ଋଣ ପାଉଛନ୍ତି, ଆପଣ ନିଜର ବ୍ୟବସାୟ ଆରମ୍ଭ କରନ୍ତି। ଆପଣ ଜିଇଏମରେ ପଞ୍ଜୀକରଣ କରିପାରୁଛନ୍ତି, ସ୍କୁଲ ଏବଂ ହସ୍ପିଟାଲଗୁଡ଼ିକୁ ଯୋଗାଣ କରୁଛନ୍ତି ଏବଂ ତା’ପରେ ଓଏନଡିସି ମାଧ୍ୟମରେ ଏହାକୁ ବୃଦ୍ଧି କରୁଛନ୍ତି ।

    ଓଏନଡିସି ବର୍ତ୍ତମାନ ୨୦ କୋଟି କାରବାର ସୀମା ଅତିକ୍ରମ କରିଛି, ଯେଉଁଥିରେ ୬ ମାସରେ ୧୦ କୋଟି କାରବାର ହୋଇଛି। ବନାରସୀ ବୁଣାକାରଙ୍କଠାରୁ ନାଗାଲାଣ୍ଡର ବାଉଁଶ କାରିଗର ପର୍ଯ୍ୟନ୍ତ, ସବୁ କ୍ଷେତ୍ରର ବିକ୍ରେତାମାନେ ଏବେ ଦଲାଲଙ୍କ ବିନା ଦେଶବ୍ୟାପୀ ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁଛନ୍ତି। ଜିଇଏମ ୫୦ ଦିନରେ ୧ ଲକ୍ଷ କୋଟି ଟଙ୍କା ଜିଏମଭି ଅତିକ୍ରମ କରିଛି, ୧.୮ ଲକ୍ଷରୁ ଅଧିକ ମହିଳା ପରିଚାଳିତ ଏମଏସଏମଇ ସମେତ ୨୨ ଲକ୍ଷ ବିକ୍ରେତା ୪୬,୦୦୦ କୋଟି ଟଙ୍କାର ସାମଗ୍ରୀ ଯୋଗାଇଛନ୍ତି।

    ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି: ଭାରତର ବିଶ୍ୱ ଅବଦାନ: ଭାରତର ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) – ଯେପରିକି ଆଧାର, କୋୱିନ, ଡିଜିଲକର, ଫାସଟ୍ୟାଗ, ପିଏମ-ବାଣୀ, ଏବଂ ଏକ ରାଷ୍ଟ୍ର ଏକ ସବସ୍କ୍ରିପସନ୍ – ବର୍ତ୍ତମାନ ବିଶ୍ୱ ସ୍ତରରେ ଗ୍ରହଣ କରାଯାଉଛି। କୋୱିନ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନକୁ ସକ୍ଷମ କରିଛି, ଯାହା ୨୨୦ କୋଟି କ୍ୟୁଆର-ଯାଞ୍ଚ ପ୍ରମାଣପତ୍ର ପ୍ରଦାନ କରିଛି। ୫୪ କୋଟି ଉପଭୋକ୍ତା ଥିବା ଡିଜିଲକର ୭୭୫ କୋଟିରୁ ଅଧିକ ଡକ୍ୟୁମେଣ୍ଟକୁ ସୁରକ୍ଷିତ ଏବଂ ସୁଗମ ଭାବରେ ପରିଚାଳିତ କରୁଛି। ଭାରତ ଏହାର ଜି-20 ଅଧ୍ୟକ୍ଷତା ସମୟରେ ଗ୍ଲୋବାଲ୍ ଡିପିଆଇ ରିପୋଜିଟୋରୀ ଏବଂ ୨୫ ନିୟୁତ ଡଲାରର ସାମାଜିକ ପ୍ରଭାବ ପାଣ୍ଠି ଆରମ୍ଭ କରିଛି, ଯାହାଦ୍ୱାରା ଆଫ୍ରିକା ଏବଂ ଦକ୍ଷିଣ ଏସିଆର ଦେଶଗୁଡ଼ିକୁ ସମନ୍ୱିତ ଡିଜିଟାଲ୍ ଇକୋସିଷ୍ଟମ ଗ୍ରହଣ କରି ପାରିବେ।

    ଷ୍ଟାର୍ଟଅପର ଶକ୍ତି ଏବଂ ଆତ୍ମନିର୍ଭର ଭାରତ: ଭାରତ ଏବେ ବିଶ୍ୱର ଶ୍ରେଷ୍ଠ ୩ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ସାମିଲ ଏବଂ ଭାରତରେ ୧.୮ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛନ୍ତି। କିନ୍ତୁ ଏହା କେବଳ ଏକ ଷ୍ଟାର୍ଟଅପ୍ ଆନ୍ଦୋଳନ ନୁହେଁ, ଏହା ଏକ ପ୍ରଯୁକ୍ତିବିଦ୍ୟା ପୁନର୍ଜାଗରଣ। ଭାରତ ଯୁବପିଢ଼ିଙ୍କ ମଧ୍ୟରେ ଏଆଇ ଦକ୍ଷତା ଏବଂ ଏଆଇ ପ୍ରତିଭାରେ ବହୁତ ଆଗକୁ ବଢ଼ୁଛି।

    ୧.୨ ବିଲିୟନ ଡଲାର ଭାରତ ଏଆଇ ମିଶନ ଅଧୀନରେ, ଭାରତ ବିଶ୍ୱ ସ୍ତରରେ ସବୁଠାରୁ ସର୍ବନିମ୍ନ ମୂଲ୍ୟରେ ୩୪, ହଜାର ଜିପିୟୁ ଉପଲବ୍ଧ କରାଇଛି। ପ୍ରତ୍ୟେକ ଜିପିୟୁ ଘଣ୍ଟା ପ୍ରତି ୧ ଡଲାରରୁ କମରେ ଉପଲବ୍ଧ। ଏହା ଭାରତକୁ କେବଳ ସବୁଠାରୁ ଶସ୍ତା ଇଣ୍ଟରନେଟ୍ ଅର୍ଥବ୍ୟବସ୍ଥା ନୁହେଁ ବରଂ ସବୁଠାରୁ ସୁଲଭ କମ୍ପ୍ୟୁଟିଂ ହବ୍ କରିଛି। ଭାରତ ମାନବିକତା ଆଧାରିତ ଏଆଇକୁ ସମର୍ଥନ କରିଛି। ଏଆଇ ଉପରେ ନୂଆଦିଲ୍ଲୀ ଘୋଷଣାନାମା ଦାୟିତ୍ୱ ସହିତ ନବସୃଜନକୁ ପ୍ରୋତ୍ସାହିତ କରେ। ସାରା ଦେଶରେ ଏଆଇ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଉଛି।

    ଆଗକୁ ଯିବାର ମାର୍ଗ: ଆଗାମୀ ଦଶନ୍ଧି ଆହୁରି ପରିବର୍ତ୍ତନକାରୀ ହେବ। ଆମେ ଡିଜିଟାଲ୍ ପ୍ରଶାସନ ଠାରୁ ଡିଜିଟାଲ୍ ନେତୃତ୍ୱ ଦିଗରେ ଆଗକୁ ବଢ଼ୁଛୁ। ଇଣ୍ଡିଆ ଫାଷ୍ଟରୁ ଇଣ୍ଡିଆ ଫର ଦି ୱାର୍ଲ୍ଡ ପର୍ଯ୍ୟନ୍ତ ଆମର ଯାତ୍ରା ଜାରି ରହିଛି। ଡିଜିଟାଲ ଇଣ୍ଡିଆ ଆଉ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଏକ ଆତ୍ମନିର୍ଭର ଭାରତ ଗଠନ କରିବାରେ ସହାୟକ ହୋଇଛି।

    ସମସ୍ତ ଉଦ୍ଭାବକ, ଉଦ୍ୟୋଗୀଙ୍କ ପାଇଁ: ପରବର୍ତ୍ତୀ ଡିଜିଟାଲ ବିପ୍ଳବ ନିମନ୍ତେ ସମଗ୍ର ବିଶ୍ୱ ଭାରତକୁ ଚାହିଁ ରହିଛି। ଆସନ୍ତୁ ଯାହା ସଭିଙ୍କୁ ସଶକ୍ତ କରିବ ତାହା ନିର୍ମାଣ କରିବା। ଆସନ୍ତୁ ଏପରି ସମାଧାନ ବାହାର କରିବା ଯାହା ଗୁରୁତ୍ବପୂର୍ଣ୍ଣ। ଆସନ୍ତୁ ଆମେ ଏପରି ପ୍ରଯୁକ୍ତିବିଦ୍ୟା ସହିତ ନେତୃତ୍ୱ ନେବା ଯାହା ସମସ୍ତଙ୍କୁ ଏକତ୍ରିତ କରିବ, ଅନ୍ତର୍ଭୂକ୍ତୀକରଣକୁ ବଢ଼ାଇବ ଏବଂ ସାମଗ୍ରୀକ ବିକାଶ ଆଣିପାରିବ।

    ଡିଜିଟାଲ୍ ଭାରତ ନରେନ୍ଦ୍ର ମୋଦୀ
    Share. Facebook Twitter LinkedIn Email WhatsApp Copy Link
    Previous Articleଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେଲା ପାକିସ୍ତାନ, ଭାରତ ପାଇଁ ବଢିବ କି ଚିନ୍ତା?
    Next Article ଆଜିଠାରୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେବେ, କେଉଁଠି ଏବଂ କିପରି ଦେଖିବେ ସିଧାପ୍ରସାରଣ?

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.