Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»“ନ୍ୟାୟ ବ୍ୟବସ୍ଥାରେ ବିଶ୍ୱାସର ଏକ ସୁବର୍ଣ୍ଣ ବର୍ଷ” କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
    ଆଜିର ଖବର

    “ନ୍ୟାୟ ବ୍ୟବସ୍ଥାରେ ବିଶ୍ୱାସର ଏକ ସୁବର୍ଣ୍ଣ ବର୍ଷ” କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

    July 2, 2025No Comments5 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ନୂତନ ଅପରାଧିକ ଆଇନ୍‍ର ସଫଳ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ “ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସର ଏକ ସୁବର୍ଣ୍ଣ ବର୍ଷ” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଦିଲ୍ଲୀର ଉପରାଜ୍ୟପାଳ ଭି. କେ. ସାକ୍ସେନା, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ର ଗୃହ ସଚିବ ଏବଂ ଗୁଇନ୍ଦା ବ୍ୟୁରୋର ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

    ଅମିତ ଶାହ କହିଥିଲେ ଯେ ନୂତନ ଅପରାଧିକ ଆଇନ ଉପରେ ଏକ ପ୍ରଦର୍ଶନୀ ମଧ୍ୟ ଆଜି ଉଦଘାଟିତ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ ଯେତେବେଳେ ଏହି ପ୍ରଦର୍ଶନୀ ପୂର୍ବରୁ ଚଣ୍ଡିଗଡ଼ରେ ଅନୁଷ୍ଠିତ ହୋଇଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କୁ ଦେଶର ପ୍ରତ୍ୟେକ ରାଜ୍ୟରେ ଏହି ପ୍ରଦର୍ଶନୀ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଉଦ୍ଦେଶ୍ୟ ଥିଲା ସାମ୍ବାଦିକ, ବରିଷ୍ଠ ପୋଲିସ ଅଧିକାରୀ, ବାର୍ ଆସୋସିଏସନର ସଦସ୍ୟ, ସମସ୍ତ ନ୍ୟାୟିକ ଅଧିକାରୀ ଏବଂ ବିଶେଷ କରି ବିଦ୍ୟାଳୟ ଏବଂ କଲେଜର ଛାତ୍ରଛାତ୍ରୀମାନେ ଏହାକୁ ଦେଖିପାରିବେ ଏବଂ ନୂତନ ଅପରାଧିକ ଆଇନ ବିଷୟରେ ଜାଣିପାରିବେ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ ଆୟୋଜନ କରିଥିବାରୁ ଶ୍ରୀ ଶାହ କେନ୍ଦ୍ର ଗୃହ ସଚିବ ଏବଂ ତାଙ୍କ ସମଗ୍ର ଟିମ୍‍କୁ ଅଭିନନ୍ଦନ ଜଣାଇଥିଲେ।

    କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରବର୍ତ୍ତିତ ତିନୋଟି ନୂତନ ଅପରାଧିକ ଆଇନ ସୁଲଭ, ସଂଗତ ଏବଂ ସୁଗମ୍ୟ ହେବ, ଏବଂ ନ୍ୟାୟିକ ପ୍ରକ୍ରିୟାକୁ ସରଳ, ଅଧିକ ସୁସଂଗତ ଏବଂ ସ୍ୱଚ୍ଛ ମଧ୍ୟ କରିବ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ନ୍ୟାୟ ଉପରେ ଆଧାରିତ ଶାସନର ଏକ ସୁବର୍ଣ୍ଣ ଯୁଗ ଆରମ୍ଭ ହେବାକୁ ଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଗାମୀ ଦିନରେ ଆମର ଅପରାଧିକ ନ୍ୟାୟ ବ୍ୟବସ୍ଥା ଏକ ନୂତନ ଯୁଗରେ ପ୍ରବେଶ କରିବ, ଯାହା ନିଶ୍ଚିତ ଭାବରେ ଲୋକଙ୍କ ମଧ୍ୟରେ ଏକ ଦୃଢ ବିଶ୍ୱାସର ଭାବନା ସୃଷ୍ଟି କରିବ ଯେ ନ୍ୟାୟ ତୁରନ୍ତ ପ୍ରଦାନ କରାଯିବ। ସେ କହିଥିଲେ ଯେ ନୂଆ ଆଇନ ‘‘ଯଦି ମୁଁ ଏଫ୍. ଆଇ. ଆର୍. ଦାଖଲ କରେ ତେବେ କ’ଣ ହେବ” ଭୟର ସ୍ଥାନରେ ଆତ୍ମବିଶ୍ୱାସ ସହିତ ଦର୍ଶାଇବ ଯେ  ‘‘ଏଫ୍. ଆଇ. ଆର୍. ଦାଖଲ କରିବା ଦ୍ୱାରା ତୁରନ୍ତ ନ୍ୟାୟ ମିଳିବ”।

    ଅମିତ ଶାହ କହିଥିଲେ ଯେ ନୂଆ ଅପରାଧିକ ଆଇନ ଆଗାମୀ ଦିନରେ ଭାରତୀୟ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିବ। ସେ କହିଥିଲେ ଯେ ପୂର୍ବରୁ ଆମ ନ୍ୟାୟ ବ୍ୟବସ୍ଥାରେ ସବୁଠାରୁ ବଡ଼ ସମସ୍ୟା ଥିଲା ଯେ କେବେ ନ୍ୟାୟ ମିଳିବ ତାହା କେହି ଜାଣି ନଥିଲେ। ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ତିନି ବର୍ଷ ମଧ୍ୟରେ ଏହି ଆଇନଗୁଡ଼ିକର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ପରେ ଏଫ୍. ଆଇ. ଆର୍. ଦାଖଲ କରିବା ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଦେଶରେ ନ୍ୟାୟ ପ୍ରଦାନ କରାଯିବ। ସେ ବ୍ୟାଖ୍ୟା କରିଥିଲେ ଯେ ଏହି ଆଇନ ନାଗରିକମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାୟୀ ତିନୋଟି ପ୍ରମୁଖ ସ୍ତମ୍ଭ-ପୋଲିସ, ଅଭିଯୋଜନ ଏବଂ ନ୍ୟାୟପାଳିକା ଉପରେ କଠୋର ସମୟସୀମା ଲାଗୁ କରିଥାଏ। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ନୂତନ ଆଇନରେ ୯୦ ଦିନ ମଧ୍ୟରେ ତଦନ୍ତ ଶେଷ କରିବା, ଚାର୍ଜସିଟ୍ ଦାଖଲ କରିବା, ଚାର୍ଜଫ୍ରେମ୍ କରିବା ଏବଂ ରାୟ ପ୍ରଦାନ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି।

    କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ନୂତନ ଆଇନରେ ଅନେକ ଜ୍ଞାନକୌଶଳ ଆଧାରିତ ବ୍ୟବସ୍ଥା ମଧ୍ୟ ରହିଛି, ଯାହା ଥରେ କାର୍ଯ୍ୟକାରୀ ହେଲେ, ଅପରାଧୀମାନଙ୍କୁ ସନ୍ଦେହର ଲାଭ ଉଠାଇ ଦଣ୍ଡରୁ ରକ୍ଷା ପାଇବାର କୌଣସି ସୁଯୋଗ ମିଳିବ ନାହିଁ। ସେ କହିଥିଲେ ଯେ ନୂତନ ଅପରାଧିକ ନ୍ୟାୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବା ପରେ ଆମ ଦେଶରେ ଦଣ୍ଡବିଧାନ ହାରରେ ଉଲ୍ଲେଖନୀୟ ଉନ୍ନତି ଘଟିବ ଏବଂ ଅପରାଧୀମାନଙ୍କୁ ନିଶ୍ଚିତ ଭାବେ ଦଣ୍ଡିତ କରାଯିବ। ଶ୍ରୀ ଶାହ କହିଥିଲେ ଯେ ତିନୋଟି ନୂତନ ଆଇନର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ପରେ, ଜ୍ଞାନକୌଶଳର ବ୍ୟବହାର ସହିତ, ଆମର ନ୍ୟାୟ ବ୍ୟବସ୍ଥା ବିଶ୍ୱର ସବୁଠାରୁ ଆଧୁନିକ ନ୍ୟାୟ ବ୍ୟବସ୍ଥାରେ ପରିଣତ ହେବ।

    ଅମିତ ଶାହ କହିଥିଲେ ଯେ ପ୍ରାୟ ୮୯ଟି ଦେଶର ନ୍ୟାୟ ବ୍ୟବସ୍ଥାର ଅଧ୍ୟୟନ କରିବା ପରେ ଏବଂ ସେମାନଙ୍କଠାରୁ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ଆଇନଗତ ଭାବେ ଅନ୍ତର୍ଭୁକ୍ତ କରିବା ପରେ, ଏହି ବ୍ୟବସ୍ଥାଗୁଡ଼ିକୁ ନତନ ଆଇନରେ ସାମିଲ କରାଯାଇଛି। ମୋଦୀ ସରକାର ଭାରତୀୟ ଦୃଷ୍ଟିକୋଣରୁ ଏହି ଆଇନଗୁଡ଼ିକୁ ପ୍ରସ୍ତୁତ କରିଛନ୍ତି। ସେ କହିଥିଲେ ଯେ ପୂର୍ବ ଆଇନଗୁଡ଼ିକ ବ୍ରିଟିଶମାନଙ୍କ ଦ୍ୱାରା ଇଂଲଣ୍ଡର ସଂସଦରେ ସେମାନଙ୍କ ଶାସନକୁ ଦୀର୍ଘସ୍ଥାୟୀ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା, ଯେତେବେଳେ କି ନୂଆ ଅପରାଧିକ ଆଇନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ସରକାର ଦ୍ୱାରା ଭାରତୀୟ ନାଗରିକଙ୍କ ସୁବିଧା ପାଇଁ ପ୍ରସ୍ତୁତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ପୁରୁଣା ଆଇନର ଉଦ୍ଦେଶ୍ୟ ହେଉଛି ବ୍ରିଟିଶ ଶାସନକୁ ସମ୍ପ୍ରସାରିତ କରିବା ଏବଂ ସେମାନଙ୍କ ସମ୍ପତ୍ତିର ସୁରକ୍ଷା କରିବା, ଯେତେବେଳେ କି ନୂତନ ଆଇନର ଉଦ୍ଦେଶ୍ୟ ହେଉଛି ଭାରତୀୟ ନାଗରିକଙ୍କ ଜୀବନ, ସମ୍ପତ୍ତି ଏବଂ ସମସ୍ତ ସାମ୍ବିଧାନିକ ଗ୍ୟାରେଣ୍ଟି ପ୍ରାପ୍ତ ଅଧିକାରର ସୁରକ୍ଷା କରିବା।

    କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଆଇପିସି ବଦଳରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ (ବିଏନ୍ଏସ୍), ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ (ବିଏନ୍ଏସ୍ଏସ୍) ଏବଂ ଭାରତୀୟ ପ୍ରମାଣ ଅଧିନିୟମ ବଦଳରେ ଭାରତୀୟ ସାକ୍ଷୀ ଅଧିନିୟମ ୨୦୨୩ (ବିଏସ୍ଏ) କାର୍ଯ୍ୟକାରୀ ହେବା ଦ୍ୱାରା ଏହା ଦର୍ଶାଉଛି ଯେ ଏହି ଆଇନର ଲକ୍ଷ୍ୟ ଦଣ୍ଡ ନୁହେଁ ବରଂ ନ୍ୟାୟ। ସେ କହିଥିଲେ ଯେ ଭାରତର ନ୍ୟାୟ ଯାତ୍ରା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବାକୁ ଯାଉଛି। ବର୍ତ୍ତମାନ ଏହି ପରିବର୍ତ୍ତନ କାଗଜରେ ନାହିଁ କାରଣ ଭାରତ ସରକାର ଏବଂ ରାଜ୍ୟ ସରକାରମାନେ ଏହି ଆଇନରେ ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଶ୍ରୀ ଶାହ କହିଥିଲେ ଯେ ଆମେ ପ୍ରତ୍ୟେକ ଅପରାଧରେ ଫୋରେନସିକ୍ ପରୀକ୍ଷା ବାଧ୍ୟତାମୂଳକ କରିଛୁ, ଯେଉଁଥିରେ ୭ ବର୍ଷ କିମ୍ବା ତା ‘ଠାରୁ ଅଧିକ ଦଣ୍ଡର ବ୍ୟବସ୍ଥା ରହିଛି ଏବଂ ଏବେ ଜାତୀୟ ସ୍ୱୟଂକ୍ରିୟ ଫିଙ୍ଗରପ୍ରିଣ୍ଟ ଆଇଡେଣ୍ଟିଫିକେସନ୍ ସିଷ୍ଟମ (ନାଫିସ୍) ର ମଧ୍ୟ ବହୁତ ଭଲ ବ୍ୟବହାର କରାଯାଉଛି। ସେହିଭଳି, ପକସୋ ମାମଲାରେ, ଡିଏନ୍ଏ ମେଳ କୌଣସି ଅପରାଧୀକୁ ଦଣ୍ଡରୁ ରକ୍ଷା ପାଇବାକୁ ଦେବ ନାହିଁ।

    ଅମିତ ଶାହ କହିଥିଲେ ଯେ ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୧୪ ଲକ୍ଷ ୮୦ ହଜାର ପୋଲିସ କର୍ମଚାରୀ, ୪୨ ହଜାର କର୍ମଚାରୀ, ୧୯ ହଜାରରୁ ଅଧିକ ନ୍ୟାୟିକ ଅଧିକାରୀ ଏବଂ ୧୧ ହଜାରରୁ ଅଧିକ ସରକାରୀ ଓକିଲଙ୍କୁ ତାଲିମ ଦିଆଯାଇଛି। ସେ କହିଥିଲେ ଯେ ଗତ ଏକ ବର୍ଷ ମଧ୍ୟରେ ଆମେ ନିରନ୍ତର ସମୀକ୍ଷା ବୈଠକ କରିଛୁ ଏବଂ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୧୦୦ ପ୍ରତିଶତ କ୍ଷମତା ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଇ-ପ୍ରମାଣ ଏବଂ ଇ-ସମନର ବିଜ୍ଞପ୍ତି ଜାରି କରାଯାଇଛି, ୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ନ୍ୟାୟ ଶ୍ରୁତି ବିଜ୍ଞପ୍ତି ଜାରି କରାଯାଇଛି ଏବଂ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦଣ୍ଡାଦେଶ ବିଜ୍ଞପ୍ତି ଜାରି କରାଯାଇଛି। ସେ କହିଥିଲେ ଯେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀ ସରକାର ଏହି ଆଇନଗୁଡ଼ିକୁ ତ୍ୱରାନ୍ୱିତ ଭାବେ ଲାଗୁ କରିବା ଦିଗରେ ଯଥାସମ୍ଭବ ପ୍ରୟାସ କରିଛନ୍ତି।

    କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ନୂତନ ଆଇନର କାର୍ଯ୍ୟକାରିତାରେ, ବ୍ୟାପକ ପରାମର୍ଶ ମାଧ୍ୟମରେ ଛୋଟ ଛୋଟ ତ୍ରୁଟି ପୂରଣ କରାଯାଇଛି ଏବଂ ବହୁ ଅଂଶୀଦାର ଦୃଷ୍ଟିକୋଣ ସହିତ ଅନେକ କାର୍ଯ୍ୟ କରାଯାଇଛି। ଶ୍ରୀ ଶାହ କହିଥିଲେ ଯେ ଏହି ଆଇନଗୁଡ଼ିକ ଉପରେ ସେ ନିଜେ ୧୬୦ଟି ବୈଠକ କରିଥିଲେ। ସେ କହିଥିଲେ ଯେ ୨୦୧୯ ମସିହାରେ ଆମେ ସମସ୍ତ ରାଜ୍ୟପାଳ, ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଶାସକ, ମୁଖ୍ୟ ବିଚାରପତି, ବାର୍ କାଉନସିଲ୍ ଏବଂ ଆଇନ ବିଶ୍ୱବିଦ୍ୟାଳୟ ଏବଂ ବିପିଆର ଆଣ୍ଡ ଡି ସହିତ ସମସ୍ତ ଆଇପିଏସ୍ ଅଧିକାରୀଙ୍କ ଠାରୁ ପରାମର୍ଶ ମାଗିଥିଲୁ। ସେ କହିଛନ୍ତି ଯେ ଏହା ପରେ ଏକ କମିଟି ଗଠନ କରାଯାଇଥିଲା ଏବଂ ପ୍ରତ୍ୟେକ ବିଭାଗକୁ ପଢ଼ି ଏବଂ ସମସ୍ତ ପରାମର୍ଶକୁ ବିଚାର କରି ଏହି ଆଇନଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଥିଲା।

    ଅମିତ ଶାହ କହିଛନ୍ତି ଯେ ଶିଶୁ ଏବଂ ମହିଳାଙ୍କ ବିରୋଧରେ ଅପରାଧ ଉପରେ ଏହି ଆଇନରେ ଏକ ପୃଥକ ଅଧ୍ୟାୟ ଯୋଡାଯାଇଛି। ପ୍ରଥମ ଥର ପାଇଁ ଆତଙ୍କବାଦକୁ ପରିଭାଷିତ କରାଯାଇଛି ଏବଂ ସଙ୍ଗଠିତ ଅପରାଧକୁ ମଧ୍ୟ ପରିଭାଷିତ କରାଯାଇଛି ଏବଂ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି ଯେ ନୂତନ ଆଇନରେ ଡାଇରେକ୍ଟର ଅଫ୍ ପ୍ରସିକ୍ୟୁସନ୍ ପାଇଁ ମଧ୍ୟ ଏକ ବ୍ୟବସ୍ଥା କରାଯାଇଛି ଯାହା ଦଣ୍ଡବିଧାନ ହାରକୁ ବହୁ ପରିମାଣରେ ବୃଦ୍ଧି କରିବ।

    କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ କେବଳ ପୋଲିସ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏସବୁ କରିପାରିବ ନାହିଁ। ନୂତନ ଆଇନର ସଫଳ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ, ସଚେତନତା ଏବଂ ଜନସାଧାରଣଙ୍କ ଅଧିକାର ବିଷୟରେ ଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଶାହ କହିଥିଲେ ଯେ ଯେତେବେଳେ ବି ଏହି ଆଇନଗୁଡ଼ିକର ବିଶ୍ଳେଷଣ କରାଯିବ, ସେଗୁଡ଼ିକୁ ସ୍ୱାଧୀନତା ପରର ସବୁଠାରୁ ବଡ଼ ସଂସ୍କାର ଭାବେ ବିବେଚନା କରାଯିବ, କାରଣ ଲୋକମାନଙ୍କ ଅଧିକାରର ସୁରକ୍ଷା କରୁଥିବା ନ୍ୟାୟ ବ୍ୟବସ୍ଥାକୁ ସ୍ୱଚ୍ଛ, ନାଗରିକ କୈନ୍ଦ୍ରିକ ଏବଂ ସମୟବଦ୍ଧ କରିବା ଠାରୁ ବଡ଼ ସଂସ୍କାର ଆଉ କିଛି ହୋଇପାରିବ ନାହିଁ।

    ଅମିତ ଶାହ ନୂତନ ଅପରାଧିକ ଆଇନ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
    Share. Facebook Twitter LinkedIn Email WhatsApp Copy Link
    Previous Articleଗବେଷଣା, ବିକାଶ ଏବଂ ନବସୃଜନ (ଆରଡିଆଇ) ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ
    Next Article ଜୁଲାଇ ୩ ରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଜାଣନ୍ତୁ ଏହାର ପୌରାଣିକ କାହାଣୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.